ସମ୍ବଲପୁରରେ ନବରାତ୍ରୀ ଉତ୍ସବ; ଦାଣ୍ଡିଆ ନୃତ୍ୟରେ ଝୁମୁଛନ୍ତି ସମସ୍ତେ

ସମ୍ବଲପୁର ସହରର ବିଭିନ୍ନ ପଡାରେ ଜମୁଛି ଦାଣ୍ଡିଆର ଆସର। ଦାଣ୍ତିଆ ନୃତ୍ୟରେ ଦୁଲୁକୁଛି ସମ୍ବଲପୁର। ନବରାତ୍ରୀ ଉପଲକ୍ଷେ ଗୁଜୁରାଟି ସମ୍ପ୍ରଦାୟ ପକ୍ଷରୁ ଆର୍କଷଣୀୟ ଗରବା ତଥା ଦାଣ୍ତିଆ ନୃତ୍ୟ ପରିବେଷଣ କରାଯାଉଛି।

ସମ୍ବଲପୁରରେ ନବରାତ୍ରୀ ଉତ୍ସବ

ସମ୍ବଲପୁରରେ ନବରାତ୍ରୀ ଉତ୍ସବ

  • News18 Odia
  • Last Updated :
  • Cuttack, India
  • Share this:
News18 Odia Digital

ସମ୍ବଲପୁର: ନବରାତ୍ରୀ ଉପଲକ୍ଷେ ସମ୍ବଲପୁରରେ ଜମୁଛି ଦାଣ୍ଡିଆ ନୃତ୍ୟ। ଗୁଜୁରାଟି ସମ୍ପ୍ରଦାୟ ପକ୍ଷରୁ ଆର୍କଷଣୀୟ ଗରବା ତଥା ଦାଣ୍ତିଆ ନୃତ୍ୟ ପାର୍ଵଣକୁ ଆକର୍ଷଣୀୟ କରୁଛି।

ସମ୍ବଲପୁର ସହରର ବିଭିନ୍ନ ପଡାରେ ଜମୁଛି ଦାଣ୍ଡିଆର ଆସର। ଦାଣ୍ତିଆ ନୃତ୍ୟରେ ଦୁଲୁକୁଛି ସମ୍ବଲପୁର। ନବରାତ୍ରୀ ଉପଲକ୍ଷେ ଗୁଜୁରାଟି ସମ୍ପ୍ରଦାୟ ପକ୍ଷରୁ ଆର୍କଷଣୀୟ ଗରବା ତଥା ଦାଣ୍ତିଆ ନୃତ୍ୟ ପରିବେଷଣ କରାଯାଉଛି।

ଦୀର୍ଘ ୮୦ ବର୍ଷ ହେଲା ନବାରାତ୍ରୀରେ ସମ୍ବଲପୁରର ଗୁଜୁରାଟି କଲୋନୀ ସ୍କୁଲରେ ଦାଣ୍ତିଆ ନୃତ୍ୟ ଚାଲିଛି। ଦୁର୍ଗା ପୂଜାରେ ଗୁଜୁରାଟି ସମାଜର ଆର୍କଷଣୀୟ ଗରବା ଓ ଦାଣ୍ତିଆ ନୃତ୍ୟରେ ଜମୁଛି ନବରାତ୍ରୀ।

ଦୀର୍ଘ ୮୦ ବର୍ଷ ହେବ ଆମେ ନବରାତ୍ରରେ ଦାଣ୍ଡିଆ ନୃତ୍ୟ ପରିବେଷଣ କରୁଛୁ। ସମସ୍ତେ ମିଶି ଏହି ନୃତ୍ୟ ପରିବେଷଣ କରିଥାଉ। ଏହା ଦ୍ବାରା ପରସ୍ପର ମଧ୍ୟରେ ସମ୍ପର୍କ ଅଧିକ ସୃଦୁଢ଼ ହୋଇଥାଏ ବୋଲି କହିଛନ୍ତି ଗୁଜୁରାତି ସମାଜର ସଭାପତି ଲଳିତ ପଟେଲ।

‘‘ଗରବା ତଥା ଦାଣ୍ଡିଆ ହେଉଛି ଆମ ଗୁଜୁରାଟି ସମାଜର ଏକ ପରମ୍ପରା। ନବରାତ୍ରୀ ଆସିଲେ ଆମେ ନବାରାତ୍ରୀକୁ ପାଳନ କରିବା ପାଇଁ ଦାଣ୍ଡିଆ ନୃତ୍ୟ କରିଥାଉ,’’ କହିଛନ୍ତି ଗରିଷ ପଟେଲ।

ଗୁଜୁରାଟି ସମ୍ପ୍ରଦାୟ ସମେତ ଅନ୍ୟ ସମାଜ ଲୋକ ମଧ୍ୟ ଏଥିରେ ସାମିଲ ହୋଇ କରୁଛନ୍ତି ଦାଣ୍ତିଆ ନୃତ୍ୟ। ସମ୍ପର୍ଣ୍ଣ ଭାଇଚାରାରେ ସମସ୍ତେ ଏକତ୍ରିତ ହୋଇ ଦାଣ୍ଡିଆ ନୃତ୍ୟ ପରିବେଷଣ କରନ୍ତି। ତେବେ ସମସ୍ତେ ଏକାଠି ହୋଇ ଏହି ଦାଣ୍ଡିଆ ନୃତ୍ୟ ପରିବେଷଣ କରୁଥିବାରୁ ଖୁସି ପ୍ରକଟ କରିଛନ୍ତି ଏଥିରେ ଭାଗ ନେଇଥିବା ସ୍ଥାନୀୟ ବାସିନ୍ଦା।

ସେହିପରି ଉର୍ବଶୀ ସୋନି କହିଛନ୍ତି, ‘‘ଆମେ ବର୍ଷ ସାରା ନବରାତ୍ରୀକୁ ଅପେକ୍ଷା କରି ରହିଥାଉ ଯେ କେବେ ନବରାତ୍ରୀ ଆସିବ। ନବରାତ୍ରୀ ଆସିଲେ ସମସ୍ତେ ମିଶି ଦାଣ୍ଡିଆ ନୃତ୍ୟ ଭାଗ ନେଇଥାଉ। ଏଥିରେ ଭାଗ ନେଇ ବେଶ ଖୁସି ଲାଗୁଛି।’’
Published by:Lipina Das
First published: