ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ରାଜ୍ୟରେ ସାର ଅଭାବକୁ ନେଇ କେନ୍ଦ୍ରକୁ ଚିଠି ଲେଖିଲେ ନବୀନ; BJP କହିଲା ଏଇଟା ‘ନାଟକବାଜି’

ରାଜ୍ୟରେ ସାର ଅଭାବକୁ ନେଇ କେନ୍ଦ୍ରକୁ ଚିଠି ଲେଖିଲେ ନବୀନ; BJP କହିଲା ଏଇଟା ‘ନାଟକବାଜି’

ବିଜେଡି ସାଂସଦମାନଙ୍କ ଏକ ଟିମ୍ କେନ୍ଦ୍ର ସାର ଓ ରସାୟନ ମନ୍ତ୍ରୀଙ୍କୁ ଭେଟି ଯଥେଷ୍ଟ ସାର ଯୋଗାଇଦେବାକୁ ଅନୁରୋଧ କରିଛି । ହେଲେ କଳାବଜାରି ଅଭିଯୋଗ କରି ବିଜେପି କହିଛି ଯେ ଓଡ଼ିଶାକୁ ଆବଶ୍ୟକତାଠାରୁ ଅଧିକ ସାର ଦେଇଛନ୍ତି କେନ୍ଦ୍ର ସରକାର ।

ରାଜ୍ୟରେ ସାର ଅଭାବକୁ ନେଇ କେନ୍ଦ୍ରକୁ ଚିଠି ଲେଖିଲେ ନବୀନ; BJP କହିଲା ଏଇଟା ‘ନାଟକବାଜି’
ବିଜେଡି ସାଂସଦମାନେ କେନ୍ଦ୍ର ମନ୍ତ୍ରୀ ମନସୁଖଲାଲ ମାଣ୍ଡଭ୍ୟଙ୍କୁ ଭେଟୁଛନ୍ତି ।
  • News18 Odia
  • Last Updated: July 31, 2021, 11:53 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ରାଜ୍ୟକୁ ଆବଶ୍ୟକ ପରିମାଣର ସାର ମିଳୁ ନ ଥିବାରୁ ଉଦବେଗ ପ୍ରକାଶ କରିଛନ୍ତି ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ । ଏ ନେଇ କେନ୍ଦ୍ର ସାର ଓ ରସାୟନ ମନ୍ତ୍ରୀ ମନସୁଖଲାଲ ମାଣ୍ଡଭ୍ୟଙ୍କୁ ସେ ଏକ ଚିଠି ଲେଖି ତାଙ୍କ ବ୍ୟକ୍ତିଗତ ହସ୍ତକ୍ଷେପ ଲୋଡି଼ଛନ୍ତି । ବିଜେଡି ସାଂସଦମାନେ ବି କେନ୍ଦ୍ର ମନ୍ତ୍ରୀଙ୍କୁ ଭେଟି ଦାବି ଜଣାଇଛନ୍ତି ।

ରାଜ୍ୟର ମୁଖ୍ୟ ବିରୋଧୀ ଦଳ ବିଜେପି କିନ୍ତୁ କହିଛି ଯେ ଆବଶ୍ୟକତା ଠାରୁ ଅଧିକ ସାର କେନ୍ଦ୍ର ସରକାର ରାଜ୍ୟକୁ ଦେଇଛନ୍ତି । ସାର ଅଭାବର କାରଣ କଳାବଜାରି ରୋକିବାରେ ରାଜ୍ୟ ସରକାରଙ୍କ ବିଫଳତା ବୋଲି ବିଜେପି କହିଥିବା ବେଳେ କେନ୍ଦ୍ର ଓ ରାଜ୍ୟ ସରକାର ଚାଷୀଙ୍କୁ ଶୀଘ୍ର ସାର ଯୋଗାନ୍ତୁ ବୋଲି ଦାବି କରିଛି କଂଗ୍ରେସ ।

ଏହା ବି ପଢ଼ନ୍ତୁ | ଓଃ, କି ମର୍ମନ୍ତୁଦ ଦୁର୍ଘଟଣା! କିଆ ସେଲ୍ଟୋସ୍ କାର୍ ମଝିରୁ ଖଣ୍ଡ ହୋଇଗଲା; ଜଣଙ୍କ ମୃତ୍ୟୁ ହେଲା

ମାସିକ କୋଟା ପ୍ରଦାନ ସହ ପୂର୍ବରୁ ବକେୟା ଥିବା ସାର ଯୋଗାଇଦେବାକୁ ମୁଖ୍ୟ ମନ୍ତ୍ରୀ କେନ୍ଦ୍ର ନିକଟରେ ଦାବି କରିଛନ୍ତି । କେନ୍ଦ୍ର ସାର ଓ ରସାୟନ ମନ୍ତ୍ରୀ ମନସୁଖଲାଲ ମାଣ୍ଡଭ୍ୟାଙ୍କୁ ଲେଖି୍ଥିବା ଚିଠିରେ ନବୀନ କହିଛନ୍ତି ଯେ ବର୍ତ୍ତମାନ ସୁଦ୍ଧା ଯଦିଓ ରାଜ୍ୟକୁ ୨,୩୧,୫୩୦ ମେଟ୍ରିକ୍‌ ଟନ୍ ୟୁରିଆ ସାର ମିଳିବା କଥା, ମିଳିଛି ମାତ୍ର ୧,୪୫,୧୪୫ ମେଟ୍ରିକ ଟନ୍ ସାର । ସେହିପରି ଏହି ସମୟ ମଧ୍ୟରେ ଓଡ଼ିଶାକୁ ମିଳିବାକୁ ଥିବା ୧,୫୨,୦୦୦ ମେଟ୍ରିକ ଟନ୍ ଡିଏପି ସାର ସ୍ଥାନରେ ମିଳିଛି ମାତ୍ର ୯୭,୭୬୩ ମେଟ୍ରିକ୍‌ ଟନ୍ ସାର । ଏମ୍‌.ଓ.ପି. ସାର ଯୋଗାଣରେ ମଧ୍ୟ କେନ୍ଦ୍ର ଅଣଦେଖା କରିଛି ବୋଲି ସହିଛନ୍ତି ନବୀନ ।

ନବୀନ ପଟ୍ଟନାୟକ କେନ୍ଦ୍ର ମନ୍ତ୍ରୀ ମନସୁଖଲାଲ ମାଣ୍ଡଭ୍ୟଙ୍କ ବ୍ୟକ୍ତିଗତ ହସ୍ତକ୍ଷେପ ଲୋଡି଼ଛନ୍ତି । (ଫାଇଲ୍‌ ଫଟୋ)


‘‘ଓଡ଼ିଶାକୁ ମୋ’ଟ୍ ଆବଶ୍ୟକ ୟୁରିଆ ଯୋଗାଣର ୬୨ ପ୍ରତିଶତ ମିଳିଛି ଓ ଅନ୍ୟ ସାର କ୍ଷେତ୍ରରେ ମଧ୍ୟ ଓଡ଼ିଶା ପାଇଛି ୬୦ରୁ ୭୪ ପ୍ରତିଶତ । ବାତ୍ୟା ୟାସରେ ବ୍ୟାପକ ଫସଲ ନଷ୍ଟ ହୋଇଛି । ଗତ ବର୍ଷ ମଧ୍ୟ ଘୂର୍ଣ୍ଣିଝଡ଼ରେ ବ୍ୟାପକ ଫସଲ ନଷ୍ଟ ହୋଇଥିଲା । କୃଷି ଉତ୍ପାଦନ ବୃଦ୍ଧି ପାଇଁ କେନ୍ଦ୍ର ଆବଶ୍ୟକ ମାତ୍ରାରେ ସାର ଯୋଗାଇଦେଉ,’’ ଚିଠିରେ କହିଛନ୍ତି ମୁଖ୍ୟ ମନ୍ତ୍ରୀ ।

ଏହା ବି ପଢ଼ନ୍ତୁ | କରୋନାର Delta ରୂପ ବିଷୟରେ WHO ଚେତାବନୀ ଦେଲା: ଡୋଜ୍ ଟିକା ନେଇଥିଲେ ବି ମାସ୍କ ପିନ୍ଧନ୍ତୁ

ଜୁଲାଇରୁ ସେପ୍ଟେମ୍ବର ମଧ୍ୟରେ ଓଡ଼ିଶାରେ ୟୁରିଆର ସର୍ବାଧିକ ବ୍ୟବହାର ହୋଇଥାଏ । ସାରର ଅଭାବ ରହିଲେ ରାଜ୍ୟରେ କୃଷି ଉତ୍ପାଦନ ପ୍ରଭାବିତ ହେବା ସହ ଅଯଥା ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ମଧ୍ୟ ରହିଛି ବୋଲି କହିଛନ୍ତି ନବୀନ । ସାର ଓ ରସାୟନ ମନ୍ତ୍ରୀ ହସ୍ତକ୍ଷେପ କରି ରାଜ୍ୟକୁ ଆବଶ୍ୟକୀୟ ସାର ଯୋଗାଇ ଦେବା ପାଇଁ ସେ ଅନୁରୋଧ କରିଛନ୍ତି । ବିଜେଡି ସାଂସଦମାନେ କେନ୍ଦ୍ର ସାର ଓ ରସାୟନ ମନ୍ତ୍ରୀଙ୍କୁ ସାକ୍ଷାତ କରି ରାଜ୍ୟ ପାଇଁ ଆବଶ୍ୟକୀୟ ପରିମାଣରେ ସାର ଯୋଗାଇ ଦେବାକୁ ଦାବି କରିଛନ୍ତି ।

ଏହା ବି ପଢ଼ନ୍ତୁ | ଏହି ମେଡିକାଲ୍ ଛାତ୍ରୀ .୬୫ କୋଟି ଟଙ୍କାର ଯୌତୁକ ଆଣିଥିଲେ; ସ୍ୱାମୀଙ୍କ ନିର୍ଯ୍ୟାତନା ପରେଆତ୍ମହତ୍ୟାକଲେ

‘‘କେନ୍ଦ୍ର ସାର ଓ ରସାୟନ ମନ୍ତ୍ରୀଙ୍କୁ ଆମେ ବିଜେଡି ସାଂସଦମାନଙ୍କ ଏକ ଟିମ୍‌ ଭେଟିଛୁ । ରାଜ୍ୟକୁ ଖରିଫ ସିଜିନ୍‌ ପାଇଁ ଯେଉଁ ସାର କେନ୍ଦ୍ରରୁ ମିଳିବା କଥା ବହୁତ କମ୍‌ ପରିମାଣର ମିଳୁଛି । ଅନେକ ସାର ମାତ୍ର ୪୦ ପ୍ରତିଶତ ମିଳୁଛି । ଏହାର ଏକ ତାଲିକା ଆମେ ମନ୍ତ୍ରୀଙ୍କୁ ଦେଇଛୁ । ମୁଖ୍ୟ ମନ୍ତ୍ରୀ କେନ୍ଦ୍ର ମନ୍ତ୍ରୀଙ୍କୁ ଏ ନେଇ ଚିଠ ମଧ୍ୟ ଲେଖିଛନ୍ତି । ସାର ବିନା ଚାଷ କରିବା ସମ୍ଭବ ନୁହେଁ । କେନ୍ଦ୍ର ମନ୍ତ୍ରୀ ଅଧିକାରୀମାନଙ୍କୁ ଫୋନ୍‌ କରି ସାର ଯୋଗାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଆମେ ଭାବୁଛୁ ଅଳ୍ପ ଦିନ ମଧ୍ୟରେ ଅସୁବିଧା ଦୂର ହେବ,’’ କହିଛନ୍ତି ବିଜେଡି ରାଜ୍ୟ ସଭା ସାଂସଦ ଅମର ପଟ୍ଟନାୟକ ।

ବିଜେପି କୄଷକ ମୋର୍ଚ୍ଚାର ଅଧକ୍ଷ ପ୍ରଦୀପ ପୁରୋହିତ


ବରିଷ୍ଠ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ କହିଛନ୍ତି, ‘‘ସାରର ଘୋର ଅଭାବ ରହିଛି । ପୂର୍ବରୂ କୄଷି ମନ୍ତ୍ରୀ ଚିଠି ଲେଖିଥିଲେ । ଆଜି ମୁଖ୍ୟ ମନ୍ତ୍ରୀ ଲେଖିଛନ୍ତି । ସାର ପାଇଁ ହାହାକାର ବ୍ୟାପିଛି । ମୁଖ୍ୟ ମନ୍ତ୍ରୀ ଫୋନ୍‌ ଯୋଗେ କଥା ହୁଅନ୍ତୁ । ନଚେତ୍‌ କୄଷି ମନ୍ତ୍ରୀ କି ସଚିବଙ୍କୁ ଦିଲ୍ଲୀ ପଠାନ୍ତୁ । ବିହନ ନାହିଁ, ପାଣି ନାହିଁ, ସାର ଅଭାବ । ଚାଷୀ ହନ୍ତସନ୍ତ ହେଉଛନ୍ତି । ଶୀଘ୍ର ସରକାର ସାର ବ୍ୟବସ୍ଥା କରନ୍ତୁ ।’’

ଏହା ବି ପଢ଼ନ୍ତୁ | Actress Arrested: ଦୁର୍ବ୍ୟବହାର ଅଭିଯୋଗରେ ବଲିଉଡ ଅଭିନେତ୍ରୀ ପାୟଲ୍ ରୋହତାଗୀ ଗିରଫ ହେଲେ

ସାର ପ୍ରସଙ୍ଗରେ ଜବାବ ରଖିଛ ବିଜେପି । ବିଜେପି କୄଷକ ମୋର୍ଚ୍ଚାର ଅଧକ୍ଷ ପ୍ରଦୀପ ପୁରୋହିତ ସାର ଯୋଗାଣର ପୂରା ହିସାବ ରଖିବା ସହ ସରକାରଙ୍କୁ ସମାଲୋଚନା କରିଛନ୍ତି । ‘‘ବିଜେଡି ସାରକୁ ନେଇ ପୁଣି ନାଟକବାଜି ଆରମ୍ଭ କରିଛି । ଏବେ ମୁଖ୍ୟ ମନ୍ତ୍ରୀ ଚିଠି ଲେଖୁଛନ୍ତି । ପୂର୍ବରୂ କୄଷି ମନ୍ତ୍ରୀ ଅରୁଣ ସାହୁ ଚିଠି ଲେଖିଥିଲେ । ଏହାର ଉତ୍ତର କେନ୍ଦ କୄଷି ମନ୍ତ୍ରୀ ଦେଇସାରିଛନ୍ତି । କେନ୍ଦ୍ର କୄଷି ମନ୍ତ୍ରୀ ଓଡ଼ିଶାର କୄଷି ମନ୍ତ୍ରୀଙ୍କୁ କ’ଣ ଉତ୍ତର ଦେଇଥିଲେ ଓଡି଼ଶା ସରକାର କାହିଁକି ଓଡ଼ିଶାବାସୀଙ୍କୁ ଅବଗତ କଲେ ନାହିଁ?’’ ପଚାରିଛନ୍ତି ପୁରୋହିତ ।



ଗତ ତିନି ବର୍ଷରେ ପର୍ଯ୍ୟାପ୍ତ ପରିମାଣର ସାର କେନ୍ଦ୍ର ସରକାର ରାଜ୍ୟକୁ ଦେଇଛନ୍ତି ବୋଲି କହି ରାଜ୍ୟକୁ ତିନି ବର୍ଷ ଭିତରେ କେତେ ସାର କେନ୍ଦ୍ରରୁ ମିଳିଛି ତା’ର ହିସାବ ଓଡ଼ିଶା ସରକାରଙ୍କଠାରୁ ମାଗିଛନ୍ତି ପୁରୋହିତ । ‘‘ଓଡ଼ିଶାକୁ ଆବଶ୍ୟକତାଠାରୁ ଅଧିକ ସାର ମିଳିଛି । ୨୦୨୦-୨୧ର ହିସାବ କହୁଛି ଓଡ଼ିଶାରେ ୟୁରିଆ ସାରର ଆବଶ୍ୟକତା ଥିଲା ୫.୬୫ ଲକ୍ଷ ମେଟ୍ରିକ୍‌ ଟନ୍‌, କିନ୍ତୁ କେନ୍ଦ୍ର ସରକାର ଯୋଗାଇଛନ୍ତି ୬.୬୬ ଲକ୍ଷ ମେଟ୍ରିକ୍‌ ଟନ୍‌ ‌। ଡି.ଏ.ପି. ସାର ମଧ୍ୟ ଆବଶ୍ୟକତା ଠାରୁ ଅଧିକ କେନ୍ଦ୍ର ସରକାର ଯୋଗାଇ ଦେଇଛନ୍ତି । ଅଧିକ ସାର ମିଳୁଥିଲେ ବି ଚିତ୍କାର କରୁଛନ୍ତି ଯେ ସାର ନାହିଁ । ଓଡ଼ିଶା ସରକାର ଠିକରେ ତଦାରଖ କରିପାରୁନାହାନ୍ତି । ସାରର କଳାବଜାରି ହୋଇ କୄତ୍ରିମ ଅଭାବ ସୄଷ୍ଟି ହୋଇଛି । କଳାବଜାରି ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉନାହିଁ,’’ କହିଛନ୍ତି ପୁରୋହିତ ।
Published by: Anand ST Das
First published: July 31, 2021, 11:53 PM IST