ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»IFS ଅଫିସର ଅଭୟକାନ୍ତ ପାଠକଙ୍କୁ ବାଧ୍ୟତାମୂଳକ ଅବସର ଦେବା ପାଇଁ ସୁପାରିସ କଲେ ନବୀନ

IFS ଅଫିସର ଅଭୟକାନ୍ତ ପାଠକଙ୍କୁ ବାଧ୍ୟତାମୂଳକ ଅବସର ଦେବା ପାଇଁ ସୁପାରିସ କଲେ ନବୀନ

କେନ୍ଦ୍ର ସରକାରଙ୍କୁ ପଠାଇଥିବା ସୁପାରିଶ ପତ୍ରରେ ମୁଖ୍ୟ ମନ୍ତ୍ରୀ ଦର୍ଶାଯାଇଛନ୍ତି ଯେ ଅଭୟକାନ୍ତ ପାଠକ ଅତ୍ୟଧିକ ଦୁର୍ନୀତିରେ ଲିପ୍ତ ଥିବା ଜଣେ ଅଫିସର । ପାଠକ ଓ ତାଙ୍କ ପୁଅ ଆକାଶଙ୍କ ପାଖରେ ୨୦ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଠାବ ହୋଇଛି ବୋଲି ସେ ଲେଖିଛନ୍ତି ।

IFS ଅଫିସର ଅଭୟକାନ୍ତ ପାଠକଙ୍କୁ ବାଧ୍ୟତାମୂଳକ ଅବସର ଦେବା ପାଇଁ ସୁପାରିସ କଲେ ନବୀନ
IFS ଅଧିକାରୀ ଅଭୟକାନ୍ତ ପାଠକ (ଡାହାଣ) ଓ ତାଙ୍କ ପୁଅ ଆକାଶ ପାଠକ
  • News18 Odia
  • Last Updated: December 17, 2020, 5:19 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ବିପୁଳ ଆୟ-ବହିର୍ଭୁତ ସମ୍ପତ୍ତି ଠୁଳ କରିବା ଅଭିଯୋଗର ସାମନା କରି ଭିଜିଲାନ୍ସ ହାତରେ ଗିରଫ ହୋଇଥିବା ଓ ଏବେ ଜେଲରେ ଥିବା ଆଇ.ଏଫ.ଏସ. ଅଫିସର ଅଭୟକାନ୍ତ ପାଠକଙ୍କୁ ବାଧ୍ୟତାମୂଳକ ଅବସର ଦିଆଯିବା ନିଶ୍ଚିତ ଲାଗୁଛି । ତାଙ୍କୁ ବାଧ୍ୟତାମୂଳକ ଅବସର ଦେବା ପାଇଁ କେନ୍ଦ୍ର ସରକାରଙ୍କୁ ସୁପାରିସ କରିଛନ୍ତି ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ।

କେନ୍ଦ୍ର ସରକାରଙ୍କ ପାଖକୁ ପଠାଇଥିବା ସୁପାରିସ ପତ୍ରରେ ପଟ୍ଟନାୟକ ଲେଖିଛନ୍ତି, ‘‘ଏଇଟା ପ୍ରଥମ ଥର ହେଉଛି ଯେ କୌଣସି ସର୍ବ-ଭାରତୀୟ ସ୍ତରର ଅଧିକାରୀଙ୍କୁ ଦୁର୍ନୀତି କାରଣରୁ ବାଧ୍ୟତାମୂଳକ ଅବସର ଦେବା ପାଇଁ ଓଡ଼ିଶା ସରକାରଙ୍କ ପକ୍ଷରୁ ସୁପାରିସ କରାଯାଇଛି ।’’

ଏହା ବି ପଢ଼ନ୍ତୁ | ୧୦ ମାସର ଶିଶୁ ପୁତ୍ରକୁ ଧରି ଥାନାରେ କର୍ତ୍ତବ୍ୟ ପାଳନ କରୁଛନ୍ତି ମହିଳା କନଷ୍ଟେବଲ୍; ତାଙ୍କ ସ୍ୱାମୀ ସେନାରେ କାର୍ଯ୍ୟରତ

ଏହି ସୁପାରିସ ପତ୍ରରେ ମୁଖ୍ୟ ମନ୍ତ୍ରୀ ଦର୍ଶାଯାଇଛନ୍ତି ଯେ ଅଭୟକାନ୍ତ ପାଠକ ଅତ୍ୟଧିକ ଦୁର୍ନୀତିରେ ଲିପ୍ତ ଥିବା ଜଣେ ଅଫିସର । ସେ ଓ ତାଙ୍କ ପୁଅ ଆକାଶକୁ ଭିଜିଲାନ୍ସ ଗିରଫ କରିଛି ଏବଂ ବାପ ଓ ପୁଅଙ୍କ ପାଖରେ ୨୦ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଭିଜିଲାନ୍ସ ଠାବ କରିଛି ବୋଲି ବି ସେ ଲେଖିଛନ୍ତି । ଲକଡାଉନ୍ ବେଳେ ଅଭୟକାନ୍ତ ଓ ତାଙ୍କ ପୁଅ ଆକାଶ ପାଠକ ଚାଟାର୍ଡ ଫ୍ଲାଇଟରେ ଦେଶର ବିଭିନ୍ନ ସ୍ଥାନକୁ ଯାଇ ପଞ୍ଚ ତାରକା ଓ ସପ୍ତତାରକା ହୋଟେଲରେ ରହୁଥିଲେ ଓ ଅୟସ ଆରାମ କରିଥିଲେ ବୋଲି ଏହି ଚିଠିରେ କୁହାଯାଇଛି ।

ପୋଲିସ ହେଫାଜତରେ ଆକାଶ ପାଠକ (ମଝି) (ଫାଇଲ୍ ଫଟୋ)


ଅଭୟକାନ୍ତ ପାଠକ ରାଜ୍ୟର ଜଙ୍ଗଲ ବିଭାଗରେ ପିସିସିଏଫ୍ (ଯୋଜନା, କାର୍ଯ୍ୟକ୍ରମ ଓ ଜଙ୍ଗଲକରଣ) ଭାବରେ କାର୍ଯ୍ୟ କରୁଥିଲେ । ତାଙ୍କ ବାସଭବନ ଓ ଅଫିସ ସମେତ ବିଭିନ୍ନ ସ୍ଥାନରେ ଭିଜିଲାନ୍ସ ରେଡ୍‌ ହେବା ପରେ ତାଙ୍କୁ ଓ ତାଙ୍କ ପୁଅ ଆକାଶ ପାଠକଙ୍କୁ ନଭେମ୍ବର ୨୭ ତାରିଖରେ iିରଫ କରାଯାଇଥିଲା । ଏବେ ବାପ ଓ ପୁଅ ଭୁବନେଶ୍ୱରର ଝାରପଡ଼ା ଜେଲରେ ଅଛନ୍ତି ।

ଏହା ବି ପଢ଼ନ୍ତୁ | ଅନୁପ ଜଲୋଟା ହନି ସିଂଙ୍କୁ ଟକ୍କର ଦେଲେ, ଜସଲିନଙ୍କ ସହ ନୂଆ ଅବତାରରେ ଦେଖାଦେଲେ

ଭିଜିଲାନ୍ସ ବିଭାଗ ଏ ପର୍ଯ୍ୟନ୍ତ ପାଠକ ବାପ-ପୁଅଙ୍କ ୨୦ କୋଟିରୁ ଅଧିକ ଟଙ୍କାର ଆୟ-ବହିର୍ଭୁତ ସମ୍ପତ୍ତି ଅର୍ଜନର ପ୍ରମାଣ ପାଇଥିବା କୁହାଯାଉଛି । ଅଭୟକାନ୍ତ ଓ ଆକାଶଙ୍କ କଥିତ ଦୁର୍ନୀତିରେ ଗଞ୍ଜାମ ଗୋପାଳପୁରର ବିଜେଡି ବିଧାୟକ ପ୍ରଦୀପ ପାଣିଗ୍ରାହୀ ବି ଛନ୍ଦି ହୋଇପଡ଼ିଛନ୍ତି ଓ ଗିରଫ ହୋଇ ଜେଲରେ ଅଛନ୍ତି ।

କେନ୍ଦ୍ରକୁ ପଠାଇଥିବା ସୁପାରିସ ପତ୍ରରେ ନବୀନ ପଟ୍ଟନାୟକ ଲେଖିଛନ୍ତି, “ଅଭୟକାନ୍ତ ପାଠକ ନିଜ ଦୁର୍ନୀତି ଦ୍ୱାରା ଅର୍ଜିତ ଧନକୁ ନିଜ ପୁଅ ଆକାଶଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା କରୁଥିଲେ ଓ ପୁଅକୁ ମିଥ୍ୟାଚାର ଦ୍ୱାରା ଟାଟା ମୋଟର୍ସର ଏମ.ଡି. ଭାବେ ସାମନାକୁ ଆଣିବାରେ ସାହାଯ୍ୟ କରୁଥିଲେ ।’’

ଏହା ବି ପଢ଼ନ୍ତୁ | ପରୀକ୍ଷା ଦେଇ ଫେରୁଥିବା ଛାତ୍ରୀଙ୍କୁ ରାସ୍ତାରେ ଗୁଳି କରି ହତ୍ୟା କଲା ଯୁବକ, ଗିରଫ ହେଲା - ଦେଖନ୍ତୁ VIDEO

‘‘ଜାଲିଆତି, ଠକେଇ ଓ ବେରୋଜଗାର ଯୁବକଙ୍କୁ ଟାଟା ମୋଟର୍ସରେ ଚାକିରି ଦେବାର ମିଥ୍ୟା ପ୍ରତିଶ୍ରୁତି ଦେବା ଅଭିଯୋଗରେ ତାଙ୍କ ପୁଅ ଆକାଶ ପାଠକଙ୍କୁ ବି କ୍ରାଇମ ବ୍ରାଞ୍ଚ ଗିରଫ କରିଛି । ଏହି ମାମଲାରେ ଟାଟା ମୋଟର୍ସ ଦ୍ୱାରା ଏଫ୍.ଆଇ.ଆର୍. ଦାଖଲ କରାଯାଇଥିଲା,’’ ସୁପାରିସ ପତ୍ରରେ ଲେଖିଛନ୍ତି ପଟ୍ଟନାୟକ ।



ନଭେମ୍ବର ୨୫ ଓ ୨୬ ତାରିଖରେ ଭୁବନେଶ୍ୱର ଭିଜିଲାନ୍ସ କୋର୍ଟରୁ ଜାରି ହୋଇଥିବା ସର୍ଚ୍ଚ ୱାରେଣ୍ଟ ବଳରେ ଭିଜିଲାନ୍ସ ବିଭାଗ ଅଭୟକାନ୍ତ ପାଠକ ଓ ତାଙ୍କ ପୁଅଙ୍କ ଭୁବନେଶ୍ୱର, ମୁମ୍ବାଇ, ପୁଣେ ଓ ବିହାରର ଅନେକ ସ୍ଥାନରେ ଏକକାଳୀନ ଚଢ଼ାଉ କରିଥିଲା । ଉଭୟଙ୍କୁ ଗିରଫ କରିବା ପରେ ଦୁର୍ନୀତି ନିବାରଣ (ସଂଶୋଧନ) ଅଧିନିୟମ, ୨୦୧୮ର ଅନେକ ଦଫାରେ ସେମାନଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଥିଲା ।
Published by: Anand Shankar Thankur Das
First published: December 17, 2020, 5:19 PM IST