ଜୟ ଜଗନ୍ନାଥରୁ ଆରମ୍ଭ...ବନ୍ଦେ ଉତ୍କଳରେ ଭାଷଣ ଶେଷ କଲେ ସିଏମ ନବୀନ। ଆନୁଷ୍ଠାନିକ ଭାବେ ହକି ମହାକୁମ୍ଭର କଲେ ଉଦଘାଟନ ।
- News18 Odia
- Last Updated :
- Other, India
News 18 Odia Digital
କଟକ: ହକି ବିଶ୍ୱକପ ଉଦ୍ଘାଟନୀ ଉତ୍ସବ ବାରବାଟୀ ଷ୍ଟାଡିୟମରେ ଆରମ୍ଭ ହୋଇଛି। ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମରେ ଆଜି କମ୍ପିଛି ବାରବାଟୀ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆନୁଷ୍ଠାନିକ ଭାବେ ହକି ମହାକୁମ୍ଭର ଉଦ୍ଘାଟନ କରିଛନ୍ତି।
"ଜୟ ଜଗନ୍ନାଥ" କହି ଲୋକଙ୍କୁ ସମ୍ବୋଧିତ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହାପରେ ନୂଆବର୍ଷର ଅଭିନନ୍ଦନ ମଧ୍ୟ ଜଣାଇଥିଲେ ନବୀନ। ମୁଖ୍ୟମନ୍ତ୍ରୀ କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁରଙ୍କୁ ସ୍ୱାଗତ ଏବଂ ଶୁଭକାମନା ଜଣାଇଥିଲେ। ଏହା ପରେ ସମସ୍ତ ଦଳର ଖେଳାଳିଙ୍କୁ ଶୁଭକାମନା ଜଣାଇଥିଲେ। ଶେଷରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କୃତଜ୍ଞତା ଜଣାଇଥିଲେ। ବନ୍ଦେ ଉତ୍କଳଜନନୀ କହି ମୁଖ୍ୟମନ୍ତ୍ରୀ ଭାଷଣ ଶେଷ କରିଥିଲେ।
ଏହି କାର୍ଯ୍ୟକ୍ରମରେ ବଲିଉଡ୍ ସୁପରଷ୍ଟାର ରଣବୀର ସିଂ, ସଙ୍ଗୀତ ନିର୍ଦ୍ଦେଶକ ପ୍ରୀତମ ଏବଂ ଅଭିନେତ୍ରୀ ଦିଶା ପଟାନୀଙ୍କ ସମେତ ବ୍ଲାକ ସ୍ବାନ୍ ଗ୍ରୁପ ଉଦଘାଟନୀ ଉତ୍ସବର ମୁଖ୍ୟ ଆକର୍ଷଣ ପାଲଟିଛନ୍ତି। ଓଲିଉଡ ଷ୍ଟାର୍ କପଲ ସବ୍ୟସାଚୀ ଓ ଅର୍ଚ୍ଚିତା ସାମିଲ ହୋଇଛନ୍ତି। ଉଦ୍ଘାଟନୀ ଉତ୍ସବରେ ଷ୍ଟାଡିୟମରେ ୪୦ ହଜାରରୁ ଅଧିକ ଦର୍ଶକଙ୍କ ସମାଗମ ହୋଇଛି। ଭିଡ଼କୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି।
Published by:Soumyashree Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।