ହକି ବିଶ୍ୱକପ ପାଇଁ ପ୍ରଥମ ଟିକେଟ କିଣିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହକି ବିଶ୍ୱକପ ପାଇଁ ପ୍ରଥମ ଟିକେଟ କିଣିଛନ୍ତି। ୨୦୨୩ ଜାନୁଆରୀ ୧୩ରୁ ଓଡ଼ିଶାରେ ଆରମ୍ଭ ହେବ ହକି ବିଶ୍ବକପ ।

ହକି ବିଶ୍ୱକପ ପାଇଁ ପ୍ରଥମ ଟିକେଟ କିଣିଲେ ମୁଖ୍ୟମନ୍ତ୍ରୀ

ହକି ବିଶ୍ୱକପ ପାଇଁ ପ୍ରଥମ ଟିକେଟ କିଣିଲେ ମୁଖ୍ୟମନ୍ତ୍ରୀ

  • News18 Odia
  • Last Updated :
  • New Delhi, India
  • Share this:
News 18 Odia Digital

ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହକି ବିଶ୍ୱକପ ପାଇଁ ପ୍ରଥମ ଟିକେଟ କିଣିଛନ୍ତି। ୨୦୨୩ ଜାନୁଆରୀ ୧୩ରୁ ଓଡ଼ିଶାରେ ଆରମ୍ଭ ହେବ ହକି ବିଶ୍ବକପ । ସୂଚନା ଅନୁଯାୟୀ ୱେଷ୍ଟ ଷ୍ଟାଣ୍ଡର ପ୍ରଥମ ଫ୍ଲୋରରେ ୧ ନମ୍ବର ସିଟ୍‌ ପାଇଁ ଟିକେଟ କିଣିଛନ୍ତି ମୁଖ୍ୟମନ୍ତ୍ରୀ।

ମୂଖ୍ୟମନ୍ତ୍ରୀ ହକି ଇଣ୍ଡିଆ ସଭାପତି ଦିଲ୍ଲୀପ ତିର୍କୀଙ୍କ ଠାରୁ ୫୦୦ ଟଙ୍କିଆ ଟିକେଟ କିଣିଛନ୍ତି। ୨୦୦୮ ହକି ବିଶ୍ୱକପର ସଫଳତା ପରେ ରାଜ୍ୟ ସରକାର ଏହି ବର୍ଷ ବିଶ୍ବସ୍ତରୀୟ ଟୁର୍ଣ୍ଣାମେଣ୍ଟ ଆୟୋଜନ କରିଛନ୍ତି। ସେପ୍ଟେମ୍ବର ୮ ତାରିଖରେ ମୁଖ୍ୟମନ୍ତ୍ରୀ ହକି ବିଶ୍ଵ କପ୍ ୨୦୨୩ର କାର୍ଯ୍ୟସୂଚୀ ଜାରି କରିଥିଲେ। ସୂଚନା ଅନୁଯାୟୀ ଭୁବନେଶ୍ୱର ଓ ରାଉରକେଲାରେ ହକି ବିଶ୍ୱକପ୍‌ ଖେଳାଯିବ। ଏଥିପାଇଁ ରାଜ୍ୟ ସରକାର ପୁରା ପ୍ରସ୍ତୁତିକୁ ଜୋରଦାର କରିିଛନ୍ତି, ଖାସ୍ କରି ରାଉରକେଲା ଓ ଭୁବନେଶ୍ୱର ଥିବା ହକି ଷ୍ଟାଡିୟମ୍‌କୁ ପୁରା ପ୍ରସ୍ତୁତ କରାଯାଇଛି।

୨୦୨୩ ହକି ବିଶ୍ୱକପ୍‌ରେ ୪ଟି ପୁଲ୍‌ରେ ଖେଳିବେ ୧୬ଟି ଟିମ୍ । ପୁଲ୍‌ ଏରେ- ଅଷ୍ଟ୍ରେଲିଆ, ଆର୍ଜେଣ୍ଟିନା, ଫ୍ରାନ୍ସ, ଦକ୍ଷିଣ ଆଫ୍ରିକା ଥିବା ବେଳେ ପୁଲ୍‌ ବି-ବେଲ୍‌ଜିୟମ୍‌, ଜର୍ମାନୀ, କୋରିଆ, ଜାପାନ ରହିଛନ୍ତି । ସେହିପରି ପୁଲ୍‌ ସିରେ ନେଦରଲ୍ୟାଣ୍ଡ, ନ୍ୟୁଜିଲାଣ୍ଡ. ମାଲେସିଆ, ଚିଲି ରହିଥିବା ବେଳେ ପୁଲ୍‌ ଡିରେ ଭାରତ, ଇଂଲଣ୍ଡ, ସ୍ପେନ୍‌ ଓ ଓ୍ୱେଲ୍ସ ରହିଛନ୍ତି ।
Published by:Soumyashree Mishra
First published: