ମୁଁ ଦ୍ରୌପଦୀ ମୁର୍ମୁ.. 'ଏ ମାଟିର କନ୍ୟା' ଶୀର୍ଷକରେ ସମ୍ପାଦକୀୟ ଲେଖିଲେ ନବୀନ ପଟ୍ଟନାୟକ

ଖବରକାଗଜରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦ୍ୱାରା ଲିଖିତ ସମ୍ପାଦକୀୟ ‘ଏ ମାଟିର କନ୍ୟା’କୁ ନେଇ ଚର୍ଚ୍ଚା ଜୋର ଧରିଛି। ମୁଁ ଦ୍ରୌପଦୀ ମୁର୍ମୁ..ରୁ ଆରମ୍ଭ ହୋଇଥିବା ଏହି ଆଲେଖ୍ଯ ବେଶ ହୃଦସ୍ପର୍ଶୀ।

ନବୀନ ପଟ୍ଟନାୟକଙ୍କ ସମ୍ପାଦକୀୟ (ପ୍ରତୀକାତ୍ମକ ଛବି)

ନବୀନ ପଟ୍ଟନାୟକଙ୍କ ସମ୍ପାଦକୀୟ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ମୁଁ ଦ୍ରୌପଦୀ ମୁର୍ମୁ........” ଜୁଲାଇ ୨୫ ତାରିଖ ସମୟ ପୂର୍ବାହ୍ନ ୧୦.୧୪ ମିନିଟ । ଆମ ଗଣତନ୍ତ୍ରର ସର୍ବୋଚ୍ଚ ମନ୍ଦିର ନୂଆଦିଲ୍ଲୀର ସଂସଦ ଭବନ ସେଣ୍ଟ୍ରାଲ ହଲ ଏହି ଶବ୍ଦ ଉଚ୍ଚାରିତ ହେଉଥଲା ତାହାଥିଲା ପ୍ରତ୍ୟେକ ଓଡ଼ିଆଙ୍କ ପରି ମୋ ପାଇଁ ଗୌରବର ସର୍ବଶ୍ରେଷ୍ଠ ମୁହୂର୍ତ୍ତ...

ମୁଁ ଦ୍ରୌପଦୀ ମୁର୍ମୁରୁ ଆରମ୍ଭ ହୋଇଥିବା ଧାଡ଼ି 'ମୋ ଜୀବନ ପଛେ ନର୍କେ ପଡ଼ିଥାଉ ଜଗତ ଉଦ୍ଧାର ହେଉ'ରେ ଶେଷ ହୋଇଛି। କିନ୍ତୁ ବଖାଣିଛି ଅନେକ ଗୌରବ ଓ ହୃଦସ୍ପର୍ଶୀ କାହାଣୀ। ଖବରକାଗଜରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦ୍ୱାରା ଲିଖିତ ସମ୍ପାଦକୀୟ ‘ଏ ମାଟିର କନ୍ୟା’କୁ ନେଇ ବେଶ ଚର୍ଚ୍ଚା।



ନବୀନ କହିଛନ୍ତି, ରାଷ୍ଟ୍ରପତି ଭାବେ ଦ୍ରୌପଦୀ ମୁର୍ମୁ ଶପଥ ନେବା ସମୟ ପ୍ରତ୍ୟେକ ଓଡ଼ିଆଙ୍କ ପାଇଁ ଗୌରବର ଶ୍ରେଷ୍ଠ ମୁହୂର୍ତ୍ତ ଥିଲା । ଇତିହାସର ସେହି ସ୍ୱର୍ଣ୍ଣିମ ଅବସରରେ ସାମିଲ ହେବା ତାଙ୍କ ପାଇଁ ସୌଭାଗ୍ୟ ବୋଲି କହିଛନ୍ତି । ଜଣେ ଜନଜାତି ବ୍ୟକ୍ତି ଭାରତର ସର୍ବୋଚ୍ଚ ସାମ୍ବିଧାନିକ ଦପରେ ଅଧିଷ୍ଠିତ ହେବା ତାଙ୍କର ବଡ଼ ଅଭିଳାଷ ଥିଲା । ସେଥିପାଇଁ ୨୦୧୨ ମସିହା ରାଷ୍ଟ୍ରପତି ନିର୍ବାଚନରେ ଡକ୍ଟର ପି.ଏ ସାଙ୍ଗମାଙ୍କୁ ରାଷ୍ଟ୍ରପତି କରିବା ପାଇଁ ପ୍ରସ୍ତାବ ଦେଇଥିଲେ । ସାଙ୍ଗମା କେବଳ ଆଦିବାସୀ ବର୍ଗର ନୁହନ୍ତି, ସମାଜର ସବୁ ବର୍ଗର ଲୋକଙ୍କର ସମ୍ମାନସ୍ପଦ ନେତା ଥିଲେ । ମେଘାଳୟର ମୁଖ୍ୟମନ୍ତ୍ରୀ, ଜଣେ କେନ୍ଦ୍ରମନ୍ତ୍ରୀ ତଥା ଲୋକସଭାର ବାଚସ୍ପତି ଭାବେ ସେ ତାଙ୍କର ପ୍ରତିଭାର ପରିଚୟ ଦେଇଥିଲେ ।

ଦେଶର ସର୍ବୋଚ୍ଚ ପଦ ଗ୍ରହଣ କରି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଓଡ଼ିଆ ଜାତିର ପରିଚୟରେ ଆଉ ଏକ ଗରିମାମୟ ପୃଷ୍ଠା ଯୋଡ଼ିଛନ୍ତି। ଦେଶର କୋଟି କୋଟି ଲୋକଙ୍କ ପାଇଁ ସେ ଆଶା ଓ ଆକାଂକ୍ଷାର ପ୍ରତିବିମ୍ବ। ଶପଥ ଗ୍ରହଣ ସମୟରେ ତାଙ୍କ ଦ୍ୱାରା ଉଦ୍ଧୃତ ସନ୍ଥକବି ଭୀମ ଭୋଇଙ୍କ ଉକ୍ତି ସର୍ବଦା ଆମ କାର୍ଯ୍ୟ ଓ ଭାବନାରେ ପ୍ରତିଫଳିତ ହେଉ ବୋଲି ଟ୍ୱିଟ କରିଛନ୍ତି ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ ।

ପଞ୍ଚଦଶ ରାଷ୍ଟ୍ରପତି ପଦ ପାଇଁ ପ୍ରାର୍ଥୀ ଚୟନରେ ଓଡ଼ିଆ ଝିଅ ତଥା ଜନଜାତି ନେତ୍ରୀ ଦ୍ରୌପଦୀ ମୁର୍ମୁଙ୍କ ନାଁ ପ୍ରଧାନମନ୍ତ୍ରୀ ପ୍ରସ୍ତାବ ଦେଇଥିଲେ ।ଆଉ ପ୍ରଧାନମନ୍ତ୍ରୀଙ୍କ ପ୍ରସ୍ତାବକୁ ସମର୍ଥନ ଜଣାଇଥିଲେ ମୁଖ୍ୟମନ୍ତ୍ରୀ । ପ୍ରାର୍ଥୀ ଘୋଷଣା ହେବା ପରେ ଦଳମତ ନିର୍ବିଶେଷରେ ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବା ପାଇଁ ନିବେଦନ କରିଥିଲେ ।

ଆଜି ଓଡ଼ିଶାର ଜଣେ ଝିଅ, ଜନଜାତି ମହିଳା ଦେଶର ସେହି ସର୍ବୋଚ୍ଚ ସାମ୍ବିଧାନିକ ପଦ ମଣ୍ଡନ କରି ଓଡ଼ିଶା ମାଟିର ଗୌରବକୁ ବୃଦ୍ଧି କରିଛନ୍ତି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।
Published by:Soumya Das
First published: