ଦଶ ବର୍ଷ ପରେ ନବୀନଙ୍କ ବିଦେଶ ଗସ୍ତ; ଭାଟିକାନା ସିଟିର ପୋପଙ୍କୁ ଭେଟିବେ

ମୁଖ୍ୟମନ୍ତ୍ରୀ ଦୁବାଇ ଓ ଇଟାଲିର ରୋମ୍ ସହରକୁ ଯିବାର କାର୍ଯ୍ୟକ୍ରମ ସ୍ଥିର ହୋଇଛି। ଏହି ଗସ୍ତରେ ମୁଖ୍ୟମନ୍ତ୍ରୀ ଉପସାଗରୀୟ ଏବଂ ୟୁରୋପୀୟ ଦେଶରେ ହେବାକୁ ଥିବା ଶିଳ୍ପୋଦ୍ୟୋଗୀ ଓ ପୁଞ୍ଜିପତିଙ୍କ ବୈଠକରେ ଯୋଗଦେଇ ଓଡ଼ିଶାରେ ପୁଞ୍ଜି ନିବେଶ ନେଇ ଶିଳ୍ପପତିଙ୍କ ସହ ଆଲୋଚନା କରିବେ।

ଦଶ ବର୍ଷ ପରେ ବିଦେଶ ଗସ୍ତ କରିବେ ନବୀନ ପଟ୍ଟନାୟକ (ପ୍ରତୀକାତ୍ମକ ଛବି)

ଦଶ ବର୍ଷ ପରେ ବିଦେଶ ଗସ୍ତ କରିବେ ନବୀନ ପଟ୍ଟନାୟକ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଭୁବନେଶ୍ୱର: ଦଶ ବର୍ଷ ପରେ ନବୀନଙ୍କ ବିଦେଶ ଗସ୍ତ।ଏଥର ରୋମ ଗସ୍ତ କରିବେ ନବୀନ। ଏହି ସମୟରେ ଭାଟିକାନ ସିଟି ପୋପଙ୍କୁ ଭେଟିବା କାର୍ଯ୍ୟକ୍ରମ ରହିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୨୮ତାରିଖରେ ବିଦେଶ ଗସ୍ତରେ ଯାଉଥିବା ନବୀନ ପ୍ରାୟ ୧୫ଦିନ ଅବସ୍ଥାନ କରିବେ ବୋଲି ଜଣାପଡ଼ିଛି।

ମୁଖ୍ୟମନ୍ତ୍ରୀ ଦୁବାଇ ଓ ଇଟାଲିର ରୋମ୍‌ ସହରକୁ ଯିବାର କାର୍ଯ୍ୟକ୍ରମ ସ୍ଥିର ହୋଇଛି। ଏହି ଗସ୍ତରେ ମୁଖ୍ୟମନ୍ତ୍ରୀ ଉପସାଗରୀୟ ଏବଂ ୟୁରୋପୀୟ ଦେଶରେ ହେବାକୁ ଥିବା ଶିଳ୍ପୋଦ୍ୟୋଗୀ ଓ ପୁଞ୍ଜିପତିଙ୍କ ବୈଠକରେ ଯୋଗଦେଇ ଓଡ଼ିଶାରେ ପୁଞ୍ଜି ନିବେଶ ନେଇ ଶିଳ୍ପପତିଙ୍କ ସହ ଆଲୋଚନା କରିବେ।

ରୋମ୍‌ରେ ବିଶ୍ବ ଖାଦ୍ୟ କାର୍ଯ୍ୟକ୍ରମ କର୍ମଶାଳାରେ ଯୋଗଦେଇ କୃଷି, ଖାଦ୍ୟ ସୁରକ୍ଷା ଓ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ନିଜ ଅଭିଜ୍ଞତା ବାଣ୍ଟିବେ ନବୀନ। ଫେରିବା ବାଟରେ ଦୁବାଇ ହୋଇ ଓଡ଼ିଶା ଫେରିବେ ମୁଖ୍ୟମନ୍ତ୍ରୀ ଦୁବାଇରେ ପ୍ରବାସୀ ଓଡ଼ିଆ ଶିଳ୍ପପତିଙ୍କ ସହ କରିବେ ଆଲୋଚନା। ଇପିକଲ୍, ଫିକି ଓ ଦୁବାଇସ୍ଥିତ ଇଣ୍ଡିଆନ କନସଲେଟ୍ ପକ୍ଷରୁ ଏଭଳି କାର୍ଯ୍ୟକ୍ରମର ଆୟୋଜନ ହୋଇଛି । ସେହିଦିନ ସନ୍ଧ୍ୟାରେ ୟୁଏଇ ଓଡ଼ିଆ ସମାଜ ପକ୍ଷରୁ ଆୟୋଜିତ ପ୍ରବାସୀ ଓଡିଆମାନଙ୍କ ଏକ କାର୍ଯ୍ୟକ୍ରମରେ ବି ଯୋଗ ଦେବେ ନବୀନ ।

ଓଡ଼ିଶାକୁ ଏକ ଶିଳ୍ପ ସମୃଦ୍ଧ ରାଜ୍ୟରେ ପରିଣତ କରିବା ସହ, ଏହାକୁ ଇନଭେଷ୍ଟମେଣ୍ଟ ହବରେ ପରିଣତ କରିବା ଓ ବିଦେଶୀ ନିବେଶକଙ୍କୁ ଓଡ଼ିଶା ପ୍ରତି ଆକୃଷ୍ଟ କରିବାକୁ ୨୦୧୬ ରୁ ରାଜ୍ୟ ସରକାରଙ୍କ ପ୍ରଚେଷ୍ଟା ଜାରି ରହିଛି। ପ୍ରତି ୨ ବର୍ଷରେ ଥରେ ଏଠାରେ ମେକ ଇନ ଓଡ଼ିଶା କନକ୍ଲେଭ ଆୟୋଜିତ ହେଉଛି। ମୁଖ୍ୟମନ୍ତ୍ରୀଙ୍କ ବିଦେଶ ଗସ୍ତ ପରେ ଏହି ପ୍ରକ୍ରିୟା ଆହୁରି ତ୍ୱରାନ୍ୱିତ ହେବା ସହ ବିଦେଶୀ ନିବେଶକ ଓଡ଼ିଶା ଆଡ଼େ ମୁହାଁଇବେ ବୋଲି ଜଣାଯାଇଛି।

ବିଜେଡି ବିଧାୟକ ଧୃବ ଚରଣ ସାହୁ କହିଛନ୍ତି,"ଓଡ଼ିଶାକୁ କେମିତି ଅଧିକ ପୁଞ୍ଜି ଆସିବ ଓଡ଼ିଶାରେ କିପରି ଅଧିକ ଶିଳ୍ପାୟନ ହେବ । ଏଠି ନିଯୁକ୍ତି ଅଧିକ ସୃଷ୍ଟି ହେବ । ସେଥିପାଇଁ ମୁଖ୍ୟମନ୍ତ୍ରୀ ବିଦେଶ ଗସ୍ତରେ ଯାଉଛନ୍ତି । ଓଡ଼ିଶାର ଜନ ସାଧାରଣଙ୍କ ତରଫରୁ ଆମେ ମଧ୍ୟ ସ୍ୱାଗତ କରୁଛୁ । ଓଡ଼ିଶାକୁ ଅଧିକ ପୁଞ୍ଜି ଆସିବ ଓ ଓଡ଼ିଶାର ଅର୍ଥନୈତିକ ବିକାଶ ଦିଗରେ ଏହା ନିଶ୍ଚିତ ଭାବେ ଏକ ସ୍ୱାଗତ ଯୋଗ୍ୟ ପଦକ୍ଷେପ"।

ମୁଖ୍ୟମନ୍ତ୍ରୀ କହିଛନ୍ତି,"ମୋର ଶରୀରର ପ୍ରତ୍ୟେକ ଅସ୍ଥି ହେଉଛି ଧର୍ମ ନିରପେକ୍ଷ । ନବୀନ ପଟ୍ଟନାୟକ ହେଉଛନ୍ତି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କର ପୁଅ ତାଙ୍କର ପରିବାର ସମସ୍ତେ ଧର୍ମ ନିରପେକ୍ଷ । ସ୍ୱାଭାବିକ ଭାବେ ଭାଟିକାନ ସିଟି ଗଲେ ପୋପ ଙ୍କୁ ଭେଟିବେ । ଧର୍ମ ନିରପେକ୍ଷର ବାର୍ତା ପ୍ରଚାର କରିବେ । ଏଇଟା ଗୋଟେ ସାଧାରଣ ଘଟଣା'।
Published by:Soumya Das
First published: