News18 Odia Digital
ଭୁବନେଶ୍ୱର: ଆଜି ବିଜୁ ପଟ୍ଟନାୟକ ଜୟନ୍ତୀ(Birth Anniversary of Biju Patnaik) । ଏହି ଅବସରରେ ଟଲ ମ୍ଯାନଙ୍କ ଡାକୋଟା(Dakota)କୁ ରାଜ୍ଯ ଉଦ୍ଦେଶ୍ଯରେ ଉତ୍ସର୍ଗ କରିବେ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ (Naveen Patnaik) ଭୁବନେଶ୍ୱର ବିମାନବନ୍ଦରରେ ବିଜୁ ବାବୁଙ୍କ ଡାକୋଟା ବିମାନକୁ ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ପ୍ରଦର୍ଶନ କରାଯିବ।
ଓଡିଶା ମନେ ପକାଇବ ବିଜୁବାବୁଙ୍କ ଅଦମ୍ଯ ସାହାସ ଓ ବୀରତ୍ୱର କାହାଣୀ । ବିଜୁ ପଟ୍ଟନାୟକଙ୍କ ଦୁଃସାହସିକ ବିମାନ ଚାଳନା ଓ ଅଭୂତପୂର୍ବ ବ୍ୟକ୍ତିତ୍ୱର ଗୁଣଗାନ କରିବ ଓଡିଆଙ୍କ ଆଗାମୀ ପିଢି । ଭବିଷ୍ଯତ ପିଢି ପାଇଁ ପ୍ରେରଣା ଓ ଆଦର୍ଶ ପାଲଟିବ ଡାକୋଟା । ବିମାନବନ୍ଦର ପରିସର ଟର୍ମିନାଲ୍-୧ ଆଗରେ ୧.୧ ଏକର ଜାଗାରେ ଶୋଭା ପାଇବ ବିଜୁଙ୍କ ଡାକୋଟା ।
Iconic Dakota: ନେହେରୁଙ୍କ ନିର୍ଦ୍ଦେଶରେ ଡାକୋଟାରେ ଇଣ୍ଡୋନେସିଆ ଯାଇଥିଲେ ବିଜୁ
୨୦୧୭ ରୁ ରାଜ୍ୟ ସରକାର ଡାକୋଟାକୁ ଫେରାଇ ଆଣିବା ପ୍ରକ୍ରିୟା ଆରମ୍ଭ କରିଥିଲେ। ଦୀର୍ଘ ଦିନ ପରେ ଜାନୁଆରୀ ୧୬ ତାରିଖରେ କୋଲକାତାରୁ ଡାକୋଟା ଓଡ଼ିଶା ଫେରିଥିଲା । ଭୁବନେଶ୍ୱର ବିମାନବନ୍ଦର ପରିସରରେ ଥିବା ସରକାରୀ ହ୍ୟାଙ୍ଗରରେ ରଖି ଏହାର ମରାମତି କରାଯାଇଥିଲା । ଏରୋ ସ୍ପେସ୍ ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟ ସଂସ୍ଥା ମାତ୍ର ୪୫ ଦିନରେ ଡାକୋଟାକୁ ସମ୍ପୂର୍ଣ୍ଣ ଖଞ୍ଜାଯାଇଛି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।