CM in Japan: ଓଡ଼ିଶା ହେବ ବିଶ୍ବର ଷ୍ଟିଲ୍ ହବ୍: ନବୀନ ପଟ୍ଟନାୟକ

CM in Japan: ଜାପାନରେ ଆଜି ସିଏମ ନବୀନ ପଟ୍ଟନାୟକଙ୍କ ତୃତୀୟ ଦିନ। ଏହି ଅବସରରେ ସେ ନିପ୍ପନ ଷ୍ଟିଲର କିମିତ୍‌ସୁ ୱାର୍କ୍‌ସର କାରଖାନା ଓ ଗବେଷଣା କେନ୍ଦ୍ର ବୁଲି ଦେଖିଛନ୍ତି।

ଜାପାନରେ ଆଜି ସିଏମ ନବୀନ ପଟ୍ଟନାୟକଙ୍କ ତୃତୀୟ ଦିନ

ଜାପାନରେ ଆଜି ସିଏମ ନବୀନ ପଟ୍ଟନାୟକଙ୍କ ତୃତୀୟ ଦିନ

  • News18 Odia
  • Last Updated :
  • Odisha (Orissa), India
  • Share this:
News18 Odia Digital

ଭୁବନେଶ୍ବର: ରାଜ୍ୟରେ ନିବେଶ ସୁଯୋଗକୁ ପ୍ରୋତ୍ସାହିତ କରିବା ଲାଗି ଜାପାନ (Japan) ଗସ୍ତରେ ଅଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (CM Naveen Patnaik)। ସାଥୀରେ ଅଛନ୍ତି ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ। ପୁଞ୍ଜିନିବେଶକୁ (Investment) ଆକୃଷ୍ଟ କରିବା ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ।

ଆଜି ମୁଖ୍ୟମନ୍ତ୍ରୀ ନିପ୍ପନ ଷ୍ଟିଲର କିମିତ୍‌ସୁ ୱାର୍କ୍‌ସର କାରଖାନା ଓ ଗବେଷଣା କେନ୍ଦ୍ର ଗସ୍ତ କରିଛନ୍ତି। ତାଙ୍କ ସହ ଓଡ଼ିଶା ଟିମ୍‌ ମଧ୍ୟ ରହିଛନ୍ତି। କାରାଖାନାରେ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ଏହାର ବିଭିନ୍ନ ବିଭାଗ ବୁଲି ଦେଖିବା ସହ ଶିଳ୍ପାୟନ ଓ ପ୍ରଯୁକ୍ତି ସମ୍ପର୍କରେ ପଚାରି ବୁଝିଛନ୍ତି।

ସେହିପରି ଜାପାନ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଭିଭାଷଣ ଦେଇ କହିଥିଲେ, ‘ଓଡ଼ିଶା ହେବ ବିଶ୍ବର ଷ୍ଟିଲ୍ ହବ୍’। ‘ଷ୍ଟିଲ୍‌ କ୍ଷେତ୍ରରେ ଓଡ଼ିଶା ବିଶ୍ବର ହବ୍ ହେବାକୁ ଯାଉଛି’। ଓଡ଼ିଶାରେ ଖୁବ୍‌ ଶୀଘ୍ର ମେଗା ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା ହେବ’। ‘ଦେଶରେ ଆର୍ଥିକ ପ୍ରଗତିରେ ଓଡ଼ିଶାର ପ୍ରମୁଖ ଭୂମିକା ରହିଛି। ନୂଆ ଶିଳ୍ପାୟନ ନୀତି ଯୋଗୁଁ ଓଡ଼ିଶାର ଆର୍ଥିକ ଅଭିବୃଦ୍ଧି ହୋଇଛି।’’

ଶିଳ୍ପ ପ୍ରତିଷ୍ଠା ପାଇଁ ଓଡ଼ିଶାରେ ଭରପୁର ସୁବିଧା ରହିଛି। ପୂର୍ବ ଏସିଆର ବ୍ୟାବସାୟିକ ଅଭିବୃଦ୍ଧିରେ ଓଡ଼ିଶାର ଭୂମିକା ରହିଛି। ‘ପୂର୍ବ ଓ ଉତ୍ତର-ପୂର୍ବ ରାଜ୍ୟରେ ପୁଞ୍ଜି ନିବେଶରେ ସହାୟକ ହୋଇଛି ଓଡ଼ିଶା। ସମୃଦ୍ଧ ସଂସ୍କୃତି ଓ ପରମ୍ପରା ପାଇଁ ଓଡ଼ିଶା ବିଶ୍ବରେ ପରିଚିତ। ଭାରତ-ଜାପାନ ବ୍ୟବସାୟ କ୍ଷେତ୍ରରେ ସହାୟକ ହେବ ବିମାନ ଯାତ୍ରା। ଭୁବନେଶ୍ବରରୁ ବ୍ୟାଙ୍କକ୍ ଓ ସିଙ୍ଗାପୁର ବିମାନ ଚଳାଚଳ ସହାୟକ ହେବ ବୋଲି କହିଥିଲେ ନବୀନ।


ପ୍ରକାଶ ଥାଉକି କେନ୍ଦ୍ରାପଡ଼ା ମହାକାଳପଡାରେ ଆର୍ସେଲର-ମିତ୍ତଲ କମ୍ପାନୀ ସହ ମିଶି ପ୍ଲାଣ୍ଟ ବସାଇବ ‘ନିପ୍ପନ ଷ୍ଟିଲ୍’ (nippon steel)। ଆଉ ‘ନିପ୍ପନ ଷ୍ଟିଲ୍‌’ର ଏହା ସବୁଠାରୁ ବଡ଼ ଇସ୍ପାତ ଶିଳ୍ପ ହେବ। ତେଣୁ ବଦଳିଯିବ କେନ୍ଦ୍ରାପଡ଼ାର (kendrapada) ଚେହେରା । ଜିଲ୍ଲାରେ ୮୦ ଭାଗ ଲୋକ କୃଷି ଉପରେ ନିର୍ଭର। ସେମାନଙ୍କ ଆର୍ଥିକ ଅବସ୍ଥା ମଧ୍ୟ ସେତେଟା ସ୍ବଚ୍ଛଳ ନୁହେଁ। ହେଲେ ଟୋକିଓରେ ନିପ୍ସନ ଷ୍ଟିଲ ମୁଖ୍ୟଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା ପରେ ଓଡ଼ିଶାରେ ସର୍ବବୃହତ ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ପାଦ ଆଗକୁ ବଢ଼ିଛି। ମହାକାଳପଡାରେ (mahakalapada) ବାର୍ଷିକ ୩୦ ମିଲିଅନ ଟନ୍ କ୍ଷମତା ସମ୍ପନ ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା ପକ୍କା ହେବା ପରେ ଜିଲ୍ଲାବାସୀଙ୍କ ଖୁସି କହିଲେ ନସରେ।
Published by:Lipina Das
First published: