ରାଜ୍ୟରେ ବନ୍ୟା ସ୍ଥିତି ଚିନ୍ତାଜନକ ହେଉଛି; ମୁଖ୍ୟ ମନ୍ତ୍ରୀ ଆକାଶ ମାର୍ଗରୁ ପ୍ରଭାବିତ ଅଞ୍ଚଳ ଦେଖିବେ

ସରକାରଙ୍କ ପ୍ରାଥମିକ ଆକଳନ ଅନୁସାରେ ସାଢ଼େ ୧୪ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି ଓ ଏବେ ୨ ଲକ୍ଷ ୬୫ ହଜାର ଲୋକ ଜଳବନ୍ଦୀ ଅଛନ୍ତି । ମହାନଦୀରେ ସମ୍ଭାବ୍ୟ ବନ୍ୟା ଯୋଗୁଁ କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ ଓ କଟକ ଅଧିକ ପ୍ରଭାବିତ ହେବ।

ନବୀନ ପଟ୍ଟନାୟକ (ଫାଇଲ୍ ଫଟୋ)

ନବୀନ ପଟ୍ଟନାୟକ (ଫାଇଲ୍ ଫଟୋ)

  • Share this:
News18 Odia Digital

ଭୁବନେଶ୍ୱର: ସୋମବାର ଦିନ ବନ୍ୟା-ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବେ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ । ତା’ପରେ ଭିଡିଓ କନଫେରେନ୍ସିଂ ଜରିଆରେ ସେ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିବେ ବୋଲି ବନ୍ୟା ସ୍ଥିତିର ସମୀକ୍ଷା କରିବା ପରେ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ ।

ରାଜ୍ୟର ବନ୍ୟା ସ୍ଥିତି ବାବଦରେ ସୂଚନା ଦେଇ ତ୍ରିପାଠୀ କହିଛନ୍ତି ଯେ ମୁଣ୍ଡଳୀରେ ୧୦.୦୨ ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେଉଛି। ରବିବାର ଦିନ ବର୍ତ୍ତମାନ ଜଳ ପ୍ରବାହ ସ୍ଥିର ରହିଥିଲା ଓ ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ଏହି ସ୍ଥିତି ଜାରି ରହିବ ବୋଲି ସେ କହିଛନ୍ତି । ବର୍ତ୍ତମାନ ହୀରାକୁଦ ଜଳ ଭଣ୍ଡାରର ୪୬ଟି ଗେଟରୁ ତିନିଟି ଗେଟ ବନ୍ଦ କରାଯାଇଥିବା ବେଳେ ସ୍ଥିତି ଦେଖି ନିଷ୍ପତ୍ତି ନେବ ଜଳ ସମ୍ପଦ ବିଭାଗ । ରେଙ୍ଗାଳୀର ଚାରିଟିରୁ ଚାରିଟି ଗେଟ ବନ୍ଦ କରାଯାଇଛି ।

ବନ୍ୟା-ପ୍ରଭାବିତ ଅଞ୍ଚଳରେ ରିଲିଫ ବଣ୍ଟନ ସହ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ମହାନଦୀରେ ସମ୍ଭାବ୍ୟ ବନ୍ୟା ଯୋଗୁଁ କେନ୍ଦ୍ରାପଡା, ଜଗତସିଂହପୁର, ପୁରୀ ଓ କଟକ ଅଧିକ ପ୍ରଭାବିତ ହେବ। ଏଥିରୁ କେନ୍ଦ୍ରାପଡ଼ାର ତିନିଟି ବ୍ଲକ ଅଧିକ ପ୍ରଭାବିତ ହେବ ବୋଲି କୁହାଯାଉଛି । ମହାନଦୀରେ ବନ୍ୟା ଜଳ ଆସିବା ପରେ ଦୟା ଓ ଭାର୍ଗବୀରେ ଜଳ ସ୍ତର ବିପଦ ସଙ୍କେତ ଉପରେ ରହିଛି । ଜଳ ସମ୍ପଦ ବିଭାଗର ଯନ୍ତ୍ରୀଙ୍କ ସହ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ସଜାଗ ରହିଛି ଓ ଉଦ୍ଧାର କାର୍ଯ୍ୟ ସହ ରିଲିଫ ବଣ୍ଟନ ବି ଜାରି ରହିଛି ।

ଜଳ ସମ୍ପଦ ସଚିବ ଅନୁ ଗର୍ଗ ବନ୍ୟା ସ୍ଥିତିର ସମୀକ୍ଷା କରୁଛନ୍ତି ।


ଅନ୍ୟ ନଦୀମାନଙ୍କରେ ଜଳ ସ୍ତର କମୁଥିବା ବେଳେ  ବନ୍ୟା ଯୋଗୁଁ ଯାଜପୁରର ବରୀ ଅଧିକ ପ୍ରଭାବିତ ହୋଇଥିବା ମୁଖ୍ୟ ଶାସନ ସଚିବ କହିଛନ୍ତି । ୩୬ଟି ଘାଇ ସୃଷ୍ଟି ହୋଇଥିବା ବେଳେ ସବୁ ଯାକ ଟେଷ୍ଟିଂ ନଦୀବନ୍ଧ ରହିଛି । କେବଳ ଗୋଟେ ମୁଖ୍ୟ ନଦୀ ବନ୍ଧକୁ ଦୁର୍ବୃତ୍ତମାନେ ଭାଙ୍ଗି ଦେଇଥିବା ବେଳେ ସେମାନଙ୍କୁ ଗିରଫ କରାଯାଇଥିବା ସେ ସୂଚନା ଦେଇଛନ୍ତି।

ରାଜ୍ୟର ବନ୍ୟା ଜନିତ ପ୍ରାଥମିକ ଆକଳନ ଆନୁଯାୟୀ ୨୦ଟି ଜିଲ୍ଲା ପ୍ରଭାବିତ ହୋଇଥିବା ସ୍ୱତନ୍ତ୍ର ରିଲିଫ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ୨୦ଟି ଜିଲ୍ଲାର ୧୧୨ଟି ବ୍ଲକରେ ୮୯୬ଟି ଗ୍ରାମ ପଞ୍ଚାୟତର ୩,୨୫୬ଟି ଗାଁ ପ୍ରଭାବିତ ହୋଇଛି । ମୋଟ ୧୪,୩୨,୭୦୧ ଜଣ ଲୋକ ପ୍ରଭାବିତ ହୋଇଥିବା ବେଳେ ୨,୬୫,୭୨୩ ଲୋକ ଜଳବନ୍ଦୀ ହୋଇ ରହିଛନ୍ତି ।

ଏହା ବି ପଢ଼ନ୍ତୁ | ଆସିଗଲା ଅନଲକ୍-୪ ଗାଇଡଲାଇନ୍‌; କଣ୍ଟେନମେଣ୍ଟ ଜୋନ୍ ବାହାରେ ହୋଇପାରିବନି ଲକଡାଉନ୍

ଏହା ବି ପଢ଼ନ୍ତୁ | ଐତିହାସିକ! ଦିଲ୍ଲୀରେ ଲଗାତାର ୬ ବର୍ଷ ଧରି ବିଦ୍ୟୁତ୍ ଶୁଳ୍କ ବଢ଼ିନାହିଁ; ୨୪ ଘଣ୍ଟା ବିଜୁଳି ମିଳୁଛି

ରବିବାର ଦିନ ୩୫୭ଟି ଅସ୍ଥାୟୀ କେନ୍ଦ୍ରରେ ୫୭,୮୨୪ ଜଣ ଲୋକଙ୍କୁ ରନ୍ଧା ଖାଦ୍ୟ ଦିଆଯାଇଛି । ୧୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦,୩୮୧ଟି ଘର ପ୍ରଭାବିତ ହୋଇଛି । ୪୫ଟି ମେଡିକାଲ ଟିମ ଓ ୪୨ଟି ଭେଟେନାରୀ ଟିମ ମୁତୟନ କରାଯାଇଛି । ୧,୬୮,୯୦୪ ହେକ୍ଟର ଚାଷ ଜମି ଜଳମଗ୍ନ ହୋଇଛି । ବନ୍ୟା ମୁକାବିଲା ପାଇଁ ୧୪ଟି ଏନଡିଆରଏଫ ଟିମ୍‌, ୧୭ଟି ଓଡ୍ରାଫ ଟିମ୍‌, ୨୨ଟି ଅଗ୍ନିଶମ ଟିମ ଓ ୨୫୪ଟି ବୋଟ ନିୟୋଜିତ କରାଯାଇଛି । ୧୧ଟି ଜିଲ୍ଲାରେ ୧୦୭ଟି ରାସ୍ତାରେ ଯୋଗାଯୋଗ ବିଛିନ୍ନ ହୋଇଛି । ପାଞ୍ଚ ଜିଲ୍ଲାରେ ୩୨ଟି ଘାଇ ସୃଷ୍ଟି ହୋଇଛି ।



ଜଳ ସମ୍ପଦ ସଚିବ ଅନୁ ଗର୍ଗ ମଧ୍ୟ ବନ୍ୟା ସ୍ଥିତିର ସମୀକ୍ଷା କରିଛନ୍ତି । ପୁରୀ, ଜଗତସିଂହପୁର ଓ କଟକ ଉପରେ ସତର୍କ ଦୃଷ୍ଟି ରଖିବାକୁ ସେ ପରାମର୍ଶ ଦେଇଛନ୍ତି। ବିଭିନ୍ନ ସ୍ଥାନରେ ବନ୍ୟା ପ୍ରତିହତ ପାଇଁ ଜରୁରୀ ସାମଗ୍ରୀ ମହଜୁଦ ରଖାଯିବା ସହ ଅଧିକାରୀମାନେ ସମ୍ପୂର୍ଣ୍ଣ ନଜର ରଖିଥିବା ସେ ସୂଚନା ଦେଇଛନ୍ତି । ଯେଉଁଠି ଘାଇ ସୃଷ୍ଟି ହୋଇଛି ବନ୍ୟା ଜଳ ଛାଡ଼ିବା କ୍ଷଣି ଯଥା ଶୀଘ୍ର ବନ୍ଧ ମରାମତି ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ବିଭାଗୀୟ ଅଧିକାରୀଙ୍କ ସତର୍କତାମୂଳକ ପଦକ୍ଷେପ ଯୋଗୁଁ ୫୦୦ଟି ଘାଇକୁ ଚେକ କରାଯାଇପାରିଥିବା ଜଳ ଦମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଜ୍ୟୋତିର୍ମୟ ରଥ ସୂଚନା ଦେଇଛନ୍ତି ।
Published by:Anand Shankar Thankur Das
First published: