ବାଲେଶ୍ଵର ଓ ତିର୍ତ୍ତୋଲ Bypoll: ଜମିଲାଣି ପ୍ରଚାର; ମୈଦାନକୁ ଶୀଘ୍ର ଓହ୍ଲାଇବେ ନବୀନ ପଟ୍ଟନାୟକ

ଏକ ସ୍ବତନ୍ତ୍ର ବସରେ ବସି ନବୀନ ଭୋଟ ଭିକ୍ଷା କରିବେ ନା ଭର୍ଚ୍ଚୁଆଲ୍ ରାଲି କରି ପ୍ରଚାର କରିବେ ତାହା ଶୀଘ୍ର ଚୂଡ଼ାନ୍ତ ହେବ ବୋଲି ଦଳ ପକ୍ଷରୁ କୁହାଯାଇଛି । ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ମଧ୍ୟ ପ୍ରଚାରକୁ ଆସିବାର ସମ୍ଭାବନା ଅଛି ।

ବାଲେଶ୍ଵର ଓ ତିର୍ତ୍ତୋଲ Bypoll: ଜମିଲାଣି ପ୍ରଚାର; ମୈଦାନକୁ ଶୀଘ୍ର ଓହ୍ଲାଇବେ ନବୀନ ପଟ୍ଟନାୟକ
ବାଲେଶ୍ୱରରେ କଂଗ୍ରେସ ପ୍ରାର୍ଥୀ ମମତା କୁଣ୍ଡୁଙ୍କ ଏକ ପ୍ରଚାର ସଭାରେ ଭୋଟରମାନେ ।
  • News18 Odia
  • Last Updated: October 19, 2020, 8:41 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଉପନିର୍ବାଚନ ପାଇଁ ଉଭୟ ବାଲେଶ୍ଵର ଓ ତିର୍ତ୍ତୋଲରେ ରାଜନୈତିକ ଉଷ୍ମତା ବଢ଼ିଚାଲିଛି । ନାମାଙ୍କନ ଦାଖଲ ସରିଥିବା କାରଣରୁ ବିଭିନ୍ନ ରାଜନୈତିକ ଦଳର ପ୍ରଚାର କାର୍ଯ୍ୟ ଉପରେ ଏବେ ସମସ୍ତଙ୍କ ନଜର। ଶାସକ ବିଜୁ ଜନତା ଦଳ କହିଛି ଯେ ଦଳର ନେତା ଓ ମନ୍ତ୍ରୀମାନେ ତୃଣମୂଳ ସ୍ତରରେ ପ୍ରଚାର ଆରମ୍ଭ କରିଛନ୍ତି ଓ  ଖୁବ୍‌ ଶୀଘ୍ର ମଇଦାନକୁ ଓହ୍ଲାଇବେ ଦଳର ସୁପ୍ରିମୋ ତଥା ରାଜ୍ୟର ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ।

ରାଜ୍ୟର ଦୁଇ ବିରୋଧୀ ଦଳ ବିଜେପି ଓ କଂଗ୍ରେସ ମଧ୍ୟ ଖୁବ୍‌ ଶୀଘ୍ର ଏକାଧିକ ହେଭିୱେଟ ନେତାଙ୍କୁ ଧରି ପ୍ରଚାର ମଇଦାନକୁ ଓହ୍ଲାଇବେ ବୋଲି ଉଭୟ ଦଳ ପକ୍ଷରୁ କୁହାଯାଇଛି । ଉଭୟ ବାଲେଶ୍ୱର ଓ ତିର୍ତ୍ତୋଲରେ ହେବାକୁ ଥିବା ଉପନିର୍ବାଚନ ତାରିଖ (ନଭେମ୍ବର ୩) ଯେତେ ପାଖେଇ ଆସୁଛି ସେ ନେଇ ଉଭୟ ସ୍ଥାନରେ ବଢ଼ିବାରେ ଲାଗିଛି ରାଜନୈତିକ ଉଷ୍ମତା । ବିଶେଷ କରି ଭୋଟରମାନଙ୍କୁ ନିଜ ଆଡ଼କୁ ଆକୃଷ୍ଟ କରିବା ଉଦ୍ୟମରେ ସବୁ ଦଳର ନେତା ଓ କର୍ମୀମାନେ ଅଣ୍ଟା ଭିଡ଼ିବା ଉଦ୍ୟମ ଆରମ୍ଭ କରିଛନ୍ତି ।

ଶାସକ ବିଜୁ ଜନତା ଦଳ କହିଛି ଯେ ଉଭୟ ସ୍ଥାନରେ ଦଳୀୟ ନେତା ଓ କର୍ମୀମାନେ ପ୍ରଚାର କାର୍ଯ୍ୟ ଆରମ୍ଭ କରିଛନ୍ତି।  ଏବେ ଅପେକ୍ଷା ରହିଛି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ । ଏକ ସ୍ବତନ୍ତ୍ର ବସରେ ବସି ନବୀନ ଭୋଟ ଭିକ୍ଷା କରିବେ ନା ଭର୍ଚ୍ଚୁଆଲ୍‌ ରାଲି କରି ପ୍ରଚାର କରିବେ ତାହା ଶୀଘ୍ର ଚୂଡ଼ାନ୍ତ ହେବ ବୋଲି ଦଳ ପକ୍ଷରୁ କୁହାଯାଇଛି । ତା’ଛଡ଼ା ପ୍ରଚାର ମୈଦାନକୁ ଓହ୍ଲେଇବେ ବିଜେଡିର ଅନେକ ନେତା ଓ ମନ୍ତ୍ରୀ ।

ହି VIDEO ଦେନ୍ତୁ ବିହାରରେ ଆପଣଙ୍କୁ ସ୍ୱାଗତ: ମିର୍ଜାପୁର ଟ୍ରେଲର ଦେଖିଛନ୍ତି କି? ଧମାଲ୍ ମଚାଉଛି! ଦେଖନ୍ତୁ

‘‘ନିର୍ବାଚନ ଘୋଷଣା ହେବା ପୂର୍ବରୁ ବିଜେଡ଼ି ପକ୍ଷରୁ ଉଭୟ ସ୍ଥାନରେ ଦଳୀୟ ପ୍ରଚାର କାର୍ଯ୍ୟ ଆରମ୍ଭ ହୋଇଥିଲା । ଏବେ ଜୋରଦାର ପ୍ରଚାର ହେବ । ସବୁ ପ୍ରଚାର କୋଭିଡ ନୀତିନିୟମ ଭିତରେ ହେବ,’’ କହିଛନ୍ତି ବରିଷ୍ଠ ବିଜେଡ଼ି ନେତା ତଥା ଶାସକ ଦଳର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ।

ଏହା ବି ପଢ଼ନ୍ତୁ | ମହିଳାଙ୍କୁ ଦେଢ଼ ବର୍ଷ ପାଇଖାନାରେ ବନ୍ଦ୍ କରି ରଖିଥିଲେ ତାଙ୍କ ସ୍ାମୀ, ଉଦ୍ଧାର କରାଗଲା

ଦୁଇ ପ୍ରମୁଖ ବିରୋଧୀ ବିଜେପି ଓ କଂଗ୍ରେସ ମଧ୍ୟ ଉଭୟ ସ୍ଥାନରେ ନିଜ ନିଜର ପ୍ରଚାରକୁ ଜୋରଦାର କରିବାରେ ଲାଗି ପଡ଼ିଛନ୍ତି । ବରିଷ୍ଠ ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ‘‘ରାଜ୍ୟର ଦୁଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡ଼ଙ୍ଗୀ ପ୍ରଚାରକୁ ଓହ୍ଲାଉଥିବା ବେଳେ ଅପରାଜିତା ଷଡ଼ଙ୍ଗୀ ଓ ବୈଜୟନ୍ତ ପଣ୍ଡାଙ୍କ ଭଳି କିଛି ପ୍ରମୁଖ କିଛି କେନ୍ଦ୍ରୀୟ ନେତା ମଧ୍ୟ ପ୍ରଚାରରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ମଧ୍ୟ ପ୍ରଚାରକୁ ଆସିବାର ସମ୍ଭାବନା ଅଛି, ହେଲେ ତାହା ନିର୍ଦ୍ଦିଷ୍ଟ  ଭାବେ ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।’’



ବରିଷ୍ଠ କଂଗ୍ରେସ ନେତା ପ୍ରଦୀପ ମାଝୀ କହିଛନ୍ତି, ‘‘ଉଭୟ ସ୍ଥାନରେ ମଙ୍ଗଳବାର ଠାରୁ ପ୍ରଚାର ମୈଦାନକୁ ଓହ୍ଲାଇବେ ଦଳର କିଛି ନେତା। ଷ୍ଟାର କ୍ୟାମପେନର ବି ଯିବେ ବାଲେଶ୍ୱର ଓ ତିର୍ତ୍ତୋଲକୁ । ଦିନକ ପରେ ପ୍ରଭାରୀ ଚେଲ୍ଲାକୁମାର ଆସୁଛନ୍ତି । ସେ ବି ଯିବେ ପ୍ରଚାର କରିବାକୁ । ପ୍ରଚାର ତାଲିକାରେ ପ୍ରଭାରୀଙ୍କ ସହ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଜିତେନ୍ଦ୍ର ସିଂ, ବିଶ୍ୱରଞ୍ଜନ ମହାନ୍ତି, ଭକ୍ତ ଦାସ, ପ୍ରସାଦ ହରିଚନ୍ଦନ, ମୁଁ ଓ ମହମ୍ମଦ ମୋକିମ  ଅଛନ୍ତି ।’’
Published by: Anand Shankar Thankur Das
First published: October 19, 2020, 8:41 PM IST
corona virus btn
corona virus btn
Loading