Cabinet Reshuffle: ନବୀନଙ୍କ ନୂଆ ଟିମ୍‌ ପାଇଁ ନାଁ ଚୂଡ଼ାନ୍ତ; ମନ୍ତ୍ରୀ ହେବେ ବିକ୍ରମ, ସୁଦାମ୍‌ ଓ ଶାରଦା

Cabinet Reshuffle: ସୂଚି ଚୂଡାନ୍ତ। ଆସନ୍ତାକାଲି ହେବ ରାଜ୍ୟ ମନ୍ତ୍ରିମଣ୍ଡଳରେ ଅବଦବଦଳ। ସକାଳ ୯ଟା ୫୦ ମିନିଟରେ ଶପଥ ନେବେ ନବୀନଙ୍କ ନୂଆ ଟିମ୍। ୩ ଜଣଙ୍କୁ ଭରସିଛନ୍ତି କ୍ୟାପଟେନ୍।

Cabinet Reshuffle: ନବୀନଙ୍କ ନୂଆ ଟିମ୍‌ ପାଇଁ ନାଁ ଚୂଡ଼ାନ୍ତ; ମନ୍ତ୍ରୀ ହେବେ ବିକ୍ରମ, ସୁଦାମ୍‌ ଓ ଶାରଦା

Cabinet Reshuffle: ନବୀନଙ୍କ ନୂଆ ଟିମ୍‌ ପାଇଁ ନାଁ ଚୂଡ଼ାନ୍ତ; ମନ୍ତ୍ରୀ ହେବେ ବିକ୍ରମ, ସୁଦାମ୍‌ ଓ ଶାରଦା

  • News18 Odia
  • Last Updated :
  • Odisha (Orissa), India
  • Share this:
News18 Odia Digital

Cabinet Reshuffle: ସୂଚି ଚୂଡାନ୍ତ। ଆସନ୍ତାକାଲି ହେବ ରାଜ୍ୟ ମନ୍ତ୍ରିମଣ୍ଡଳରେ ଅବଦବଦଳ। ସକାଳ ୯ଟା ୫୦ ମିନିଟରେ ଶପଥ ନେବେ ନବୀନଙ୍କ ନୂଆ ଟିମ୍। ୩ ଜଣଙ୍କୁ ଭରସିଛନ୍ତି କ୍ୟାପଟେନ୍। ବିକ୍ରମ, ଶାରଦା, ସୁଦାମଙ୍କୁ ଫୋନ୍‌ କଲ ଯାଇଛି । ବିକ୍ରମ କେଶରୀ ଆରୁଖଙ୍କୁ ମିଳିଲା ଫୋନ୍‌ କଲ୍‌ । ବାଚସ୍ପତି ପଦରୁ ଇସ୍ତଫା ଦେଇଥିଲେ ବିକ୍ରମ । ୩ ଜଣ କାଲି ମନ୍ତ୍ରୀ ଭାବେ ଶପଥ ନେବେ  । ୨୪ ପାଇଁ ବଳ କଷିବା ପୂର୍ବରୁ ମନ୍ତ୍ରିମଣ୍ଡଳ ଓ ସଂଗଠନକୁ ଫୋକସରେ ରଖି ନିଷ୍ପତ୍ତି ନେବେ ନବୀନ।

ଦକ୍ଷିଣ ଓଡ଼ିଶାର ଟାଣୁଆ ନେତା ବିକ୍ରମ କେଶରୀ ଆରୁଖ । ଗଞ୍ଜାମର ଭଞ୍ଜନଗର ଆସନରୁ ବିଧାୟକ ଅଛନ୍ତି ବିକ୍ରମ ଆରୁଖ । ଚଳିତ ବିଧାନସଭାରେ ବାଚସ୍ପତି ଭାବେ ଦାୟିତ୍ବ ତୁଲାଇଥିଲେ । ୧୯୯୫ରୁ କ୍ରମାଗତ ବିଧାନସଭାକୁ ନିର୍ବାଚିତ ହୋଇଆସୁଛନ୍ତି । ସରକାରୀ ଦଳ ମୁଖ୍ୟ ସଚେତକ, ମନ୍ତ୍ରୀ ଓ ବାଚସ୍ପତି ରହିସାରିଛନ୍ତି । ୨୦୦୮ରୁ ୨୦୦୯ ପର୍ଯ୍ୟନ୍ତ ସରକାରୀ ଦଳର ମୁଖ୍ୟ ସଚେତକ ଥିଲେ । ୨୦୦୯ରୁ ୨୦୨୨ ପର୍ଯ୍ୟନ୍ତ ବିଭିନ୍ନ ବିଭାଗରେ ମନ୍ତ୍ରୀ ରହିସାରିଛନ୍ତି । ଆଇନ, ସଂସଦୀୟ ବ୍ୟାପାର, ଜଙ୍ଗଲ ଓ ପରିବେଶ ବିଭାଗ ମନ୍ତ୍ରୀ ଥିଲେ ସୂଚନା ଓ ଲୋକସଂପର୍କ, ସହଯୋଗ, ସରକାରୀ ଉଦ୍ୟୋଗ ମନ୍ତ୍ରୀ ଥିଲେ । ୨୦୨୨ରୁ ୨୦୨୩ ପର୍ଯ୍ୟନ୍ତ ବିଧାନସଭାର ବାଚସ୍ପତି ରହିଥିଲେ ।


ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷିର ବିଧାୟକ ସୁଦାମ ମାର୍‌ଣ୍ଡି । ସୁଦାମ ପୂର୍ବରୁ ୨ ଥର ମନ୍ତ୍ରୀ ହୋଇସାରିଛନ୍ତି । ୨୦୧୪ରୁ ୨୦୧୭ ପର୍ଯ୍ୟନ୍ତ ସୁଦାମ ମନ୍ତ୍ରୀ ଥିଲେ । କ୍ରୀଡ଼ା, ଯୁବ ବ୍ୟାପାର ଓ ଉପଜାତି କଲ୍ୟାଣ ମନ୍ତ୍ରୀ ଥିଲେ । ଏଥର ସରକାରରେ ମଧ୍ୟ ସୁଦାମ ମନ୍ତ୍ରୀ ରହିଥିଲେ । ୨୦୧୯ରୁ ୨୦୨୨ ପର୍ଯ୍ୟନ୍ତ ସୁଦାମ ରାଜସ୍ବ ମନ୍ତ୍ରୀ ଥିଲେ । ୨ ଥର ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚାର ବିଧାୟକ ଥିଲେ । ୧୯୯୫ ଓ ୨୦୦୦ରେ କୁଳିଅଣାରୁ ଜେଏମ୍‌ଏମ୍‌ ବିଧାୟକ । ୨୦୧୪ରୁ ବିଜେଡି ବିଧାୟକ ଭାବେ ନିର୍ବାଚିତ ହୋଇଆସୁଛନ୍ତି ।  ୨୦୦୪ରେ ମୟୂରଭଞ୍ଜରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ । ମନ୍ତ୍ରିମଣ୍ଡଳରେ ସୁଦାମଙ୍କୁ ମିଶାଇ ମୟୂରଭଞ୍ଜରୁ ୨ ଜଣ ମନ୍ତ୍ରୀ ।


ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାଲି ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ କରିବେ। ଏନେଇ ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଲୋକସେବା ଭବନ ସମ୍ମିଳନୀ କକ୍ଷରେ ନୂଆ ମନ୍ତ୍ରୀ ଶପଥ ନେବେ।

ସାରଦା ନାୟକ ରାଉରକେଲା ଆସନରୁ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି  । ସାରଦା ୩ ଥର ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି । ୨୦୦୪, ୨୦୦୯ ଓ ୨୦୧୯ରେ ବିଧାୟକ ନିର୍ବାଚିତ । ଚତୁର୍ଦ୍ଦଶ ବିଧାନସଭାରେ ମନ୍ତ୍ରୀ ଥିଲେ ସାରଦା ନାୟକ । ୨୦୦୯ରୁ ୨୦୧୧ ପର୍ଯ୍ୟନ୍ତ ଖାଦ୍ୟ ଯୋଗାଣ ମନ୍ତ୍ରୀ ଥିଲେ । ୨୦୧୧ରୁ ୨୦୧୨ ପର୍ଯ୍ୟନ୍ତ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଥିଲେ । ୨୦୧୨ରେ ମଧ୍ୟ ଅବକାରୀ ରାଷ୍ଟ୍ରମନ୍ତ୍ରୀ ଥିଲେ ସାରଦା । ପଶ୍ଚିମ ଓଡ଼ିଶାର ଜଣେ ଟାଣୁଆ ନେତା ଭାବେ ସାରଦା ପରିଚିତ ।


ସୂଚନାଯୋଗ୍ୟ ଯେ ଗତ ସପ୍ତାହରେ ବାଚସ୍ପତି ଓ ଦୁଇ ମନ୍ତ୍ରୀ ଇସ୍ତଫା‌ ଦେଇଥିବା ବେଳେ ପୂର୍ବରୁ ମନ୍ତ୍ରୀ ନବ ଦାସଙ୍କ ପରଲୋକ ଘଟିଛି। ତେଣୁ ୩ଜଣ ମନ୍ତ୍ରିମଣ୍ଡଳରେ ସାମିଲ୍‌ ହୋଇପାରିବେ। ପରବର୍ତ୍ତୀ ସମୟରେ ନୂଆ ବାଚସ୍ପତି ଚୟନ ହେବେ।

ସେପଟେ ଫେରିଛନ୍ତି ରାଜ୍ୟପାଳ । ଭୁବନେଶ୍ବର ଫେରିଛନ୍ତି ରାଜ୍ୟପାଳ ଗଣେଶୀ ଲାଲ । ୫ ଦିନିଆ ହରିୟାଣା ଗସ୍ତରେ ଥିଲେ ରାଜ୍ୟପାଳ । ଦିନକ ପୂର୍ବରୁ ଗସ୍ତ ଶେଷ କରି ଫେରିଛନ୍ତି ଗଣେଣୀ ଲାଲ । ଆସନ୍ତାକାଲି ମନ୍ତ୍ରୀଙ୍କୁ ଶପଥପାଠ କରାଇବା କାର୍ଯ୍ୟକ୍ରମ ରହିଛି । ଦିନ ୯ଟା ୫୦ରେ ହେବ ମନ୍ତ୍ରିମଣ୍ଡଳ ପୁନର୍ଗଠନ ।



ପଢନ୍ତୁ ଏହି ଖବର:  Illegal Affair: କାହିଁକି ବିବାହିତ ମହିଳାମାନେ କରନ୍ତି ପ୍ରତାରଣା ? ଜାଣନ୍ତୁ...

ପଢନ୍ତୁ ଏହି ଖବର:  DRDO Recruitment: ଗ୍ରାଜୁଏଟ ପାସ୍‌ଙ୍କ ପାଇଁ ସୁବର୍ଣ୍ଣ; DRDOରେ ବମ୍ପର ନିଯୁକ୍ତି
Published by:Sujit Swain
First published: