News18 Odia Digital
ଭୁବନେଶ୍ୱର: ପୁଣି ଦେଶରେ ଏକ ନମ୍ବର ମୁଖ୍ୟ ମନ୍ତ୍ରୀ ହୋଇଛନ୍ତି ନବୀନ ପଟ୍ଟନାୟକ । ଏକ ଜାତୀୟ ଇଂରାଜୀ ପତ୍ରିକା ଦ୍ୱାରା କରାଯାଇଥିବା ସର୍ଭେରେ ଦେଶର ସବୁଠାରୁ ଲୋକପ୍ରିୟ ମୁଖ୍ୟ ମନ୍ତ୍ରୀ ଭାବେ ନବୀନ ପଟ୍ଟନାୟକ ସାମନାକୁ ଆସିଛନ୍ତି । ସର୍ଭେ ରିପୋର୍ଟରେ ଶୀର୍ଷରେ ରହିଛନ୍ତ ସେ । ଏହି ସର୍ଭେ ଅନୁସାରେ ଓଡ଼ିଶାର ୭୧.୧ ପ୍ରତିଶତ ଲୋକଙ୍କ ପସନ୍ଦ ହେଉଛନ୍ତି ନବୀନ ପଟ୍ଟନାୟକ ।
‘ଇଣ୍ଡିଆ ଟୁଡେ’ ପତ୍ରିକା ତରଫରୁ ଆୟୋଜିତ ଏହି ସର୍ଭେରେ କୋଭିଡ-୧୯ ପରିଚାଳନାରେ ରାଜ୍ୟ ସରକାରଙ୍କ ସଫଳତାକୁ ପ୍ରଶଂସା କରାଯାଇଛି । ଏଥିରେ ମହାମାରୀ ମୁକାବିଲାରେ ବି ଓଡ଼ିଶା ଏକ ନମ୍ବର ହୋଇଛି । ନବୀନ ପଟ୍ଟନାୟକ ଜନକଲ୍ୟାଣ ଯୋଜନା ଓ ଲୋକାଭିମୁଖୀ ଶାସନର ରୋଲ୍ ମଡେଲ ବୋଲି ଏହି ସର୍ଭେ ରିପୋର୍ଟରେ କୁହାଯାଇଛି ।
ଏହା ବି ପଢ଼ନ୍ତୁ | Reliance Industries ଚଳିତ ଆର୍ଥିକ ବର୍ଷର ତୃତୀୟ ତ୍ରୈମାସରେ ରେକର୍ଡ଼ ଲାଭ ହାସଲ କଲାରାଜ୍ୟରେ ବିକାଶ, ସ୍ୱଚ୍ଛ ଓ ଦୁର୍ନୀତିମୁକ୍ତ ଶାସନକୁ ପାଥେୟ କରି କରାଯାଇଥିବା ଏହି ସର୍ଭେରେ ନାରୀ ସଶକ୍ତିକରଣ, ସ୍ଥିରତା, ସୁଶାସନ, ଦୁର୍ନୀତି ଓ ଭ୍ରଷ୍ଟାଚାରମୁକ୍ତ ଓଡ଼ିଶା ଗଠନରେ ନବୀନ ଆଗରେ ରହିଛନ୍ତି । ସ୍ୱାସ୍ଥ୍ୟ ଭିତ୍ତିଭୂମି ସଜାଡ଼ିବା ଓ ବିପର୍ଯ୍ୟୟ ପରିଚାଳନାରେ ସାରା ଦେଶରେ ଉଦାହରଣ ପାଲଟିଛି ଓଡ଼ିଶା । ସଫଳ କୋଭିଡ୍ ପରିଚାଳନା ପାଇଁ ଏହି ସର୍ଭେରେ ଓଡ଼ିଶାକୁ ୭୬.୭ ପ୍ରତିଶତ ଲୋକଙ୍କଠାରୁ ମିଳିଛି ସମର୍ଥନ । ଦ୍ୱିତୀୟରେ ଅଛି ଉତ୍ତର ପ୍ରଦେଶ, ତୃତୀୟରେ ଆସାମ, ଚତୁର୍ଥରେ ତାମିଲ ନାଡୁ ଓ ପଞ୍ଚମରେ ମହାରାଷ୍ଟ୍ର ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ VIDEO | ‘‘ହେ ଭଗବାନ! କାହିଁକି ମୋ’ ବାହାଘର କରେଇଲ… ମୋ’ ସ୍ୱାମୀ ଖୁବ୍ ଖରାପ…’’ ଭାଇରାଲ୍ ଭିଡିଓରେ କହିଲେ ମହିଳାଲୋକପ୍ରିୟତାରେ ନବୀନଙ୍କ ପଛକୁ ରହିଛନ୍ତି ପଶ୍ଚିମ ବଙ୍ଗର ମୁଖ୍ୟ ମନ୍ତ୍ରୀ ମମତା ବାନାର୍ଜୀ । ୬୯.୯ ପ୍ରତିଶତ ଲୋକ ମମତାଙ୍କୁ ପସନ୍ଦ କରିଛନ୍ତି । ତୃତୀୟରେ ଅଛନ୍ତି ତାମିଲ ନାଡୁର ମୁଖ୍ୟ ମନ୍ତ୍ରୀ ଏମ୍.କେ. ଷ୍ଟାଲିନ୍ । ତାଙ୍କୁ ୬୭.୫ ପ୍ରତିଶତ ଲୋକଙ୍କ ସମର୍ଥନ ମିଳିଛି । ଚତୁର୍ଥରେ ମହାରାଷ୍ଟ୍ର ମୁଖ୍ୟ ମନ୍ତ୍ରୀ ଉଦ୍ଧବ ଠାକରେ ଓ ପଞ୍ଚମରେ କେରଳ ମୁଖ୍ୟମନ୍ତ୍ରୀ ପୀନରାୟୀ ବିଜୟନ୍ ଅଛନ୍ତି । ଷଷ୍ଠରେ ଅଛନ୍ତି ଦିଲ୍ଲୀ ମୁଖ୍ୟ ମନ୍ତ୍ରୀ ଅରବିନ୍ଦ କେଜରିୱାଲ୍ । ସପ୍ତମରେ ଆସାମର ମୁଖ୍ୟ ମନ୍ତ୍ରୀ ହେମନ୍ତ ବିଶ୍ୱଶର୍ମା, ଅଷ୍ଟମରେ ଛତିଶଗଡ଼ ମୁଖ୍ୟ ମନ୍ତ୍ରୀ ଭୂପେଶ ବଘେଲ ଓ ନବମରେ ଅଛନ୍ତି ରାଜସ୍ଥାନ ମୁଖ୍ୟ ମନ୍ତ୍ରୀ ଅଶୋକ ଗେହଲଟ ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | କୋହଲି ଟେଷ୍ଟ ଅଧିନାୟକତ୍ୱ ଛାଡି଼ବା ପରେ ଧୋନି ଓ ଶାସ୍ତ୍ରୀଙ୍କ ନାଁ ନେଲେ; କ’ଣ କହିଲେ ଜାଣନ୍ତୁ‘‘ନବୀନ ସର୍ବଦା ରାଜନୀତିକୁ କ୍ଷମତା ନୁହେଁ ବରଂ ଜନ ସେବାର ଏକ ଉତ୍ତମ ସୁଯୋଗ ଭାବି ନିରନ୍ତର ଭାବେ ଲୋକଙ୍କ ସେବା କରିଆସିଛନ୍ତି । ତାଙ୍କର ଏହି ଆନ୍ତରିକତାକୁ ସାରା ଓଡ଼ିଶାବାସୀ ଅନୁଭବ କରି ପାରିଛନ୍ତି, ଯେଉଁଥି ପାଇଁ ସେ ଆଜି ସାରା ଦେଶରେ ନମ୍ବର ୧ ମୁଖ୍ୟ ମନ୍ତ୍ରୀ ହୋଇପାରିଛନ୍ତି,’’ କହିଛନ୍ତି ବିଜେଡି ସାଂସଦ ଅମର ପଟ୍ଟନାୟକ ।
ଏହା ବି ପଢ଼ନ୍ତୁ | ଏହି ପେନ୍ସନ୍ ପ୍ଲାନ୍ ନେଲେ ଆପଣଙ୍କୁ ପ୍ରତି ମାସ ମିଳିବ ୧୨,୦୦୦ ଟଙ୍କା ପେନ୍ସନ୍; ଜାଣନ୍ତୁ ସବୁ କିଛିହେଲେ ବିରୋଧୀ ଦଳ ବିଜେପି ଓ କଂଗ୍ରେସର ନେତାମାନେ ଏହି ସର୍ଭେ ରିପୋର୍ଟରେ ସାମନାକୁ ଆସିଥିବା ତଥ୍ୟକୁ ସାଦରେ ଗ୍ରହଣ କରିପାରି ନାହାନ୍ତି । ବିଜେପି ନେତା ଗୋଲାକ ମହାପାତ୍ର କହିଛନ୍ତି, ‘‘ରାଜ୍ୟର ମୁଖ୍ୟ ମନ୍ତ୍ରୀ ରାଜ୍ୟର କୌଣସି କଥାକୁ ସମ୍ଭାଳି ପାରୁନାହାନ୍ତି । ରାଜ୍ୟରେ ସ୍ବାସ୍ଥ୍ୟବସ୍ଥା ଭୟଙ୍କର ହେଲାଣି, ସ୍କୁଲରେ ଶିକ୍ଷକ ନାହାନ୍ତି, ଯେଉଁଠିକି ଯିବେ ନାହିଁ ନାହିଁ ଅବସ୍ଥା । ସ୍ଥିତି ନ କହିଲେ ଭଲ । ଶିଳ୍ପ ଅବସ୍ଥା ନ କହିବା ଭଲ । ଢିଙ୍କିଆ କଥାରୁ ଜଣା ପଡୁଛି ଲୋକଙ୍କୁ ବୁଝେଇ ପାରୁନାହାଁନ୍ତି, ତେଣୁ ପୋଲିସକୁ ବାଡ଼େଇବାକୁ ପଡୁଛି । ରାଜ୍ୟରେ ପ୍ରତି ଦିନ ଧର୍ଷଣ ଓ ଶିଶୁ ଅପହରଣ ବଢୁଛି । କେଉଁଥିରେ ଏକ ନମ୍ବର ଅଛନ୍ତି? ସବୁ ଇଣ୍ଡେକ୍ସରେ ତ ଓଡି଼ଶା ପଛରେ ।’’
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ VIDEO | ଚିତା ବାଘକୁ KISS କଲେ ଯୁବତୀ! ଏହି VIDEO ଉପରୁ ଲୋକଙ୍କ ନଜର ହଟୁନି; ଆପଣ ବି ଦେଖନ୍ତୁ‘‘ସବୁଥିରେ ପଛରେ ଥିବା ଲୋକ କ୍ଲାସର ପ୍ରଥମ ଧାଡ଼ିରେ ବସି ଯଦି କହିବ ମୁଁ ଫାଷ୍ଟ୍, ଏହା ହେଉଛି ସେହି ଭଳି ଅବସ୍ଥା । ନମ୍ବର ୧ ହେବା କିଛି ନୂଆ ନୁହେଁ । ବେକାରୀରେ ସାରା ଦେଶରେ ଓଡି଼ଶା ୧ ନମ୍ବର । ଦୁଷ୍କର୍ମ ଓ ହତ୍ୟାରେ ବି ଓଡ଼ିଶା ୧ ନମ୍ବର । କୋଭିଡ ପରିଚାଳନାରେ ୧ ନମ୍ବର ନୁହେଁ, ବରଂ କୋଭିଡ ମୃତ୍ୟରେ ଓଡ଼ିଶା ୧ ନମ୍ବର,’’ କହିଛନ୍ତି ବରିଷ୍ଠ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ।
ଏହା ବି ପଢ଼ନ୍ତୁ | ଏବେ Aadhaar ନମ୍ବର୍ ଯୋଡ଼ାଯିବ Voter Id ସହିତ; Election Laws Amendment Bill ପାସ୍ ହେଲାରାଜନୈତିକ ସମୀକ୍ଷକ ରବି ଦାସ କହିଛନ୍ତି ୨୧ ବର୍ଷ ଶାସନରେ ରହିବା ପରେ ନବୀନଙ୍କ କୌଣସି ବିକଳ୍ପ ସୄଷ୍ଟି ହୋଇ ନାହାନ୍ତି । ‘‘ସେହି ବିକଳ୍ପ ସୄଷ୍ଟି ହୋଇ ନ ପାରିବା ତାଙ୍କ ଲୋକପ୍ରିୟତାକୁ ବଢ଼ାଉଛି । ତାଙ୍କର ଅନେକ କାର୍ଯ୍ୟ ଅବଶ୍ୟ ତାଙ୍କ ଗ୍ରହଣୀୟତାକୁ ବଢ଼ାଇଛି । ପ୍ରାକୃତିକ ବିପର୍ଯ୍ୟୟର ସଫଳ ମୁକାବିଲା ଏକ ଉଦାହରଣ ସୄଷ୍ଟି କରିପାରିଛି । କୋଭିଡ଼ ସମୟରେ ଲୋକଙ୍କୁ ସହାୟତା ପହଞ୍ଚାଇବା, ଘର ଭଙ୍ଗା ସହାୟତା, ରେସନ କାର୍ଡ଼ଧାରୀଙ୍କୁ ହଜାରେ ଟଙ୍କା ଲେଖାଏଁ ଦେବା ଓ ଅନ୍ୟ ଜନମଙ୍ଗଳ କାର୍ଯ୍ୟକ୍ରମ ତାଙ୍କ ଲୋକପ୍ରିୟତାକୁ ବଢ଼ାଇଛି । ହକି ମଧ୍ୟ ଜାତୀୟ ସ୍ତରରେ ତାଙ୍କ ଲୋକପ୍ରିୟତା ବୄଦ୍ଧିର ଅନ୍ୟ ଏକ କାରଣ । ସବୁଠାରୁ ବଡ କଥା ହେଉଛି ନବୀନଙ୍କ ବିରୋଧରେ କୌଣସି ବିକଳ୍ପ ନେତୄତ୍ୟ ସୄଷ୍ଟି ହୋଇ ନ ପାରିବା । ତେଣୁ ସେ ନମ୍ବର ୱାନ୍ ହେବା ଅସ୍ବାଭାବିକ ନୁହେଁ,’’ କହିଛନ୍ତି ଦାସ ।
ଏହା ବି ପଢ଼ନ୍ତୁ | CDS Bipin Rawat Death: ‘‘ବିପିନ ରାୱତ ବଞ୍ଚିଥିଲେ, ପାଣି ମାଗିଥିଲେ,’’ କହିଲେ ଜଣେ ପ୍ରତ୍ୟକ୍ଷଦର୍ଶୀଦେଶରେ ନବୀନ ପଟ୍ଟନାୟକ ଏକ ନମ୍ବର ଲୋକପ୍ରିୟ ମୁଖ୍ୟ ମନ୍ତ୍ରୀ ହୋଇଥିବା ବେଳେ ସମଗ୍ର ବିଶ୍ୱରେ ଭାରତର ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ସବୁଠାରୁ ଲୋକପ୍ରିୟ ନେତା ହେବାର ରେକର୍ଡ଼ କରିଛନ୍ତି । ଆମେରିକା ଓ ରୁଷ୍ ଭଳି ଶକ୍ତିଶାଳୀ ଦେଶର ରାଷ୍ଟ୍ରପତିଙ୍କୁ ପଛରେ ପକାଇ ମୋଦି ଲୋକପ୍ରିୟତାରେ ୧ ନମ୍ବର୍ ସ୍ଥାନ ଦଖଲ କରିଛନ୍ତି । ବିଶ୍ୱସ୍ତରୀୟ ନେତାଙ୍କ ଲୋକପ୍ରିୟତାକୁ ଟ୍ରାକ୍ କରୁଥିବା ଆମେରିକୀୟ ସଂସ୍ଥା ମର୍ଣ୍ଣିଂ କନସଲ୍ଟ ଏହି ରିପୋର୍ଟ ଦେଇଛି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।