ଭୋଟ ଗଭରନାନ୍ସରେ ନବୀନ ପଟ୍ଟନାୟକ ନଂ ଓ୍ୱାନ: ପଞ୍ଚାନନ କାନୁନଗୋ

ରାଜ୍ୟ ସରକାର ଲୋକଙ୍କ ସମସ୍ୟା ସମାଧାନ କରିବାରେ ବିଫଳ ହେଉଛନ୍ତି। ହେଲେ ନିର୍ବାଚନ କେମିତି ଜିତିବାକୁ ହୁଏ ସେ ବାବଦରେ ଜାଣିଛନ୍ତି। ଭୋଟ ଗଣିତରେ ନବୀନ ବାବୁ ସଫଳ।

ପଞ୍ଚାନନ କାନୁନଗୋ (ପ୍ରତୀକାତ୍ମକ ଛବି)

ପଞ୍ଚାନନ କାନୁନଗୋ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଭୁବନେଶ୍ୱର: ଓଡିଶା ଗୁଡ଼ ଗଭରନାନ୍ସ ନାହିଁ। ତଥାପି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ନମ୍ବର। କେବେ ଭୋଟ ଗଭରନାନ୍ସ ପାଇଁ ନବୀନ ବାବୁ ଏକ ନମ୍ବର ବୋଲି କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ପଞ୍ଚାନନ କାନୁନଗୋ।

କାନୁନଗୋ କହିଛନ୍ତି ଗରିବି କଥା କୁହାଯାଉ କିମ୍ବା ସ୍ୱାସ୍ଥ୍ୟଗତ ସମସ୍ୟା କଥା, ଓଡ଼ିଶା ବିଭିନ୍ନ କ୍ଷେତ୍ରରେ ଆଜି ପଛୁଆ ରାଜ୍ୟ ହୋଇ ରହିଛି। ମହିଳା ଓ ଶିଶୁ ପୁଷ୍ଟିହୀନତା ଏବେ ବି ଓଡ଼ିଶାର ବଡ଼ ସମସ୍ୟା। ଯାହାକୁ ସମାଧାନ କରିବାରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ବିଫଳ। କିନ୍ତୁ ଏତେ ପରେ ବି ଭୋଟ ରାଜନୀତିରେ ନବୀନ ବାବୁ ଆଗୁଆ ଅଛନ୍ତି।

ରାଜ୍ୟ ସରକାର ଲୋକଙ୍କ ସମସ୍ୟା ସମାଧାନ କରିବାରେ ବିଫଳ ହେଉଛନ୍ତି। ହେଲେ ନିର୍ବାଚନ କେମିତି ଜିତିବାକୁ ହୁଏ ସେ ବାବଦରେ ଜାଣିଛନ୍ତି। ଭୋଟ ଗଣିତରେ ନବୀନ ବାବୁ ସଫଳ। ଯାହାକୁ ନେଇ ନବୀନ ବାବୁ ଏକ ନମ୍ବର ବୋଲି କହିଛନ୍ତି କଂଗ୍ରେସ ନେତା।
Published by:Soumya Das
First published: