ମୁଡ୍ ଅଫ ଦ ନେସନରେ ପୁଣି ନବୀନ ନଂ ୧; ଲୋକପ୍ରିୟତାର ଟପରେ ମୁଖ୍ୟମନ୍ତ୍ରୀ

Mood of the Nation: ‘ମୁଡ୍ ଅଫ୍ ଦି ନେସନ୍’ ସର୍ଭେ ରିପୋର୍ଟ ଅନୁଯାୟୀ, ଓଡିଶା ମୁଖ୍ୟମନ୍ତ୍ରୀ ୭୩.୨% ଅନୁମୋଦନ ମୂଲ୍ୟାୟନ ସହ ଗୃହର ସବୁଠାରୁ ଲୋକପ୍ରିୟ ସିଏମ୍ ଭାବରେ ପରିଗଣିତ ହୋଇଛନ୍ତି।

ମୁଡ୍ ଅଫ ଦ ନେସନରେ ପୁଣି ନବୀନ ନଂ ୧

ମୁଡ୍ ଅଫ ଦ ନେସନରେ ପୁଣି ନବୀନ ନଂ ୧

  • News18 Odia
  • Last Updated :
  • Cuttack, India
  • Share this:
News18 Odia Digital

ଭୁବନେଶ୍ବର: ପୁଣି ସମସ୍ତଙ୍କୁ ପଛରେ ପକାଇଲେ ଓଡ଼ିଶାର ସିଏମ ନବୀନ ପଟ୍ଟନାୟକ (Naveen Patnaik) । ନିର୍ମଳ ଭାବମୂର୍ତ୍ତି ଓ ସୁଶାସନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟରେ ଲୋକପ୍ରିୟତାରେ ଶୀର୍ଷରେ ରହିଛନ୍ତି।

କେବଳ ରାଜ୍ୟ ପାଇଁ ନୁହେଁ ବରଂ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଦେଶ ହିତକାରୀ ପ୍ରସଙ୍ଗରେ ଉଚିତ୍‍ ଦାୟିତ୍ୱ ନିର୍ବାହ କରି ନବୀନ ଜାତୀୟ ସ୍ତରରେ ମଧ୍ୟ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସଫଳ ହୋଇଛନ୍ତି।

‘ମୁଡ୍ ଅଫ୍ ଦି ନେସନ୍’ (Mood of the nation) ସର୍ଭେ ରିପୋର୍ଟ ଅନୁଯାୟୀ, ଓଡିଶା ମୁଖ୍ୟମନ୍ତ୍ରୀ ୭୩.୨% ଅନୁମୋଦନ ମୂଲ୍ୟାୟନ ସହ ଗୃହର ସବୁଠାରୁ ଲୋକପ୍ରିୟ ସିଏମ୍ ଭାବରେ ପରିଗଣିତ ହୋଇଛନ୍ତି।

ରିପୋର୍ଟ ଅନୁଯାୟୀ ଇଣ୍ଡିଆ ଟୁଡେ ପକ୍ଷରୁ କରାଯାଇଥିବା ‘ମୁଡ୍‍ ଅଫ୍‍ ଦ ନେସନ୍‍’ ସର୍ଭେରେ ନବୀନ ହେଉଛନ୍ତି ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ। ଅନ୍ୟ ମୁଖ୍ୟମନ୍ତ୍ରୀମାନଙ୍କୁ ପୂରା ପଛରେ ପକାଇ ନିଜ ରାଜ୍ୟରେ ନବୀନ ପଟ୍ଟନାୟକ ହେଉଛନ୍ତି ସବୁଠୁ ଅଧିକ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ସାଜିପାରିଛନ୍ତି।

ସେହିପରି ତାଙ୍କ ପଛକୁ ଅଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ (୬୯.୨%)। ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା (୬୮.୩%) ରେଟିଂ ପାଇ ତୃତୀୟ ସ୍ଥାନରେ ଅଛନ୍ତି। ଟପ ଟେନ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ତାଲିକାରେ ଯଥାକ୍ରମେ ଅଛନ୍ତି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ, ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ବାନ, ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ, ଗୁଜୁରାଟ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲ ଓ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ।
Published by:Lipina Das
First published: