ନବୀନ ପଟ୍ଟନାୟକ ଟଙ୍କା ଦେଇକି ଆୱାର୍ଡ କିଣିଛନ୍ତି: ଜୟ ନାରାୟଣ ମିଶ୍ର

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କ୍ୟାପିଟାଲ ଫାଉଣ୍ଡେସନ ପକ୍ଷରୁ 'ଜୀବନବ୍ୟାପୀ ସାଧନା ସମ୍ମାନ'ରେ ସମ୍ମାନିତ କରାଯାଇଛି। ଏହି ଅବସରରେ ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର କହିଛନ୍ତି ନବୀନ ପଟ୍ଟନାୟକ ଟଙ୍କା ଦେଇକି ଏହି ଆୱାର୍ଡ କିଣିଛନ୍ତି।

ନବୀନ ପଟ୍ଟନାୟକ ପଇସା ଦେଇକି ଆୱାର୍ଡ କିଣିଛନ୍ତି : ଜୟ ନାରାୟଣ ମିଶ୍ର

ନବୀନ ପଟ୍ଟନାୟକ ପଇସା ଦେଇକି ଆୱାର୍ଡ କିଣିଛନ୍ତି : ଜୟ ନାରାୟଣ ମିଶ୍ର

  • News18 Odia
  • Last Updated :
  • Share this:
News 18 Odia Digital

ଭୁବନେଶ୍ଵର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଗତ ୪ ତାରିଖରେ କ୍ୟାପିଟାଲ ଫାଉଣ୍ଡେସନ ପକ୍ଷରୁ 'ଜୀବନବ୍ୟାପୀ ସାଧନା ସମ୍ମାନ'ରେ ସମ୍ମାନିତ କରାଯାଇଛି । ଏଥି ପାଇଁ ଆଜି ବିଜୁ ଜନତା ଦଳ ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନଙ୍କୁ ସ୍ୱାଗତ ଓ ସମ୍ବର୍ଦ୍ଧନା କରିବା ପାଇଁ ବିଫୁଳ ଆୟୋଜନ ମଧ୍ୟ କରାଯାଇଛି। ଏହି ଅବସରରେ ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର କହିଛନ୍ତି, "ନବୀନ ପଟ୍ଟନାୟକ ଟଙ୍କା ଦେଇକି ଏହି ଆୱାର୍ଡ କିଣିଛନ୍ତି। ନବୀନ ପଟ୍ଟନାୟଙ୍କୁ ସ୍ୱାଗତ ଓ ସମ୍ବର୍ଦ୍ଧନା ଏହା ଏକ ପ୍ରହଶନ।"

ସେ ଆହୁରି କହିଛନ୍ତି, ‘‘ଯେଉଁ ସଂସ୍ଥାକୁ ଭାରତରେ କେହି ଜାଣି ନାହାଁନ୍ତି। ସିଏ ଆୱାର୍ଡ ଦେଉଛନ୍ତି ସେବାର ସାଧକ ଭାବେ। କିନ୍ତୁ ଏହା ଓଡ଼ିଶା ପାଇଁ ବାଧକ। ଯିଏ ଓଡ଼ିଶା ବାବଦରେ ଜାଣି ନାହାଁନ୍ତି। ଓଡ଼ିଶା ଭାଷା ସଂସ୍କୃତି ବିଷୟରେ ଜାଣି ନାହାଁନ୍ତି। ସେଭଳି ବ୍ୟକ୍ତି ସେବାର ସାଧକ। ତେବେ ଆୱାର୍ଡ ଦେଉଥିବା ସଂସ୍ଥା ଧନ୍ୟ। ଆୱାର୍ଡ ପାଉଥିବା ବ୍ୟକ୍ତି ମଧ୍ୟ ଧନ୍ୟ। ଏହି ଆୱାର୍ଡ କେତେ ପଇସାରେ କିଣିଛନ୍ତି ମତେ ଜଣା ନାହିଁ। ନିର୍ବାଚନ ପାଖେଇ ଆସିଲେ ନବୀନ ବାବୁ ଏମିତି ଗୋଟେ ଗୋଟେ ଆୱାର୍ଡ କିଣନ୍ତି। ଏହା ନୂଆ କଥା ନୁହେଁ। ପୂର୍ବ ବର୍ଷ ବି ଏମିତି କିଛି ଦେଖିବାକୁ ମିଳିଥିଲା। ଏହାର ପ୍ରଭାବ କିଛି ପଡ଼ିବନାହିଁ । ନବୀନ ବାବୁଙ୍କ ଏହି ଡ୍ରାମାକୁ ଲୋକେ ବୁଝି ସାରିଛନ୍ତି ବୋଲି କହିଛନ୍ତି।
Published by:Sujit Swain
First published: