ଓଡ଼ିଶାକୁ ‘ସ୍ୱତନ୍ତ୍ର ଫୋକସ୍ ରାଜ୍ୟ’ର ମାନ୍ୟତା ମିଳୁ: ଅମିତ ଶାହଙ୍କୁ କହିଲେ ମୁଖ୍ୟ ମନ୍ତ୍ରୀ ନବାନ ପଟ୍ଟନାୟକ

ଭୁବନେଶ୍ୱରରେ ଆୟୋଜିତ ପୂର୍ବାଞ୍ଚଳ ଆଞ୍ଚଳିକ ପରିଷଦ ବୈଠକରେ ଦୂରସଞ୍ଚାର, ବ୍ୟାଙ୍କିଙ୍ଗ, ରେଳ ଓ ସଡ଼କ କ୍ଷେତ୍ରରେ ଓଡ଼ିଶାକୁ ମିଳୁଥିବା ଅନୁଦାନକୁ ଦୁଇ ଗୁଣା କରିବାକୁ ଦାବି କରିଛନ୍ତି ନବୀନ । ହୋ, ଭୂମିଜ ଓ ମୁଣ୍ଡାରୀ ଭାଷାକୁ ସମ୍ବିଧାନର ଅଷ୍ଟମ ପରିଚ୍ଛେଦରେ ସାମିଲ କରିବାକୁ ବି ସେ ଦାବି କରିଛନ୍ତି ।

ଓଡ଼ିଶାକୁ ‘ସ୍ୱତନ୍ତ୍ର ଫୋକସ୍ ରାଜ୍ୟ’ର ମାନ୍ୟତା ମିଳୁ: ଅମିତ ଶାହଙ୍କୁ କହିଲେ ମୁଖ୍ୟ ମନ୍ତ୍ରୀ ନବାନ ପଟ୍ଟନାୟକ
ଅମିତ ଶାହ, ନିତିଶ କୁମାର ଓ ମମତା ବାନାର୍ଜୀଙ୍କ ସହ ନବୀନ ପଟ୍ଟନାୟକ
  • News18 Odia
  • Last Updated: February 28, 2020, 2:41 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଦୂରସଞ୍ଚାର, ବ୍ୟାଙ୍କିଙ୍ଗ, ରେଳ ଓ ସଡ଼କ କ୍ଷେତ୍ରରେ ଓଡ଼ିଶାକୁ ମିଳୁଥିବା ଅନୁଦାନକୁ ଦୁଇ ଗୁଣା କରିବାକୁ ପୂର୍ବାଞ୍ଚଳ ଆଞ୍ଚଳିକ ପରିଷଦ ବୈଠକରେ ଦାବି କରିଛନ୍ତି ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ । ଦେଶର ଖଣିଜ ସମ୍ପଦରେ ପୂର୍ବାଞ୍ଚଳର ଅବଦାନ ସର୍ବାଧିକ ଥିବାରୁ ପୂର୍ବାଞ୍ଚଳର ଅର୍ଥନୈତିକ ବିକାଶରେ ଏହାର ଫଳ ବିନିଯୋଗ ହେଉ ବୋଲି କହିଛନ୍ତି ସେ ।

ପୂର୍ବାଞ୍ଚଳ ଆଞ୍ଚଳିକ ପରିଷଦର ୨୪ତମ ବୈଠକ ଆଜି ଲୋକସେବା ଭବନରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ  ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଆୟୋଜନକାରୀ ରାଜ୍ୟ ଭାବେ ଓଡିଶାର ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଉପାଧକ୍ଷ ଥିଲେ। ବିହାର ମୁଖ୍ୟ ମନ୍ତ୍ରୀ ନିତିଶ କୁମାର ଓ ପଶ୍ଚିମ ବଙ୍ଗର ମୁଖ୍ୟ ମନ୍ତ୍ରୀ ମମତା ବାନାର୍ଜୀ ଏଥିରେ ଅଂଶଗ୍ରହଣ କରିଥିଲେ । ଝାଡ଼ଖଣ୍ଡର ମୁଖ୍ୟ ମନ୍ତ୍ରୀ ହେମନ୍ତ ସୋରେନ ଆସି ପାରି ନ ଥିଲେ ।

୨୦୧୨ରୁ କୋଇଲା ରୟାଲ୍‌ଟି ପୁନଃନିର୍ଦ୍ଧାରିତ ହୋଇ ନ ଥିବାରୁ ଏହାର ପୁନଃନିର୍ଦ୍ଧାରଣ କରି କୋଇଲା ରୟାଲିଟି ବୃଦ୍ଧି କରିବାକୁ ଦାବି କରିଛନ୍ତି ମୁଖ୍ୟ ମନ୍ତ୍ରୀ ପଟ୍ଟନାୟକ । ଭିତ୍ତିଭୂମି ଉନ୍ନୟନ କ୍ଷେତ୍ରରେ ସ୍ୱତନ୍ତ୍ର ଅର୍ଥନୈତିକ ପ୍ୟାକେଜ ପାଇଁ ମଧ୍ୟ ଦାବି କରିଥିଲେ ସେ । ଏହି ଚ଼ାରିଟି ରାଜ୍ୟରେ ଅନେକ ଆଦିବାସୀବହୁଳ ଅଞ୍ଚଳ ଥିବାରୁ ହୋ, ଭୂମିଜ ଓ ମୁଣ୍ଡାରୀ ଭାଷାକୁ ସମ୍ବିଧାନର ଅଷ୍ଟମ ପରିଚ୍ଛେଦରେ ସାମିଲ କରିବାକୁ ମଧ୍ୟ ଦାବି କରିଥିଲେ ନବୀନ ।

‘‘ଜାତୀୟ ସଂହତି ସହ ରାଜ୍ୟ-ରାଜ୍ୟ ଓ କେନ୍ଦ୍ର-ରାଜ୍ୟ ମଧ୍ୟରେ ସୁସମ୍ପର୍କ ସ୍ଥାପନ କରିବା ଏହି ବୈଠକର ମୂଳ ଉଦ୍ଦେଶ୍ୟ । ଅର୍ଥନୈତିକ ଭିତ୍ତିଭୂମି ଓ ପ୍ରଯୁକ୍ତି ବିଦ୍ୟାକୁ ନେଇ ସମସ୍ତଙ୍କ ମଧରେ ସଂହତି ଆସିବ ଦରକାର । ପୂର୍ବାଞ୍ଚଳ ପରିଷଦରେ ଥିବା ଏହି ଚ଼ାରିଟି ରାଜ୍ୟର ଦେଶର ଖଣିଜ ସମ୍ପଦରେ ଅଧିକ ଅବଦାନ ଥିବାରୁ ଏହି ସବୁ ରାଜ୍ୟକୁ ଅଧିକ ଅନୁଦାନ ମିଳିବା ଦରକାର । କ୍ଲିନ ଏନର୍ଜୀ ସେସ ରାଜ୍ୟଗୁଡିକୁ ମିଳିବା ବି ଦରକାର,’’ କହିଥିଲେ ପଟ୍ଟନାୟକ ।

ଓଡ଼ିଶାରେ ପ୍ରାକୃତିକ ବିପର୍ଯ୍ୟୟ ଲାଗି ରହୁଥିବାରୁ ଓଡିଶାର ‘ସ୍ୱତନ୍ତ୍ର ଫୋକସ ରାଜ୍ୟ’ ମାନ୍ୟତା ପାଇଁ ପ୍ରସ୍ତାବକୁ ବିଚ଼ାରକୁ ନେବା ପାଇଁ ଦାବି କରିଥିଲା ସେ । ସହରାଞ୍ଚଳକୁ କେନ୍ଦ୍ରୀୟ ଅନୁଦାନ ଦେବାରେ ବିଳମ୍ବ, ଧାନ କିଣାରେ ସବସିଡି ନ ଦେବା, ରେଳ ପ୍ରକଳ୍ପରେ ରାଜ୍ୟ ସରକାର ୫୦ ପ୍ରତିଶତ ଅନୁଦାନ ସହିତ ମାଗଣା ଜମି ଦେଉଥିଲେ ବି କାମ ଆଗଉ ନ ଥିବା ଆଦି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଏହି ବୈଠକରେ ଉପସ୍ଥାପିତ କରିଥିଲେ ପଟ୍ଟନାୟକ ।

ରାଜ୍ୟରେ ଭିତ୍ତିଭୂମିର ବିକାଶ ଲାଗି କେନ୍ଦ୍ର ଦ୍ୱାରା ଏକ ସ୍ବତନ୍ତ୍ର ଅର୍ଥନୈତିକ ପ୍ୟାକେଜର ଘୋଷଣା ଲାଗି ବି ଦାବି କରିଥିଲେ ସେ । ଫୋନି ବାତ୍ୟା ସମୟରେ ରାଜ୍ୟକୁ କେନ୍ଦ୍ରର ସହାୟତାକୁ ମୁଖ୍ୟ ମନ୍ତ୍ରୀ ପ୍ରଶଂସା କରିବା ସହ ରାଜ୍ୟକୁ ଏକ ‘ସ୍ବତନ୍ତ୍ର ଫୋକସ ରାଜ୍ୟ’ ଭାବେ ଘୋଷଣା କରିବାକୁ ଦାବି କରିଥିଲେ ସେ ।
First published: February 28, 2020, 2:41 PM IST