News18 Odia Digital
ଭୁବନେଶ୍ବର: ପ୍ରଥମ ଆଧିବାସୀ ମହିଳା ରୂପେ ଦେଶର ରାଷ୍ଟ୍ରପତି ହେବା ପରଠୁ ଚର୍ଚ୍ଚାରେ ଅଛନ୍ତି ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ (Draupadi Murmu)। ତାଙ୍କୁ ନେଇ ସବୁ ମହଲରେ ଚର୍ଚ୍ଚା। ସେ ମଧ୍ୟ ଲୋକଙ୍କ ସେବାରେ ଲାଗିପଡ଼ିଛନ୍ତି। ଇତିମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ (Naveen patnaik) ସହ ତାଙ୍କର ଏକ ୨୨ ବର୍ଷ ତଳର ଭିଡିଓ ସାମ୍ନାକୁ (Viral Video) ଆସିଛି। ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।
ଆଜ୍ଞା ହଁ, ଟ୍ବିଟର ୟୁଜର ପ୍ରଶାନ୍ତ ସାହୁ ଏହି ଭିଡିଓ ନିଜ ଟ୍ବିଟର ଆକାଉଣ୍ଟରେ ସେୟାର କରିଛନ୍ତି। ଆଉ କ୍ୟାପସନରେ ଲେଖିଛନ୍ତି, ଆଗରୁ କେବେ ଦେଖି ନଥିବେ ୨୨ ବର୍ଷ ତଳର ଭିଡିଓ ଦେଖନ୍ତୁ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଏକ ମଞ୍ଚରେ ଦେଖନ୍ତୁ।
ସେହିପରି ଭିଡିଓରେ ଏକ କାର୍ଯ୍ୟକ୍ରମରେ ଉଭୟ ଯୋଗ ଦେଇଥିବାର ନଜର ଆସୁଛନ୍ତି।
ଦେଖନ୍ତୁ ଭିଡିଓ...ପ୍ରକାଶ ଥାଉକି ନିକଟରେ ଚର୍ଚ୍ଚାରେ ଆସିଥିଲେ ଦ୍ରୌପଦୀ ମୁର୍ମୁ। ରାଜସ୍ଥାନ ସରକାର ଯୋଧପୁର ଗସ୍ତ ସମୟରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପାଦ ଛୁଇଁଥିବା ଇଞ୍ଜିନିୟର ମହିଳା ଅଧିକାରୀଙ୍କୁ ନିଲମ୍ବିତ କରଯାଇଥିଲା। ଗତ ଶୁକ୍ରବାର ବିଳମ୍ବିତ ରାତିରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା। ମହିଳା ଅଧିକାରୀ ଡ୍ୟୁଟି ଛାଡ଼ି ରାଷ୍ଟ୍ରପତିଙ୍କ ସୁରକ୍ଷା ପ୍ରୋଟୋକଲକୁ ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଥିଲା।
ଏହି ଖବର ପଢ଼ନ୍ତୁ: ଓଡ଼ିଶାରେ ଅଧିକ ମୋବାଇଲ ଗେମ ଖେଳୁଛନ୍ତି ପିଲା; ଦୁନିଆରେ ସବୁଠୁ ଅଧିକ ଗ୍ରାହକ ଭାରତରେଯଦି ଆମେ ସିଏମ ନବୀନଙ୍କ ବିଷୟରେ କଥା ହେବା ତାହାଲେ ସେ ବର୍ତ୍ତମାନ ଓଡ଼ିଶାରେ ଚାଲିଥିବା ହକି ବିଶ୍ବକପକୁ ନେଇ ବେଶ୍ ଚର୍ଚ୍ଚାରେ ଅଛନ୍ତି। ଦ୍ବିତୀୟ ଥର ହକି ବିଶ୍ବକପର ଆୟୋଜନ କରିଛନ୍ତି ମୁଖ୍ୟମନ୍ତ୍ରୀ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।