ଝାରସୁଗୁଡ଼ାରେ ଜମିବ ହେଭିୱେଟ ପ୍ରଚାର; ଭୋଟ ଅପିଲ କରିବେ ମୁଖ୍ୟମନ୍ତ୍ରୀ-କେନ୍ଦ୍ରମନ୍ତ୍ରୀ !

ସମାନ ଦିନରେ ଦୀପାଳିଙ୍କ ପାଇଁ ଖୋଦ ମୁଖ୍ଯମନ୍ତ୍ରୀ ଓ ଟଙ୍କଧରଙ୍କ ପାଇଁ ଧର୍ମେନ୍ଦ୍ର ପ୍ରଧାନ କରିବେ ପ୍ରଚାର । ହାଇ ଭୋଲଟେଜ ପ୍ରଚାରରେ କମ୍ପିବ ଝାରସୁଗୁଡ଼ା ।

 ଜମିବ ହେଭିୱେଟ ପ୍ରଚାର

ଜମିବ ହେଭିୱେଟ ପ୍ରଚାର

  • News18 Odia
  • Last Updated :
  • Other, India
  • Share this:
News18 Odia Digital

Jharsuguda By Poll: ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ସବୁ ଦଳର ପ୍ରାର୍ଥୀ ଏବେ ପ୍ରଚାରପ୍ରସାର  ଚଳାଇଛନ୍ତି। ଷ୍ଟାର୍ ପ୍ରଚାରକମାନେ ମଧ୍ୟ ନିଜ ଦଳୀୟ ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ଭରପୁର ପ୍ରୟାସ ଆରମ୍ଭ କରିଦେଲେଣି। ତେବେ ଏସବୁ ଭିତରେ ଆଉ ଏକ ଖବର ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ନିଜ ଦଳର ପ୍ରାର୍ଥୀ ପାଇଁ ବିଜେଡି BJD ସୁପ୍ରିମୋ ନବୀନ ପଟ୍ଟନାୟକ (Naveen Pattnaik) ପ୍ରଚାର କରିବାର ସଙ୍କେତ ମିଳିଛି । ବିଜେଡି ପ୍ରାର୍ଥୀ ଦୀପାଳି ଦାସ (Dipali Das) ଙ୍କ ପାଇଁ ପ୍ରଚାର କରିବେ ନବୀନ । ସେହି ସମାନ ଦିନରେ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ (Tankadhar Tripathy)ଙ୍କ ପାଇଁ ପ୍ରଚାର କରିବେ ଧର୍ମେନ୍ଦ୍ର ।

୭ ତାରିଖରେ ନିର୍ବାଚନୀ ସଭାରେ ଦୀପାଳିଙ୍କ ପାଇଁ ଭୋଟ ମାଗିବେ ନବୀନ । ତେବେ ଏନେଇ ବିଜେଡି ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ । ସେପଟେ ସେହି ଦିନ ଝାରସୁଗୁଡା ପ୍ରଚାର ମୈଦାନକୁ ଓହ୍ଲାଇବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ (Dharmendra Pradhan) ।  ନିର୍ବାଚନୀ ସଭା ସହ ରୋଡ ସୋ’ କରିବେ ଧର୍ମେନ୍ଦ୍ର । ବିଜେପି (BJP) ନିଜର ଷ୍ଟାର ପ୍ରଚାରକ ତାଲିକାରେ ଧର୍ମେନ୍ଦ୍ରଙ୍କୁ ସାମିଲ କରିଥିଲା । ତେଣୁ ଭୋଟ ଗ୍ରହଣର ୨ ଦିନ ପୂର୍ବରୁ ପ୍ରଚାର ମୈଦାନକୁ ଓହ୍ଲାଇବେ ଧର୍ମେନ୍ଦ୍ର । ତେବେ ଧର୍ମେନ୍ଦ୍ର ୭ ତାରିଖରେ ପ୍ରଚାର କରିବାକୁ ଥିବା ବେଳେ ଅନ୍ୟ ୨ କେନ୍ଦ୍ରମନ୍ତ୍ରୀ କେବେ ଟଙ୍କଧରଙ୍କ ପାଇଁ ପ୍ରଚାର କରିବେ ସେନେଇ ସୂଚନା ମିଳିନାହିଁ ।

ଆସୁଛନ୍ତି ମହାମହିମ; ଗାଁ ବୋହୂର ଆସିବା ବାଟକୁ ଚାହିଁ ବସିଛି ରାଇରଙ୍ଗପୁର

ସେହିଭଳି କଂଗ୍ରେସ ମଧ୍ୟ ଦଳର ବରିଷ୍ଠ ନେତାଙ୍କୁ ନେଇ ପ୍ରଚାର ମୈଦାନକୁ ଓହ୍ଲାଇଛି । ଆଗକୁ ହେଭିୱେଟ ନେତାଙ୍କ ପ୍ରଚାରରେ କମ୍ପିବ ଝାରସୁଗୁଡା ପ୍ରଚାର ମୈଦାନ । ଅନ୍ୟପଟେ ଉପ-ନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି ନିର୍ବାଚନ ପ୍ରଚାର ସେତିକି ଜୋରଦାର ହେବାରେ ଲାଗିଛି । ଗତକାଲି ପ୍ରଚାର ବେଳେ ବିଜେପି ବିଜେଡି କର୍ମୀଙ୍କ ଭିତରେ ମୁହାଁମୁହିଁ ଠେଲାପେଲା ଭଳି ସ୍ଥିତି ଦେଖିବାକୁ ମିଳିଥିଲା । ମଙ୍ଗଳ ବଜାର ୨୨ ନମ୍ବର ୱାର୍ଡ ଭିତରକୁ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କୁ ପଶିବାକୁ ଦିଆଯାଇ ନଥିବା ଅଭିଯୋଗ ହୋଇଛି । ଏହାକୁ ନେଇ ଉଭୟ ବିଜେପି – ବିଜେଡି କର୍ମୀଙ୍କ ଭିତରେ ମୁହାଁମୁହିଁ ସ୍ଥିତି ଦେଖିବାକୁ ମିଳିଥିଲା । ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିଥିଲା ।
Published by:Soumya Das
First published: