Biju Express Way: ରାଜ୍ଯ ବିକାଶରେ ଯୋଡି଼ହେବ ବିଜୁ ଅର୍ଥନୈତିକ କରିଡର; ଆଜି ଲୋକାର୍ପଣ

Biju Express Way: ଅର୍ଥନୈତିକ,ସାମାଜିକ ଓ ସାଂସ୍କୃତିକ ବିକାଶର ରାହା ଦେଖାଇବ ବିଜୁ ଏକ୍ସପ୍ରେସ ୱେ । ରାଜ୍ଯ ଇତିହାସରେ ଲେଖାଯିବ ଆଉ ଏକ ନୂଆ ଅଧ୍ଯାୟ ।

ବିଜୁ ଏକ୍ସପ୍ରେସ ୱେ

ବିଜୁ ଏକ୍ସପ୍ରେସ ୱେ

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ଭୁବନେଶ୍ୱର:  ରାଜ୍ଯ ବିକାଶରେ ଯୋଡି଼ ହେବ ଆଉ ନୂଆ ଅଧ୍ଯାୟ । ଓଡ଼ିଶା ଦେଖିବ ଆଉ ଏକ ନୂଆ ବିକାଶ ପଥ । ପଶ୍ଚିମ ଓ ଦକ୍ଷିଣ ଓଡିଶାର ପ୍ରାୟ ପାଖାପାଖି ୧୦ରୁ ଅଧିକ ଜିଲ୍ଲା ହେବେ ଉପକୃତ । ଆଜି ବହୁ ପ୍ରତୀକ୍ଷିତ ବିଜୁ ଏକ୍ସପ୍ରେସ୍ ୱେ (Biju Express Way) କୁ ରାଜ୍ଯ ପାଇଁ ଉତ୍ସର୍ଗ କରିବେ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ।ଆଜି ପଶ୍ଚିମ ଓଡ଼ିଶାର ୩ଟି ଜିଲ୍ଲା ଗସ୍ତ ଅବସରରେ ନୂଆପଡ଼ାଠାରେ ବିଜୁ ଏକ୍ସପ୍ରେସ ୱେକୁ ଲୋକାର୍ପଣ କରିବେ ମୁଖ୍ଯମନ୍ତ୍ରୀ।

ସଡ଼କ ଯୋଗାଯୋଗ କ୍ଷେତ୍ରରେ ଓଡ଼ିଶା ଦେଶରେ ସବୁଠୁ ଆଗୁଆ । ଆଉ କୌଣସି ଗାଁ ଗଣ୍ଡା ଅପହଞ୍ଚ ହୋଇ ରହିନାହିଁ । କେବଳ ଗ୍ରାମାଞ୍ଚଳ କାହିଁକି, ସଦର ମହକୁମାରେ ବି ଉନ୍ନତ ରାସ୍ତାଘାଟ ରହିଛି । କଳାହାଣ୍ଡି (kalahandi) ଜିଲ୍ଲା ଦେଇ ଯାଇଥିବା ବହୁ ପ୍ରତୀକ୍ଷିତ ବିଜୁ ଏକ୍ସପ୍ରେସ୍ ୱେ (biju express way) ସଂପୂର୍ଣ୍ଣ ହୋଇଛି । ପଶ୍ଚିମ ଓଡ଼ିଶାର ୬ ଓ ଦକ୍ଷିଣ ଓଡ଼ିଶାର ୩ ଜିଲ୍ଲା ସୁନ୍ଦରଗଡ, ସମ୍ୱଲପୁର, ଝାରସୁଗୁଡା, ବରଗଡ଼, ନୂଆପଡ଼ା, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରି ଜିଲ୍ଲାର ସାମଗ୍ରିକ ବିକାଶକୁ ଦୃଷ୍ଟିରେ ରଖି ଏହି ଏକ୍ସପ୍ରେସ ୱେର ପରିକଳ୍ପନା କରାଯାଇଥିଲା । କଳାହାଣ୍ଡି ଆମପାଣିରୁ ନୂଆପଡ଼ା ଜିଲ୍ଲା ଯାଏଁ ୧୭୦ କିଲୋମିଟରର ବିଜୁ ଏକ୍ସପ୍ରେସ୍ ୱେ ଭିତରୁ କଳାହାଣ୍ଡି ଅଂଶକୁ ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ । ପ୍ରାୟ ୫୫ କିଲୋମିଟର ବ୍ୟାପୀ ବିଜୁ ଏକ୍ସପ୍ରେସ ୱେରେ ଯାତ୍ରା କରିବା ସହ ଏହାକୁ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ କରିବେ ନବୀନ ।

କଳାହାଣ୍ଡି ଜିଲ୍ଲାରୁ ନୂଆପଡ଼ା ଜିଲ୍ଲାକୁ ସିଧାସଳଖ ସଂଯୋଗ କରୁଛି ଏହି ଫୋର୍ ଲେନ୍ ବିଶିଷ୍ଟ ବିଜୁ ଏକ୍ସପ୍ରସେ ୱେ । ୨୦୨୧ ଜୁନ୍‌ରେ ରାଜ୍ୟ ସରକାରଙ୍କ ପକ୍ଷରୁ ଘୋଷଣା ହୋଇଥିଲା ବିଜୁ ଏକ୍ସପ୍ରେସ୍ ୱେ । କଳାହାଣ୍ଡି ଜିଲ୍ଲା ଆମପାଣିଠାରୁ ନୂଆପଡ଼ା ଜିଲ୍ଲା (nuapada) ଯାଏଁ ୧୭୦ କିଲୋମିଟର ରାସ୍ତା ପାଇଁ ୪୪୮ କୋଟି ଟଙ୍କା ବ୍ୟୟବରାଦ ହୋଇଥିଲା । ଏହା ଭିତରେ ବିଜୁ ଏକ୍ସପ୍ରେସ୍ ୱେ କାମ ଦ୍ରୁତ ଗତିରେ ଆଗେଇ ଚାଲିଥିଲା । ଏହି ରାସ୍ତା ଦୁଇ ଜିଲ୍ଲା ପାଇଁ କେବଳ ଗମନାଗମନ କ୍ଷେତ୍ରରେ ନୁହେଁ, ବ୍ୟବସାୟିକ ଓ ଅର୍ଥନୈତିକ କ୍ଷେତ୍ରରେ ବିକାଶକୁ ତ୍ବରାନ୍ବିତ କରୁଛି । ରାସ୍ତା କଡ଼ରେ ଛୋଟ ଛୋଟ ବ୍ୟବସାୟ ପ୍ରତିଷ୍ଠାନ ଗଢ଼ି ଉଠିଲାଣି ।

ଧର୍ମଗଡ଼ ଆମପାଣି ବିଜୁ ଏକ୍ସପ୍ରେସ ୱେକୁ ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ
ଦୁଇ ଜିଲ୍ଲାର ଲାଇଫ୍ ଲାଇନ ପାଲଟିବ ବିଜୁ ଏକ୍ସପ୍ରେସ୍ ୱେ । ଗମନାଗମନର ମାଧ୍ୟମ ଖୋଲିବା ପରେ ଲୋକଙ୍କ ଜୀବନ ଜୀବିକା ଆହୁରି ସମୃଦ୍ଧ ହେବ ବୋଲି ମତ ପ୍ରକାଶ ପାଇଛି।

Published by:Soumya Das
First published: