News18 Odia Digital
ଭୁବନେଶ୍ୱର: ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ଦ୍ୱିତୀୟ ପାଳିର କାର୍ଯ୍ୟକାଳରେ ପ୍ରଥମ ଥର ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ କରିବା ପରେ ଏବେ ଓଡ଼ିଶାରେ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ବି ତାହା କରିବାକୁ ଯାଉଛନ୍ତି । ଏହା ବି ପଟ୍ଟନାୟକଙ୍କ ଏହି ପଞ୍ଚମ ପାଳିର ପ୍ରଥମ ମନ୍ତ୍ରୀ ପରିଷଦ ପୁନଃନିର୍ମାଣ ହେବ । ଏଥି ପାଇଁ ବିଜୁ ଜନତା ଦଳର କେତେକ ବରିଷ୍ଠ ନେତା ଓ ମୁଖ୍ୟ ମନ୍ତ୍ରୀଙ୍କ ଦୁଇ ଜଣ ଘନିଷ୍ଠ ରାଜନୈତିକ ପରାମର୍ଶଦାତା ହିସାବକିତାବ ଆରମ୍ଭ କରିଦେଇଥିବା ଜଣାପଡ଼ିଛି ।
ରଥ ଯାତ୍ରା ଉତ୍ସବର ସମାପନ ହେବା ପରେ, ଅର୍ଥାତ୍ ମହାପ୍ରଭୁ ଶ୍ରୀଜଗନ୍ନାଥ ଶ୍ରୀମନ୍ଦିରକୁ ଉପଯୁକ୍ତ ରୀତିନୀତିରେ ଫେରିଆସିବା ପରେ, ରାଜ୍ୟର ୨୧-ଜଣିଆ ମନ୍ତ୍ରୀମଣ୍ଡଳର ସମ୍ପ୍ରସାରଣ ବିଷୟରେ ଆନୁଷ୍ଠାନିକ ଘୋଷଣା କରାଯିବ ବୋଲି ଦଳର ନିର୍ଭରଯୋଗ୍ୟ ସୂତ୍ରଙ୍କଠାରୁ ଜଣାପଡ଼ିଛି । ସେମାନଙ୍କ କହିବା ଅନୁସାରେ ନୂଆ ମନ୍ତ୍ରୀମଣ୍ଡଳର ସ୍ୱରୂପ ପ୍ରସ୍ତୁତ ହୋଇ ରହିଛି ଓ ଖାଲି ରଥ ଯାତ୍ରା ଉତ୍ସବର ସମାପନକୁ ଅପେକ୍ଷା ଅଛି ।
ଏହା ବି ପଢ଼ନ୍ତୁ | Ladakh LAC Tension: ଲଦ୍ଦାଖ ସୀମାରେ ଚୀନ୍ ୫୦,୦୦୦ ସୈନିକ ଆଣି ରଖିଲା; ଭାରତ ବି ପ୍ରସ୍ତୁତ‘‘ଏ ଥର ଦଳରେ ଭର୍ଚ୍ଚୁଆଲି ଦୁଇ ନମ୍ବର ଶୀର୍ଷ ସ୍ଥାନରେ ଥିବା ପ୍ରଣବ ପ୍ରକାଶ ଦାସ ‘ବବି’ଙ୍କୁ ମନ୍ତ୍ରୀ ପଦ ମିଳିବାର ବହୁତ ସମ୍ଭାବନା ଅଛି । ଭଭୟ ୨୦୧୪ ଓ ୨୦୧୯ ନିର୍ବାଚନ ସହ ବିଜେପୁର ଓ ପାଟକୁରା ଉପନିର୍ବାଚନରେ ସେ ଦଳ ପାଇଁ କରାମତି ଦେଖାଇବା ପରେ ତାଙ୍କୁ ଗଲା ବର୍ଷ ଦଳର ସାଙ୍ଗଠନିକ ସଚିବ ଭାବେ ପଦୋନ୍ନତି ଦେଇଥିଲେ ମୁଖ୍ୟ ମନ୍ତ୍ରୀ। ଏବେ ମନ୍ତ୍ରୀ ପଦ ସେହି ଯାତ୍ରାର କେବଳ ଗୋଟେ ତର୍କସଙ୍ଗତ ଆଗ ପାହାଚ,’’ କହିଛନ୍ତି ବିଜେଡିର ଜଣେ ବରିଷ୍ଠ ନେତା ।

ନବୀନଙ୍କ ସହ ପ୍ରଣବ ପ୍ରକାଶ ଦାସ (ବାମ) ଓ ପ୍ରତାପ ଦେବ (ଡାହାଣ) (ଫାଇଲ୍ ଫଟୋ)
ଯାଜପୁରରୁ ଲଗାତର ତିନି ଥର ନିର୍ବାଚନ ଜିତି ବିଧାୟକ ଥିବା ୪୯-ବର୍ଷୀୟ ପ୍ରଣବ ପ୍ରକାଶ ଦାସ ନବୀନ ପଟ୍ଟନାୟକଙ୍କ ଘନିଷ୍ଠ ରାଜନୈତିକ ସହଯୋଗୀମାନଙ୍କ ମଧ୍ଯରେ ପରିଗଣିତ । ୨୦୧୯ରେ ନିର୍ବାଚନ ଜିତିବା ପରେ ସେ ନିଜେ ହିଁ ମନ୍ତ୍ରୀ ପଦ ନେବେ ନାହିଁ ବୋଲି କହିଥିଲେ । ପୂର୍ବରୁ ମନ୍ତ୍ରୀ ଥିବା ବେଳେ ସେ ଅନ୍ୟ କେତେକ ବିଜେଡି ନେତାଙ୍କ ସହ ୨୦୧୭ରେ ମନ୍ତ୍ରୀ ପଦରୁ ଇସ୍ତଫା ଦେଇ ନିଜକୁ ଦଳୀୟ କାର୍ଯ୍ୟରେ ଲଗାଇଥିଲେ । ସେହି ସମୟରୁ ସେ ନବୀନ ପଟ୍ଟନାୟକଙ୍କ ପ୍ରିୟପାତ୍ର ହୋଇ ରହିଥିବା ଓ ତାଙ୍କ ‘କୋର୍ ଟିମ୍’ର ଅବିଚ୍ଛେଦ୍ୟ ଅଙ୍ଗ ଥିବା କୁହାଯାଉଛି ।
ଏହା ବି ପଢ଼ନ୍ତୁ | ଛାଡ଼ପତ୍ର ଦେଇଥିବା ଆମିର୍ ଖାନ ଓ କିରଣ ରାଓ ଦୁହେଁ କୋଟି କୋଟି ଟଙ୍କା ସମ୍ପତ୍ତିର ମାଲିକ‘‘ପ୍ରଣବଙ୍କ ବ୍ୟତୀତ ମନ୍ତ୍ରୀ ପଦ ପାଇବାର ପ୍ରବଳ ସମ୍ଭାବନା ଥିବା ଅନ୍ୟ ନେତାମାନଙ୍କ ମଧ୍ୟରେ ଅଛନ୍ତି ପ୍ରତାପ ଦେବ, ଅତନୁ ନାୟକ, ଭୂପିନ୍ଦର ସିଂ, ପ୍ରମିଳା ମଲ୍ଲିକ ଓ ରୋହିତ ପୂଜାରୀ । ବର୍ତ୍ତମାନର ୨୧-ଜଣିଆ ମନ୍ତ୍ରୀମଣ୍ଡଳରୁ ପାଞ୍ଚ-ଛଅ ଜଣ ମନ୍ତ୍ରୀ ବିଦା ହେବା ଏକ ରକମ ନିଶ୍ଚିତ ଲାଗୁଛି । ନୂଆ ମନ୍ତ୍ରୀମଣ୍ଡଳରେ ମହିଳା ଓ ପଛୁଆ ବର୍ଗରୁ କିଛି ନେତା ସାମିଲ୍ ହୋଇପାରନ୍ତି,’’ କହିଛନ୍ତି ଆଉ ଜଣେ ବରିଷ୍ଠ ବିଜେଡି ନେତା ।
ଏହା ବି ପଢ଼ନ୍ତୁ | ବୈଷ୍ଣୋ ଦେବୀଙ୍କ ଛବି ଥିବା ୫ ଓ ୧୦ ଟଙ୍କିଆ ମୁଦ୍ରା ଅଛି? ତାକୁ ବିକିଲେ ଆପଣ ୧୦ ଲକ୍ଷ ଟଙ୍କା ପାଇବେରାଜ୍ୟ ମନ୍ତ୍ରୀ ପରିଷଦର ପୁନର୍ବିନ୍ୟାସକୁ ନେଇ ବିଜେଡିରେ ଚାଲିଥିବା କଳ୍ପନା ଜଳ୍ପନା ମଧ୍ୟରେ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଏକ ନୂଆ ଫଟୋ ସୋସିଆଲ ମିଡି଼ଆରେ ପ୍ରସାରିତ ହୋଇ ଭାଇରାଲ୍ ହେଉଛି । ସେହି ଫଟେରେ ନବୀନ ଅନୌପଚାରିକ ପୋଷାକରେ ଦେଖିବାକୁ ମିଳିଛନ୍ତି । ସେ ଏକ କଳା ଟି-ସର୍ଟ ପିନ୍ଧିଛନ୍ତି ଓ ମନ ଖୋଲି ହସୁଛନ୍ତି । ଏମିତି ପୋଷାକରେ ତାଙ୍କୁ ଏ ପର୍ଯ୍ୟନ୍ତ କ୍ୱଚିତ୍ ଦେଖିବାକୁ ମିଳିଥିଲା ।
ବିଜେଡି ନେତାମାନେ କହିଛନ୍ତି ଯେ ଏହି ଫଟୋଟି ଭିଡିଓ କନଫରେନ୍ସିଂ ମାଧ୍ୟମରେ ମୁଖ୍ୟ ମନ୍ତ୍ରୀ ରାଜ୍ୟର ସବୁ ମନ୍ତ୍ରୀମାନଙ୍କ ସହ ଏକ ସମୀକ୍ଷା ବୈଠକରେ କରୁଥବା ସମୟର । ଏଥିରେ ସବୁ ଥର ପରି ତାଙ୍କ ପାଖରେ ଫାଇବ୍-ଟି (5T) ସଚିବ ଭି.କେ. ପାଣ୍ଡିଆନ୍ ବି ଅଛନ୍ତି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।