ରାଜ୍ୟରେ ଅଫିସର ଓ ଜନ ପ୍ରତିନିଧିମାନଙ୍କ ପାଇଁ ନିଜ ସମ୍ପତ୍ତି ତାଲିକା ଦେବା ବାଧ୍ୟତାମୂଳକ: ନବୀନ
ବିଜେଡିର ରାଜ୍ୟ ପରିଷଦ ବୈଠକକୁ ସମ୍ବୋଧିତ କରି ଦଳର ସୁପ୍ରିମୋ ତଥା ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଓଡ଼ିଶାବାସୀଙ୍କ ହସ ଓ ବିଶ୍ବାସ ଦଳର ପୁଞ୍ଜି । ଲୋକଙ୍କ ବିଶ୍ୱାସ ବଜାୟ ରଖିବାକୁ ସେ ସମସ୍ତଙ୍କୁ ଆହ୍ବାନ ଦେଇଛନ୍ତି ।

ବିଜେଡିର ରାଜ୍ୟ ପରିଷଦ ବୈଠକକୁ ସମ୍ବୋଧିତ କରୁଛନ୍ତି ନବୀନ ପଟ୍ଟନାୟକ ।
- News18 Odia
- Last Updated: December 21, 2020, 11:57 PM IST
ଭୁବନେଶ୍ୱର: ରାଜ୍ୟର ଶାସକ ଦଳ ବିଜେଡିର ରାଜ୍ୟ ପରିଷଦ ବୈଠକରେ ଦଳର ସଭାପତି ତଥା ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ବଡ଼ ଘୋଷଣା କରିଛନ୍ତି । ଅଫିସର ଓ ଜନ ପ୍ରତିନିଧିମାନଙ୍କ ପାଇଁ ପ୍ରତି ବର୍ଷ ନିଜ ସମ୍ପତ୍ତି ତାଲିକା ଦେବା ବାଧ୍ୟତାମୂଳକ ବୋଲି କହିଛନ୍ତି ପଟ୍ଟନାୟକ । ତଳ ସ୍ତରରୁ ମୁଖ୍ୟ ମନ୍ତ୍ରୀ ଯାଏଁ ସମସ୍ତେ ଦେବେ ସମ୍ପତ୍ତି ତାଲିକା ।
‘‘ଗାଁ ସ୍ତରର ଅଫିସରଙ୍କ ଠାଠୁ ମୁଖ୍ୟ ଶାସନ ସଚିବ ଯାଏଁ ସମସ୍ତେ ସମ୍ପତ୍ତି ତାଲିକା ଦେବେ । ପ୍ରତି ବର୍ଷ ନେତା ଓ ଅଫିସରମାନଙ୍କ ସମ୍ପତ୍ତି ତାଲିକା ଲୋକାୟୁକ୍ତଙ୍କୁ ପଠାଯିବ । ଏଭଳି ଦୁର୍ନୀତି ବିରୋଧୀ ପଦକ୍ଷେପ ସାରା ଦେଶରେ ପ୍ରଥମ ହେବ,’’ କହିଛନ୍ତି ପଟ୍ଟାନାୟକ (Naveen Patnaik)।
ଏହା ବି ପଢ଼ନ୍ତୁ | ଝିଅକୁ ଅନଲାଇନ୍ କ୍ଲାସ୍ ପାଇଁ ବାପା ନିଜ ଫୋନ୍ ଦେଇଥିଲେ; ସେଥିରୁ ଅନ୍ୟ ଜଣେ ମହିଳାଙ୍କ ସହ ତାଙ୍କ ସମ୍ପର୍କ ଧରାପଡ଼ିଗଲା

ବିଜେଡି ରାଜ୍ୟ ପରିଷଦ ବୈଠକରେ ଉପସ୍ଥିତ ନେତା ଓ କର୍ମୀମାନଙ୍କ ମଧ୍ୟରୁ କିଛି
ଦଳର ରାଜ୍ୟ ପରିଷଦ ବୈଠକକୁ (BJD state executive committee meeting) ସମ୍ବୋଧିତ କରି ପଟ୍ଟନାୟକ କହିଛନ୍ତି, ‘‘ଓଡ଼ିଶାବାସୀଙ୍କ ହସ ଓ ବିଶ୍ବାସ ବିଜୁ ଜନତା ଦଳର ପୁଞ୍ଜି । ଗରିବୀ, ରୋଗ ଓ ଆଞ୍ଚଳିକ ବୈଷମ୍ୟ ବିରୋଧରେ ଆମ ଲଢ଼େଇ ଜାରି ରହିଛି। ସ୍ବଚ୍ଛତାକୁ ଗୁରୁତ୍ବ ନ ଦେଲେ ଏ ସବୁ ମୁଲ୍ୟହୀନ ହୋଇଯିବ । ଲୋକଙ୍କ ବିଶ୍ୱାସ ବଜାୟ ରଖିବାକୁ ମୁଁ ସମସ୍ତଙ୍କୁ ଆହ୍ବାନ ଦେଉଛି ।’’ ଏହି ବୈଠକରେ ସାମାଜିକ ନ୍ୟାୟ ଓ ମହିଳା ସଶକ୍ତିକରଣ ଉପରେ ଗୁରୁତ୍ବ ଦେଇଥିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।
ଏହା ବି ପଢ଼ନ୍ତୁ | ଯେବେ ଗବ୍ବର ସିଂ ବେଶରେ ବିସ୍କୁଟ ବିକ୍ରି କରିବାକୁ ରାଜି ହୋଇଥିଲେ ଅଭିନେତା ଅମଜାଦ୍ ଖାନ୍…
ଆହୁରି ଶକ୍ତିଶାଳି ହେବ ବିଜେଡି । ତେଣୁ ବିଧାୟକ କିମ୍ବା ମନ୍ତ୍ରୀଙ୍କ ମତାମତ ନୁହେଁ, ବରଂ ତୃଣମୂଳ ସ୍ତରର ନେତାଙ୍କ ପରାମର୍ଶରେ ଚାଲିବ ଦଳ । ରାଜ୍ୟ ପରିଷଦର ବୈଠକରେ. ଗୋଟିଏ ଦଳ ପାଇଁ ଏବଂ ଆଉ ଗୋଟିଏ ସରକାର ପାଇଁ. ପ୍ରସ୍ତାବକୁ ମାଗିଥିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଦଳୀୟ ସଙ୍ଗଠନକୁ ସୁଦୃଢ଼ କରିବା ସହ, ତୃଣମୁଳସ୍ତରରେ ସଙ୍ଗଠନକୁ କ୍ରିୟାଶୀଳ କରିବାକୁ ପ୍ରସ୍ତାବ ଦେଇଥିଲେ , ବିଭିନ୍ନ ଜିଲ୍ଲାର ସଭାପତି । ମିଳିଥିବା ପ୍ରସ୍ତାବ ମଧ୍ୟରୁ ପାରିତ ହୋଇଛି ୧୯ଟି ପ୍ରସ୍ତାବ।

ବୈଠକରେ ପାରିତ ହୋଇଥିବା ପ୍ରସ୍ତାବ ବିଷୟରେ କହୁଛନ୍ତି ସରକାରଙ୍କ ମିଡ଼ିଆ ପରାମର୍ଶଦାତା ମାନସ ମଙ୍ଗରାଜ ।
ବିଜେଡିକୁ ଆହୁରି ଶକ୍ତିଶାଳି କରାଯିବ ଓ କେବଳ ବିଧାୟକ ଓ ମନ୍ତ୍ରୀଙ୍କ ମତ ନୁହଁ ବରଂ ତଳ ସ୍ତରର ନେତାଙ୍କ ମତକୁ ବି ପ୍ରାଧାନ୍ୟ ଦିଆଯିବ ବୋଲି କହିଥିଲେ ପଟ୍ଟନାୟକ । ସେଥି ପାଇଁ ରାଜ୍ୟ ପରିଷଦ ବୈଠକରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଲୋଡ଼ିଥିଲେ ଦଳର ନେତାମାନଙ୍କ ମତାମତ । ଏହି ନୂଆ ପ୍ରସ୍ତାବ ଅନୁସାରେ ନୂଆ ଭୋଟରଙ୍କୁ ଫୋକସ କରିବ ବିଜେଡି । ଦଳୀୟ ସଙ୍ଗଠନକୁ ମଜବୁତ କରିବା ସହ ସରକାରଙ୍କ ଉନ୍ନତିମୂଳକ କାର୍ଯ୍ୟକୁ ଲୋକଙ୍କ ନିକଟରେ ପହଞ୍ଚାଇବା ପାଇଁ ନେତାମାନେ ପ୍ରସ୍ତାବ ଦେଇଛନ୍ତି ।
ଏହା ବି ପଢ଼ନ୍ତୁ | ପୋଷା କୁକୁରକୁ ମାରି ଟାଣିନେଲା ଚିତା ବାଘ; ଭିଡିଓ ଭାଇରାଲ୍ ହେଲା; ଦେଖନ୍ତୁ VIDEO
‘ଓଡ଼ିଶା ମୋ ପରିବାର’ ଲୋକଙ୍କ ପାଖରେ ପହଞ୍ଚିବା ସହ ଭଲ କାର୍ଯ୍ୟ କରିଥିବା ବେଳେ ଆଗାମୀ ଦିନରେ ଏହି କାର୍ଯ୍ୟକୁ ଜୋରଦାର କରିବାକୁ ବି ଏକ ପ୍ରସ୍ତାବ ରହିଛି । ମୟୂରଭଞ୍ଜ ଜିଲ୍ଲା କମିଟି ତରଫରୁ ଉତ୍ତର ଓଡ଼ିଶା ବିଶ୍ବବିଦ୍ୟାଳୟକୁ ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟ ନାମରେ ନାମିତ କରିବାକୁ ଆସିଥିବା ପ୍ରସ୍ତାବକୁ ମୁଖ୍ୟ ମନ୍ତ୍ରୀ ଗ୍ରହଣ କରିଥିବା ସୂଚନା ଦେଇଛନ୍ତି ରାଜ୍ୟ ସରକାରଙ୍କ ମିଡ଼ିଆ ପରାମର୍ଶଦାତା ମାନସ ମଙ୍ଗରାଜ ।
‘‘ସରକାର ଓ ଦଳ ସ୍ତରେ ଯେଉଁ ନିଷ୍ପତ୍ତି ରହିଛି ତାକୁ ଆମେ ପ୍ରଶିକ୍ଷଣ ଶିବିର ମାଧ୍ୟମରେ ଜିଲ୍ଲା ସ୍ତରରୁ ଆରମ୍ଭ କରି ୱାର୍ଡ଼ ସ୍ତର ପର୍ଯ୍ୟନ୍ତ ଲୋକଙ୍କ ପାଖରେ ପହଞ୍ଚାଇବୁ । ବହୁତ ସମୟରେ ଆମେ ଦେଖିପାରୁଛୁ ଗୋଟେ କମ୍ୟୁନିକେସନ୍ ଗ୍ୟାପ୍ ରହୁଛି । ସେ ଗ୍ୟାପ୍ ଆଉ ରହିବନି,’’ କହିଛନ୍ତି ବିଜେଡିର ବାଲେଶ୍ବର ଜିଲ୍ଲା ସଭାପତି ତଥା ପୂର୍ବତନ ସାଂସଦ ରବୀନ୍ଦ୍ର ଜେନା ।