ନେତାଜୀଙ୍କ ନାଁରେ କଟକରେ ନିର୍ମିତ ହେବ ବିଶ୍ୱସ୍ତରୀୟ ବସଷ୍ଟାଣ୍ଡ୍; ୬୫ କୋଟି ଟଙ୍କା ବ୍ୟୟ ହେବ

ଏହି ବସ୍ ଟର୍ମିନସ୍‌ରେ ଥିବା ସୁବିଧା ସୁଯୋଗ କେବଳ ରାଜ୍ୟ ନୁହେଁ ବରଂ ସାରା ଦେଶରେ ପ୍ରଥମ ହେବ ବୋଲି ଏହି ପ୍ରକଳ୍ପର ଶିଳ୍ୟାନ୍ୟାସ ଅବସରରେ କହିଛନ୍ତି ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ।

ନେତାଜୀଙ୍କ ନାଁରେ କଟକରେ ନିର୍ମିତ ହେବ ବିଶ୍ୱସ୍ତରୀୟ ବସଷ୍ଟାଣ୍ଡ୍; ୬୫ କୋଟି ଟଙ୍କା ବ୍ୟୟ ହେବ
କଟକରେ ଥିବାନେତାଜୀଙ୍କ ଏକ ପ୍ରତିମୂର୍ତ୍ତି; (ଡାହାଣ) ଶିଳାନ୍ୟାସ ଅବସରରେ ନବୀନ ବକ୍ତବ୍ୟ ରଖୁଛନ୍ତି
  • News18 Odia
  • Last Updated: January 23, 2021, 9:02 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

କଟକ: ନେତାଜୀ ସୁଭାଷ ବୋଷଙ୍କ ୧୨୫ତମ ଜୟନ୍ତୀ ଅବସରରେ ତାଙ୍କ ଜନ୍ମ ସ୍ଥାନ କଟକକୁ ଏକ ବଡ଼ ଭେଟି ଦେଇଛନ୍ତି ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ । କଟକ ଗ୍ରସ୍ତରେ ଆସି ନେତାଜୀଙ୍କ ନାମରେ ନାମିତ ହେବାକୁ ଥିବା ଏକ ବସ୍‌ ଟର୍ମିନାଲର ଶିଳ୍ୟାନ୍ୟାସ କରିଛନ୍ତି ସେ । ୬୫ କୋଟି ଟଙ୍କା ବ୍ୟୟରେ ଖାନ୍‌ ନଗରରେ ନିର୍ମିତ ହେବାକୁ ଥିବା ଏହି ବସ ଟର୍ମିନାଲ ପ୍ରକଳ୍ପ ଦେଢ଼ ବର୍ଷ ମଧ୍ୟରେ ଶେଷ କରାଯିବାକୁ ଲକ୍ଷ ଧାର୍ଯ୍ୟ କରାଯାଇଛି ।

୧୨ ଏକର ପରିମିତ ସ୍ଥାନରେ ନିର୍ମିତ ହେବାକୁ ଯାଉଥିବା ଏହି ଟର୍ମିନାଲ୍‌ ଭିତରେ ୧୧ ହଜାର ବର୍ଗଫୁଟ ସ୍ଥାନରେ ଏକ ଟର୍ମିଟାଲ ବିଲ୍ଡିଂ ତିଆରି କରାଯିବ । ସେଥିରେ ଏକକାଳୀନ ୧୮୦ଟି ବସ ରହିପାରିବ । ଏହା ବ୍ୟତୀତ ଦୁଇ-ଚକିଆ ଓ ଚାରି-ଚକିଆ ଯାନ ପାଇଁ ଅଲଗା ଅଲଗା ପାର୍କିଂ ସ୍ଥାନ ରହିବ । ଏହି ପାକିଂ ପ୍ଲେସ୍‌ରେ ଏକକାଳୀନ ୨୭୫ଟି ଚାରି-ଚକିଆ ଯାନ ପାର୍କ ହୋଇ ପାରିବ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ପିତାମାତା ହେବା ପରେ ବିରାଟ ଅନୁଷ୍କା ପ୍ରଥମ ଥର ପାଇଁ ବାହାରକୁ ଆସିଲେ; ଭାଇରାଲ୍ ହେଉଛି ଫଟୋ

ଟର୍ମିନାଲ ମଧ୍ୟକୁ ପ୍ରବେଶ କରିବା ପାଇଁ କାଠଯୋଡ଼ି ଓ ଲିଙ୍କ ରୋଡ ପଟୁ ଦୁଇଟି ବାଟ ରହିବ । ବସଗୁଡ଼ିକ କାଠଯୋଡ଼ି ନଦୀ ପଟୁ ଟର୍ମିନାଲରେ ପ୍ରବେଶ କରିବ ଓ ଅଟୋରିକ୍ସାଗୁଡ଼ିକ ଲିଙ୍କରୋଡ ପଟୁ ପ୍ରବେଶ କରିବ । ଅତ୍ୟାଧୁନିକ ଜ୍ଞାନ କୌଶଳରେ ନିର୍ମିତ ହେବାକୁ ଥିବା ଏହି ଟର୍ମିନାଲରେ ଯାତ୍ରୀ ବିଶ୍ରାମାଗାର, ଟିକେଟ କାଉଣ୍ଟର ଓ ସୂଚନା କେନ୍ଦ୍ର ମଧ୍ୟ ରହିବ ।

ନିର୍ମାଣ କାର୍ଯ୍ୟ ଶେଷ ହେଲେ ବସ୍ ଟର୍ମିନାଲ୍ ବାହାରୁ ଏମିତି ଦେଖାଯିବ ।


ବସ ଟର୍ମିନାଲର ପ୍ରବେଶ ପଥ ହେବାକୁ ଥିବା ସ୍ଥାନରେ ହିଁ ଏହି ଭିତ୍ତି ପ୍ରସ୍ତର ସ୍ଥାପନ କାର୍ଯ୍ୟ ହୋଇଥିଲା ଓ ଏଥି ପାଇଁ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ନେତାଜୀଙ୍କ ନାମରେ ନାମିତ ହୋଇଥିବା ଏହି ଟର୍ମିନାଲଟିର ନିର୍ମାଣ କାର୍ଯ୍ୟ ଶେଷ ହେଲେ ଏହା କିପରି ଦେଖାଯିବ ଗ୍ରାଫିକ୍ ମାଧ୍ୟମରେ ତାହାର ଏକ ଭିଡିଓ କ୍ଲିପିଂକୁ ସର୍ବସମ୍ମୁଖରେ ପ୍ରଦର୍ଶିତ କରାଯାଇଥିଲା ।

ଏହା ବି ପଢ଼ନ୍ତୁ | ଜେଲ୍ରେ ବିଗିଡ଼ିଲା ଲାଲୁ ଯାଦବଙ୍କ ସ୍ୱାସ୍ଥ୍ୟ; ଭେଟିବାକୁ ଆସିଲେ ପତ୍ନୀ ରାବିଡ଼ି ଦେବୀ, ପୁଅ ତେଜସ୍ୱୀ ମିସା

ଏହି ଟର୍ମିନାଲରେ ଉପଲବ୍ଧ ହେବାକୁ ଥିବା ସୁବିଧା ସୁଯୋଗ କେବଳ ରାଜ୍ୟ ନୁହେଁ ବରଂ ଦେଶରେ ପ୍ରଥମ ହେବ ଓ ଏହି ଟର୍ମିନାଲଟି ବିଶ୍ବସ୍ତରୀୟ ହେବ ବୋଲି ଶିଳ୍ୟାନ୍ୟାସ ଅବସରରେ କହିଛନ୍ତି ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ।

ବସ ଟର୍ମିନାଲର ଭିତ୍ତି ପ୍ରସ୍ତର ସ୍ଥାପନ ପରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ନବୀନ ପଟ୍ଟନାୟକ


‘‘ନେତାଜୀ ବସ ର୍ଟମିନାଲ୍‌ ବିଶ୍ବସ୍ତରୀୟ ହେବ ଓ ଦେଶର ଏକ ମଡେଲ୍ ବସ ଟର୍ମିନାଲ୍ ହେବ । ନେତାଜୀଙ୍କ ସୃତି ଯେପରି ଜାଗ୍ରତ ହୋଇ ପାରିବ ସେଥି ପାଇଁ ପଦକ୍ଷେପ ନିଆଯିବ । ଟର୍ମିନାଲ୍‌ରୁ ଲୋକେ ଦେଶ ଭକ୍ତି ଓ ସାହସର ବାର୍ତ୍ତା ନେଇ ଫେରିବେ । ଏହା ଐତିହ୍ୟସମ୍ପନ୍ନ କଟକ ସହରର ଗାରିମାକୁ ଆହୁରି ବୃଦ୍ଧି କରିବ,’’ କହିଛନ୍ତି ପଟ୍ଟନାୟକ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ତୁର୍କୀର ଏହି ଧାର୍ମିକ ନେତାଙ୍କର ,୦୦୦ ଜଣ ଗର୍ଲଫ୍ରେଣ୍ଡ ଥିଲେ; ତାଙ୍କୁ ,୦୭୫ ବର୍ଷ ଜେଲ୍ ଦଣ୍ଡ ମିଳିଛି

ଆଜି ଦିନିକିଆ କଟକ ଗ୍ରସ୍ତରେ ଆସି ମୁଖ୍ୟମନ୍ତ୍ରୀ ପ୍ରଥମେ ହେଲିକପ୍ଟର ଯୋଗେ ସନସାଇନ ପଡ଼ିଆରେ ଓହ୍ଲାଇଥିଲେ । ଏହା ପରେ ସଡକ ପଥରେ ସେ ନେତାଜୀଙ୍କ ଜନ୍ମ ସ୍ଥାନ ସଂଗ୍ରହାଳୟକୁ ଯାଇ ସେଠାରେ ନେତାଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାପର୍ଣ କରିଥିଲେ । ପରେ ସେଠାରୁ ଟର୍ମିନାଲ ଶିଳ୍ୟାନ୍ୟାସ ସ୍ଥାନକୁ ଆସିଥିଲେ ।



‘‘ମୁଁ ୪୦ ବର୍ଷ ହେଲା ବାଦାମବାଡ଼ି ବସଷ୍ଟାଣ୍ଡକୁ ଦେଖି ଆସିଛି । ପୂର୍ବରୁ ଗାଡ଼ି ମଟର କମ ଚାଲୁଥିଲା । ସେଥି ପାଇଁ ଚଳିଯାଉଥିଲା । ହେଲେ ଏବେ ତ ବାଦମବାଡ଼ି ବସଷ୍ଟାଣ୍ଡଟି ସଙ୍କୁଚିତ ହୋଇ ସାରିଛି । ଏକ ନୂଆ ବସ ଷ୍ଟାଣ୍ଡର ଶୁଭ ଦିଆଯିବ ବୋଲି ଶୁଣି ମୁଁ ଏଠାକୁ ଆସିଛି । ସରକାର ନିହାତି ଭାବେ ଏକ ସମୟ-ଉପଯୋଗୀ ପଦକ୍ଷେପ ନେଇଛନ୍ତି,’’ କହିଛନ୍ତି କଟକ ବାସିନ୍ଦା ସର୍ବେଶ୍ବର ରାଉତ ।
Published by: Anand Shankar Thankur Das
First published: January 23, 2021, 9:02 PM IST