ଅନୁଗୁଳ ସ୍ଥିତ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ହେଵ ବିଶ୍ବର ସବୁଠୁ ବଡ଼ ଷ୍ଟିଲ ପ୍ଲାଣ୍ଟ: ନବୀନ ଜିନ୍ଦଲ

୨୦୩୦ ସୁଦ୍ଧା ୧୦୦ ନିୟୁତ ଟନ୍ କୋଇଲା ବାଷ୍ପୀକରଣ ପାଇଁ ଭାରତ ସରକାର ଲକ୍ଷ୍ୟ ନିର୍ଦ୍ଧାରଣ କରିଛନ୍ତି। କୋଇଲା ମନ୍ତ୍ରଣାଳୟର ଅତିରିକ୍ତ ସଚିବ ଭବିଷ୍ୟତର ଆବଶ୍ୟକତା ପୂରଣ ପାଇଁ କୋଇଲା ଓ ଖଣି ଖନନ କ୍ଷେତ୍ରରେ ପ୍ରଯୁକ୍ତିକୁ ଆପଣାଇବା ଅତ୍ୟନ୍ତ ଜରୁରୀ।

ଅନୁଗୁଳ ସ୍ଥିତ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ହେଵ ବିଶ୍ବର ସବୁଠୁ ବଡ଼ ଷ୍ଟିଲ ପ୍ଲାଣ୍ଟ

ଅନୁଗୁଳ ସ୍ଥିତ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ହେଵ ବିଶ୍ବର ସବୁଠୁ ବଡ଼ ଷ୍ଟିଲ ପ୍ଲାଣ୍ଟ

  • Share this:
News18 Odia Digital

ଭୁବନେଶ୍ବର: ଗୋଟିଏ ପଟେ ଶିଳ୍ପ ଉପରେ କୋଇଲା ସଙ୍କଟ ପ୍ରଭାବ ପଡୁଥିବା ବେଳେ ଅନ୍ୟପଟେ ଅନୁଗୁଳ ସ୍ଥିତ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ହେଵ ବିଶ୍ବର ସବୁଠୁ ବଡ଼ ଷ୍ଟିଲ ପ୍ଲାଣ୍ଟ। ବାର୍ଷିକ ୬ ମିଲିୟନ ଟନ୍ ଉତ୍ପାଦନ କରୁଥିବା ଏହି ପ୍ଲାଣ୍ଟ ନିଜ ଉତ୍ପାଦନ କ୍ଷମତାକୁ ୨୫ ମିଲିୟନ ଟନ୍ ପର୍ଯ୍ୟନ୍ତ ବୃଦ୍ଧି କରିବ।

ଆବଶ୍ୟକ କଞ୍ଚାମାଲ ପାଇଁ ସମସ୍ତ ଅପ୍ସନରେ ଭାଗ ନେବା ପାଇଁ କମ୍ପାନୀ ଆଗ୍ରହୀ। କଞ୍ଚାମାଲ ମିଳିଲେ ଆସନ୍ତା ୭ରୁ ଆଠ ବର୍ଷ ଭିତରେ ଅନୁଗୁଳ ଜେଏସପିଏଲ ହେବ ବଡ଼ ଷ୍ଟିଲ ପ୍ଲାଣ୍ଟ। ଜାତୀୟ ଖଣିଜ କଂଗ୍ରେସର କୋଇଲା ବାଷ୍ପୀକରଣ କର୍ମଶାଳାରେ ଯୋଗ ଦେବା ଅବସରରେ ଏହା କହିଛନ୍ତି ଜେଏସପିଏଲ ଅଧ୍ୟକ୍ଷ ନବୀନ ଜିନ୍ଦଲ।

କୋଇଲା ବାଷ୍ପୀକରଣ କୋଇଲାର ଭବିଷ୍ୟତ ବୋଲି ନବୀନ କହିଛନ୍ତି। କୋଇଲା ମନ୍ତ୍ରାଳୟର ଅତିରିକ୍ତ ଶାସନ ସଚିବ କହିଛନ୍ତି ଯେ ୨୦୨୬ ସୁଦ୍ଧା ଭାରତ ହେବ କୋଇଲା ବଳକା ଦେଶ। ଭାରତକୁ ଆତ୍ମନିର୍ଭରଶୀଳ କରିବା କୋଇଲା ବାଷ୍ପୀକରଣ। ଏହା ପରିବେଶ ଉପୋଯୋଗୀ। ବାଷ୍ପୀକରଣ ଦ୍ବାରା କୋଇଲା କେମିକାଲ ଏନର୍ଜିରେ ରୂପାନ୍ତର ହେଵ‌। ଏହାକୁ ଲୁହା ପଥରରୁ ଷ୍ଟିଲ ଉତ୍ପାଦନ ପାଇଁ ବ୍ୟବହାର ସହ ମିଥାନଲ ଓ ୟୁରିଆ ପ୍ରସ୍ତୁତିରେ ବ୍ୟବହାର ହୁଏ।

ଭୁବନେଶ୍ବରରେ ଜାତୀୟ ଖଣିଜ କଂଗ୍ରେସର କୋଇଲା ବାଷ୍ପୀକରଣ କର୍ମଶାଳାରେ ଯୋଗ ଦେଇ କୋଇଲା ବାଷ୍ପୀକରଣର ଲାଭ ସମ୍ପର୍କରେ କହିଥିଲେ ଜେଏସପିଏଲ ମୁଖ୍ୟ ନବୀନ ଜିନ୍ଦଲ। ଅନୁଗୁଳ ଜେଏସପିଏଲ ପରିସରରେ ରହିଛି କୋଇଲା ବାଷ୍ପୀକରଣ ପ୍ଲାଣ୍ଟ।

କୋଇଲା ସଙ୍କଟ ନେଇ JSPL ମୁଖ୍ୟ ନବୀନ ଜିନ୍ଦଲ କହିଛନ୍ତି, ‘‘ଏବେ ଦେଶରେ କୋଇଲା ସଙ୍କଟ ରହିଛି, ଆଗକୁ ସମାଧାନ ହେବ। କୋଇଲା ସଙ୍କଟ ଯୋଗୁଁ ପ୍ରଭାବିତ ହୋଇଛି ଶିଳ୍ପ ଜଗତ। କୋଇଲା ଅଭାବରୁ ଉତ୍ପାଦନ କ୍ଷମତାର ମାତ୍ର ୪୦% ଉତ୍ପାଦନ ହୋଇପାରୁଛି। ଆଗକୁ କୋଲ୍‌ବ୍ଲକ ନିଲାମ ନେଇ ଭାରତ ସରକାର ପଦକ୍ଷେପ ନେଉଛନ୍ତି ଏଥିପାଇଁ ଭାରତ ସରକାରଙ୍କ ପକ୍ଷରୁ ପ୍ରୋତ୍ସାହନ ମଧ୍ୟ ମିଳୁଛି କୋଇଲାର ଭବିଷ୍ୟତ ହେଉଛି କୋଇଲା ବାଷ୍ପୀକରଣ କେମିକାଲ ଏନର୍ଜି ଓ ଷ୍ଟିଲ୍‌ ଉତ୍ପାଦନରେ କୋଇଲା ସହାୟକ ହେଉଛି। ସେହିପରି ଅନୁଗୁଳ ଜେଏସପିଏଲ ବିଶ୍ବର ସବୁଠୁ ବଡ଼ ଷ୍ଟିଲ ପ୍ଲାଣ୍ଟ ହେବ।’’

କର୍ମଶାଳାରେ ଯୋଗ ଦେଇଥିଲେ କୋଇଲ ମନ୍ତ୍ରାଳୟ ଅତିରିକ୍ତ ସଚିବ ଭିକେ ତିୱାରୀ। ଆଉ କହିଛନ୍ତି, ‘‘୨୦୨୫ ସୁଦ୍ଧା ଦେଶରେ କୋଇଲା ବଳକା ହେବ। ଏଥିପାଇଁ ଆଜିଠୁ ପ୍ରସ୍ତୁତି ଆରମ୍ଭ ଦରକାର। ୪୫୦ ମିଲିୟନ ଟନ୍ ବାର୍ଷିକ ଉତ୍ପାଦନ ପାଇଁ କୋଲ ବ୍ଲକ ଆବଣ୍ଟନ ହୋଇଛି। ବ୍ଲକ ଚାଲୁପାଇ ୫ ରୁ ୭ ବର୍ଷ ଲାଗିବ। ୨୦୧୮-୧୯ରୁ ଆବଣ୍ଟିତ ହୋଇଥିବା କୋଲ ବ୍ଲକ ଅପରେସନ ଆରମ୍ଭ କଲେ କୋଲ ଇଣ୍ଡିଆ ୧ ବିଲିଅନ ଟନ୍ ଉତ୍ପାଦନ ଆଚିଭ କରିବ। ଭାରତ କୋଇଲା ବଳକା ଦେଶ ହେବ। ଦେଶରେ କୋଇଲାର ଅଭାବ ନାହିଁ। କିନ୍ତୁ ଡିମାଣ୍ଡ ସପ୍ଲାଏର ଅଭାବ ରହିଛି।’’

କ୍ୟାପଟିଭ ବ୍ଲକ ଗୁଡ଼ିକୁ କୁହାଯାଇଛି ବାର୍ଷିକ ଉତ୍ପାଦନର ୫୦ ପ୍ରତିଶତ ବିକ୍ରି କରିବା ପାଇଁ। ବର୍ତ୍ତମାନ ସୁଦ୍ଧା ଆବଣ୍ଟିତ ହୋଇଥିବା କୋଲ ବ୍ଲକରୁ ୨୦୨୫ ସୁଦ୍ଧା ୩୦୦ ମିଲିୟନ ଟନ୍ କୋଇଲା ଉତ୍ପାଦନ ହେବ। ୨୦୨୬ ସୁଦ୍ଧା କୋଲ ଇଣ୍ଡିଆ ପାଖରେ ୧୪୦୦ ମିଲିୟନ ଟନ୍ କୋଇଲା ଥିବା। ଆବଣ୍ଟିତ କୋଲ ଵ୍ଲକରୁ କୋଇଲା ବାଷ୍ପୀକରଣ ପାଇଁ କୋଇଲା ବ୍ୟବହାର କଲେ ୫୦ ପ୍ରତିଶତ ଇନସେଣ୍ଟିଭ କୋଇଲା ମନ୍ତ୍ରାଳୟ ଦେଇଥାଏ।

ଏହି କର୍ମଶାଳାରେ କୋଇଲା ବାଷ୍ପୀକରଣ ଓ କୋଇଲାରୁ ହାଇଡ୍ରୋଜେନ ପାଇଁ ରୋଡ ମ୍ୟାପ ଉପରେ ବିସ୍ତାର ଭାବେ ଆଲୋଚନା ହୋଇଥିଲା। ୨୦୩୦ ସୁଦ୍ଧା ୧୦୦ ନିୟୁତ ଟନ୍ କୋଇଲା ବାଷ୍ପୀକରଣ ପାଇଁ ମିସନ ଦସ୍ତାବେଜ ଉନ୍ମୋଚିତ ହୋଇଛି। ଏହି କର୍ମଶାଳାରେ ୨୦ରୁ ଅଧିକ କମ୍ପାନୀ ବିଶେଷଜ୍ଞ ଯୋଗ ଦେଇଥିଲେ‌। ଶନିବାର ଦିନ, ପ୍ରତିନିଧିମାନେ ଅନୁଗୁଳରେ ଥିବା ଜେଏସପିଏଲର କୋଇଲା ବାଷ୍ପୀକରଣ କାରଖାନା ପରିଦର୍ଶନ କରିଛନ୍ତି।
Published by:Lipina Das
First published: