ଆଜି କଳାହାଣ୍ଡିରେ ମୁଖ୍ୟ ମନ୍ତ୍ରୀ; ବହୁ-ପ୍ରତୀକ୍ଷିତ ଇନ୍ଦ୍ରାବତୀ ଉଠା ଜଳସେଚନ ପ୍ରକଳ୍ପକୁ ଲୋକାର୍ପିତ କରିବେ
କୋଭିଡ଼ ପରେ ନବୀନଙ୍କର ଏହା ପ୍ରଥମ ପବ୍ଲିକ ମିଟଂ ହୋଇଥିବାରୁ କୌଣସି କ୍ଷେତ୍ରରେ ଉଣା ରଖିବାକୁ ଚାହୁଁନାହାନ୍ତି BJDର ନେତା ଓ କର୍ମୀମାନେ । କାର୍ଯ୍ୟକ୍ରମର ସଫଳ ଆୟୋଜନ ପାଇଁ ପଞ୍ଚାୟତ ଦାୟିତ୍ବରେ ରହିଛନ୍ତି ୬୫ ଜଣ ବିଧାୟକ ଓ ମନ୍ତ୍ରୀ ।
ଇନ୍ଦ୍ରାବତୀ ମେଗା ଉଠା ଜଳ ସେଚନ ପ୍ରକଳ୍ପ; (ଡାହାଣ) ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ
- News18 Odia
- Last Updated: January 13, 2021, 11:54 PM IST
ଭୁବନେଶ୍ବର: ପଶ୍ଚିମ ଓଡ଼ିଶା ଉପରେ ରାଜ୍ୟ ସରକାରଙ୍କ ଫୋକସର ଅନ୍ୟତମ ଦୃଷ୍ଟାନ୍ତ ରୂପେ ମକର ସଂକ୍ରାନ୍ତି ଦିନ ବହୁ-ପ୍ରତୀକ୍ଷିତ ଇନ୍ଦ୍ରାବତୀ ମେଗା ଉଠା ଜଳ ସେଚନ ପ୍ରକଳ୍ପକୁ ଲୋକାର୍ପିତ କରିବେ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥି ପାଇଁ ବ୍ୟାପକ ଆୟୋଜନ କରାଯାଇଛି ।
ପ୍ରାୟ ୭୫୬ କୋଟି ଟଙ୍କା ବ୍ୟୟରେ ନିର୍ମିତ ଇନ୍ଦ୍ରାବତୀ ମେଗା ଉଠାଜଳ ସେଚନ ପ୍ରକଳ୍ପ କାର୍ଯ୍ୟକ୍ଷମ ହେବା ଦ୍ୱାରା ଜୟପାଟଣା, କୋକସରା ଓ ଧର୍ମଗଡ଼ ବ୍ଳକର ୯୧ଟି ଗ୍ରାମର ୨୫,୨୭୫ ହେକ୍ଟର ଚାଷ ଜମି ଜଳସେଚିତ ହୋଇପାରିବ । ଦୁଇ ଦିନ ତଳେ ନିଜ କଳାହାଣ୍ଡି ଗସ୍ତ ନେଇ ମୁଖ୍ୟ ମନ୍ତ୍ରୀ ଏକ ଭିଡ଼ିଓ ବାର୍ତ୍ତା ମାଧ୍ୟମରେ ସୂଚନା ଦେଇଥିଲେ । ତାଙ୍କ କାର୍ଯ୍ୟକ୍ରମକୁ ସଫଳ କରିବା ଲାଗି ସମସ୍ତ ବଳ ଲଗାଇଛି ବିଜେଡ଼ି ।
ଏହା ବି ପଢ଼ନ୍ତୁ | ଟ୍ରମ୍ପଙ୍କୁ ଗାଦିଚ୍ୟୁତ କରିବାକୁ ଆମେରିକାର ସଂସଦରେ ଭୋଟିଂ ଆରମ୍ଭ ହେଲା; ସିନେଟକୁ ପଠାଯିବ

ଗୃହ ରାଷ୍ଟ୍ର ମନ୍ତ୍ରୀ କ୍ୟାପ୍ଟେନ ଦିବ୍ୟଶଙ୍କର ମିଶ୍ର
କୋଭିଡ଼ ପରେ ନବୀନଙ୍କର ଏହା ପ୍ରଥମ ପବ୍ଲିକ ମିଟଂ ହୋଇଥିବାରୁ କୌଣସି କ୍ଷେତ୍ରରେ ଉଣା ରଖିବାକୁ ଚାହୁଁନାହାନ୍ତି ବିଜେଡିର ନେତା ଓ କର୍ମୀମାନେ । ଗୃହ ରାଷ୍ଟ୍ର ମନ୍ତ୍ରୀ କ୍ୟାପ୍ଟେନ ଦିବ୍ୟଶଙ୍କର ମିଶ୍ର କହିଛନ୍ତି ଯେ ବିଗତ ୨୦ ବର୍ଷରେ କଳାହାଣ୍ଡିକୁ ମୁଖ୍ୟ ମନ୍ତ୍ରୀ ଗୁରୁତ୍ବ ଦେଇ ଆସିଛନ୍ତି ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ VIDEO | କି ନିର୍ଦୟ! ବାଡ଼ି ଓ ରଡ଼ରେ ପିଟି ପିଟି ଡଲଫିନକୁ ହତ୍ୟା କଲେ; VIDEO ଭାଇରାଲ ହେଲା; ୩ ଗିରଫ
‘‘ସ୍ବାସ୍ଥ୍ୟ, ଗମନାଗମନ, ଶିକ୍ଷା ଓ କୃଷି ଆଦି କ୍ଷେତ୍ରରେ ଅନେକ ପାଦ ଆଗେଇଛି କଳାହାଣ୍ଡି । କୋଭିଡ ସମୟରେ ମୁଖ୍ୟ ମନ୍ତ୍ରୀ ପବ୍ଲିକ ମିଟଂ ପାଇଁ ବି କଳାହାଣ୍ଡିକୁ ଚୟନ କରିଛନ୍ତି । ବିକାଶର ବାର୍ତ୍ତା ନେଇ ସେ ପହଞ୍ଚୁଛନ୍ତି । ତାଙ୍କୁ ସ୍ବାଗତ କରିବାକୁ କଳାହାଣ୍ଡି ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ,’’ କହିଛନ୍ତି ମିଶ୍ର ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | ବିରାଟ କୋହଲି ବାପା ହେଲେ; ତାଙ୍କ ପତ୍ନୀ ଅନୁଷ୍କା ଶର୍ମା ଏକ ଶିଶୁ କନ୍ୟାକୁ ଜନ୍ମ ଦେଲେ
ବିଜେଡ଼ି ନେତା ପୁଷ୍ପେନ୍ଦ୍ର ସିଂଦେଓ କହିଛନ୍ତି ଯେ କଳାହାଣ୍ଡିର ତିନିଟି ବ୍ଳକକୁ ମରୁଡ଼ି ପ୍ରପୀଡ଼ିତ ଅଞ୍ଚଳ ଭାବେ ବର୍ଣ୍ଣନା କରାଯାଉଥିଲା । ‘‘କଳାହାଣ୍ଡି ବାସୀଙ୍କ ଦୀର୍ଘ ଦିନର ଦାବି ଥିଲା ଏ ଭଳି ପ୍ରକଳ୍ପ ପାଇଁ । ଏହା ଏବେ ସାକାର ହେବାକୁ ଯାଉଛି । ଏଥି ପାଇଁ ସମସ୍ତ ପ୍ରସ୍ତୁତି ସରିଛି । କଳାହାଣ୍ଡି ପାଇଁ ଏହା ଏକ ଗର୍ବର କଥା,’’ କହିଛନ୍ତି ସିଂଦେଓ ।
ଏହା ବି ପଢ଼ନ୍ତୁ | IND VS AUS: ଟିମ୍ ଇଣ୍ଡିଆର ଖେଳ ଦେଖି ସୌରଭ ଗାଙ୍ଗୁଲି ଖୁବ୍ ଖୁସି; କହିଲେ ‘ଏବେ ସିରିଜ୍ ଜିତ’
ବିରୋଧୀ ଦଳମାନେ କିନ୍ତୁ ଏ ଭଳି କାର୍ଯ୍ୟକ୍ରମକୁ ଭିନ୍ନ ଅର୍ଥରେ ଦେଖିଛନ୍ତି । ବିଜେପି ନେତା ପ୍ରଦୀପ ପୁରୋହିତ କହିଛନ୍ତି, ‘‘ବିଜେଡ଼ି ସବୁ ଶକ୍ତି ଲଗେଇ ଦେଇଛି କଳାହାଣ୍ଡି କାର୍ଯ୍ୟକ୍ରମକୁ ସଫଳ କରାଇବାକୁ । ଯେଉଁ ଉଦ୍ଦେଶ୍ୟ ନେଇ ବିଜେଡ଼ି ଏପରି କାର୍ଯ୍ୟକ୍ରମ କରୁଛି ତାହା ସଫଳ ହେବନି । ଉପକୂଳ ଓଡ଼ିଶାରେ ବିଜେଡ଼ିର ଦବଦବା କମୁଥିବାରୁ ବିଜେପି ଗଡ଼ ପଶ୍ଚିମ ଓଡ଼ିଶା ଉପରେ ଦଳ ଫୋକସ କରୁଛି । କଳହାଣ୍ଡିରେ ଏଭଳି ଏକ କାର୍ଯ୍ୟକ୍ରମର ଆୟୋଜନ କରି ଦଳ ଯେଉ ସ୍ବପ୍ନ ଦେଖୁଛି ତାହା ବାସ୍ତବ ରୂପ ନେବ ନାହିଁ ।’’
ପୂର୍ବରୁ ଅନେକ୍ ପକଳ୍ପର ଶିଳାନ୍ୟାସ କରି ସେଗୁଡ଼ିକୁ କାର୍ଯ୍ୟକ୍ଷମ କରାଇବାରେ ସରକାର ବିଫଳ ହୋଇଥିବାରୁ ମୁଖ୍ୟ ମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତ ବିଜେଡ଼ି ପାଇଁ ବୁମେରାଂ ହେବ ବୋଲି କହିଛନ୍ତି ପୁରୋହିତ । କଂଗ୍ରେସ ବିଧାୟକ ସୁର ରାଉତରାୟ କହିଛନ୍ତି, ‘‘ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ଏଭଳି କାର୍ଯ୍ୟକ୍ରମ କରୁଛି ବିଜେଡି । ୨୦୧୩ ମସିହାରେରେଏହି ପ୍ରକଳ୍ପର ଶିଳାନ୍ୟାସ କରିଥିଲେ ମୁଖ୍ୟ ମନ୍ତ୍ରୀ । ଆଜି ଏହା ବାସ୍ତବ ରୂପ ନେବାକୁ ଯାଉଛି ଓ କଳାହାଣ୍ଡି ବାସୀଙ୍କ ପାଇଁ ନୂଆ ଆଶାର ସଞ୍ଚାର ହୋଇଛି ।’’






