ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ଏବେ ଚମକିବ ନୂଆପଡ଼ା: ଲୋୟର୍ ଇନ୍ଦ୍ର ପ୍ରକଳ୍ପ ସହ ₹୪,୦୦୦ କୋଟିର ପ୍ରକଳ୍ପ ଭେଟି ଦେଲେ ନବୀନ

ଏବେ ଚମକିବ ନୂଆପଡ଼ା: ଲୋୟର୍ ଇନ୍ଦ୍ର ପ୍ରକଳ୍ପ ସହ ₹୪,୦୦୦ କୋଟିର ପ୍ରକଳ୍ପ ଭେଟି ଦେଲେ ନବୀନ

ଲୋୟର୍ ଇନ୍ଦ୍ର ଜଳସେଚନ ପ୍ରକଳ୍ପ ଯୋଗୁଁ ନୂଆପଡ଼ା ଓ ବଲାଙ୍ଗୀର ଜିଲ୍ଲାର ୩୦,୦୦୦ ହେକ୍ଟର୍ ଜମି ଜଳ ସେଚିତ ହେବ । ଏହା ବ୍ୟତୀତ ନୂଆପଡ଼ାବାସୀଙ୍କୁ କେତେକ ଭିତ୍ତିଭୂମି, ପର୍ଯ୍ୟଟନ, ଗମନାଗମନ ଓ ଜଳସେଚନ ପ୍ରକଳ୍ପ ବି ଭେଟି ଦେଇଛନ୍ତି ନବୀନ ପଟ୍ଟନାୟକ ।

ଏବେ ଚମକିବ ନୂଆପଡ଼ା: ଲୋୟର୍ ଇନ୍ଦ୍ର ପ୍ରକଳ୍ପ ସହ ₹୪,୦୦୦ କୋଟିର ପ୍ରକଳ୍ପ ଭେଟି ଦେଲେ ନବୀନ
ନୂଆପଡ଼ାବାସୀଙ୍କୁ ସମ୍ବୋଧିତ କରୁଛନ୍ତି ନବୀନ ପଟ୍ଟନାୟକ
  • News18 Odia
  • Last Updated: March 10, 2021, 7:01 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଫୋକସରେ ରହିଛି ପଶ୍ଚିମ ଓଡିଶା । କଳାହାଣ୍ଡିର ଇନ୍ଦ୍ରାବତୀ ପ୍ରକଳ୍ପ, ସୁନ୍ଦରଗଡ଼ର ହକି ଷ୍ଟାଡିଅମ୍‌ ଓ ସମଲେଶ୍ବରୀ ଯୋଜନା ପରେ ଆଜି ନୂଆପଡ଼ାବାସୀଙ୍କୁ ୪,୦୦୦ କୋଟି ଟଙ୍କାର ପ୍ରକଳ୍ପ ଭେଟି ଦେଇଛନ୍ତି ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜିର ପ୍ରକଳ୍ପ ପରେ ନୂଆ ଓଡ଼ିଶାର ବିକାଶ ଧାରାରେ ନୂଆପଡ଼ା ଏକ ନୂଆ ଫର୍ଦ୍ଦ ହୋଇ ଯୋଡ଼ିଛି ବୋଲି ସେ କହିଛନ୍ତି ।

ନବୀନ ପଟ୍ଟନାୟକ ନୂଆପଡ଼ା ଗସ୍ତ କରି ୨,୩୩୭ କୋଟି ଟଙ୍କାର ପ୍ରକଳ୍ପର ଲୋକାର୍ପଣ କରିଛନ୍ତି । ୫୦.୨୯ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବା ସହିତ ବହୁପ୍ରତୀକ୍ଷିତ ଲୋୟର୍‌ ଇନ୍ଦ୍ର ଜଳସେଚନ ପ୍ରକଳ୍ପର ବି ଶୁଭାରମ୍ଭ କରିଛନ୍ତି । ନୂଆପଡ଼ା ଟିଖାଲିରେ ୧,୭୫୪ କୋଟି ଟଙ୍କା ବ୍ୟୟରେ ଲୋୟର୍‌ ଇନ୍ଦ୍ର ଜଳସେଚନ ପ୍ରକଳ୍ପ କରାଯାଇଛି । ଏହି ପ୍ରକଳ୍ପ ଯୋଗୁଁ ନୂଆପଡ଼ା ଓ ବଲାଙ୍ଗୀର ଜିଲ୍ଲାର ୩୦ ହଜାର ହେକ୍ଟର୍‌ ଜମି ଜଳ ସେଚିତ ହେବ । ଏ ଭିତରେ ବଲାଙ୍ଗିରର ତିନିଟି ବ୍ଲକର ୧୭,୦୦୦ ହେକ୍ଟର୍‌ ଓ ନୂଆପଡ଼ାର ପାଞ୍ଚଟି ବ୍ଲକର ୧୩,୦୦୦ ହେକ୍ଟର୍‌ ଜମି ଜଳସେଚିତ ହୋଇପାରିବ ।

ଏହା ବି ପଢ଼ନ୍ତୁ | ରିଲାଏନ୍ସ ନିଜ ସବୁ କର୍ମଚାରୀଙ୍କ କରୋନା ଟିକାକରଣର ମୂଲ୍ୟ ବହନ କରିବ, ଜଣେଇଲେ ନୀତା ଅମ୍ବାନୀ

ଏହା ସହ ଭିତ୍ତିଭୂମି, ପର୍ଯ୍ୟଟନ, ଗମନାଗମନ ଓ ଜଳସେଚନ ଭଳି ବହୁ ପ୍ରକଳ୍ପ ନୂଆପଡ଼ାବାସୀଙ୍କୁ ଭେଟି ଦେଇଛନ୍ତି ପଟ୍ଟନାୟକ । ନୂଆପଡ଼ାର ଖଡ଼ିଆଳର ରାଜା ଏଟି ହାଇ ସ୍କୁଲ୍‌ ପଡ଼ିଆରେ ଏକ ଜନସଭାକୁ ସମ୍ବୋଧିତ ନୂଆପଡ଼ାରେ ଶିଶୁ ଓ ମାତୃ ମୃତ୍ୟୁ ହାର କମିଥିବା ଓ ଫ୍ଲୋରାଇଡ଼ ପାଣିରୁ ମୁକ୍ତି ଯୋଗୁଁ ଖୁସି ବ୍ୟକ୍ତ କରିଥିଲେ ।

ଏହା ବି ପଢ଼ନ୍ତୁ | Gold Price: ସୁନାର ଦାମ୍ ଆହୁରି ଖସିଲା; ୧୨,୦୦୦ ଟଙ୍କା ଶସ୍ତା ହେଲା ସୁନା; କିଣିବାର ଭଲ ସମୟ

‘‘ସ୍ବାଧୀନତା ସଂଗ୍ରାମରେ ମହିଳାମାନେ ଗୁରୁତ୍ବପୂର୍ଣ୍ଣ ଭୂମିକା ନେଇଛନ୍ତି । ନୂଆପଡ଼ାକୁ ବିଜୁବାବୁ ନିଜ ସାନ ପୁଅ ଭଳି ଭଲ ପାଉଥିବାରୁ ଏହାକୁ ଏକ ସ୍ବତନ୍ତ୍ର ଜିଲ୍ଲା କରିଥିଲେ । ନୂଆପଡ଼ାରେ ଶିଶୁ ଓ ମାତୃ ମୃତ୍ୟୁ ହାର କମିଛି । ନୂଆପଡାବାସୀମାନେ ଫ୍ଲୋରାଇଡ଼ ପାଣି ଯୋଗୁଁ ବହୁ ସମସ୍ୟାର ସମୁଖୀନ ହେଉଥିଲେ । ମା’ମାନଙ୍କୁ ଭଲ ପିଇବା ପାଣି ପାଇଁ ମାଇଲ୍‌ ମାଇଲ୍‌ ବାଟ ଯିବାକୁ ପଡୁଥିଲା । ଆଜି ସେ ସମସ୍ଯା ନାହିଁ । ଆଜି ନୂଆପଡ଼ାର ଏକ ଲକ୍ଷ ପରିବାର ପାଖରେ ପାଇପ୍‌ ପାଣି ପହଞ୍ଚି ପାରିଛି,’’ କହିଛନ୍ତି ପଟ୍ଟନାୟକ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ଓଃ କି ନାଚ! ବିବାହ ବେଦିରେ ସାତ ଫେରା ବେଳେ ବର କନ୍ୟା ମନ ଭରି ନାଚିଲେ; VIDEO ଭାଇରାଲ୍

ଫ୍ଲୋରାଇଡ଼ ଦୂର କରିବା ପାଇଁ ୧,୧୦୦ରୁ ଅଧିକ ଫ୍ଲୋରାଇଡ଼ ରିମୁଭାଲ ପ୍ଲାଣ୍ଟ କରାଯାଇଛି ବୋଲି ସେ କହିଛନ୍ତି । ‘‘୯୦୦ରୁ ଅଧିକ ଗାଁକୁ ସମ୍ପୂର୍ଣ୍ଣ ଭାବରେ ଫ୍ଲୋରାଇଡ଼ ସମସ୍ଯା ରୁ ମୁକ୍ତ କରାଯାଇଛି । ୨୦୨୨ ସୁଦ୍ଧା ନୂଆପଡାର ସବୁ ପରିବାରକୁ ଶତ ପ୍ରତିଶତ ପାଇପ ପାଣି ଯୋଗାଇ ଦିଆଯିବ । ଏଥି ପାଇଁ ୭୦୦ କୋଟି ଟଙ୍କା ବ୍ୟୟରେ ୨୦୫ଟି ପାଇପ୍‌ ପାନୀୟ ଜଳ ପ୍ରକଳ୍ପ ଓ ଗୋଟିଏ ବୃହତ ପାନୀୟ ଜଳ ପ୍ରକଳ୍ପ କାମ ଚାଲିଛି । ଚିର ମରୁଡି ପ୍ରପୀଡିତ ଅଞ୍ଚଳ  ନୂଆପଡାରେ ଆଜି ନୂଆ ସବୁଜିମା ସୃଷ୍ଟି ହୋଇଛି । ନୂଆପଡା ଆଜି ବିକାଶର ନୂଆ ଇତିହାସ ଲେଖିଛି,’’ କହିଛନ୍ତି ପଟ୍ଟନାୟକ ।

ଏହା ବି ପଢ଼ନ୍ତୁ | ହଷ୍ଟେଲରେ ରହୁଥିବା ନାବାଳିକାମାନଙ୍କୁ ଲଙ୍ଗଳା ହୋଇ ନାଚିବାକୁ ବାଧ୍ୟ କଲା ପୋଲିସ

ନୂଆପଡ଼ା ଜିଲ୍ଲାରେ ଗତ ଦଶ ବର୍ଷ ମଧ୍ୟରେ ଜଳସେଚନ ସୁବିଧା ୫୪ ପ୍ରତିଶତ ବଢିଛି ବୋଲି ଦର୍ଶାଇ ଜିଲ୍ଲାର ଦେଢ଼ ଲକ୍ଷ ଏକର ଜମିକୁ ଆଜି ପାଣି ସୁବିଧା ମିଳିଛି ବୋଲି ସେ କହିଛନ୍ତି । ନୂଆପଡ଼ାର ଚାଷୀ ଆଜି ଧାନ ଉତ୍ପାଦନ ସହିତ ମକା ଚାଷ ଓ କପା ଚାଷ ବି କରିପାରୁଛି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ଅମିତାଭ ବଚ୍ଚନଙ୍କର ସର୍ଜରୀ ହେବ; ତାଙ୍କ ସ୍ୱାସ୍ଥ୍ୟ ଖରାପ ହେଲେ ଅନେକ ଫିଲ୍ମ ଉପରେ ପ୍ରଭାବ ପଡ଼ିବ

‘‘ଆଜିର ଏ ପ୍ରକଳ୍ପଗୁଡ଼ିକ ଚାଷୀମାନଙ୍କ ଭିତରେ ଆତ୍ମପ୍ରତ୍ୟୟ ସୃଷ୍ଟି କରିବ । ଏ ପ୍ରକଳ୍ପ ଦ୍ଵାରା ନୂଆପଡ଼ାର କୋମନା, ଖଡି଼ଆଳ ଓ ବଲାଙ୍ଗୀରର ବଙ୍ଗୋମୁଣ୍ଡା, ମୁରିବାହାଲ ଓ ଟିଟିଲାଗଡ଼ ବ୍ଲକ ର ୨୦୦ଟି ଗାଁର ୧,୮୦,୦୦୦ ଲୋକ ଉପକାର ପାଇବେ । ଏହି ପ୍ରକଳ୍ପ ପାଇଁ ଜମି ଦେଇଥିବା ଲୋକଙ୍କୁ ସେମାନଙ୍କ ତ୍ୟାଗ ପାଇଁ କୃତଜ୍ଞତା ଜଣାଉଛି,’’ କହିଛନ୍ତି ମୁଖ୍ୟ ମନ୍ତ୍ରୀ ।



ନୂଆପଡ଼ାବାସୀଙ୍କ ପାଇଁ ୪,୦୦୦ କୋଟି ଟଙ୍କାର ପ୍ରକଳ୍ପ ଘୋଷଣା ପରେ ରାଜ୍ୟ ସଭା ସାଂସଦ ସୁଜିତ କୁମାର କହିଛନ୍ତି ଯେ ନୂଆପଡ଼ାର ବିକାଶ ଧାରାରେ ଆଉ ଏକ ଫର୍ଦ୍ଦ ଯୋଡି଼ହୋଇଛି । ଲୋୟର୍‌ ଇନ୍ଦ୍ର ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇଥିବାରୁ ଚାଷୀ ଭାଇମାନେ ଆଉ ସମସ୍ୟାରେ ସମ୍ମୁଖୀନ ହେବେ ନାହିଁ ଓ ପାନୀୟ ଜଳର ସମସ୍ୟା ବି ଦୂର ହୋଇଛି ବୋଲି ସେ କହିଛନ୍ତି ।
Published by: Anand Shankar Thankur Das
First published: March 10, 2021, 7:01 PM IST