• ହୋମ୍
  • »
  • ଓଡ଼ିଶା ନ୍ୟୁଜ୍
  • »
  • ଓଡ଼ିଶା
  • »
  • ସୁନ୍ଦରଗଡ଼ରେ ସ୍ମାର୍ଟ ହେଲ୍ଥ କାର୍ଡ଼ ବଣ୍ଟନର ଶୁଭାରମ୍ଭ କଲେ ନବୀନ; ‘‘ଦ୍ବିତୀୟ ଏମସ୍ ପାଇଁ ପ୍ରୟାସ ହେବ’’

ସୁନ୍ଦରଗଡ଼ରେ ସ୍ମାର୍ଟ ହେଲ୍ଥ କାର୍ଡ଼ ବଣ୍ଟନର ଶୁଭାରମ୍ଭ କଲେ ନବୀନ; ‘‘ଦ୍ବିତୀୟ ଏମସ୍ ପାଇଁ ପ୍ରୟାସ ହେବ’’

ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ ହେଲଥ୍ କାର୍ଡ ଦ୍ବାରା ରାଜ୍ୟର ୯୬ ଲକ୍ଷ ପରିବାରର ସାଢେ ତିନି କୋଟି ଲୋକ ଉପକୃତ ହେବେ ଓ ସ୍ବାସ୍ଥ୍ୟ ସେବାର ଅନେକ ସମସ୍ୟାରୁ ମୁକ୍ତି ପାଇବେ ବୋଲି କହିଛନ୍ତି ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ।

ସାତ ଜଣ ହିତାଧିକାରୀଙ୍କୁ ବିଜୁ ସ୍ମାର୍ଟ ହେଲ୍ଥ କାର୍ଡ ବଣ୍ଟନ କରିଥିଲେ ମୁଖ୍ୟ ମନ୍ତ୍ରୀ ।

ସାତ ଜଣ ହିତାଧିକାରୀଙ୍କୁ ବିଜୁ ସ୍ମାର୍ଟ ହେଲ୍ଥ କାର୍ଡ ବଣ୍ଟନ କରିଥିଲେ ମୁଖ୍ୟ ମନ୍ତ୍ରୀ ।

  • News18 Odia
  • Last Updated :
  • Share this:
News18 Odia Digital

ଭୁବନେଶ୍ୱର: ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସୁନ୍ଦରଗଡ ଜିଲ୍ଲାବାସୀଙ୍କ ପାଇଁ ସ୍ମାର୍ଟ ହେଲ୍‌ଥ କାର୍ଡ଼ ବଣ୍ଟନର ଶୁଭାରମ୍ଭ କରିଛନ୍ତି ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ। ସ୍ମାର୍ଟ ହେଲ୍‌ଥ କାର୍ଡ଼ ବଣ୍ଟନରେ ସୁନ୍ଦରଗଡ଼ ହେଉଛି ଦ୍ବିତୀୟ ଜିଲ୍ଲା । ଚଳିତ ବର୍ଷ ସ୍ବାଧୀନତା ଦିବସ ଅବସରରେ ସ୍ମାର୍ଟ ହେଲ୍‌ଥ କାର୍ଡ ସମ୍ପର୍କରେ ଘୋଷଣା କରିଥିଲେ ମୁଖ୍ୟ ମନ୍ତ୍ରୀ। ଏହା ପରେ ଅଗଷ୍ଟ ୨୦ ତାରିଖରେ ମାଲକାନଗିରିରେ ପ୍ରଥମ କରି ସ୍ମାର୍ଟ ହେଲ୍‌ଥ କାର୍ଡ଼ ବଣ୍ଟନର ଶୁଭାରମ୍ଭ ହୋଇଥିଲା। ଆଜି ଦ୍ଵିତୀୟ ଜିଲ୍ଲା ଭାବେ ରାଉରକେଲାରେ ସୁନ୍ଦରଗଡ଼ ଜିଲ୍ଲା ପାଇଁ ଏହି ସେବା ଆରମ୍ଭ ହୋଇଛି।

‘‘ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ ହେଲଥ୍ କାର୍ଡ ଦ୍ବାରା ରାଜ୍ୟର ୯୬ ଲକ୍ଷ ପରିବାରର ସାଢେ ତିନି କୋଟି ଲୋକ ଉପକୃତ ହେବେ। ଏହା ଦ୍ବାରା ଆମର ଗରିବ ଲୋକମାନେ ସ୍ବାସ୍ଥ୍ୟ ସେବା ପାଇଁ ଅନେକ ସମସ୍ୟାରୁ ମୁକ୍ତି ପାଇବେ। ବିଶେଷକରି ଚିକିତ୍ସା ଖର୍ଚ୍ଚ ଜନିତ ଆର୍ଥିକ ସମସ୍ୟାରୁ ମୁକ୍ତ ହୋଇପାରିବେ,’’ କହିଛନ୍ତି ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ।

ଏହା ବି ପଢ଼ନ୍ତୁ | ପୁଣି ନିର୍ଭୟା: ମୁମ୍ବାଇରେ ଅଟୋ ଭିତରେ ରେପ୍ ହୋଇଥିବା ମହିଳାଙ୍କ ମୃତ୍ୟୁ; ଲୁହା ରଡ଼ରେ ଆକ୍ରମଣ

ମୁଖ୍ୟ ମନ୍ତ୍ରୀ କହିଛନ୍ତି ଯେ ଲୋକେ ସ୍ବାସ୍ଥ୍ୟ ସମସ୍ୟାରେ ପଡିଲେ ବେଳେବେଳେ ଚିକିତ୍ସା ପାଇଁ ଜମିବାଡି ବିକିବାକୁ ବାଧ୍ୟ ହୁଅନ୍ତି ଓ ପିଲାଙ୍କ ପାଠପଢା ବନ୍ଦ କରିଦିଅନ୍ତି, ଯାହାକି ଅତି ଦୁଃଖଦାୟକ। ହେଲେ ଏବେ ଲୋକେ ବିନା କୌଣସି ଅସୁବିଧାରେ କାର୍ଡ ଖଣ୍ଡିଏ ଧରି ଦେଶର ୨୦୦ଟି ବଡ ବଡ ହସପିଟାଲରେ ଭଲ ଚିକିତ୍ସା ପାଇପାରିବେ। ଏଥି ପାଇଁ ଟଙ୍କାଟିଏ ବି ଖର୍ଚ୍ଚ କରିବାକୁ ପଡିବ ନାହିଁ ବୋଲି ମୁଖ୍ୟ ମନ୍ତ୍ରୀ କହିଛନ୍ତି।

ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ସହ ମୁଖ୍ୟ ମନ୍ତ୍ରୀ କାର୍ଯ୍ୟକ୍ରମ ସ୍ଥଳରେ ପହଞ୍ଚୁଛନ୍ତି ।


ଏହା ବି ପଢ଼ନ୍ତୁ | ଗୁଜରାଟ: ୨୦୧୭ରେ ପ୍ରଥମ ଥର MLA ହେଲେ ଭୂପେନ୍ଦ୍ର ପଟେଲ; ମାତ୍ର ୪ ବର୍ଷ ପରେ CM ହୋଇଗଲେ

ମୁଖ୍ୟ ମନ୍ତ୍ରୀ ପୁଣି ଥରେ କହିଛନ୍ତି ଯେ ତାଙ୍କ ପାଇଁ ପ୍ରତିଟି ଜୀବନ ମୂଲ୍ୟବାନ । ‘‘ଚାଷୀ ହେଉ ବା ମୂଲିଆ ବା ରିକ୍‌ସା ବାଲା, ସମସ୍ତେ ସମ୍ମାନର ସହ ବଞ୍ଚନ୍ତୁ । ଏହା ଆମ ସରକାରର ବିଭିନ୍ନ କଲ୍ୟାଣ କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ,’’ ସେ କହିଛନ୍ତି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଭିଡିଓ | ଯେବେ ପ୍ରଭୁ ଗଣେଶଙ୍କୁ ସ୍ୱାଗତ କରିବା ପାଇଁ ହେମା ମାଳିନୀ ଝିଅ ଏଶା ଦେଓଲ୍ନୃତ୍ୟ କରିଥିଲେ

ସୁନ୍ଦରଗଡରେ ଦ୍ବିତୀୟ ଏମସ୍‌ ହସପିଟାଲ୍‌ ପ୍ରସଙ୍ଗ ସମ୍ପର୍କରେ ପ୍ରକାଶ କରି ମୁଖ୍ୟ ମନ୍ତ୍ରୀ କହିଛନ୍ତି ଯେ ଏଥି ପାଇଁ ରାଜ୍ୟ ସରକାର ପ୍ରୟାସ ଜାରି ରଖିବେ । ଦେଶ ପାଇଁ ଅଲ୍‌ମ୍ପିକ୍‌ସ ଗୌରବ ଆଣିଥିବା ସୁନ୍ଦରଗଡବାସୀଙ୍କ ଏହି ନ୍ୟାୟପୂର୍ଣ୍ଣ ଦାବୀ ପୂରଣ ପାଇଁ କେନ୍ଦ୍ର ସରକାରଙ୍କ ନିକଟରେ ଓଡିଶା ସରକାର ନିଜ ଉଦ୍ୟମକୁ ଆହୁରି ଜୋରଦାର କରିବେ ବୋଲି ସେ କହିଛନ୍ତି । ଏହି ଅବସରରେ ମୁଖ୍ୟ ମନ୍ତ୍ରୀ ଟୋକିଓ ଅଲମ୍ପିକ୍‌ସରେ ଖେଳିଥିବା ହକି ଖେଳାଳିମାନଙ୍କୁ ଅଭିନନ୍ଦନ ଜଣାଇଥିଲେ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ଡ୍ରଗ୍ସ ସେବନ କରୁଥିଲେ କନ୍ନଡ଼ ଅଭିନେତ୍ରୀ ଅନୁଶ୍ରୀ? ତାଙ୍କ ବିରୋଧରେ ଚାଞ୍ଚଲ୍ୟକର ଅଭିଯୋଗ

ସାତ ଜଣ ହିତାଧିକାରୀଙ୍କୁ ବିଜୁ ସ୍ମାର୍ଟ ହେଲ୍‌ଥ କାର୍ଡ଼ ବଣ୍ଟନ କରିବା ସହିତ ମୁଖ୍ୟ ମନ୍ତ୍ରୀ ସୁନ୍ଦରଗଡରେ ୫୮୦.୮୨ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ ମଧ୍ୟ କରିଛନ୍ତି। ଏଥିରେ ସଂଯୋଗୀକରଣ ଠାରୁ ଆରମ୍ଭ କରି ଭିତ୍ତିଭୂମି ନିର୍ମାଣ, ଶିକ୍ଷା, ସ୍ବାସ୍ଥ୍ୟ, ଜୀବିକା, ପରିମଳ, ଜଳସେଚନ, ଶକ୍ତି, ମହିଳା ଓ ଶିଶୁବିକାଶ ଆଦି ବିଭିନ୍ନ କ୍ଷେତ୍ରରେ ନିର୍ମାଣ କାର୍ଯ୍ୟ କରାଯିବ।

ଏହା ବି ପଢ଼ନ୍ତୁ | Taliban Rule: ଆଫଗାନିସ୍ତାନରେ ମହିଳାମାନେ ବିରୋଧ କରିପାରିବେନି, କୌଣସି ଖେଳ ଖେଳିପାରିବେନି

ଏହି କାର୍ଯ୍ୟକ୍ରମରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ ଦାସ ଯୋଗଦେଇ ସ୍ବାସ୍ଥ୍ୟ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ପଦକ୍ଷେପ ସମ୍ପର୍କରେ ଆଲୋକପାତ କରିଥିଲେ। ‘‘ଓଡିଶାରେ ବିଶ୍ବସ୍ତରୀୟ ଚିକିତ୍ସା ସୁବିଧା, ମେଡିକାଲ କଲେଜ ପ୍ରତିଷ୍ଠା ଓ ବିଜୁ ସ୍ବାସ୍ଥ୍ୟ କାର୍ଡ ଭଳି ଅନନ୍ୟ କାର୍ଯ୍ୟକ୍ରମ କରାଯାଉଛି, ଯାହାକି ମୁଖ୍ୟ ମନ୍ତ୍ରୀଙ୍କ ଦୂରଦର୍ଶୀ ନେତୃତ୍ବରେ ହେଉଛି,’’ କହିଥିଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ।



ରାଉରକେଲା ବିଧାୟକ ଶାରଦା ନାୟକ ମଧ୍ୟ କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟ ମନ୍ତ୍ରୀଙ୍କ ନେତୃତ୍ବର ପ୍ରଶଂସା କରିଥିଲେ । ବିଧାୟକ ସୁବ୍ରତ ତରାଇ ଧନ୍ୟବାଦ ଜଣାଇଥିଲେ। କାର୍ଯ୍ୟକ୍ରମରେ ରାଜ୍ୟ ମନ୍ତ୍ରୀମଣ୍ଡଳର ଅନେକ ସଦସ୍ୟ ଓ ବିଧାୟକ ପ୍ରମୁଖ ଯୋଗ ଦେଇଥିଲେ ।
Published by:Anand S.T. Das
First published:
)}