ତତଲା ଧାନ: ନିଜେ ନବୀନ ପହଞ୍ଚିଲେ BJP ବିଧାୟକଙ୍କ ଧାରଣା ସ୍ଥଳରେ, ଘରକୁ ଡାକି ଆଲୋଚନା କଲେ

ରାଜ୍ୟ ରାଜନୀତିରେ ପ୍ରଥମ ଥର ପାଇଁ ଏମିତି ଘଟଣା ଘଟିଛି ବୋଲି ଦର୍ଶାଇ ଗତ କାଲି ପର୍ଯ୍ୟନ୍ତ ‘‘ନବୀନ କେଉଁଠି ନିଖୋଜ’’ ବୋଲି କହୁଥିବା ବିଜେପିର ଅନେକ ବିଧାୟକ ଆଶ୍ଚର୍ଯ୍ୟ ଓ ଖୁସିରେ ଗଦଗଦ୍ ହେଉଥିବା ଦେଖାଯାଇଥିଲା ।

ତତଲା ଧାନ: ନିଜେ ନବୀନ ପହଞ୍ଚିଲେ BJP ବିଧାୟକଙ୍କ ଧାରଣା ସ୍ଥଳରେ, ଘରକୁ ଡାକି ଆଲୋଚନା କଲେ
ବିଜେପି ବିଧାୟକମାନଙ୍କ ସହ ନବୀନ ପଟ୍ଟନାୟକ
  • News18 Odia
  • Last Updated: March 18, 2021, 8:21 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ବିଧାନ ସଭାରେ ଜାରି ଥିବା ଅଚଳାବସ୍ଥାକୁ ନେଇ ଗୁରୁବାର ଦିନ ନବୀନ ନିବାସ ସାମନାରେ ହାଇ ଡ୍ରାମା ଦେଖିବାକୁ ମିଳିଥିଲା । ସେଠାରେ ଧାରଣା ଦେଇଥିଲେ ବିଜେପି ବିଧାୟକମାନେ । ହେଲେ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ଧାରଣା ସ୍ଥଳରେ ଆସି ପହଞ୍ଚିଥିଲେ ଓ ବିରୋଧୀ ଦଳର ବିଧାୟକମାନଙ୍କୁ ଆଲୋଚନା ପାଇଁ ନବୀନ ନିବାସ ଭିତରକୁ ଡାକିନେଇଥିଲେ । ରାଜ୍ୟ ରାଜନୀତିରେ ପ୍ରଥମ ଥର ପାଇଁ ଏମିତି ଘଟଣା ଘଟିଛି ବୋଲି ଦର୍ଶାଇ ଗତ କାଲି ପର୍ଯ୍ୟନ୍ତ ‘‘ନବୀନ କେଉଁଠି ନିଖୋଜ’’ ବୋଲି କହୁଥିବା ବିଜେପିର ଅନେକ ବିଧାୟକ ଆଶ୍ଚର୍ଯ୍ୟ ଓ ଖୁସିରେ ଗଦଗଦ୍‌ ହେଉଥିବା ଦେଖାଯାଇଥିଲା ।

ଅସଲରେ ରାଜ୍ୟର ଧାନ ମଣ୍ଡିଗୁଡ଼ିକରେ ଲାଗି ରହିଥିବା ଅବ୍ୟବସ୍ଥା ଓ ବିଧାନ ସଭାରେ ମୁଖ୍ୟ ମନ୍ତ୍ରୀଙ୍କ ଅନୁପସ୍ଥିତିକୁ ନେଇ ବିଜେପି ବିଧାୟକମାନେ ଗୁରୁବାର ଦିନ ରାସ୍ତାକୁ ଓହ୍ଲାଇଥିଲେ । ବିଧାନ ସଭାରୁ ଏକ ଶୋଭାଯାତ୍ରାରେ ବାହାରି ଚାଲିଚାଲି ମୁଖ୍ୟ ମନ୍ତ୍ରୀଙ୍କ ବାସଭବନ ଯାଏଁ ଯାଇଥିଲେ । ‘‘ମୁଖ୍ୟ ମନ୍ତ୍ରୀଙ୍କୁ ଖୋଜିବାକୁ’’ ସେମାନେ ନବୀନ ନିବାସ ଯାଉଥିବା କହିଥିଲେ । ବିଜେପି ବିଧାୟକମାନଙ୍କ ଏହି ଶୋଭାଯାତ୍ରା ପଛେ ପଛେ ବିଜେଡି ବିଧାୟକମାନେ ବି ଏକ ଶୋଭାଯାତ୍ରା କରି ନବୀନ ନିବାସ ପର୍ଯ୍ୟନ୍ତ ଆସିଥିଲେ । ବିଜେଡି ବିଧାୟକ ପ୍ରଣବ ପ୍ରକାଶ ଦାସ କହିଥିଲେ, ‘‘ଗୄହରେ ବିରୋଧୀ ଦଳର ନେତା ମୁଖ୍ୟ ମନ୍ତ୍ରୀଙ୍କୁ ଭେଟିବାକୁ ଯାଉଛନ୍ତି, ତେଣୁ ଆମେ ତାଙ୍କୁ ସସମ୍ମାନେ ପାଛୋଟି ନେବାକୁ ଯାଉଛୁ ।’’

ଏହା ବି ପଢ଼ନ୍ତୁ | ଚାଷୀଙ୍କୁ ହୋଲି ପୂର୍ବରୁ ମିଳିବ ଉପହାର! PM-KISAN ଅଷ୍ଟମ କିସ୍ତି ତାଲିକାରେ ନିଜ ନାଁ ଦେଖନ୍ତୁ

ନବୀନ ନିବାସର ସୁରକ୍ଷା କର୍ମୀମାନେ ଗେଟ୍‌ ବନ୍ଦ କରିଦେବାରୁ ଭିତରକୁ ଯାଇ ନ ପାରି ଗେଟ୍ ସମ୍ମୁଖରେ ଧାରଣାରେ ବସିଥିଲେ ବିଜେପି ବିଧାୟକମାନେ । ଏହି ସମୟରେ ବିଜେଡି ବିଧାୟକମାନେ ବିରୋଧୀ ଦଳର ବିଧାୟକମାନଙ୍କୁ ଧାରଣାରୁ ହଟିବାକୁ ହାତ ଯୋଡ଼ି ନିବେଦନ କରିଥିଲେ । ହେଲେ ତା’ପରେ ମୁଖ୍ୟ ମନ୍ତ୍ରୀ ନିଜେ ଆସି ବିଜେପି ବିଧାୟକମାନଙ୍କୁ ନବୀନ ନିବାସ ଭିତରକୁ ଡାକି ନେଇ ଆଲୋଚନା କରିଥିଲେ ।

ନବୀନ ନିବାସ ବାହାରେ ବିଜେଡି କର୍ମୀମାନେ ଉତ୍ସାହରେ ଶଙ୍ଖ ଫୁଙ୍କୁଛନ୍ତି ।


‘‘ଆଜି ଯାହା ଘଟିଲା ତାହା ଇତିହାସରେ ପ୍ରଥମ ଘଟଣା । ମୁଖ୍ୟ ମନ୍ତ୍ରୀ ବିରୋଧୀ ଦଳର ଧାରଣା ସ୍ଥଳକୁ ଆସିବା ଇତିହାସରେ ପ୍ରଥମ । ଏକ ସର୍ବଦଳୀୟ ବୈଠକ ବସିବ ବୋଲି ମୁଖ୍ୟ ମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି । ଖୁବ୍ ଶୀଘ୍ର ବୈଠକ ବସିବ ଓ ଏଥିରୁ କିଛି ଫଳ ମିଳିବ ବୋଲି ଆଶା ରହିଛି । ମଣ୍ଡିରୁ ସବୁ ଧାନ ଉଠିବ ବୋଲି ବି ମୁଖ୍ୟ ମନ୍ତ୍ରୀ କଥା ଦେଇଛନ୍ତି,’’ ନବୀନ ନିବାସରୁ ବାହାରିବା ପରେ କହିଛନ୍ତି ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ ।

ଏହା ବି ପଢ଼ନ୍ତୁ |ଯୌନ ଶୋଷଣ ପୀଡିତାଙ୍କୁ ଅଭିଯୁକ୍ତ ରାଖୀ ବାନ୍ଧୁ…’: ସୁପ୍ରିମ୍ କୋର୍ଟ HCଆଦେଶକୁ ଖାରଜ କଲେ

ବିଜେପି ବିଧାୟକ ଜୟନ୍ତ ଷଡ଼ଙ୍ଗୀ କହିଛନ୍ତି, ‘‘ଧାନ କିଣା ସମସ୍ୟାକୁ ନେଇ ଏକ ସର୍ବଦଳୀୟ ବୈଠକ ଡକାଯିବ ବୋଲି ମୁଖ୍ୟ ମନ୍ତ୍ରୀ କହିଛନ୍ତି। ଏହା ସ୍ୱାଗତଯୋଗ୍ୟ । ମୁଖ୍ୟ ମନ୍ତ୍ରୀ କହିଛନ୍ତି ଯେ ସେ ବାଚସ୍ପତିଙ୍କ ସହିତ କଥା ହେବେ ଓ ସର୍ବଦଳୀୟ ବୈଠକ ବସିବ । ଖୁବ୍‌ ଶୀଘ୍ର ସମସ୍ୟାର ସମାଧାନ କରିବେ ବୋଲି ମୁଖ୍ୟ ମନ୍ତ୍ରୀ ପ୍ରତିଶୃତି ଦେଇଛନ୍ତି ।’’

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | କେବଳ ଟାୱେଲ୍ ପିନ୍ଧି କାଜଲ୍‌ ରାଘୱାନୀ ଜବରଦସ୍ତ ନୃତ୍ୟ କଲେ; VIDEO ଭାଇରାଲ୍

‘‘ମୁଖ୍ୟ ମନ୍ତ୍ରୀଙ୍କ ଉପସ୍ଥିତିରେ ଆଲୋଚନା ହୋଇଛି । ବାଚସ୍ପତି ସର୍ବଦଳୀୟ ବୈଠକ ଡାକି ଆଲୋଚନା କରିବେ । ସର୍ବଦଳୀୟ ବୈଠକରେ ଆଲୋଚନା ହେବ,’’ କହିଛନ୍ତି ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ।



ମୁଖ୍ୟ ମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଶୁକ୍ରବାର ଦିନ ୧୧ଟା ୩୦ରେ ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ସରକାରଙ୍କ ଆଭିମୁଖ୍ୟ ଗୃହରେ ରଖିବେ । ସେପଟେ ଦେବଗଡ଼ ବିଧାୟକ ସୁବାଷ ପାଣିଗ୍ରାହୀଙ୍କ ବିରୁଦ୍ଧରେ ଶାସକ ଦଳ ଆଣିଥିବା ଅଭିଯୋଗ ଗୃହରେ ଉପସ୍ଥାପିତ ହେବ ନାହିଁ ବୋଲି ଜଣାପଡ଼ିଛି । ଏହି ପ୍ରସଙ୍ଗ ସ୍ବାଧୀକାର କମିଟିକୁ ଯିବ ବୋଲି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଘୋଷଣା କରିଛନ୍ତି ।
Published by: Anand Shankar Thankur Das
First published: March 18, 2021, 8:21 PM IST