ପିପିଲି Bypoll: ପ୍ରଚାର ମୈଦାନକୁ ଓହ୍ଲାଇଲେ ନବୀନ; BJP କହିଲା ପିପିଲି ପରିବର୍ତ୍ତନ ପାଇଁ ପ୍ରସ୍ତୁତ

ଦୀର୍ଘ ୨୦ ବର୍ଷ ଧରି ପିପିଲିକୁ ଦଖଲ କରି ଆସୁଥିବା ରାଜ୍ୟର ଶାସକ ଦଳ ବିଜେଡି ନିଜ ସମ୍ମାନ ରକ୍ଷା କରିବାକୁ ଉପନିର୍ବାଚନ ପ୍ରଚାରରେ ପୂରା ବଳ ଲଗାଇଛି । ବିପକ୍ଷ ବିଜେପି ବି ସୁଯୋଗ ହାତଛଡ଼ା ନ କରିବା ପାଇଁ ସବୁ ଉଦ୍ୟମ ଜାରି ରଖିଛି ।

ପିପିଲି Bypoll: ପ୍ରଚାର ମୈଦାନକୁ ଓହ୍ଲାଇଲେ ନବୀନ; BJP କହିଲା ପିପିଲି ପରିବର୍ତ୍ତନ ପାଇଁ ପ୍ରସ୍ତୁତ
ପ୍ରଚାର କରୁଛନ୍ତି ନବୀନ ପଟ୍ଟନାୟକ ଓ (ଡାହାଣ) ଅପରାଜିତା ଷଡ଼ଙ୍ଗୀ ।
  • News18 Odia
  • Last Updated: April 12, 2021, 11:46 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ପିପିଲି ଉପନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି ପ୍ରଚାର ମଇଦାନ ସେତିକି ଜମୁଛି । ହାତରେ ଆଉ ମାତ୍ର ତିନି ଦିନ ଥିବା ବେଳେ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି ସବୁ ଦଳର ହେଭିୱେଟ୍‌ ନେତା । ବିଜେପି ପ୍ରାର୍ଥୀଙ୍କ ପାଇଁ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ସୋମବାର ଦିନ ପ୍ରଚାର ମଇଦାନକୁ ଓହ୍ଲାଇଥିବା ବେଳେ ବିଜେଡି ପ୍ରାର୍ଥୀଙ୍କ ଲାଗି ଭର୍ଚ୍ଚୁଆଲ୍‌ ପ୍ରଚାର କରିଛନ୍ତି ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ । କଂଗ୍ରେସ ବି ପଛରେ ପଡି଼ନି। ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ ଓ ଜୟଦେବ ଜେନା ଦଳୀୟ ପ୍ରାର୍ଥୀଙ୍କ ଲାଗି ପ୍ରଚାର କରିଛନ୍ତି ।

ପ୍ରଚାର ତାରିଖ ଶେଷ ହୋଇ ଆସୁଥିବା ବେଳେ କୌଣସି ସୁଯୋଗ ହାତଛଡ଼ା କରିବାକୁ ଚାହୁଁନାହାନ୍ତି କୌଣସି ଦଳ । ଦୀର୍ଘ ୨୦ ବର୍ଷ ଧରି ପିପିଲିକୁ ଦଖଲ କରି ଆସୁଥିବା ରାଜ୍ୟର ଶାସକ ଦଳ ବିଜୁ ଜନତା ଦଳ (ବିଜେଡି) ନିଜ ସମ୍ମାନ ରକ୍ଷା କରିବାକୁ ପୂରା ବଳ ଲଗାଇଛି । ସାଧାରଣ ନିର୍ବାଚନ ଅପେକ୍ଷା ଅଧିକ ବ୍ୟବଧାନରେ ବାଜିମାତ କରିବାକୁ ଦଳ ଆଶା ରଖିଛି । ଏହି କ୍ରମରେ ସୋମବାର ଦିନ ଦଳୀୟ ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀଙ୍କ ପାଇଁ ଭର୍ଚ୍ଚୁଆଲ୍‌ ପ୍ରଚାର କରିଥିଲେ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ।

ଏହା ବି ପଢ଼ନ୍ତୁ | Bengal Polls: ମମତା ବାନାର୍ଜୀଙ୍କ ପ୍ରଚାର ଉପରେ ୨୪-ଘଣ୍ଟିଆ ବ୍ୟାନ୍ ଜାରି କଲା ନିର୍ବାଚନ କମିଶନ୍

ଛଅଟି ଜିଲ୍ଲା ପରିଷଦ ଜୋନରେ ଭିନ୍ନ ଭିନ୍ନ ସ୍ଥାନରେ ଲୋକଙ୍କ ସହ ଭର୍ଚ୍ଚୁଆଲ୍‌ ମାଧ୍ୟମରେ ଯୋଡ଼ି ହୋଇଥିଲେ ମୁଖ୍ୟ ମନ୍ତ୍ରୀ । ଦଳୀୟ ପ୍ରାର୍ଥୀଙ୍କ ଲାଗି ଭୋଟ ଭିକ୍ଷା କରିବା ସହ ନିର୍ବାଚନ ପରେ ପିପିଲି ଯିବେ ବୋଲି କହିଛନ୍ତି ନବୀନ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ PHOTOS | ଗର୍ଭରେ ଥିବା ଶିଶୁ ପାଇଁ କରୋନା ଭାଇରସ୍ କେତେ ବିପଦଜନକ ହୋଇପାରେ? ଜାଣନ୍ତୁ

‘‘ମୁଁ ଜାଣେ ମୋ’ ପ୍ରତି ଆପଣମାନଙ୍କର ବହୁତ ଭଲ ପାଇବା ରହିଛି । ଯଦି ମୁ ପିପିଲି ଡେଲାଙ୍ଗ ଯାଇଥାନ୍ତି, ମୋତେ ଆଶୀର୍ବାଦ କରିବାକୁ ବହୁ ସଂଖ୍ୟାରେ ଆପଣମାନେ ଏକାଠି ହୋଇଥାନ୍ତେ । ଭାବିଲି କୋଭିଡ ସମୟରେ ଏହା ଉଚିତ ହେବନି । ମୋ’ ପାଇଁ କିଏ ବିପଦରେ ପଡୁ ଏହା ମୁଁ ଚାହେଁ ନାହିଁ । କରୋନା ଦୂର ହେବା ପରେ ପିପିଲି ଡେଲାଙ୍ଗ ଯାଇ ମୁଁ ଆପଣମାନଙ୍କୁ ଭେଟିବି,’’ କହିଥିଲେ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ସହ ଦଳୀୟ ପ୍ରାର୍ଥୀଙ୍କୁ ଭୋଟ ଦେବାକୁ ଲୋକଙ୍କୁ ନିବେଦନ କରିଥିଲେ ସେ ।

ଏହା ବି ପଢ଼ନ୍ତୁ | କଶ୍ମୀରରେ ୧୪ ବର୍ଷର ବାଳକ ଆତଙ୍କବାଦୀ ହେଲା; ଆତ୍ମସମର୍ପଣ କଲାନି; ସେନାର ଗୁଳିରେ ପ୍ରାଣ ଗଲା

ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀ କହିଥିଲେ, ‘‘ପ୍ରଚାର ପାଇଁ ବୁଲିବା ସମୟରେ ଲୋକଙ୍କ ଅକୁଣ୍ଠ ସମର୍ଥନ ମୋତେ ମିଳୁଛି । ଲୋକେ ମୋତେ ଆଦରି ନେଇଛନ୍ତି । ବାପାଙ୍କ ଅଧୁରା ସ୍ବପ୍ନକୁ ସାକାର କରିବାକୁ ପ୍ରୟାସ କରିବି । ପିପିଲିବାସୀ ମୋତେ ନିଶ୍ଚୟ ସାଥ୍‌ ଦେବେ ।’’

ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କ ଲାଗି ଏକ ରୋଡ଼ ଶୋ’ କରି ଭୋଟ୍‌ ଭିକ୍ଷା କରିଥିଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ଆଶ୍ରିତଙ୍କୁ ସାଙ୍ଗରେ ନେଇ ବିଭିନ୍ନ ଅଞ୍ଚଳ ବୁଲି ସେ ଭୋଟ୍‌ ମାଗିଥିଲେ ।

ଏହା ବି ପଢ଼ନ୍ତୁ | Jio ଆଣିଲା IPL 2021 ଉପଭୋଗ କରିବା ପାଇଁ ୧୦୦% ଲାଭପ୍ରଦ ଯୋଜନା; ପ୍ରତି ଦିନ ପୁରସ୍କାର ଜିତନ୍ତୁ

‘‘ଯେତିକି ସମୟ ବୁଲିଲି ସେଥିରୁ ଦେଖିଲି ଯେ ପିପିଲିରେ ଅନେକ ସମସ୍ୟା ରହିଛି । ଲୋକେ ଅଭିଯୋଗ ନେଇ ଆସୁଛନ୍ତି। କୃଷି ପାଇଁ କିଛି ହୋଇନି । ପିପିଲି ବସ ଷ୍ଟାଣ୍ଡ୍‌ ହୋଇପାରିଲାନି । ଲୋକଙ୍କୁ ଘର ମିଳିନି । ଅନେକ ସମସ୍ୟା ଥିଲେ ବି କିଛି ସମାଧାନ ହୋଇନି ।ତେଣୁ ଲୋକେ ଏଥର ନିଶ୍ଚୟ ବିଜେପି ଉପରେ ଭରସା ଦେଖାଇବେ,’’ କହିଛନ୍ତି ଅପରାଜିତା ଷଡ଼ଙ୍ଗୀ ।

ଏହା ବି ପଢ଼ନ୍ତୁ | ଦେଶରେ ପୁଣି ଥରେ ସବୁ ଟ୍ରେନ୍ ଚଳାଚଳ ବନ୍ଦ ହେବ କି? ରେଲ୍ୱେ କହିଲା ଏହି କଥା

ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ କହିଛନ୍ତି, ‘‘ଏହି ଉପନିର୍ବାଚନରେ ବିଜେପିକୁ ପିପିଲିବାସୀ ନିଶ୍ଚୟ ବିଜୟୀ କରାଇବେ। ଶାସକ ଦଳକୁ ସେମାନେ ଅନେକ ସୁଯୋଗ ଦେଇଥିଲେ ବି ସମସ୍ୟା ଘେରରେ ରହିଛି ପିପିଲି । ଚଳିତ ଉପନିର୍ବାଚନରେ ପରିବର୍ତ୍ତନ ନିଶ୍ଚୟ ହେବ ।’’



କଂଗ୍ରେସ ପ୍ରାର୍ଥୀ ପ୍ରଚାର ମଇଦାନରେ ନ ଥିଲେ ବି ଦଳୀୟ ନେତା ଘର ଘର ବୁଲି ତାଙ୍କ ପାଇଁ ପ୍ରଚାର କରିଥିବା ଦେଖିବାକୁ ମିଳିଥିଲା ।
Published by: Anand ST Das
First published: April 12, 2021, 11:46 PM IST