ବାଲେଶ୍ୱର: ସକାଳେ ଆସିଲେ ୩ ବଡ଼ ଅଫିସର୍‌; ଅପରାହ୍ଣରେ CM ଘୋଷଣା କଲେ ₹୧୫୫ କୋଟି ପ୍ୟାକେଜ୍

ମୁଖ୍ୟ ମନ୍ତ୍ରୀଙ୍କ ଦ୍ୱାରା ଘୋଷିତ ପ୍ରକଳ୍ପଗୁଡ଼ିକ ମଧ୍ୟରେ ଅଛି ୮ କୋଟି ଟଙ୍କା ବ୍ୟୟରେ ବାଲେଶ୍ଵର ସହଦେବଖୁଣ୍ଟା ବସ୍ ଷ୍ଟାଣ୍ଡର ବିକାଶ, ତୁମୂଳିଆ ଗେଟ ଫ୍ଲାଇଓଭର୍ ଠାରୁ ଷ୍ଟେସନ ଛକ ପର୍ଯ୍ୟନ୍ତ ମୁଖ୍ୟ ରାସ୍ତାକୁ ଛଅ-ଥାକିଆ କରିବା ଓ ଆଧୁନିକ ଆଲୋକ ବ୍ୟବସ୍ଥା ।

ବାଲେଶ୍ୱର: ସକାଳେ ଆସିଲେ ୩ ବଡ଼ ଅଫିସର୍‌; ଅପରାହ୍ଣରେ CM ଘୋଷଣା କଲେ ₹୧୫୫ କୋଟି ପ୍ୟାକେଜ୍
ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ; (ଡାହାଣ) ବାଲେଶ୍ୱର ପହଞ୍ଚିଛନ୍ତି ବଡ଼ ଅଧିକାରୀମାନେ ।
  • News18 Odia
  • Last Updated: April 13, 2021, 11:21 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ବାଲେଶ୍ୱର: ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଅପରାହ୍ଣରେ ବାଲେଶ୍ୱର ପୌରପାଳିକା ପାଇଁ ଏକ ବଡ଼ ଘୋଷଣା କରିଛନ୍ତି । ବାଲେଶ୍ଵର ପୌରାଞ୍ଚଳର ସାମଗ୍ରିକ ବିକାଶ ପାଇଁ ପ୍ରଥମ ପର୍ଯ୍ୟାୟରେ ୧୫୫ କୋଟି ଟଙ୍କାର ପ୍ରକଳ୍ପ କାର୍ଯ୍ୟକାରୀ କରାଯିବା ନେଇ ସେ ଘୋଷଣା କରିଛନ୍ତି ।

ବାଲେଶ୍ଵର ମ୍ୟୁନିସିପାଲିଟି ଅଞ୍ଚଳର ବିକାଶ ସମ୍ପର୍କରେ ଉଚ୍ଚସ୍ତରୀୟ ବୈଠକରେ ଦୁଇ ପର୍ଯ୍ଯାୟରେ ବିସ୍ତୃତ ଆଲୋଚନା ହେବା ପରେ ମୁଖ୍ୟ ମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ମଙ୍ଗଳବାର ସକାଳେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ମୁଖ୍ୟ ମନ୍ତ୍ରୀଙ୍କ ସଚିବ ତଥା 5T ସେକ୍ରେଟାରୀ ଭି.କେ. ପାଣ୍ଡିଆନ ଓ ପୂର୍ତ୍ତ ସଚିବ କିଷନ କୁମାର ବାଲେଶ୍ଵର ଆସି ବିଭିନ୍ନ ପ୍ରକଳ୍ପ ଅଞ୍ଚଳ ବୁଲି ଦେଖିଥିଲେ । ସେଠାରୁ ଫେରି ସେମାନେ ଏ ସମ୍ପର୍କରେ ମୁଖ୍ୟ ମନ୍ତ୍ରୀଙ୍କୁ ରିପୋର୍ଟ ଦେଇଥିଲେ । ଏହାକୁ ଭିତ୍ତି କରି ମୁଖ୍ୟ ମନ୍ତ୍ରୀ ଏହି ଘୋଷଣା କରିଛନ୍ତି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ PHOTOS | ଯେବେ ରେସ୍ତୋରାଁର ବାଥରୁମ୍ରୁ ବାହାରିବା ବେଳେ ପ୍ୟାଣ୍ଟ୍ ଉଠାଇବାକୁ ଭୁଲିଗଲେ ମଲାଇକା ଅରୋଡ଼ା

‘‘ବାଲେଶ୍ଵର ହେଉଛି ଓଡି଼ଶାର ଅନ୍ଯତମ ମୁଖ୍ୟ ସହର । ଏହା ମୋ’ ପ୍ରିୟ ଲେଖକ ଫକୀର ମୋହନ ସେନାପତିଙ୍କ ଜନ୍ମ ସ୍ଥାନ । ନିକଟରେ ମୁଁ ବାଲେଶ୍ଵରବାସୀଙ୍କୁ କଥା ଦେଇଥିଲି ଯେ ବାଲେଶ୍ଵର ମ୍ୟୁନିସିପାଲିଟିର ବିକାଶ ଉପରେ ଆମେ ଧ୍ୟାନ ଦେବୁ,’’ କହିଛନ୍ତି ନବୀନ ପଟ୍ଟନାୟକ ।

ଏହା ବି ପଢ଼ନ୍ତୁ | ନନ୍ଦିଗ୍ରାମରେ ଜିତିବା ପାଇଁ BJP ନେତାଙ୍କ ସାହାଯ୍ୟ ଲୋଡ଼ିଥିଲେ ମମତା? BJP କଲ୍ ରେକର୍ଡ଼ିଂ ଶୁଣାଇଲା

ମୁଖ୍ୟ ମନ୍ତ୍ରୀଙ୍କ ଦ୍ୱାରା ଘୋଷିତ ପ୍ରକଳ୍ପଗୁଡ଼ିକ ମଧ୍ୟରେ ଅଛି ଯାତ୍ରୀମାନଙ୍କ ସୁବିଧାକୁ ଦୃଷ୍ଟିରେ ରଖି ୮ କୋଟି ଟଙ୍କା ବ୍ୟୟରେ ବାଲେଶ୍ଵର ସହଦେବଖୁଣ୍ଟା ବସ୍‌ ଷ୍ଟାଣ୍ଡର ବିକାଶ, ତୁମୂଳିଆ ଗେଟ ଫ୍ଲାଇଓଭର୍‌ ଠାରୁ ଷ୍ଟେସନ ଛକ ପର୍ଯ୍ୟନ୍ତ ମୁଖ୍ୟ ରାସ୍ତାକୁ ଛଅ-ଥାକିଆ କରିବା ପ୍ରକଳ୍ପ ଓ ଏହି ରାସ୍ତାରେ ଆଧୁନିକ ଆଲୋକ ବ୍ୟବସ୍ଥା କରିବା ପ୍ରକଳ୍ପ ।

ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, CMଙ୍କ ସଚିବ ତଥା 5T ସେକ୍ରେଟାରୀ ଭି.କେ. ପାଣ୍ଡିଆନ ଓ ପୂର୍ତ୍ତ ସଚିବ କିଷନ କୁମାର ବାଲେଶ୍ଵରରେ


ବାଲେଶ୍ଵର ମ୍ୟୁନିସିପାଲିଟିର ସବୁ ମୁଖ୍ୟ ରାସ୍ତାର ଉନ୍ନତିକରଣ କରାଯିବ । ଏଥିରେ ୭୦ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଅଟକଳ କରାଯାଇଛି । ଏହା ସହରରେ ଟ୍ରାଫିକ ସମସ୍ଯା ଦୂର କରିବାରେ ସହାୟକ ହେବ ।

ଏହା ବି ପଢ଼ନ୍ତୁ | ଶାହାରୁଖ୍ ଖାନ୍ ଏବେ ଦେଶର ସବୁଠୁ ମହଙ୍ଗା ଅଭିନେତା; ଫିଲ୍ମପଠାନପାଇଁ କେତେ ନେଉଛନ୍ତି ଜାଣନ୍ତି?

ବାଲେଶ୍ଵରର କ୍ରୀଡାବିତମାନଙ୍କ ଭିତରେ ଥିବା ପ୍ରତିଭାର ବିକାଶ ପାଇଁ ବାଲେଶ୍ଵର ମ୍ୟୁନିସିପାଲିଟି ୧୪ କୋଟି ଟଙ୍କା ବ୍ୟୟରେ ବହୁଉଦ୍ଦେଶୀୟ ଇନ୍‌-ଡୋର୍‌ ହଲ୍‌ ଓ ସ୍ୱିମିଂ ପୁଲ୍‌ ଆଦି ଉନ୍ନତ କ୍ରୀଡ଼ା ଭିତ୍ତିଭୂମିର ବିକାଶ କରାଯିବ । ଏହା ସହିତ କ୍ରୀଡାବିତମାନଙ୍କ ପାଇଁ ଉଚ୍ଚ ମାନର ତାଲିମ ବ୍ୟବସ୍ଥା କରାଯିବ ।

ଏହା ବି ପଢ଼ନ୍ତୁ | ୨୪ କ୍ୟାରେଟ୍ ସୁନା କିଣିବାକୁ ଚାହୁଁଛନ୍ତି? ଗୋଲ୍ଡ ବଣ୍ଡରେ ନିବେଶ କରନ୍ତୁ; ଏହାର ଚାହିଦା ବଢ଼ୁଛି

ବୁଢ଼ାବଳଙ୍ଗ ନଦୀ ବାଲେଶ୍ଵର ମ୍ୟୁନିସିପାଲିଟି ଅଞ୍ଚଳର ଜୀବନରେଖା ହୋଇଥିବାରୁ ୫୩ କୋଟି ଟଙ୍କା ଖର୍ଚ୍ଚରେ ବୁଢ଼ାବଳଙ୍ଗ ନଦୀ ବନ୍ଧର ସୁରକ୍ଷା ସହିତ ସୌନ୍ଦର୍ଯୀକରଣ କରାଯିବ । ବାଲେଶ୍ଵର ସହରବାସୀଙ୍କ ପାଇଁ ଅବସର ବିନୋଦନ ନିମନ୍ତେ ବୁଢ଼ାବଳଙ୍ଗ ନଦୀ କୂଳର ଆବଶ୍ୟକ ବିକାଶ ମଧ୍ୟ କରାଯିବ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ PHOTOS | ଅଭିନୟ ବ୍ୟତୀତ ଏହି ସାତ ଜଣ ଭାରତୀୟ ଅଭିନେତ୍ରୀଙ୍କର ପେଶା ହେଉଛି ଦେହ ବ୍ୟବସାୟ

ବାଲେଶ୍ଵର ମ୍ୟୁନିସିପାଲିଟି ଅଞ୍ଚଳର ମୁଖ୍ୟ ପୋଖରୀଗୁଡି଼କ ଯଥା ଗଡ଼ଗଡିଆ ପୋଖରୀ, ଶୋଭାରାମପୁର ପୋଖରୀ, ବଡ଼ଖୁଆ ପୋଖରୀ, ନୂଆ ପୋଖରୀ, ହରଚନ ପୋଖରୀ ଓ ହରଗଙ୍ଗା ପୋଖରୀ ଆଦିର ବିକାଶ ମଧ୍ୟ କରାଯିବ । ଏହା ସହରର ପରିବେଶକୁ ସୁନ୍ଦର କରିବା ସହିତ ନାଗରିକମାନଙ୍କ ପାଇଁ ଖୋଲା ସ୍ଥାନ ସୃଷ୍ଟି କରିପାରିବ । ୭ କୋଟି ଟଙ୍କା ବ୍ୟୟରେ ବାଲେଶ୍ଵର ମ୍ୟୁନିସିପାଲିଟି ଅଞ୍ଚଳର ଡ୍ରେନେଜ୍‌ ଓ ଏହାକୁ ସଂଯୋଗ କରୁଥିବା ରାସ୍ତାଗୁଡି଼କର ବିକାଶ କରାଯିବ ।

ଏହା ବି ପଢ଼ନ୍ତୁ | ଦେଶରେ ପୁଣି ଥରେ ସବୁ ଟ୍ରେନ୍ ଚଳାଚଳ ବନ୍ଦ ହେବ କି? ରେଲ୍ୱେ କହିଲା ଏହି କଥା

‘‘ବାଲେଶ୍ଵର ମେଡିକାଲ କଲେଜର ଟିଚିଂ ହସ୍ପିଟାଲ ପାଇଁ ୨୭୫ କୋଟି ଟଙ୍କାର କାମ ଚାଲୁ ରହିଛି । ଗତ ଚାରି-ପାଞ୍ଚ ମାସ ହେବ ବାଲେଶ୍ଵର ମ୍ୟୁନିସିପାଲିଟି ପକ୍ଷରୁ ୧୬ କୋଟି ଟଙ୍କା ବ୍ୟୟରେ ସହରରେ ସିମେଣ୍ଟ କଂକ୍ରିଟ ରୋଡ ଓ କମ୍ୟୁନିଟି ସେଣ୍ଟର୍‌ ଆଦି ବିଭିନ୍ନ ଭିତ୍ତିଭୂମି ବିକାଶ କାମ ମଧ୍ୟ ଜାରି ରହିଛି,’’ କହିଛନ୍ତି ମୁଖ୍ୟ ମନ୍ତ୍ରୀ ।

ଏହା ବି ପଢ଼ନ୍ତୁ | ବିବାହ ପରେ ସେକ୍ସ ପ୍ରତି ଆଗ୍ରହ କମ୍ ହୋଇଯାଏ କାହିଁକି? ଏହି ପ୍ରଶ୍ନର ଉତ୍ତର ଏଇଠି ଅଛି

‘‘ଆମେ କଥା ନୁହେଁ, ସବୁ ବେଳେ କାମରେ ବିଶ୍ବାସ କରୁ’’ ବୋଲି ନିଜ ଉକ୍ତିକୁ ମୁଖ୍ୟ ମନ୍ତ୍ରୀ ଦୋହରାଇବା ସହ ଏ ସବୁ ପ୍ରକଳ୍ପ କାମ ଶୀଘ୍ର ଆରମ୍ଭ ହେବ ଓ ପ୍ରାଥମିକତାର ସହ କାର୍ଯ୍ୟକାରୀ କରାଯିବ ବୋଲି ଘୋଷଣା କରିଛନ୍ତି । ବାଲେଶ୍ଵର ଜିଲ୍ଲାର ସାମଗ୍ରିକ ବିକାଶ ପାଇଁ ତାଙ୍କ ସରକାର କାମ କରି ଚାଲିବ ବୋଲି କହିବା ସହ ଏ ଦିଗରେ ବାଲେଶ୍ଵର ଜିଲ୍ଲାର ଲୋକଙ୍କ ସହଯୋଗ କାମନା କରିଛନ୍ତି ମୁଖ୍ୟ ମନ୍ତ୍ରୀ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ PHOTOS | ଏହା ମୋଜୀବନର ସବୁଠାରୁ ଖୁସିର ଦିନ’: ନକ୍ସଲଙ୍କ କବଳରୁ ରାକେଶ୍ୱର ମୁକୁଳିବା ପରେ ପତ୍ନୀ କହିଲେ

ଗୁରୁତ୍ୱପୂର୍ଣ୍ଣ କଥା ହେଉଛି କିଛି ମାସ ତଳେ ବାଲେଶ୍ୱର ବିଧାନ ସଭା ଉପନିର୍ବାଚନରେ ମୁଖ୍ୟ ମନ୍ତ୍ରୀ ବାଲେଶ୍ୱରର ବିକାଶ ଦାୟିତ୍ବ ନେଇଥିଲେ । ଏହି ପରିପ୍ରେକ୍ଷୀରେ ମଙ୍ଗଳବାର ଦିନ ମୁଖ୍ୟ ଶାସନ ସଚିବ, 5T ସଚିବ ଓ ପୂର୍ତ୍ତ ବିଭାଗ ସଚିବ ବାଲେଶ୍ୱର ଗସ୍ତରେ ସକାଳେ ଆସି ଏ ସବୁ ସ୍ଥାନ ବୁଲି ଦେଖିଥିଲେ ।



‘‘ଆମେ ବାଲେଶ୍ୱର ତାମୁଳିଆ କୁରୁଡ଼ା ଓଭର ବ୍ରିଜ ଓ ରାସ୍ତା ଉନ୍ନତିକରଣ ସ୍ଥଳ ପରିଦର୍ଶନ କଲୁ । ବାଲେଶ୍ୱର ବସ ଷ୍ଟାଣ୍ଡ ଉନ୍ନତିକରଣ ଓ ରେମୁଣା ଗୋଲେଇ ପର୍ଯ୍ୟନ୍ତ ଆଲୋକୀକରଣ ବ୍ୟବସ୍ଥା ମଧ୍ୟ ପରିଦର୍ଶନ କଲୁ । ଏହା ପରେ ଫକୀର ମୋହନ ମେଡିକାଲ କଲେଜ୍‌ ଓ ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରି ସେଠାକାର ଆବଶ୍ୟକତା ନେଇ ସ୍ଥିତି ପରଖିଲୁ । ଜିଲ୍ଲା ସ୍କୁଲ୍‌ ଆଲୁମ୍ନିଙ୍କ ସହିତ ଆଲୋଚନା କଲୁ । ଏ ନେଇ ଏକ ରିପୋର୍ଟ ମାନ୍ୟବର ମୁଖ୍ୟ ମନ୍ତ୍ରୀଙ୍କୁ ଦିଆଯିବ । ତାଙ୍କ ନିର୍ଦ୍ଦେଶ କ୍ରମେ ଆବଶ୍ୟକ ଉନ୍ନତିମୂଳକ କାର୍ଯ୍ୟ ହେବ,’’ କହିଥିଲେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ।
Published by: Anand ST Das
First published: April 13, 2021, 11:21 PM IST