ସୁନା ପଦକ ପାଇଁ ₹୬ କୋଟି: ଟୋକିଓ ଅଲିମ୍ପିକ୍ସରେ ପଦକ ଜିତିଲେ ଓଡ଼ିଆ ଖେଳାଳିଙ୍କୁ ମିଳିବ ପୁରସ୍କାର

ଅଲିମ୍ପିକ୍ସରେ ଭାଗ ନେଉଥିବା ଓଡି଼ଶାର ଖେଳାଳିମାନଙ୍କ ସହ କଥା ହୋଇ ସେମାନଙ୍କୁ ଉତ୍ସାହିତ କରିଛନ୍ତି ମୁଖ୍ୟ ମନ୍ତ୍ରୀ । ଅଲମ୍ପିକ୍ସ ପଦକ ବିଜେତାମାନଙ୍କ ପାଇଁ ସେ ଆର୍ଥିକ ପୁରସ୍କାର ଘୋଷଣା କରିଛନ୍ତି ।

ସୁନା ପଦକ ପାଇଁ ₹୬ କୋଟି: ଟୋକିଓ ଅଲିମ୍ପିକ୍ସରେ ପଦକ ଜିତିଲେ ଓଡ଼ିଆ ଖେଳାଳିଙ୍କୁ ମିଳିବ ପୁରସ୍କାର
ଭର୍ଚ୍ଚୁଆଲ୍ ମାଧ୍ୟମରେ ଓଡ଼ିଆ ଅଲିମ୍ପିୟାନମାନଙ୍କ ସହ କଥା ହେଉଛନ୍ତି ନବୀନ ପଟ୍ଟନାୟକ ।
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଟୋକିଓ ଅଲିମ୍ପିକ୍ସରେ ଓଡ଼ିଆ ପ୍ରତିଯୋଗୀମାନେ ଯଦି ପଦକ ଜିତନ୍ତି ସେମାନଙ୍କୁ ରାଜ୍ୟ ସରକାର ଆର୍ଥିକ ପୁରସ୍କାର ଦେବେ । ଚଳିତ ମାସ ଶେଷ ଭାଗରେ ଅନୁଷ୍ଠିତ ହେବାକୁ ଥିବା ଅଲିମ୍ପିକ୍ସକୁ ଖେଳାଳିମାନେ ଯିବା ପୂର୍ବରୁ ଏହି ଘୋଷଣା କରିଛନ୍ତି ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ।

ଅଲିମ୍ପିକ୍ସରେ ଭାଗ ନେଉଥିବା ଓଡି଼ଶାର ଖେଳାଳିମାନଙ୍କ ସହିତ ଗୁରୁବାର ଦିନ ଭର୍ଚ୍ଚୁଆଲ ମାଧ୍ୟମରେ ମୁଖ୍ୟ ମନ୍ତ୍ରୀ କଥା ହୋଇଥିଲେ ଓ ସେମାନଙ୍କୁ ଉତ୍ସାହିତ କରିଥିଲେ । ମୁଖ୍ୟ ମନ୍ତ୍ରୀ କହିଥିଲେ, ‘‘ପ୍ରତି ଖେଳାଳିଙ୍କ ପାଇଁ ଅଲମ୍ପିକ୍ସ ହେଉଛି ଜୀବନର ଶ୍ରେଷ୍ଠ ସ୍ଵପ୍ନ । ତୁମେମାନେ ଓଡି଼ଶାର ଯୁବ ସମାଜ ପାଇଁ ରୋଲ୍‌ ମଡେଲ୍‌ ପାଲଟିଯାଇଛ । ତୁମ ପରିବାର ପାଇଁ ଓ ଆମ ସମସ୍ତଙ୍କ ପାଇଁ ଗର୍ବ ଆଣିଛ । କଠୋର ପରିଶ୍ରମ, ନିଷ୍ଠା ଓ ଶୃଙ୍ଖଳା ଦ୍ଵାରା ତୁମେମାନେ ନିଶ୍ଚୟ ପଦକ ଜିତିବ ।’’

ଏହା ବି ପଢ଼ନ୍ତୁ | Ladakh LAC Tension: ଲଦ୍ଦାଖ ସୀମାରେ ଚୀନ୍ ୫୦,୦୦୦ ସୈନିକ ଆଣି ରଖିଲା; ଭାରତ ବି ପ୍ରସ୍ତୁତ

ଓଡ଼ିଆ ଅଲମ୍ପିୟାନ୍‌ ଦୂତି ଚାନ୍ଦ, ପାରା-ବ୍ୟାଡମିଣ୍ଟନ୍‌ ତାରକା ପ୍ରମୋଦ ଭଗତ, ଦୀପ୍‌ ଗ୍ରେସ୍‌ ଏକ୍କା, ବୀରେନ୍ଦ୍ର ଲାକ୍ରା ଓ ଅମିତ ରୋହିଦାସଙ୍କୁ ଶୁଭେଚ୍ଛା ଜଣାଇଥିଲେ ପଟ୍ଟନାୟକ । ଏହି ଅବସରରେ ଅଲମ୍ପିକ୍ସରେ ପଦକ ବିଜେତାମାନଙ୍କ ପାଇଁ ସେ ଆର୍ଥିକ ପୁରସ୍କାର ଘୋଷଣା କରିଥିଲେ ।

ଓଡ଼ିଆ ଅଲିମ୍ପିୟାନମାନଙ୍କ ସହ ମୁଖ୍ୟ ମନ୍ତ୍ରୀଙ୍କ ବ୍ୟତୀତ ଭି.କେ. ପାଣ୍ଡିଆନ ବି କଥା ହୋଇଥିଲେ ।


ଟୋକିଓ ଅଲମ୍ପିକ୍ସରେ ସ୍ଵର୍ଣ୍ଣ ପଦକ ଜିତିଲେ ୬ କୋଟି ଟଙ୍କା, ରୌପ୍ୟ ପଦକ ଜିତିଲେ ୪ କୋଟି ଟଙ୍କା ଓ କାଂସ୍ୟ ପଦକ ଜିତିଲେ ୨.୫ କୋଟି ଟଙ୍କାର ପୁରସ୍କାର ରାଶି ରାଜ୍ୟ ସରକାରଙ୍କ ପଷରୁ ଦିଆଯିବ ବୋଲି ଘୋଷଣା କରାଯାଇଛି । ଏହା ସହିତ ଅଲମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରିଥିବାରୁ ପ୍ରତି ଖେଳାଳିଙ୍କ ପାଇଁ ଅଲମ୍ପିକ୍ସ ପ୍ରସ୍ତୁତି ବାବଦରେ ୧୫ ଲକ୍ଷ ଟଙ୍କା ଲେଖାଏଁ ପ୍ରୋତ୍ସାହନ ରାଶି ଘୋଷଣା କରାଯାଇଛି ।

ଏହା ବି ପଢ଼ନ୍ତୁ | ଯଦି ଆପଣଙ୍କ ପାଖରେ ୭୮୬ ଅଙ୍କ ବିଶିଷ୍ଟ କୌଣସି ନୋଟ୍ ଅଛି ତାହେଲେ ଆପଣ ଲକ୍ଷପତି ହେବେ!

ରାଜ୍ୟର କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିବା ସହ ଖେଳାଳିମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଅଲମ୍ପିକ୍ସରେ ସେମାନଙ୍କ ସଫଳତା କ୍ରୀଡ଼ା କ୍ଷେତ୍ରରେ ଓଡି଼ଶାକୁ ଗୌରବମଣ୍ଡିତ କରିବ ବୋଲି ସେ ଆଶା ପ୍ରକାଶ କରିଥିଲେ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ସ୍ୱାମୀଙ୍କ ଠାରୁ ଅଲଗା ଏବେ ଗର୍ଭବତୀ: TMC ସାଂସଦ ନୁସ୍ରତ୍ ଜହାଁ ଶେୟାର୍ କଲେ ସୁନ୍ଦର ଫଟୋ

ଏହି ଅବସରରେ ସବୁ ଖେଳାଳି ବ୍ୟକ୍ତିଗତ ଭାବରେ ନିଜ ମତାମତ ଦେଇ ଅଲମ୍ପିକ୍ସରେ ଭଲ ପ୍ରଦର୍ଶନ କରି ରାଜ୍ୟ ତଥା ଦେଶ ପାଇଁ ଗୌରବ ଆଣିବେ ବୋଲି କହିଥିଲେ ଏବଂ ରାଜ୍ୟ ସରକାରଙ୍କ ସହଯୋଗ ଓ ମୁଖ୍ୟ ମନ୍ତ୍ରୀଙ୍କ ଶୁଭେଚ୍ଛା ପାଇଁ ଧନ୍ୟବାଦ ଜଣାଇଥିଲେ ।

ଏହା ବି ପଢ଼ନ୍ତୁ | ମନ୍ଦିରା ବେଦୀଙ୍କ ସ୍ୱାମୀଙ୍କ ମୃତ୍ୟୁ ହେଲା; ଅଭିନେତ୍ରୀଙ୍କ Insta ପୋଷ୍ଟକୁ ନେଇ ଉଠିଲା ଅନେକ ପ୍ରଶ୍ନ

‘‘ଅଲିମ୍ପିକ୍ସରେ ମୁଁ ନିଜର ଶ୍ରେଷ୍ଠ ପ୍ରଦର୍ଶନ କରିବି ଓ ଦେଶ ପାଇଁ ଗୌରବ ଆଣିବି। ରିଓ ଅଲିମ୍ପିକ୍ସର ଅଭିଜ୍ଞତାକୁ ନେଇ ଟୋକିଓରେ ପ୍ରଦର୍ଶନ କରିବି । ଏଥି ପାଇଁ ନିଜକୁ ପ୍ରସ୍ତୁତ କରିଛି,’’ କହିଥିଲେ ଅଲିମ୍ପିଆନ୍‌ ଦୂତୀ ଚାନ୍ଦ । ହକି ତାରକା ବୀରେନ୍ଦ୍ର ଲାକ୍ରା କହିଥିଲେ, ‘‘ଆଣ୍ଠୁରେ ସମସ୍ୟା ପାଇଁ ୨୦୧୬ର ରିଓ ଅଲିମ୍ପିକ୍ସ ସୁଯୋଗ ହାତ ଛଡ଼ା କରିଥିଲି । ହେଲେ ଏ ଥର ସୁଯୋଗର ଭରପୁର ଫାଇଦା ଉଠାଇବି ଓ ଭଲ ପ୍ରଦର୍ଶନ କରିବି । ଭାରତୀୟ ହକି ଦଳ ବର୍ତ୍ତମାନ ଭଲ ଫର୍ମରେ ରହିଛି। ତେଣୁ ଦଳର ମନୋବଳ ଦୃଢ଼ ରହିଛି । ଆମେ ଭଲ ପ୍ରଦର୍ଶନ କରିବୁ । ରାଜ୍ୟ ତଥା ଦେଶ ପାଇଁ ଗୌରବ ଆଣିବି ।’’



ଖେଳାଳିମାନଙ୍କ ସହିତ ଆଲୋଚନା କରି ମୁଖ୍ୟ ମନ୍ତ୍ରୀଙ୍କ ସଚିବ ତଥା ରାଜ୍ୟର ଫାଇଭ୍‌-ଟି (5T) ସmଚିବ ଭି.କେ. ପାଣ୍ଡିଆନ୍‌ ସେମାନଙ୍କ ଅଲମ୍ପିକ୍ସ ପ୍ରସ୍ତୁତି ଓ ଏଥି ପାଇଁ ସେମାନଙ୍କର ଆବଶ୍ୟକତା ସମ୍ପର୍କରେ ପଚାରି ବୁଝିଥିଲେ । କ୍ରୀଡ଼ା ବିଭାଗର ପ୍ରମୁଖ ସଚିବ ବିଶାଳ ଦେବ ସ୍ଵାଗତ ଭାଷଣ ଦେଇଥିଲେ ଓ ସ୍ଵତନ୍ତ୍ର ସଚିବ ଆର୍‌. ଭିନିଲ୍‌ କ୍ରିଷ୍ଣା ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ଉନ୍ନୟନ କମିଶନର ପି. କେ. ଜେନା ଓ ବିଭିନ୍ନ ବିଭାଗର ପ୍ରମୁଖ ସଚିବମାନେ ଉପସ୍ଥିତ ଥିଲେ ।
Published by: Anand ST Das
First published: July 8, 2021, 11:58 PM IST