ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ନବୀନ-ଜଗନ ଭେଟ: ଆଲୋଚନା କଲେନି ସୀମା ବିବାଦ ପ୍ରସଙ୍ଗ; ସୀମାନ୍ତବାସୀ ଅସନ୍ତୋଷ

ନବୀନ-ଜଗନ ଭେଟ: ଆଲୋଚନା କଲେନି ସୀମା ବିବାଦ ପ୍ରସଙ୍ଗ; ସୀମାନ୍ତବାସୀ ଅସନ୍ତୋଷ

ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଓଡ଼ିଶା ଗସ୍ତରେ ଆସିବା ଦିନଠାରୁ ବିଭିନ୍ନ ପ୍ରସଙ୍ଗକୁ ନେଇ ଚର୍ଚ୍ଚା ଜୋର ଧରୁଛି। ସବୁ ପ୍ରସଙ୍ଗ ଭିତରେ ସୀମା ବିବାଦ ପ୍ରସଙ୍ଗ ସାମିଲ ନଥିବାରୁ ସୀମାନ୍ତବାସୀ ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି।

ନବୀନ-ଜଗନ ଭେଟ: ଆଲୋଚନା କଲେନି ସୀମା ବିବାଦ ପ୍ରସଙ୍ଗ; ସୀମାନ୍ତବାସୀ ଅସନ୍ତୋଷ
ସୀମା ବିବାଦ ପ୍ରସଙ୍ଗରେ ଆଲୋଚନା କଲେନି ନବୀନ ଓ ଜଗନ (ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: November 11, 2021, 5:52 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଗଜପତି: ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଓଡ଼ିଶା ଗସ୍ତରେ ଆସିବା ଦିନଠାରୁ ବିଭିନ୍ନ ପ୍ରସଙ୍ଗକୁ ନେଇ ଚର୍ଚ୍ଚା ଜୋର  ଧରୁଛି। ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ପରସ୍ପର ସହ କଣ କଥା ହୋଇଛନ୍ତି ତାକୁ ନେଇ ବିଭିନ୍ନ ମହଲରୁ ଭିନ୍ନ ଭିନ୍ନ କଥା ସାମ୍ନାକୁ ଆସୁଛି।  ସବୁ ପ୍ରସଙ୍ଗ ଭିତରେ ସୀମା ବିବାଦ ପ୍ରସଙ୍ଗ ସାମିଲ ନଥିବାରୁ ସୀମାନ୍ତବାସୀ ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି।

ଗତ ମଙ୍ଗଳବାର ଆନ୍ଧ୍ର ମୁଖ୍ୟମନ୍ତ୍ରୀ ୱାଇ.ଏସ ଜଗନ ମୋହନ ରେଡ୍ଡୀ ଓଡିଶା ଆସି ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ସହ ପୋଲାଭରମ, ନେରେଡୀ,ଝଞ୍ଜାବତୀ ଆଦି ପ୍ରସଙ୍ଗରେ ଆଲୋଚନା କରି ନିଜ ସପକ୍ଷରେ ଏକ ଅନୁକୁଳ ପରିସ୍ଥିତି ସୃଷ୍ଟି କରି ଫେରିଛନ୍ତି । କିନ୍ତୁ କୋଟିଆ ଠାରୁ ଆରମ୍ଭ କରି ଗଙ୍ଗାବାଡ ଅଞ୍ଚଳ ଯାଏଁ ବିଭିନ୍ନ ସୀମାରେ ଆନ୍ଧ୍ର ଅନୁପ୍ରବେଶ କରି ସେଠାକାର ଲୋକଙ୍କୁ ନିଜ ଆଡକୁ ଆକର୍ଷିତ କରିବା ପାଇଁ ପ୍ରୟାସ କରୁଥିବା ବେଳେ ଏହାକୁ ବିରୋଧ କରି ସୀମାନ୍ତ ଲୋକଙ୍କୁ ବିଭିନ୍ନ ହଇରାଣ ହରକତ କରୁଛି  । କିନ୍ତୁ ଉଭୟ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଆଲୋଚନାରେ ଏହି ସମସ୍ୟାର ସମାଧାନ ନେଇ ଓଡିଶାର ମୁଖ୍ୟମନ୍ତ୍ରୀ କୌଣସି ପ୍ରସଙ୍ଗ ଉତ୍ଥାପନ ନକରିବା ଓଡିଶା ସରକାରଙ୍କ ପାରିବ ପଣିଆପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରିଛି  ।

ଗଜପତି ଜିଲ୍ଲାର ରାୟଗଡ ବ୍ଲକ ଅଧିନରେ ଥିବା ଗଙ୍ଗାବାଡ ପଞ୍ଚାୟତର ମାଣିକ ପାଟଣା, ଗୁଡିଖୁଡି, ଚମ୍ପାପୁର ଆଦି ଗାଁ ଆନ୍ଧ୍ରର ମଞ୍ଜୁଷା ମଣ୍ଡଳ ସୀମାରେ ରହିଛି

ଏହି ଅଞ୍ଚଳର ଉନ୍ନତି ପାଇଁ ରାଜ୍ୟ ସରକାର କିମ୍ବା ଗଜପତି ଜିଲ୍ଲା ପ୍ରଶାସନ ଯେଉଁ ଭଳି ଗୁରୁତ୍ବ ଦେବା କଥା ତାହା କରି ନାହାଁନ୍ତି। ଫଳରେ ଏହି ଅଞ୍ଚଳ ଏବେବି ଅପହଁଚ ଇଲାକା ଭାବେ ପଡିରହିଛି। ହେଲେ ଆନ୍ଧ୍ର ପକ୍ଷରୁ ତାଙ୍କ ସୀମା ଯାଏଁ ସମସ୍ତ ପ୍ରକାର ଉନ୍ନୟନ ମୁଳକ କାର୍ଯ୍ୟ କରିସାରିଛନ୍ତି। ଫଳରେ ଓଡିଶାର ଏହି ସବୁ ଗାଁର ଲୋକେ ଆନ୍ଧ୍ର ଉପରେ ଶିକ୍ଷା ଠାରୁ ଆରମ୍ଭ କରି ସ୍ବାସ୍ଥ୍ୟ, ଦୈନିକ ବଜାର ଆଦି ଉପରେ ନିର୍ଭରଶୀଳ। ଏହାର ଫାଇଦା ନେଇ ଆନ୍ଧ୍ର ବାରମ୍ବାର ଏହି ସବୁ ଅଞ୍ଚଳରେ ଅନୁପ୍ରବେଶ କରି ଏଠାକାର ଲୋକଙ୍କୁ ନିଜର ବିଭିନ୍ନ ଯୋଜନାରେ ସାମିଲ କରି ନିଜ ଆଡକୁ ଆକୃଷ୍ଠ କରିବା ପାଇଁ ସୁଚିନ୍ତିତ ଯୋଜନା କରିଚାଲିଛି  । ଫଳରେ ଅଧିକାଂଶ ଲୋକେ ଆନ୍ଧ୍ର ମୁହା ହେଉଥିବା ବେଳେ କିଛି ଲୋକେ ଏହାକୁ ବିରୋଧ କରିଛନ୍ତି । ହେଲେ ବିରୋଧ କରୁଥିବା ଲୋକଙ୍କୁ ମୁହଁ ବନ୍ଦ ପାଇଁ ସେମାନଙ୍କୁ ବିଭିନ୍ନ ପ୍ରକାର ହଇରାଣ ହରକତ କରୁଛି  ।

କେବଳ ସେତିକି ନୁହେଁ ବଂଶଧାରା ନଦୀ ଜଳକୁ ଲୁଟି ନେବା ପାଇଁ ନେରେଡି ଠାରେ ଆନ୍ଧ୍ର ନିର୍ମାଣ କରୁଥିବା ପ୍ରକଳ୍ପ ବର୍ତମାନ ଜାରି ରହିଛି। ଏହାକୁ ବିରୋଧ କରି ଓଡିଶା ସୁପ୍ରିମକୋର୍ଟର ଦ୍ବାରସ୍ଥ ହୋଇଥିଲେ ମଧ୍ୟ ଉପଯୁକ୍ତ ପ୍ରମାଣ ପତ୍ର ଦେଇନପାରିବାରୁ ଏହି ରାୟ ଆନ୍ଧ୍ର ସପକ୍ଷରେ ଯାଇଛି। ହେଲେ ଏହି ପ୍ରକଳ୍ପ ନିର୍ମାଣ ହେଲେ ଓଡିଶାର ଯେଉଁ ସବୁ ଅଞ୍ଚଳ କ୍ଷତି ହେବ ସେଠାକାର ଲୋକଙ୍କୁ ଉପଯୁକ୍ତ କ୍ଷତି ପୂରଣ ପ୍ରଦାନ ଦିଗରେ ଆନ୍ଧ୍ରର କଣ ଯୋଜନା ରହିଛି ସେନେଇ ମଧ୍ୟ କୌଣସି ଆଲୋଚନା ହୋଇନାହିଁ। ଫଳରେ ଉଭୟ ସମସ୍ୟାର ସମ୍ମୁଖୀନ ହେଉଥିବା ଲୋକେ ନିରାଣ ହୋଇଛନ୍ତି  ।
Published by: Soumya Das
First published: November 11, 2021, 5:52 PM IST