ବାଇ ଚଢ଼େଇର ବସା ଦେଖି ଆଖି ଯାଉଛି ଲାଖି; ବୋଦ୍ଧର ଏହି ଅଞ୍ଚଳକୁ ଥରୁଟିଏ ଯାଆନ୍ତୁ

ବୋୖଦ୍ଧ ଜିଲ୍ଲାର କିଛି ଅଞ୍ଚଳରେ ଏବେ ବର୍ଷା ଦିନରେ ବାଇ ଚଢ଼େଇର ବସା ଦେଖିବାକୁ ମିଳୁଛି । କୃଷକ ଟିଏ ହେଉ କି ବାଟରେ ଯାଉଥିବା ବାଟୋଇ, ବେସ କିଛି ସମୟ ଅଟକି ଯାଇ ବାୟା ବଷା ଦେଖୁଛନ୍ତି ।

ବାଇ ଚଢ଼େଇର ବସା ଦେଖି ଆଖି ଯାଉଛି ଲାଖି; ବୋଦ୍ଧର ଏହି ଅଞ୍ଚଳକୁ ଥରୁଟିଏ ଯାଆନ୍ତୁ

ବାଇ ଚଢ଼େଇର ବସା ଦେଖି ଆଖି ଯାଉଛି ଲାଖି; ବୋଦ୍ଧର ଏହି ଅଞ୍ଚଳକୁ ଥରୁଟିଏ ଯାଆନ୍ତୁ

  • News18 Odia
  • Last Updated :
  • Share this:
News 18 Odia Digital

ବୌଦ୍ଧ; "ବାଇ ଚଢେଇରେ ବାଇ ଚଢେଇ ବା କଲେ ବସା ଦୋହଲୁ ଥାଇ । " "ବାଇ ଚଢେଇରେ ବାଇ ଚଢେଇ ତୋ ମା ଯାଇଛି ଗାଈ ଚରେଇ ଗଭୀର ବିଲରୁ ଆଣିବ ବେଲ କୋଳରେ ବସେଇ ତତେ କରିବ ଗେଲ " ପିଲା ଦିନେ ଅପଣମାନେ ଏଭଳି ଅନେକ ଗୀତ ମାଆଙ୍କ ଠାରୁ ଶୁଣିଥିଲେ । ତେବେ ଆଜି ଆମେ ସେଇ କୁନି ବାଇ ଚଢ଼େଇ ବିଷୟରେ ଆପଣଙ୍କୁ ସୂଚନା ଦେଉଛୁ  ।



ଭଗବାନଙ୍କ ସୃଷ୍ଟିରେ ବାଇ ଚଢେଇର ସ୍ଥାନ ଖୁବ ସ୍ୱତନ୍ତ୍ର । ଚଢ଼େଇଟି ନିଜର ପରିବାର ସହ ରହିବା ପାଇଁ ବଡ଼ ବଡ଼ ଗଛରେ ବସା ବାନ୍ଧି ଥାଏ । ବାଇ ଚଢେଇ ଏପରି ବସା ତିଆରି କରିଥାନ୍ତି, ବର୍ଷା ହେଉ କି ଝଡ ବାତ୍ୟା କିନ୍ତୁ ବସାର କୌଣସି କ୍ଷତି ହୋଇନଥାଏ । ଝଡ ବତାସକୁ ଖାତିର ନକରି ବିଭିନ୍ନ ଗଛରେ ଉପରେ ସୁଲୁସୁଳିଆ ପବନରେ ନିଜର କିଚିରିମିଚିରି ଶବ୍ଦରେ ସମସ୍ତଙ୍କ ମନକୁ ମୁଗ୍ଧ କରି ଦେଇଥାଏ  ବାଇ ଚଢେଇ।



ବୋୖଦ୍ଧ ଜିଲ୍ଲାର କିଛି ଅଞ୍ଚଳରେ ଏବେ ବର୍ଷା ଦିନରେ ବାଇ ଚଢ଼େଇର ବସା ଦେଖିବାକୁ ମିଳୁଛି । କୃଷକ ଟିଏ ହେଉ କି ବାଟରେ ଯାଉଥିବା ବାଟୋଇ, ବେସ କିଛି ସମୟ ଅଟକି ଯାଇ ବାୟା ବଷା ଦେଖୁଛନ୍ତି । ସାଧାରଣତଃ ମେ ମାସରୁ ସେପ୍ଟେମ୍ବର ମାସ ମଧ୍ୟରେ ବାଈ ଚଢ଼େଇ ତାର ବସା ବାନ୍ଧିଥାଏ । ବସାରେ ଥାଏ ଅଜବ କାରିଗରୀ କୌଶଳ । ଛୋଟ ଛୋଟ ତନ୍ତୁରେ ତିଆରି ହୁଏ ବସା । ଯତେ ଝଡ଼ ଆସିଲେ ବି ସହଜରେ ବସା ଗଛରୁ ଛିଡେ ନାହିଁ । ଆଉ ଯଦି କେହି ବସାକୁ ଛିଡାଇ ଦିଏ ତଥାପି ମଧ୍ୟ ବାଈ ଚଢ଼େଇ ହାର ନମାନି ପୁଣିଥରେ ବସା ତିଆରି କରିଥାଏ । ତେଣୁ ବାଇ ଚଢେଇକୁ କୁଶଳୀ କାରିଗର ବା ବୁଣାକାର ପକ୍ଷୀ ଇଂରାଜୀରେ ଉଇଭର ବାର୍ଡ ମଧ୍ୟ କୁହାଯାଏ ।



ଗାଁ ଓ ବାଈ ଚଢ଼େଇ ଏମାନଙ୍କ ମଧ୍ୟରେ ଯେମିତି ପରସ୍ପର ନିବିଡ଼ ସମ୍ପର୍କ ରହିଛି । ଗାଁର ଅନେକ ସ୍ଥାନରେ ଲମ୍ବା ଖଜୁରୀ ଗଛ ଓ ସିରିଷ କଣ୍ଟା ଗଛରେ ବାଇ ଚଢ଼େଇର ବସା । ଏହା କବିର ମନକୁ ମଧ୍ୟ ବେସ ଆନ୍ଦୋଳିତ କରିଥାଏ । କବିର କଲମରୁ ଝରିପଡେ ମିଠା ମିଠା କବିତା । ଟିକି ଚଢ଼େଇଟିଏ ହେଲେ ମଧ୍ୟ ତାର ଛୋଟିଆ ଥଣ୍ଟରେ କାଠିକୁଟା ସଂଗ୍ରହ କରି ତାର ବସା ତିଆରି କରିଥାଏ ।  କିନ୍ତୁ ଏବେ ଅନେକ ସ୍ଥାନରେ ଏ ଦୃଶ୍ୟ ଆଉ ଦେଖିବାକୁ ମିଳୁନାହିଁ । ଲୋପ ପାଇବାକୁ ବସିଲାଣି ବୟା ବସା । ବାଇ ଚଢେଇକୁ ନେଇ ପରିବେଶବିତ ଉଦବେଗ ପ୍ରକାଶ କରିବା ସହ ଏହାର ସୁରକ୍ଷା ଜରୁରୀ ହୋଇପଡ଼ିଛି ବୋଲି କହିଛନ୍ତି ।
Published by:Soubhagya Mishra
First published: