ନାଟମଣ୍ଡପ ବିମ ଫାଟ ଅନୁଧ୍ୟାନ ଶେଷ, ମାର୍ଚ୍ଚ-ଏପ୍ରିଲ ସୁଦ୍ଧା ସରିବ ମରାମତି କାର୍ଯ୍ୟ

ନାଟମଣ୍ଡପ ବିମ ଫାଟ ଅନୁଧ୍ୟାନ ଶେଷ । ନାଟମଣ୍ଡପ ବିମରେ ୪ ବର୍ଷ ତଳେ ଯେଭଳି ଫାଟ ରହିଥିଲା ଏବେ ବି ସେମିତି ଫାଟ ରହିଛି । ଖୁବଶୀଘ୍ର କାମ ଆରମ୍ଭ ହେବ ।

ନାଟମଣ୍ଡପ ବିମ ଫାଟ ଅନୁଧ୍ୟାନ ଶେଷ । ନାଟମଣ୍ଡପ ବିମରେ ୪ ବର୍ଷ ତଳେ ଯେଭଳି ଫାଟ ରହିଥିଲା ଏବେ ବି ସେମିତି ଫାଟ ରହିଛି । ଖୁବଶୀଘ୍ର କାମ ଆରମ୍ଭ ହେବ ।

ନାଟମଣ୍ଡପ ବିମ ଫାଟ ଅନୁଧ୍ୟାନ ଶେଷ । ନାଟମଣ୍ଡପ ବିମରେ ୪ ବର୍ଷ ତଳେ ଯେଭଳି ଫାଟ ରହିଥିଲା ଏବେ ବି ସେମିତି ଫାଟ ରହିଛି । ଖୁବଶୀଘ୍ର କାମ ଆରମ୍ଭ ହେବ ।

  • News18 Odia
  • Last Updated :
  • Puri, India
  • Share this:
News 18 Odia Digital

ପୁରୀ; ନାଟମଣ୍ଡପ ବିମ ଫାଟ ଅନୁଧ୍ୟାନ ଶେଷ । ନାଟମଣ୍ଡପ ବିମରେ ୪ ବର୍ଷ ତଳେ ଯେଭଳି ଫାଟ ରହିଥିଲା ଏବେ ବି ସେମିତି ଫାଟ ରହିଛି । ଖୁବଶୀଘ୍ର କାମ ଆରମ୍ଭ ହେବ । ଦୁଇଟି ପ୍ରକାର ମରାମତି ପାଇଁ ଏଏସଆଇ ପ୍ରସ୍ତାବ ଦେବ । ମାର୍ଚ୍ଚ - ଏପ୍ରିଲ ସୁଦ୍ଧା ମରାମତି କାର୍ଯ୍ୟ ସରିବ । କାମ ସମୟରେ ମଧ୍ୟ ଲାଗି ରହିବ କ୍ରାକ ଟ୍ରାଂଶମିଟର । ଜଗମୋହନରେ ମଧ୍ୟ ଏଏସଆଇ ପକ୍ଷରୁ ଚାଲିଥିବା କାର୍ଯ୍ୟର ଅନୁଧ୍ୟାନ କରିଛନ୍ତି ଆମିକସ କ୍ୟୁରୀ ଏନ୍.କେ.ମହାନ୍ତି ଓ ଏଏସଆଇ ସୁପରିଟେଡେଣ୍ଟ ।

ପୁରୀରେ ପହଞ୍ଚି ଶ୍ରୀମନ୍ଦିର ନାଟମଣ୍ଡପ ଓ ଜଗମୋହନର ସ୍ଥିତି ଯାଞ୍ଚ କରିଛନ୍ତି ଏଏସଆଇ ବିଶେଷଜ୍ଞ ଟିମ । ନାଟମଣ୍ଡପ ଓ ଜଗମୋହନ ସଂଯୋଗ ସ୍ଥଳରେ ଥିବା ଫାଟ ବିଶେଷ ପ୍ରଭାବିତ କରିବ ନାହିଁ ବୋଲି ଟିମ୍ କହିଛି । କ୍ରାକମିଟର ରିଡିଙ୍ଗ ପରେ ଦୁଇପ୍ରକାର ମରାମତି ଦିଗ ଉପରେ ଆଲୋଚନା ହୋଇଛି । ଖୁବଶୀଘ୍ର ମରାମତି ସାରିବାକୁ ଲକ୍ଷ ରଖିଛି ଏଏସଆଇ । ଏଏସଆଇ ଅତିରିକ୍ତ ଡିଜିଙ୍କ ତତ୍ୱାବଧାନରେ ଏହି ଟିମ ଶ୍ରୀମନ୍ଦିର ଜଗମୋହନ ଉପରକୁ ଯାଇ ଜଗମୋହନ ଓ ନାଟମଣ୍ଡପ ସଂଯୋଗସ୍ଥଳକୁ ଯାଞ୍ଚ କରିବା ସହ ମରାମତିର ରିମେଡି ଖୋଜି ବାହାର କରାଯାଇଛି । ଟିମରେ ରହିଥିଲେ ଆଇଆଇଟି ଚେନ୍ନାଇ ବିଶେଷଜ୍ଞ ଅରୁଣ ମେନନ ,ଏଏସଆଇ ଅତିରିକ୍ତ ଡିଜି ଜାହ୍ନବୀ ଶର୍ମା , ଏଏସଆଇ ସୁପରିଟେଣ୍ଡେଣ୍ଟ ଅରୁଣ ମଲ୍ଲିକ, ଏଏସଆଇ ଡ଼ାଇରେକ୍ଟର ଅଫ କଞ୍ଜରଭେସନ, ଆମିକସ କ୍ୟୁରି ଏନ କେ ମହାନ୍ତି ଏବଂ ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ ଜେନା ।

ସେପଟେ ନାଟ ମଣ୍ଡପରେ ଥିବା ଫାଟ ଚାରିବର୍ଷ ତଳେ ଯାହାଥିଲା ସେହିପରି ରହିଛି । ନାଟମଣ୍ଡପ ଓ ଜଗମୋହନ ସଂଯୋଗସ୍ଥଳରେ ଥିବା ଫାଟ ବିଶେଷ ପ୍ରଭାବ ପକାଇବ ନାହିଁ ।ଏହି ସଂଯୋଗ ସ୍ଥଳରେ ପାଣି ବୋହୁଥିବା ସ୍ଥାନକୁ ମରାମତି ପାଇଁ ଉପାୟ ବାହାର କରାଯାଇଛି । ମରାମତି କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ବିଶେଷଜ୍ଞ ଟିମ ଦେଇଥିବା ପରାମର୍ଶ ଅନୁଯାୟୀ କାର୍ଯ୍ୟ ହେବ । ୨୦୨୩ ଫେବୃଆରୀ କିମ୍ବା ମାର୍ଚ୍ଚ ସୁଦ୍ଧା କାର୍ଯ୍ୟ ଶେଷ ପାଇଁ ଲକ୍ଷ ରଖାଯାଇଛି । ଶ୍ରୀମନ୍ଦିରରେ ୧୯ରୁ ୨୦ଟି ସ୍ଥାନରେ ମରାମତି ଜାରି ରହିଛି ବୋଲି କହିଛନ୍ତି ଏଏସ ଆଇ ସୁପେରିଟେଣ୍ଡେଣ୍ଟ ଅରୁଣ ମଲ୍ଲିକ ।

ପୂର୍ବରୁ ଗତ ସେପ୍ଟେମ୍ବର ମାସରେ ହାଇକୋର୍ଟଙ୍କ ନିର୍ଦେଶ କ୍ରମେ ପୁରୀ ଆସି ନାଟମଣ୍ଡପ ସ୍ଥିତି ଅନୁଧ୍ୟାନ କରିଥିଲେ ଆମିକସ କ୍ୟୁରି ଏନ କେ ମହାନ୍ତି । ମାର୍ଚ୍ଚ ସୁଦ୍ଧା କାର୍ଯ୍ୟ ସାରିବାକୁ ରଖିଥିଲେ ପ୍ରତିକ୍ରିୟା । ସେହି ଅନୁଯାୟୀ କାର୍ଯ୍ୟ ସାରିବାକୁ ଉଭୟ ଶ୍ରୀମନ୍ଦିର ପ୍ରଶାସନ ଓ ଏଏସଆଇ ଶୀଘ୍ର କାମ ସାରିବାକୁ ଅଣ୍ଟା ଭିଡିଛନ୍ତି ।ଅନ୍ୟପଟରେ ଶ୍ରୀମନ୍ଦିରରେ ଥିବା ବିଭିନ୍ନ ମରାମତି ପ୍ରସଙ୍ଗରେ ତାଙ୍କ ସହିତ ଆଲୋଚନା ଜାରି ରହିଛି । ଆସନ୍ତା ଏକ ବର୍ଷ ଭିତରେ ସମସ୍ତ ମରାମତି କାର୍ଯ୍ୟ ସରିବ ବୋଲି ପ୍ରତିକ୍ରିୟା ରଖିଛନ୍ତି ସ୍ଥପତି ପଦ୍ମବିଭୂଷଣ ସୁଦର୍ଶନ ସାହୁ । ଏଏସଆଇ ବିଶେଷଜ୍ଞ ଟିମର ଯାଞ୍ଚ ପରେ ଶ୍ରୀମନ୍ଦିରରେ ହୋଇଥିବା ଡ୍ୟାମେଜ କଣ୍ଟ୍ରୋଲ ଖୁବଶୀଘ୍ର ହୋଇପାରିବ ।
Published by:Soubhagya Mishra
First published: