ଭାରୋତ୍ତୋଳନ ଚମ୍ପିଆନସିପରେ ଇତିହାସ ରଚିଲେ ଅଜୟ ବାବୁ; ୟୁଥ୍ ଓ ଜୁନିୟରରେ ଜିତିଲେ ସ୍ବର୍ଣ୍ଣ

ପୁରୁଷ ୟୁଥ ବର୍ଗରେ ମୋଟ ୨୯୫ କେଜି ଉତ୍ତୋଳନ କରି ମଧ୍ୟ ପ୍ରଦେଶର ଅଜୟ ବାବୁ ସ୍ବର୍ଣ୍ଣ ଜିଣିଥିବା ବେଳେ ୨୮୦ କେଜି ଉତ୍ତୋଳନ କରି ଆନ୍ଧ୍ର ପ୍ରଦେଶର ଜି. ରବି କୁମାର ରୌପ୍ୟ ଓ ତେଲେଙ୍ଗାନାର ଡି.ଗଣେଶ ୨୭୬ କେଜି ଉତ୍ତୋଳନ କରି ବ୍ରୋଞ୍ଜ ପଦକ ହାସଲ କରିଛନ୍ତିI

ଭାରୋତ୍ତୋଳନ ଚମ୍ପିଆନସିପରେ ଇତିହାସ ରଚିଲେ ଅଜୟ ବାବୁ

ଭାରୋତ୍ତୋଳନ ଚମ୍ପିଆନସିପରେ ଇତିହାସ ରଚିଲେ ଅଜୟ ବାବୁ

  • Share this:
News18 Odia Digital

ଭୁବନେଶ୍ବର: ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ଓ ଭାରତୀୟ ଭାରୋତ୍ତୋଳନ ମହାସଂଘର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ କିଟ ଇନଡୋର ହଲରେ ଚାଲିଥିବା ଜାତୀୟ ଭାରୋତ୍ତୋଳନ ଚମ୍ପିଆନସିପରେ ୮୧ କେଜି ଓଜନ ବର୍ଗର ଉଭୟ ୟୁଥ ଓ ଜୁନିୟର ପୁରୁଷ ବର୍ଗରେ ମଧ୍ୟପ୍ରଦେଶର ଭି. ଅଜୟ ବାବୁ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତିI

ସେହିପରି ଏହି ଓଜନ ବର୍ଗର ସିନିୟରରେ ଏସଏସସିବିର ଅଜୟ ସିଂ ଓ ଆନ୍ତଃରାଜ୍ୟ ପୁରୁଷ ସିନିୟରରେ ହରିୟାଣାର ଦୀପକ ଲାଥେର ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତିI

ପୁରୁଷ ୟୁଥ ବର୍ଗରେ ମୋଟ ୨୯୫ କେଜି ଉତ୍ତୋଳନ କରି ମଧ୍ୟ ପ୍ରଦେଶର ଅଜୟ ବାବୁ ସ୍ବର୍ଣ୍ଣ ଜିଣିଥିବା ବେଳେ ୨୮୦ କେଜି ଉତ୍ତୋଳନ କରି ଆନ୍ଧ୍ର ପ୍ରଦେଶର ଜି. ରବି କୁମାର ରୌପ୍ୟ ଓ ତେଲେଙ୍ଗାନାର ଡି.ଗଣେଶ ୨୭୬ କେଜି ଉତ୍ତୋଳନ କରି ବ୍ରୋଞ୍ଜ ପଦକ ହାସଲ କରିଛନ୍ତିI

ପୁରୁଷ ୟୁଥ ବର୍ଗରେ ମୋଟ ୨୯୫ କେଜି ଉତ୍ତୋଳନ କରି ମଧ୍ୟ ପ୍ରଦେଶର ଅଜୟ ବାବୁ ସ୍ବର୍ଣ୍ଣ ପଦକ ଜିତିଲେ


ସେହିପରି ପୁରୁଷ ଜୁନିୟର ବର୍ଗରେ ମଧ୍ୟ ପ୍ରଦେଶର ଭି. ଅଜୟ ବାବୁ ସମାନ ୨୯୫ କେଜି ଉତ୍ତୋଳନ କରି ସ୍ବର୍ଣ୍ଣ ପଦକ ହାସଲ କରିଥିବା ବେଳେ ଆସାମର ତ୍ରିଦୀପ ବ୍ରାଉହ ୨୯୨ କେଜି ଉତ୍ତୋଳନ କରି ରୌପ୍ୟ ଓ ଛତିଶଗଡ଼ର ଭାବଶ ସାରଙ୍ଗ ୨୮୩ କେଜି ଉତ୍ତୋଳନ କରି ବ୍ରୋଞ୍ଜ ପଦକ ହାସଲ କରିଛନ୍ତିI

ସିନିୟର ପୁରୁଷ ୮୧ କେଜି ଓଜନ ବର୍ଗରେ ଏସଏସସିବିର ଅଜୟ ସିଂ ମୋଟ ୩୧୫ କେଜି ଉତ୍ତୋଳନ କରି ସ୍ୱର୍ଣ୍ଣ, ୩୧୪ କେଜି ଉତ୍ତୋଳନ କରି ହରିୟାଣାର ଦୀପକ ଲାଥେର ରୌପ୍ୟ ଓ ୩୦୧କେଜି ଉତ୍ତୋଳନ କରି ମହାରାଷ୍ଟ୍ରର ଅଭିଷେକ ନିପାନେ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି I ଆନ୍ତଃରାଜ୍ୟ ପୁରୁଷ ସିନିୟର ୮୧ କେଜି ଓଜନ ବର୍ଗରେ ହରିୟାଣାର ଦୀପକ ଲାଥେର ସ୍ବର୍ଣ୍ଣ, ମହାରାଷ୍ଟ୍ରର ଅଭିଷେକ ନିପାନେ ରୌପ୍ୟ ଏବଂ ଆସାମର ପପୁଲ ଚେଞ୍ଜନି ବ୍ରୋଞ୍ଜ ପଦକ ହାସଲ କରିଛନ୍ତି I

ସେହିଭଳି ଜାତୀୟ ଭାରୋତ୍ତୋଳନ ଚମ୍ପିଆନସିପରେ ଶୁକ୍ରବାର ମୋଟ ୨୧ଟି ନୂଆ ଜାତୀୟ ରେକର୍ଡ ଭଙ୍ଗ ହୋଇଛିI ଏଥି ସହିତ ସ୍ନାଚ, କ୍ଲିନ ଆଣ୍ଡ ଜର୍କ ଓ ମୋଟ ଉତ୍ତୋଳନରେ ମଧ୍ୟପ୍ର ଦେଶର ଭି. ଅଜୟ ବାବୁ ନୂଆ ରେକର୍ଡ ସୃଷ୍ଟି କରିଛନ୍ତି I ଶୁକ୍ରବାର ପ୍ରତିଯୋଗିତା ଆରମ୍ଭରୁ ୮୧ କେଜି ଓଜନ ବର୍ଗର ୟୁଥ ଓ ଜୁନିୟର କାଟେଗୋରୀର ପ୍ରତିଯୋଗୀମାନେ ପରସ୍ପରର ରେକର୍ଡ ଭାଙ୍ଗି ଚାଲିଥିଲେI ୟୁଥ ବର୍ଗର ୧୭ ଜଣ ପ୍ରତିଯୋଗୀ ଓ ଜୁନିୟର ବର୍ଗର ୪ ପ୍ରତିଯୋଗୀ ପୁରୁଣା ଜାତୀୟ ରେକର୍ଡ କୁ ଭାଙ୍ଗି ନିଜର ନୂଆ ରେକର୍ଡ ପ୍ରତିଷ୍ଠା କରିଥିଲେI

୮୧ କେଜି ୟୁଥ ସ୍ନାଚରେ ପୂର୍ବରୁ ଥିବା ୧୨୧ କେଜି ରେକର୍ଡକୁ ପ୍ରଥମେ ଆନ୍ଧ୍ର ପ୍ରଦେଶର ଜି. ରବି କୁମାର ଭାଙ୍ଗିଥିଲେI ପରେ ଏହି ରେକର୍ଡକୁ ପଞ୍ଜାବ ଓ ଉତ୍ତର ପ୍ରଦେଶର ପ୍ରତିଯୋଗୀ ଭାଙ୍ଗିଥିଲେI ତେବେ ଶେଷରେ ମଧ୍ୟ ପ୍ରଦେଶର ଭି. ଅଜୟ ବାବୁ ଉଭୟ ୟୁଥ ଓ ଜୁନିୟର ୮୧ କେଜି ବର୍ଗରେ ୧୩୪ କେଜି ଉତ୍ତୋଳନ କରି ପୂର୍ବରୁ ଥିବା ରେକର୍ଡକୁ ନିଜ ନାମରେ କରିଥିଲେI

ସେହିପରି କ୍ଲିନ ଆଣ୍ଡ ଜର୍କରେ ପୂର୍ବରୁ ଥିବା ୧୪୮କେଜିର ରେକର୍ଡକୁ ମିଜୋରାମର ଲାଲରୁଆତଫଲା ୧୫୧ କେଜି ଉତ୍ତୋଳନ କରି ନୂଆ ରେକର୍ଡ ପ୍ରତିଷ୍ଠା କରିଥିବା ବେଳେ ଆନ୍ଧ୍ରର ଜି. ରବି କୁମାର ୧୫୩ ଓ ୧୫୮ କେଜି ଉତ୍ତୋଳନ କରି ନୂଆ ରେକର୍ଡ ପ୍ରତିଷ୍ଠା କରିଥିଲେI ଯାହାକୁ ଶେଷରେ ମଧ୍ୟ ପ୍ରଦେଶର ଭି. ଅଜୟ ବାବୁ ୧୬୧କେଜି ଉତ୍ତୋଳନ କରି ସର୍ବଶ୍ରେଷ୍ଠ ରେକର୍ଡ ପ୍ରତିଷ୍ଠା କରିଛନ୍ତି।
Published by:Lipina Das
First published: