ଇକୋ ରିଟ୍ରିଟରେ ଜାତୀୟ ପର୍ଯ୍ୟଟନ ସମ୍ମିଳନୀ: ଯୋଗ ଦେଉଛନ୍ତି ୮ ରାଜ୍ୟର ପର୍ଯ୍ୟଟନ ମନ୍ତ୍ରୀ, ୨୭ ସଚିବ

ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ କହିଛନ୍ତି ଏହି ସମ୍ମିଳନୀରେ ଓଡ଼ିଶାର ପର୍ଯ୍ୟଟନ ଶିଳ୍ପକୁ ଅନ୍ୟାନ୍ୟ ରାଜ୍ୟର ପର୍ଯ୍ୟଟନ ମନ୍ତ୍ରୀମାନଙ୍କ ସାମ୍ନାରେ ରଖାଯାଉଛି । ‘‘ଏହା ଦ୍ବାରା ଓଡ଼ିଶାର ପର୍ଯ୍ୟଟନକୁ ଏକ ନୂଆ ପରିଚୟ ମିଳିବ,’’ ସେ କହିଛନ୍ତି ।

ଇକୋ ରିଟ୍ରିଟରେ ଜାତୀୟ ପର୍ଯ୍ୟଟନ ସମ୍ମିଳନୀ: ଯୋଗ ଦେଉଛନ୍ତି ୮ ରାଜ୍ୟର ପର୍ଯ୍ୟଟନ ମନ୍ତ୍ରୀ, ୨୭ ସଚିବ
ସମ୍ମିଳନୀରେ ନିଜ ନିଜ ରାଜ୍ୟର ପର୍ଯ୍ୟଟନ ସ୍ଥଳୀର ବିକାଶ ବିଷୟରେ କହୁଛନ୍ତି ମନ୍ତ୍ରୀ ଓ ସଚ଼ିବମାନେ ।
  • News18 Odia
  • Last Updated: January 24, 2020, 12:09 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ପୁରୀ: ଓଡ଼ିଶାରେ ପର୍ଯ୍ୟଟନର ବିକାଶ ଦିଗରେ ସରକାରଙ୍କ ପଦକ୍ଷେପର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ହିସାବରେ କୋଣାର୍କ ମେରାଇନ୍ ଡ୍ରାଇଭ୍‌ର ଇକୋ ରିଟ୍ରିଟ୍‌ ପରିସରରେ ଆରମ୍ଭ ହୋଇଛି ବିଭିନ୍ନ ରାଜ୍ୟର ପର୍ଯ୍ୟଟନ ମନ୍ତ୍ରୀ ଓ ସଚ଼ିବମାନଙ୍କ ସମ୍ମିଳନୀ । ଏହି ଦୁଇ ଦିନିଆ ସମ୍ମିଳନୀରେ ଆଠଟି ରାଜ୍ୟର ପର୍ଯ୍ୟଟନ ମନ୍ତ୍ରୀ ଓ ସଚିବମାନେ ଯୋଗଦେଇଛନ୍ତି ।

ଏହି ସମ୍ମିଳନୀରେ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ବି ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଗୁରୁବାର (ଜାନୁଆରୀ ୨୩) ଆରମ୍ଭ ହୋଇଥିବା ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେବାର ଥିଲେ ମଧ୍ୟ ଶେଷ ମୁହୂର୍ତ୍ତରେ ତାଙ୍କ କାର୍ଯ୍ୟକ୍ରମ ବାତିଲ୍‌ ହୋଇଯାଇଥିଲା । ରାଜ୍ୟପାଳ ପ୍ରଫେସର ଗଣେଶି ଲାଲ ସମ୍ମିଳନୀକୁ ଉଦଘାଟନ କରିଥିଲେ । ଆଜି କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ପ୍ରହ୍ଲାଦ ସିଂହ ପଟେଲ୍‌ ଏଥିରେ ଯୋଗ ଦେବାର କାର୍ଯ୍ୟକ୍ରମ ରହଛି ।

ଇକୋ ରିଟ୍ରିଟ୍‌ରେ ମନ୍ତ୍ରୀ ଓ ସଚିବମାନଙ୍କ ରହିବାର ବନ୍ଦୋବସ୍ତ କରାଯାଇଛି । ଓଡ଼ିଶାର ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ କହିଛନ୍ତି ଯେ ଏହି ସମ୍ମିଳନୀରେ ରାଜ୍ୟର ପର୍ଯ୍ୟଟନକୁ ଅନ୍ୟାନ୍ୟ ରାଜ୍ୟର ପର୍ଯ୍ୟଟନ ମନ୍ତ୍ରୀମାନଙ୍କ ସାମ୍ନାରେ ରଖାଯାଉଛି । ‘‘ଏହା ଦ୍ବାରା ଓଡ଼ିଶାର ପର୍ଯ୍ୟଟନକୁ ଏକ ନୂଆ ପରିଚୟ ମିଳିବ,’’ ସେ କହିଛନ୍ତି ।

ଏହି ସମ୍ମିଳନୀରେ ଭାଗନେବାକୁ ଆସିଥିବା ଗୁଜରାଟର ପର୍ଯ୍ୟଟନ ମନ୍ତ୍ରୀ ଭାସନ ଭାଇ ଅହୀର କୋଣାର୍କ ସୂର୍ଯ୍ୟ ମନ୍ଦିର ପରିଦର୍ଶନ କରିଥିଲେ ଓ କାରୁକାର୍ଯ୍ୟ ଦେଖି ଚ଼କିତ ହୋଇଥିଲେ ।

‘‘ଗୁଜରାଟର ରାନ୍ ଉତ୍ସବ ଭଳି ଓଡିଶାରେ କୋଣାର୍କ ମେରାଇନ ଡ୍ରାଇଭ ଇକୋ ରିଟ୍ରିଟ ଫେଷ୍ଟିଭାଲ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି l ଓଡିଶାର ପର୍ଯ୍ୟଟନ କ୍ଷେତ୍ରରେ ଆହୁରି ବିକାଶ ହେଲେ ନିଯୁକ୍ତି ବଢ଼ିବା ସହ ବେକାରି ହଟିବ ଏବଂ ବିଭିନ୍ନ ବର୍ଗର ଲୋକେ ରୋଜଗାରକ୍ଷମ ହେବେ,’’ କହିଛନ୍ତି ଭାସନ ଭାଇ ଅହୀର ।

ଏହି ସମ୍ମିଳନୀରେ ନିଜ ନିଜ ରାଜ୍ୟର ପର୍ଯ୍ୟଟନ ସ୍ଥଳୀର ବିକାଶ ପାଇଁ ରାଜ୍ୟମାନଙ୍କର ସଚିବ ମାନେ ଆଲେଚନା କରିବା ସହ ନିଜର ମତାମତ ରଖିବେ । ଆଗାମୀ ଦିନରେ ଭାରତର ସମସ୍ତ ପର୍ଯ୍ୟଟନ ସ୍ଥଳୀର ବିକାଶ କରିବା ସହ ବିଦେଶରୁ ଅଧିକରୁ ଅଧିକ ପର୍ଯ୍ୟଟକଙ୍କୁ ଭାରତକୁ ଆକର୍ଷିତ କରିବା ସମସ୍ତଙ୍କର ଧ୍ୟେୟ ବୋଲି କହିଛନ୍ତି ରାଜ୍ୟପାଳ ଗଣେସି ଲାଲ ।

ଉଦଘାଟନୀ ସମାରୋହରେ ଓଡ଼ିଶା ପର୍ଯ୍ୟଟନ ବିକାଶ ନିଗମ (OTDC) ଅଧକ୍ଷା ଶ୍ରୀମୟୀ ମିଶ୍ର ଓ ପର୍ଯ୍ୟଟନ ସଚିବ ବିଶାଳ ଦେବ ମଧ୍ୟ ଭାଗ ନେଇଥିଲେ ।
First published: January 24, 2020, 12:09 PM IST