ସୁନ୍ଦରଗଡ଼ ସରକାରୀ ମେଡିକାଲ କଲେଜରେ ୧୦୦ ଏମବିବିଏସ୍ ସିଟ୍କୁ ମିଳିଲା ଅନୁମୋଦନ

ସୁନ୍ଦରଗଡ଼ ସରକାରୀ ମେଡିକାଲ କଲେଜରେ ୧୦୦ ଏମବିବିଏସ୍ ସିଟ୍ ପାଇଁ ନ୍ୟାସନାଲ୍ ମେଡିକାଲ୍ କମିସନ୍ ଅନୁମୋଦନ ଦେଇଛନ୍ତି। ୨୦୨୨-୨୩ ଶିକ୍ଷାବର୍ଷରୁ ପାଠ ପଢା ପାଇଁ ଅନୁମତି ଦେଇଛନ୍ତି କମିସନ।

ସୁନ୍ଦରଗଡ଼ ସରକାରୀ ମେଡିକାଲ କଲେଜ

ସୁନ୍ଦରଗଡ଼ ସରକାରୀ ମେଡିକାଲ କଲେଜ

  • Share this:
News18 Odia Digital

ସୁନ୍ଦରଗଡ: ସୁନ୍ଦରଗଡ ବିଶ୍ବବିଦ୍ୟାଳୟ ଅଧିନରେ ପରିଚାଳିତ ହେବାକୁ ଥିବା ସୁନ୍ଦରଗଡ଼ ସରକାରୀ ମେଡିକାଲ କଲେଜରେ ୧୦୦ ଏମବିବିଏସ୍‌ ସିଟ୍‌ ପାଇଁ ନ୍ୟାସନାଲ୍ ମେଡିକାଲ୍ କମିସନ୍ ଅନୁମୋଦନ ଦେଇଛନ୍ତି। ୨୦୨୨-୨୩ ଶିକ୍ଷାବର୍ଷରୁ ପାଠ ପଢା ପାଇଁ ଅନୁମତି ଦେଇଛନ୍ତି କମିସନ।

୨ ବର୍ଷ ପାଇଁ ସୁନ୍ଦରଗଡ଼ ମୁଖ୍ୟ ଡାକ୍ତରଖାନାକୁ ଯୋଡ଼ି ମେଡିକାଲ କଲେଜକୁ ପୂର୍ଣ୍ଣାଙ୍ଗ ରୂପ ଦେବାକୁ ସରକାର ସ୍ଥିର କରିଛନ୍ତି। ସୁନ୍ଦରଗଡ଼ ଜିଲ୍ଲାପାଳ ଏହି ଘୋଷଣାକୁ ଟୁଇଟ୍ କରି ସୂଚିତ କରିଛନ୍ତି। ଆଦିବାସୀ ଅଧୁଷିତ ଅଞ୍ଚଳରେ ଡାକ୍ତରୀ ଶିକ୍ଷାକୁ ପ୍ରୋତ୍ସାହନ ଦେବା ନେଇ ରାଜ୍ୟ ସରକାରଙ୍କ ଲକ୍ଷ୍ୟକୁ ପୂରା କରିବାରେ ଏହା ସହାୟକ ହେବ ବୋଲି ଆଶା କରାଯାଉଛି।

କଲେଜ ପରିସରରେ ପରୀକ୍ଷା ହଲ୍‌, ଗବେଷଣାଗାର, ସ୍ମାର୍ଟ କ୍ଲାସ୍ ରୁମ୍‌, ପାଠାଗାର, ରେଷ୍ଟୁରାଣ୍ଟ ଓ କନଫରେନ୍ସ ହଲର ସୁବିଧା ଥିବା, ମେଡିକାଲ କଲେଜ ଡିନ୍‌ଙ୍କ ପାଇଁ ସ୍ୱତନ୍ତ୍ର ବଙ୍ଗଳା, ଅଧୀକ୍ଷକଙ୍କ ପାଇଁ ବଙ୍ଗଳା, ବିଭାଗୀୟ ମୁଖ୍ୟ ଓ ପ୍ରଫେସରମାନଙ୍କ ପାଇଁ ଆବାସ, ଆସୋସିଏଟ୍ ପ୍ରଫେସରଙ୍କ ପାଇଁ ଆବାସ, ଆବାସିକ ଡାକ୍ତରଙ୍କ ପାଇଁ ହଷ୍ଟେଲ, ଛାତ୍ରଛାତ୍ରୀଙ୍କ ପାଇଁ ପୃଥକ ହଷ୍ଟେଲ, ଅନ୍ୟ କର୍ମଚାରୀଙ୍କ ପାଇଁ ଆବାସ ବ୍ୟବସ୍ଥା ରହିଛି ।
Published by:Soumya Das
First published: