News18 Odia Digital
ସମ୍ବଲପୁର: ଝାଟି ମାଟି କୁଡିଆରେ ବିତୁଛି ଜୀବନ। ଦିନଟିଏ ହସ ଖୁସିରେ ବିତିବା ତାଙ୍କ ପାଇଁ ହୋଇଛି ଦିବା ସ୍ବପ୍ନ ।ସମ୍ବଲପୁର ସହରର ଜାତୀୟ ସ୍ଥରୀୟ ସନ୍ତରଣ କ୍ଷେତ୍ରରେ ବେଶ ନା କରିଥିବା କ୍ରୀଡ଼ାବିତ ମମତା ଭୋଇ । ଦିନ ଥିଲା ସମ୍ବଲପୁର ଜିଲ୍ଲା ପାଇଁ ଜାତୀୟ ସ୍ତରୀୟ ସନ୍ତରଣ ପ୍ରତିଯୋଗିତାରେ ଭାଗ ନେଇ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରି ଥିଲେ। ଏକଦା ସମ୍ବଲପୁର ଜିଲ୍ଲା ତରଫରୁ ସନ୍ତରଣରେ ଭାଗନେଇ ଦେଶର ବିଭିନ୍ନ ସ୍ଥାନରେ ହେଉଥିବା ଜାତୀୟ ସ୍ତରୀୟ ସନ୍ତରଣ ପ୍ରତିଯୋଗିତାରେ ଭାଗନେଇ ଵହୁ ମେଡାଲ ସହ ମାନପତ୍ର ପାଇ ପାରିଥିଲେ।
ମମତାଙ୍କ ସ୍ୱାମୀ ଗତ ୧୧ ବର୍ଷ ହେବ ତାଙ୍କୁ ଛାଡି କୁଆଡେ ଚାଲି ଯାଇଥିବା ବେଳେ ମମତା ଏବେ ନିଜ ଝିଅକୁ ସାଥିରେ ଧରି ସମ୍ବଲପୁର ଫାଟକ ରେଲଲାଇନ ପଡାରେ ରହୁଛନ୍ତି । ସେ ଦିନ ମଜୁରିଆ ଭାବରେ କାମ କରି ନିଜ ଝିଅ ସହ ଚଳୁଥିବା ବେଳେ ତାଙ୍କ ଗୋଡର ମାଡ ବାଜି ଆଘାତ ହେବାରୁ ଆଉ ମୂଳ ଲାଗି ପାରୁନାହାନ୍ତି । ତେଣେ ସେ ରହୁଥିବା ଘର ମଧ୍ୟ ଗତ ବର୍ଷାରେ ଅଧା ଭାଙ୍ଗି ଥିବା ବେଳେ ଆର୍ଥିକ ଅଭାବରୁ ଘର ମରାମତି କରି ପାରୁ ନାହାଁନ୍ତି । ଅନ୍ୟ ପକ୍ଷରେ ପାଖ ପଡୋଶୀଙ୍କ ସାହାଯ୍ୟ ରେ ସେ ଓ ତାଙ୍କ ଝିଅ ଦିଓଳି ଖାଇ ପାରୁଛନ୍ତି ।
"ମୁଁ ମୋ ଝିଅ ସହିତ ବହୁତ ଦୁଃଖରେ ଚଳୁଛି । ଭଙ୍ଗା ଘରେ ରହିବାକୁ ପଡୁଛି । ତେଣୁ ମୁଁ ସରକାରଙ୍କୁ ଅନୁରୋଧ କରୁଛି ଯେ ମୋ ଚଳିବା ପାଇଁ କିଛି ବ୍ୟବସ୍ଥା କରନ୍ତୁ ଯାହା ଫଳରେ ମୁଁ ମୋର ଝିଅକୁ ପାଠ ପଢାଇ ପାରିବି," କହିଛନ୍ତି ମମତା ଭୋଇ କହିଛନ୍ତି।

ଜିଲ୍ଲା ପ୍ରଶାସନ ସହ କଥା ହେଉଛନ୍ତି ମମତା ଭୋଇ
ମମତାଙ୍କ ଦୁର୍ଦ୍ଦିନ ବାବଦରେ ଜାଣିବା ପରେ ତାଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିଛନ୍ତି ସମ୍ବଲପୁରର ବହୁ ସଂଗଠନ । ଏପରିକି ମମତାଙ୍କ ପରିବାର ଚଳିବା ପାଇଁ ରାସନ ସାମଗ୍ରୀ ଦେବା ସହ ମମତାଙ୍କୁ ନେଇ ପ୍ରଶାସନ ନିକଟରେ ପହଞ୍ଚି ତାକୁ ସାହାଯ୍ୟ ଦେବା ପାଇଁ ପଦକ୍ଷେପ ନିଆଯାଇଛି । ଏହା ପରେ ସହରର ଅଗ୍ରଣୀ ସାମାଜିକ ସଂଗଠନ ଆଶା ଭରସା ମମତା ଭୋଇଙ୍କ ଘରକୁ ଯାଇ ତାକୁ ସାହାଯ୍ୟ କରିବା ସହ ତାକୁ ସାଥିରେ ନେଇ ଜିଲ୍ଲାପାଳ କାର୍ଯ୍ୟାଳୟ କୁ ଯାଇ ଜିଲ୍ଲାପାଳ ପ୍ରଶାସନଙ୍କ ସହ ଆଲୋଚନା କରିଥିଲେ । ତେଵେ ଜିଲ୍ଲା ପ୍ରଶାସନ ତରଫରୁ ଅତିରିକ୍ତ ଜିଲ୍ଲାପାଳ ମମତା ଭୋଇଙ୍କୁ ଜିଲ୍ଲା ପ୍ରଶାସନ ଯଥା ସମ୍ଭବ ସାହାଯ୍ୟ କରିବା ସହ ତାଙ୍କ ପାଇଁ ଆବଶ୍ୟକୀୟ ପଦକ୍ଷେପ ନେବ ବୋଲି କହିଛନ୍ତି ।
‘‘ଆମେ ତାଙ୍କର ଅସୁବିଧା ସବୁ ଶୁଣିଲୁ । ପ୍ରଶାସନ ପକ୍ଷରୁ ଯାହା ସବୁ ବ୍ୟବସ୍ଥା କରିହେବ ତାହା ଆମେ କରିବୁ,"କହିଛନ୍ତି ସମ୍ବଲପୁରର ଅତିରିକ୍ତ ଜିଲ୍ଲାପାଳ ଉମାକାନ୍ତ ରାଜ।
ମମତା ବିଭିନ୍ନ ସନ୍ତରଣ ପ୍ରତିଯୋଗିତାରେ ଭାଗ ନେଇ ୬୫ ରୁ ଅଧିକ ମାନପତ୍ର ଓ ମେଡ଼ାଲ ଜିତିଥିବା ବେଳେ ଏବେ ବଞ୍ଚିବା ପାଇଁ କରୁଛନ୍ତି ସଂଘର୍ଷ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।