ମରଣଜନ୍ତା ପାଲଟିଛି ୫୫ ନମ୍ୱର ଜାତୀୟ ରାଜପଥ; ଶୀଘ୍ର ମରାମତି ଦାବି କଲେ ସମ୍ବଲପୁର ବାସିନ୍ଦା

ପଶ୍ଚିମ ଓଡ଼ିଶାର ପ୍ରାଣକେନ୍ଦ୍ର ସମ୍ବଲପୁର ସହରରୁ ରାଜଧାନୀ ଭୁବନେଶ୍ୱରକୁ ସଂଯୋଗ କରୁଥିବା ପ୍ରମୁଖ ରାସ୍ତା ହେଉଛି ୫୫ ନମ୍ୱର ଜାତୀୟ ରାଜପଥ । ଏହି ରାସ୍ତା ଏବେ ସ୍ଥାନୀୟ ବାସିନ୍ଦାଙ୍କ ପାଇଁ ମରଣଜନ୍ତା ପାଲଟିଛି ।

ମରଣଜନ୍ତା ପାଲଟିଛି ୫୫ ନମ୍ୱର ଜାତୀୟ ରାଜପଥ; ଶୀଘ୍ର ମରାମତି ଦାବି କଲେ ସମ୍ବଲପୁର ବାସିନ୍ଦା

ମରଣଜନ୍ତା ପାଲଟିଛି ୫୫ ନମ୍ୱର ଜାତୀୟ ରାଜପଥ; ଶୀଘ୍ର ମରାମତି ଦାବି କଲେ ସମ୍ବଲପୁର ବାସିନ୍ଦା

  • News18 Odia
  • Last Updated :
  • Sambalpur, India
  • Share this:
News 18 Odia Digital

ସମ୍ୱଲପୁର; ପଶ୍ଚିମ ଓଡ଼ିଶାର ପ୍ରାଣକେନ୍ଦ୍ର ସମ୍ବଲପୁର ସହରରୁ ରାଜଧାନୀ ଭୁବନେଶ୍ୱରକୁ ସଂଯୋଗ କରୁଥିବା ପ୍ରମୁଖ ରାସ୍ତା ହେଉଛି ୫୫ ନମ୍ୱର ଜାତୀୟ ରାଜପଥ । ଜାତୀୟ ରାଜପଥ ପ୍ରଧିକରଣ ତରଫରୁ ଏହି ରାସ୍ତାଟିକୁ ଲୋକଙ୍କ ସୁବିଧା ପାଇଁ ଚାରି ଥାକିଆ କରାଯାଉଛି । ତେବେ ଏହାର ନିର୍ମାଣ ଦାଇତ୍ୱ ନେଇଥିବା ସଂସ୍ଥା ନିର୍ମାଣ କାର୍ଯ୍ୟକୁ ଅଧପନ୍ତରିଆ ଭାବେ ଛାଡିବା ସହ କାମ ବନ୍ଦ କରିଦେଇଛି । ଏବେ କାମ ନେଇଥିବା ଏଆଇପିଏଲ ସଂସ୍ଥା ମଧ୍ୟ ମରାମତି ତଥା ନିର୍ମାଣ କାର୍ଯ୍ୟ  କରୁନଥିବା ଅଭିଯୋଗ ହୋଇଛି ।

ରାସ୍ତାଟି ସମ୍ପର୍ଣ୍ଣ ଭାବେ କଂକ୍ରିଟରେ କରାଯାଉଥିଲା । ତେବେ ନିର୍ମାଣକାରୀ ସଂସ୍ଥା ରାସ୍ତା କାମ ଅଧାରୁ ବନ୍ଦ କରି ଦେଇଥିବାରୁ କେଉଁଠି କଂକ୍ରିଟ କାମ ଅଧା ହୋଇଛି ତ ପୁଣି କେଉଁଠି ପୁରଣା ପିଚୁ ରାସ୍ତା ମରାମତି ହେଉ ନଥିବାରୁ ଏହା ମରଣଯନ୍ତା ପାଲଟିଛି । ପ୍ରତିଦିନ ଏହି ରାସ୍ତାରେ ଦୁର୍ଘଟଣା ଘଟି ଧନ ଜୀବନ ନଷ୍ଟ ହେଉଛି । ତେବେ ବାରମ୍ବାର ଦାବି କଲେ ମଧ୍ୟ ସୁଫଳ ମିଳୁ ନଥିବାରୁ ସମ୍ବଲପୁରୀ ଭାଷା ସଂସ୍କୃତି ପରିଷଦ ଓ ହୀରାଖଣ୍ଡ ସାମୁଖ୍ୟର ସଦସ୍ୟମାନେ ଏନଏଚଆଇର ପି.ଡିଙ୍କୁ ଭେଟି ଏହାର ଶୀଘ୍ର ମରାମତି ପାଇଁ ଦାବୀ କରିଛନ୍ତି । ମରାମତି ନହେଲେ ଆଗକୁ ଆନ୍ଦୋଳନ କରାଯିବ ବୋଲି ହୀରାଖଣ୍ଡ ସାମୁଖ୍ୟ ପକ୍ଷରୁ କୁହାଯାଇଛି ।

‘‘ ଦୀର୍ଘ ଦିନ ୫୫ ନଂ ଜାତୀୟ ରାଜପଥର ନିର୍ମାଣ କାର୍ଯ୍ୟ ବନ୍ଦ ରହିଛି । ଏହା ଯୋଗୁଁ ପୁରୁଣା ରାସ୍ତାର ଅବସ୍ଥା ବହୁତ ଖରାପ ରହିଛି । ଯିବା ଆସିବାରେ ଅସୁବିଧା ହେଉଛି । ଏହାର ମରାମତି ଶୀଘ୍ର କରାନଗଲେ ଆନ୍ଦୋଳନ କରାଯିବ ବୋଲି  ହୀରାଖଣ୍ଡ ସାମୁଖ୍ୟର ସଦସ୍ୟା ସୁରେଖା ସାହୁ କହିଛନ୍ତି । ’’୫୫ ନମ୍ୱର ଜାତୀୟ ରାଜ ପଥର ନିର୍ମାଣ କାର୍ଯ୍ୟ ଖୁବ ଶୀଘ୍ର ସମ୍ପର୍ଣ୍ଣ କରାଯିବ । ଏହା ସହ ପୁରୁଣା ରାସ୍ତାକୁ ମରାମତି କରାଯିବ ବୋଲି ଜାତୀୟ ରାଜପଥ ପ୍ରାଧିକରଣର ପ୍ରକଳ୍ପ ନିର୍ଦ୍ଦେଶକ ନାଗେଶ୍ୱର ରାଓ ସୂଚନା ଦେଇଛନ୍ତି ।  ‘‘ ନୂତନ ରାଜ ପଥର ନିର୍ମାଣ କାର୍ଯ୍ୟ ଶୀଘ୍ର ଆରମ୍ଭ ହେବ । ଏଥିସହ ପୁରୁଣା ରାସ୍ତାର ମରାମତି ମଧ୍ୟ ଏକ ମାସ ମଧ୍ୟରେ ସମ୍ପୁର୍ଣ୍ଣ ହେବ ବୋଲି ଏନଏଚଏଆଇ ପ୍ରକଳ୍ପ ନିର୍ଦ୍ଦେଶକ ନାଗେଶ୍ୱର ରାଓ କହିଛନ୍ତି ।
Published by:Soubhagya Mishra
First published: