ଆଉ ଚଳିବନି ଜିଗ୍-ଜାଗ୍ ଡ୍ରାଇଭିଂ ଓ ଓଭରଟେକିଂ; ଟ୍ୱିନ୍ ସିଟିରେ NHରେ ଆରମ୍ଭ ହେବ ଲେନ୍ ଡ୍ରାଇଭିଂ

କଟକ-ଭୁବନେଶ୍ଵର ମଧ୍ୟରେ ଯାଇଥିବା ଜାତୀୟ ରାଜପଥରେ ତିନିଟି ଲେନରୁ ବାମ ଲେନରେ ୪୦ରୁ ୫୦ କିମି ପ୍ରତି ଘଣ୍ଟା ବେଗରେ କେବଳ ମୋଟର୍ ସାଇକେଲ ଚାଲିବ l ଡାହାଣ ଲେନରେ ଚାଲିବ କେବଳ କାର୍ l ମଝି ଲେନରେ ଚାଲିବ କେବଳ ଟ୍ରକ୍ ଓ ବସ୍ l

ଆଉ ଚଳିବନି ଜିଗ୍-ଜାଗ୍ ଡ୍ରାଇଭିଂ ଓ ଓଭରଟେକିଂ; ଟ୍ୱିନ୍ ସିଟିରେ NHରେ ଆରମ୍ଭ ହେବ ଲେନ୍ ଡ୍ରାଇଭିଂ
ଲେନ ଡ୍ରାଇଭିଂ ହେଲେ କଟକରୁ ଭୁବନେଶ୍ଵର ଆସିବାକୁ କମ୍ ସମୟ ଲାଗିବ ।
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଦୁର୍ଘଟଣା କମାଇବାକୁ ଟ୍ୱିନ୍‌ ସିଟିରେ ଆରମ୍ଭ ହେବ ଲେନ୍‌ ଡ୍ରାଇଭିଂ l ପାଇଲଟ୍‌ ପ୍ରଜେକ୍ଟ ଭାବେ ପ୍ରଥମେ କଟକ-ଭୁବନେଶ୍ୱରକୁ ସଂଯୋଗ କରୁଥିବା ୧୧ ନମ୍ବର ଜାତୀୟ ରାଜପଥରେ ଲେନ୍‌ ଡାଇଭିଂ କରିବାକୁ ପ୍ରସ୍ତାବ ରହିଛି l ଏ ନେଇ ଗୃହ ବିଭାଗକୁ ପ୍ରସ୍ତାବ ଦେଇଛି କମିଶନରେଟ ପୋଲିସ I

ଲେନ ଡାଇଭିଂ ହେଲେ ଲୋକଙ୍କୁ ମିଳିବ ଦୁଇଟି ଫାଇଦା l କଟକରୁ ଭୁବନେଶ୍ଵର ଯିବା ଆସିବା ପାଇଁ ସମୟ ଆହୁରି କମିଯିବ l ଏବେ ଫ୍ଲାଇଓଭର ହେବା ପରେ ବି କଟକରୁ ଭୁବନେଶ୍ଵର ଆସିବାକୁ ଲାଗୁଛି ୨୫ରୁ ୩୦ ମିନିଟ l କିନ୍ତୁ ଲେନ ଡ୍ରାଇଭିଂ ହେଲେ ଲାଗିବ ମାତ୍ର ୧୦ରୁ ୧୫ ମିନିଟ ସମୟ  l ଦ୍ୱିତୀୟରେ ଓଭରଟେକ କରିବା ଓ ଜିଗ୍‌-ଜାଗ୍‌ କରି ଗାଡ଼ି ଡ୍ରାଇଭିଂ କରିବା ବନ୍ଦ ହେବ l ଏହା ଦ୍ଵାରା  କଟକ-ଭୁବନେଶ୍ଵର ଏନ୍‌.ଏଚ୍‌.ରେ ପ୍ରତି ଦିନ ଘଟୁଥିବା ଦୁର୍ଘଟଣା ଆପେ ଆପେ କମିଯିବ l

କଟକ-ଭୁବନେଶ୍ଵର ଦେଇ ଯାଇଥିବା ଜାତୀୟ ରାଜପଥରେ ତିନିଟି ଲେନ ରହିଛି l ରାସ୍ତାର ବାମ ଲେନରେ କେବଳ ମୋଟର୍‌ ସାଇକେଲ୍‌ ଚାଲିବ l ବେଗ ରହିବ ୪୦ରୁ ୫୦ କିମି ପ୍ରତି ଘଣ୍ଟା l ଡାହାଣ ଲେନରେ ୬୦ରୁ ୭୦ କିମି ପ୍ରତି ଘଣ୍ଟା ବେଗରେ ଚାଲିବ କେବଳ କାର l ମଝି ଲେନରେ ଚାଲିବ କେବଳ ଟ୍ରକ୍‌ ଓ ବସ୍‌ l ବେଗ ରହିବ ୪୦ ରୁ ୬୦ କିମି ପ୍ରତି ଘଣ୍ଟା l

ପ୍ରତ୍ୟେକ ଦୁଇ କିଲୋମିଟର ଲେନରେ ସ୍ପିଡ ଲିମିଟ ଲେଖା ଯିବ l ଏହା ଡ୍ରାଇଭରମାନେ ଦେଖିପାରିବେ l


‘‘ଲେନ୍‌ ଡ୍ରାଇଭିଂ ହେଲେ ଜାତୀୟ ରାଜପଥ ଉପରେ ପ୍ରତି ଦିନ ଘଟୁଥିବା ସଡ଼କ ଦୁର୍ଘଟଣାକୁ କମେଇ ଦେଇପାରିବା l ଗାଡ଼ି ଡ୍ରାଇଭିଂରେ ଏକ ଶୃଙ୍ଖଳା ଆସିପାରିବ,’’ କହିଛନ୍ତି ଟ୍ରାଫିକ ଡିସିପି ସାଗରିକା ନାଥ l

ଦିଲ୍ଲୀ-ନୋଏଡ଼ା ଓ ଦିଲ୍ଲୀ-ଗୁରୁଗ୍ରାମ ଜାତୀୟ ରାଜପଥରେ ମଧ୍ୟ ଲେନ ଡ୍ରାଇଭିଂ ପାଇଁ ପ୍ରସ୍ତାବ ଥିଲା l କଟକ-ଭୁବନେଶ୍ଵର ଜାତୀୟ ରାଜପଥରେ ଲେନ ଡ୍ରାଇଭିଂ ପାଇଁ ଦୁଇଟି ପର୍ଯ୍ୟାୟରେ କାମ ହେବ l ପ୍ରଥମ ପର୍ଯ୍ୟାୟରେ ପ୍ରତ୍ୟେକ ଦୁଇ କିଲୋମିଟର ଲେନରେ ସ୍ପିଡ ଲିମିଟ ଲେଖା ଯିବ l ଏହା ଡ୍ରାଇଭରମାନେ ଦେଖିପାରିବେ l ଦ୍ୱିତୀୟ ପର୍ଯ୍ୟାୟରେ କେଉଁ ଲାଇନରେ କେଉଁ ଗାଡ଼ି ଯିବ ତାହା ଲୋକଙ୍କୁ ଜଣାଇ ଦିଆଯିବ l ଲୋକଙ୍କୁ ଏଥିରେ ଅଭ୍ୟସ୍ତ ହେବା ପାଇଁ ଛଅ ମାସ ସମୟ ଦିଆଯିବ l

ବିଦେଶରେ ଏହି ଲେନ ଡ୍ରାଇଭିଂ ପଦ୍ଧତିରେ ଗାଡ଼ି ଚାଲେ l ଏଥିରେ ଖିଲାପ କଲେ ଗାଡି ଚାଳକଙ୍କୁ ମୋଟା ଫାଇନ୍‌ ଦେବାକୁ ହୁଏ l ଯଦି ଜାତୀୟ ରାଜପଥରେ ଏହି ପ୍ରସ୍ତାବ ଫଳପ୍ରଦ ହୁଏ ତେବେ ଆଗକୁ ସହରର ଅନ୍ୟ ରାସ୍ତାରେ ବି ଲେନ ଡ୍ରାଇଭିଂ ଉପରେ ଫୋକସ କରାଯିବ ବୋଲି କହିଛନ୍ତି ନାଥ l

ଏହା ବି ପଢ଼ନ୍ତୁ: ବିବାହର ଦୁଇ ଦିନ ପରେ ବରର ମୃତ୍ୟୁ ହେଲା; ୧୦୦ ଜଣ ବନ୍ଧୁବାନ୍ଧବ କରୋନା ଆକ୍ରାନ୍ତ ହେଲେ

ଏହା ବି ପଢ଼ନ୍ତୁ: କରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେ

‘‘ଦୁର୍ଘଟଣାର ହାର କମାଇବାକୁ ଲେନ ଡ୍ରାଇଭିଂ ଏକ ଭଲ ପ୍ରସ୍ତାବ l କିନ୍ତୁ ହେଲମେଟ ଓ ସିଟ୍‌ ବେଲ୍ଟ ପିନ୍ଧୁ ନ ଥିବା ଲୋକେ ଏହାକୁ ମାନିବେ କି ନାହିଁ ତାହା ସଂଶୟରେ ରହିଛି । କଟକ-ଭୁବନେଶ୍ଵର ଲୋକଙ୍କ ପାଖରେ ଟ୍ରାଫିକ ସେନ୍ସ ନାହିଁ l ଲୋକଙ୍କୁ ଟ୍ରାଫିକ ତାଲିମ ଦିଆଯାଉନି I ଲେନ୍‌ ଡ୍ରାଇଭିଂ କେମିତି ସଫଳ ହେବ?’’ ପ୍ରଶ୍ନ କରିଛନ୍ତି ରାଜ୍ୟ ସଡ଼କ ସୁରକ୍ଷା ପରିଷଦ ସଦସ୍ୟ ସୁବ୍ରତ ନନ୍ଦ l
Published by: Anand Shankar Thankur Das
First published: July 7, 2020, 11:15 PM IST
corona virus btn
corona virus btn
Loading