ଆରମ୍ଭ ହେବାକୁ ଯାଉଛି ଜାତୀୟ ଲୋକ ମହୋତ୍ସବ ୨୦୨୨; ଦେଖିବାକୁ ମିଳିବ ଗୌରବମୟ ପରମ୍ପରାର ଝଲକ

ପାରମ୍ପାରିକ ଲୋକଗୀତ, ଲୋକନୃତ୍ୟକୁ ପୁଣିଥରେ ଉଜ୍ଜୀବିତ କରିବା ପାଇଁ ପ୍ରଥମ କରି ଆରମ୍ଭ ହେବାକୁ ଯାଉଛି ଜାତୀୟ ଲୋକ ମହୋତ୍ସବ ୨୦୨୨ ।

ଆରମ୍ଭ ହେବାକୁ ଯାଉଛି ଜାତୀୟ ଲୋକ ମହୋତ୍ସବ ୨୦୨୨; ଦେଖିବାକୁ ମିଳିବ ଗୌରବମୟ ପରମ୍ପରାର ଝଲକ

ଆରମ୍ଭ ହେବାକୁ ଯାଉଛି ଜାତୀୟ ଲୋକ ମହୋତ୍ସବ ୨୦୨୨; ଦେଖିବାକୁ ମିଳିବ ଗୌରବମୟ ପରମ୍ପରାର ଝଲକ

  • Share this:
News 18 Odia Digital

ଭୁବନେଶ୍ୱର; ଆଧୁନିକତାର ମାନସିକତା ଭିତରେ ହଜିବାରେ ଲାଗିଛି ଅନେକ ପରମ୍ପରା , ଚଳଣି ଓ ଜୀବନ ଜିଇଁବାର ଧାରା । ଏକଦା ମନୋରଞ୍ଜନର ମାଧ୍ୟମ ପାଲଟିଥିବା ଲୋକଗୀତ, ଲୋକନୃତ୍ୟ ଗୁରୁତ୍ୱ ହରାଉଛି । ଏହି ଧାରାକୁ ପୁଣିଥରେ ଉଜ୍ଜୀବିତ କରିବା ପାଇଁ ପ୍ରଥମ କରି  ଆରମ୍ଭ ହେବାକୁ ଯାଉଛି  ଜାତୀୟ ଲୋକ ମହୋତ୍ସବ ୨୦୨୨। କଳାଞ୍ଜଳୀ ଆଟିଷ୍ଟ୍ରି ଟ୍ରଷ୍ଟ ଆନୁକୂଲ୍ୟରେ ଆସନ୍ତା ଅକ୍ଟୋବର ୭ରୁ ଜାତୀୟ ଲୋକ ମହୋତ୍ସବ ଭୁବନେଶ୍ୱରଠାରେ ଅନୁଷ୍ଠିତ ହେବ ।

ତିନିଦିନ ବ୍ୟାପି ହେବାକୁ ଥିବା ଏହି ମହୋତ୍ସବରେ ଭାରତୀୟ ଲୋକ କଳାକାର ଯୋଗଦେଇ ନିଜର କଳା ପ୍ରଦର୍ଶନ କରିବେ । ଏନେଇ ଗୁରୁବାର ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜକ ତଥା ସମାଜସେବୀ ସୁନିଲ୍ ମଙ୍ଗରାଜ କହିଛନ୍ତି ଯେ, ଲୋକ ନୃତ୍ୟ ହେଉଛି ଓଡ଼ିଶାର ଏକ ପାରମ୍ପାରିକ ନୃତ୍ୟ । ବିଶେଷ କରି, ଘୋଡ଼ା ନାଚ, କଣ୍ଢେଇ ନାଚ ସହ ଏଥିରେ ରାଜ୍ୟର ଗୌରବମୟ ପରମ୍ପରାର ଝଲକ ଦେଖିବାକୁ ମିଳେ । ଏହା ଚଇତି ମାସ ପୂର୍ଣ୍ଣିମାରେ ପରିବେଷିତ ହୁଏ । ସମୟ ଥିଲା ଏହା ରାଜ୍ୟର ଲୋକ ଚଳଣିରେ ଏକ ପ୍ରଭାବିଶାଳୀ ଲୋକ ମନୋରଞ୍ଜନର ମାଧ୍ୟମ ଥିଲା । କିନ୍ତୁ ସମୟର ଆବର୍ତମାନରେ  ଏହା ଏବେ ନିଜର ଅସ୍ତିତ୍ୱ ହରାଇ ବସିଛି ।

ସେ ଆହୁରି ସ୍ପଷ୍ଟ କରିଛନ୍ତି ଯେ, ଏଭଳି ଅନେକ ଲୋକକଳା କ୍ରମଶଃ  ଏବେ ଲୋପ ପାଇବାକୁ ବସିଲାଣି । ଏଭଳି ଅସ୍ତିତ୍ୱ ହରାଇବାକୁ ବସିଥିବା ଲୋକକଳାର ପରିଚିତିକୁ ଉଜ୍ଜୀବିତ କରିବା ଲକ୍ଷ୍ୟନେଇ ଏହି ୩ ଦିନ ଧରି ଜାତୀୟ ମହୋତ୍ସବ ଆୟୋଜନ  ହେବାକୁ ଯାଉଛି । ଦେଶର ବିଭିନ୍ନ ପ୍ରାନ୍ତରୁ କଳାକାର ଏଥିରେ ଯୋଗଦେବେ । ଦେଶର ବିଭିନ୍ନ ପ୍ରାନ୍ତରେ ଖୁବ ପରିଚିତି ପାଇଥିବା ଲୋକକଳା ଓ ସଂସ୍କୃତି ଆଦି ଏଥିରେ ପ୍ରଦର୍ଶିତ ହେବ ।

ଏହି ମହୋତ୍ସବରେ ରାଜ୍ୟପାଳ ପ୍ରଫେସର ଗଣେଷୀ ଲାଲ ମୁଖ୍ୟ ଅତିଥି ଭାବେ ଯୋଗଦେବାର କାର୍ଯ୍ୟକ୍ରମ ଥିବା ନେଇ ଟ୍ରଷ୍ଟର ପ୍ରତିଷ୍ଠାତା ତଥା ଅନ୍ୟତମ ଆୟୋଜକ ରାମେଶ୍ୱରୀ ନନ୍ଦ ପ୍ରକାଶ କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଭୁବନେଶ୍ୱର ମହାନଗର ମେୟର ସୁଲୋଚନା ଦାସ, କଟକ ମହାନଗର ଡ଼େପୁଟି ମେୟର ଦମୟନ୍ତୀ ମାଝୀ, ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା, ଚୌଦାର-କଟକର ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ, କଟକ-ବାରବାଟୀର ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ, ଅଭିନେତା ହର ରଥ, ହରିହର ମହାପାତ୍ର, ଶୁଭଶ୍ରୀ ମୁଖାର୍ଜୀ (ଛଉ ନୃତ୍ୟଶିଳ୍ପୀ), ଅର୍ଦ୍ଧେନ୍ଦୁ ଶେଖର ପାଣୀଗ୍ରାହୀ (କୋଷାଧ୍ୟକ୍ଷ, କଳାଞ୍ଜଳୀ ଟ୍ରଷ୍ଟ), ପ୍ରିୟଙ୍କା ସାହାଣୀ (ଲୋକକଳା ଚିତ୍ରଶିଳ୍ପୀ), ଚନ୍ଦନ ବାରିକ୍ (ପ୍ରତିଷ୍ଠାତା ଓ ନିର୍ଦ୍ଦେଶକ, କଳିଙ୍ଗ ପାଇକ ଆସୋସିଏସନ୍‌), ପ୍ରମୁଖ ଉପସ୍ଥିତ ଥିଲେ ।
Published by:Soubhagya Mishra
First published: