ଅଗଷ୍ଟ ୧୨ରେ ପାଳନ ହେବ ଜାତୀୟ କୃମିନାଶକ ଦିବସ; ପିଲାଙ୍କୁ ମାଗଣାରେ ମିଳିବ ଔଷଧ

Deworming Day: ଜାତୀୟ କୃମିନାଶକ ଦିବସ ଅବସରରେ ୧ କୋଟି ୬୮ ଲକ୍ଷ ୩୧ ହଜାର ୬୭୯ ଜଣ ହିତାଧିକାରୀଙ୍କୁ ଏହି ଔଷଧ ଖାଇବାକୁ ଦିଆଯିବ। 

ପାଳନ ହେବ ଜାତୀୟ କୃମିନାଶକ ଦିବସ

ପାଳନ ହେବ ଜାତୀୟ କୃମିନାଶକ ଦିବସ

  • News18 Odia
  • Last Updated :
  • Bhubaneswar | Odisha (Orissa)
  • Share this:
News 18 Odia Digital

ଭୁବନେଶ୍ୱର: ଚଳିତ ବର୍ଷ ଜାତୀୟ କୃମିନାଶକ ଦିବସ ଅଗଷ୍ଟ ୧୨ ତାରିଖରେ ପାଳନ କରାଯିବ। ଯେଉଁମାନେ ଅଗଷ୍ଟ ୧୨ ତାରିଖରେ କୌଣସି କାରଣରୁ ଏହି ଔଷଧ ଖାଇ ପାରି ନଥିବେ ସେମାନେ ଅଗଷ୍ଟ ୧୯ ତାରିଖରେ ଏହି ଔଷଧ ଖାଇବେ । ଏହି ଅବସରରେ ରାଜ୍ୟର ୧ କୋଟି ୬୮ ଲକ୍ଷ ୩୧ ହଜାର ୬୭୯ ଜଣ ହିତାଧିକାରୀଙ୍କୁ ଏହି ଔଷଧ ଖାଇବାକୁ ଦିଆଯିବ । ଏହି ଔଷଧ ଖାଇବା ଦ୍ୱାରା ପିଲା ମାନଙ୍କର ରକ୍ତ ହୀନତା ନିୟନ୍ତ୍ରଣ, ପୃଷ୍ଟିହୀନତାରୁ ରକ୍ଷା, ଶିକ୍ଷା ଦକ୍ଷତା ବୃଦ୍ଧି, ବିଦ୍ୟାଳୟ ଓ ଅଙ୍ଗନବାଡି କେନ୍ଦ୍ରରେ ଉପସ୍ଥାନ ବୃଦ୍ଧି କାର୍ଯ୍ୟ ଦକ୍ଷତା ଓ ଜୀବିକା ସୁଯୋଗ ସୃଷ୍ଟିରେ ସହାୟକ ହେବା ସହିତ କୃମି ସଂକ୍ରମଣ ହ୍ରାସ କରିବାରେ ସହାୟକ ହେବ।

ପରିବାର କଲ୍ୟାଣ ବିଭାଗ ଓ ମହିଳା ଓ ଶିଶୁ ବିକାଶ ବିଭାଗ ଓ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ୧ ବର୍ଷରୁ ୧୯ ବର୍ଷ ପର୍ୟନ୍ତ ସମସ୍ତ ପିଲାମାନଙ୍କୁ କୃମି ନାଶକ ଔଷଧ ଖାଇବାକୁ ଦିଆଯିବାକୁ ଲକ୍ଷ୍ୟ ରଖାଯାଇଛି। କୃମି ନାଶକ ଔଷଧ ବିତରଣରେ ୫୫, ୫୦୦ ଶହ ସ୍କୁଲକୁ ସାମିଲ କରାଯାଇଛି। ଏଥିରେ ୬୯ ହଜାର ଶିକ୍ଷକ , ୭୨ ହଜାର ଅଙ୍ଗନବାଡି କର୍ମୀ, ୪୮ ହଜାର ଆଶକର୍ମୀ ସହ ୭ ହଜାର ୮ ଶହ ଏଏନଏମ କର୍ମୀ ସହଯୋଗ କରିବେ।

ସମସ୍ତ କୋଭିଡ କଟକଣା ସହ ସ୍କୁଲ ଓ ଅଙ୍ଗନବାଡ଼ିରେ ଏହି ଔଷଧ ପିଲାମାନଙ୍କୁ ଦିଆଯିବାର ବ୍ୟବସ୍ଥା କରାଯାଇଛି ବୋଲି ସୂଚନା ଦେଉଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ। ବୁଧବାର ସାମ୍ବାଦିକ ସମ୍ମିଳନୀରେ ଏ ନେଇ ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ କୁମାର ପାଣିଗ୍ରାହୀ। ଏଥିପାଇଁ ଆବଶ୍ୟକ ଔଷଧ ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ରହିଛି। ଗୋଟେ ପଟେ କୋଭିଡକୁ ନେଇ ଟୀକାକରଣ ଜାରି ରହିଥିବା ବେଳେ କୃମି ନାଶକ ଔଷଧ ବଣ୍ଟନ ନିଶ୍ଚିତ ଭାବେ ଚ୍ୟାଲେଞ୍ଜ ହେବ। କିନ୍ତୁ ଜାତୀୟ କୃମିନାଶକ ଦିବସ ଅବସରରେ କିପରି ସଫଳ ଭାବେ ଔଷଧ ବଣ୍ଟନ କରାଯିବ ସେ ନେଇ ବ୍ୟବସ୍ଥା କରିଛି ପରିବାର କଲ୍ୟାଣ ବିଭାଗ।
Published by:Soumyashree Mishra
First published: