ବିଧାନସଭାରେ ଯେଉଁ ଦଳ ଅର୍ଚ୍ଚନା ପ୍ରସଙ୍ଗ ନ ଉଠାଇବ ଜଣା ପଡ଼ିବ ତାଙ୍କର ସମ୍ପୃକ୍ତି ରହିଛି: ନରସିଂହ ମିଶ୍ର

ଆଗାମୀ ଅଧିବେଶନରେ ଅର୍ଚ୍ଚନା ନାଗ ପ୍ରସଙ୍ଗରେ କମ୍ପିବ ବିଧାନ ସଭା। ବରିଷ୍ଠ କଂଗ୍ରେସ ବିଧାୟକ ନରସିଂହ ମିଶ୍ରଙ୍କ ପ୍ରତିକ୍ରିୟା କହିଛନ୍ତି ଯିଏ ଏହି ପ୍ରସଙ୍ଗ ବିଧାନସଭାରେ ନ ଉଠାଇବ ଜଣା ପଡ଼ିବ ତାଙ୍କ ଦଳର ସମ୍ପୃକ୍ତି ରହିଛି।

ନରସିଂହ ମିଶ୍ର (ପ୍ରତୀକାତ୍ମକ ଛବି)

ନରସିଂହ ମିଶ୍ର (ପ୍ରତୀକାତ୍ମକ ଛବି)

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ଭୁବନେଶ୍ୱର: ଲେଡି ବ୍ଲାକ ମେଲର ଅର୍ଚ୍ଚନା ନାଗ ପ୍ରସଙ୍ଗକୁ ନେଇ ଚର୍ଚ୍ଚା ଲାଗି ରହିଛି। ରାଜନୀତିକ ବ୍ୟକ୍ତିଙ୍କ ସଂପୃକ୍ତିକୁ ନେଇ ରାଜ୍ୟ ରାଜନୀତି ଜୋର ଧରିଛି। ପୋଲିସ ତଦନ୍ତ ଜାରି ରଖିଥିବା ବେଳେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବି ତଦନ୍ତ ଆରମ୍ଭ କରିଛି। ଆଗକୁ ବସିବ ବିଧାନସଭା ଶୀତ ଅଧିବେଶନ। ଆଗାମୀ ଅଧିବେଶନରେ ଅର୍ଚ୍ଚନା ନାଗ ପ୍ରସଙ୍ଗରେ କମ୍ପିବ ବିଧାନ ସଭା। ବରିଷ୍ଠ କଂଗ୍ରେସ ବିଧାୟକ ନରସିଂହ ମିଶ୍ରଙ୍କ ପ୍ରତିକ୍ରିୟା କହିଛନ୍ତି ଯିଏ ଏହି ପ୍ରସଙ୍ଗ ବିଧାନସଭାରେ ନ ଉଠାଇବ ଜଣା ପଡ଼ିବ ତାଙ୍କ ଦଳର ସମ୍ପୃକ୍ତି ରହିଛି।

ନରସିଂହ ମିଶ୍ର କହିଛନ୍ତି ଇଡି ତଦନ୍ତ ପରେ ପ୍ରମାଣିତ ହୋଇଛି ଯେ, ଓଡିଶା ପୋଲିସ ଦୋଷୀକୁ ସୁରକ୍ଷା ଦେବାରେ ସମ୍ପୂର୍ଣ୍ଣ ଭାବରେ ଦାୟୀ । କାରଣ ଯାହାକୁ ପୋଲିସ ଛାଡ଼ି ଦେଇଥିଲେ, ଇଡି ତାକୁ ପୁଣି ଗିରଫ କେମିତି କଲା । କିଛି ତ ପ୍ରମାଣ ନିଶ୍ଚିତ ଭାବରେ ଥିଲା । ମୁଖ୍ୟମନ୍ତ୍ରୀ ତୁରନ୍ତ ଏହା ଉପରେ ଉତ୍ତର ଦିଅନ୍ତୁ । ତାଙ୍କର ଓଡିଶା ପୋଲିସ ଦୋଷୀକୁ ଧରି ଛାଡ଼ି କେମିତି ଦେଲା । ଅନେକ ତଥ୍ୟ ତା ପାଖରୁ ବାହାରୁଛି ବୋଲି ଜଣାପଡ଼ିଛି । ତେଣୁ ଓଡିଶା ପୋଲିସ ସାମିଲ ହୋଇକି ଅଛି । ହୁଏତ ସରକାରୀ ଦଳର ହାତ ବାରିସି ସାଜି କାମ କରୁଛି । କିମ୍ବା ଡିଜିପି ବୋଧେ ସମ୍ପୂର୍ଣ୍ଣ ଭାବେ ଅପାରଗ । ଏ ବିଷୟ ଯିଏ ବିଧାନସଭାରେ ଉପସ୍ଥାପିତ କରିବ ନାହିଁ, ତାର ସମ୍ପୃକ୍ତି ଅଛି ବୋଲି ଧରାପଡ଼ିଯିବ ।

ଚିଟଫଣ୍ଡ ତଦନ୍ତ ଯେମିତି ହେଲା ଏହି କେସ ସେମିତି ନହେଉ। ଯେଉଁ ମାନଙ୍କ ବିରୋଧରେ ଅଭିଯୋଗ ଆସୁଛି ଅଧିକାଂଶ ସରକାରୀ ଦଳର ସଦସ୍ୟ । ଓଡିଶାର ସରକାରୀ ଦଳ ଆଉ କେନ୍ଦ୍ରର ସରକାରୀ ଦଳ ଗୋଟିଏ ମୁଦ୍ରାର ଉଭୟ ପାର୍ଶ୍ୱ । ତାହେଲେ ଚୋର ଧରିବ କିଏ ? ଗୋଟିଏ ସିଲଭର ଲାଇନିଂ । ଯେଉଁ ଏସଆଇଟି ଗଠନ ହୋଇଛି । ଜଷ୍ଟିସ ପଶାୟାତ ସେଥିରେ ଭାଇସ୍ ଚେୟାରମ୍ୟାନ ଅଛନ୍ତି । ସେ ମାମଲାକୁ ଗୁରୁତର ସହ ନେଇଛନ୍ତି ଏବଂ ଆୟକର ବିଭାଗକୁ ଅନୁସନ୍ଧାନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏଥିରୁ ଜଣାପଡୁଛି, ଯେତେ ସବୁ ଚୋର ଅଛନ୍ତି ବୋଧେ ଧରାପଡ଼ିବେ । କିନ୍ତୁ ଧରା ପଡିବେ ପଡିବେ ବୋଲି ଯଦି ଗଡେଇ ଚାଲିବେ, ତାହେଲେ ଲୋକଙ୍କର ଅବିଶ୍ଵାସ ଆରମ୍ଭ ହେବ ଏବଂ ଏହାର ଗୁରୁତ୍ୱ ମଧ୍ୟ କିଛି ରହିବ ନାହିଁ । ଯଦି ଇଡି ଏସଆଇଟିକୁ ରିପୋର୍ଟ କରିସାରିଲାଣି ବୋଲି ସେ ମତ ରଖିଛନ୍ତି।

ଜଷ୍ଟିସ ପଶାୟତ କହିବା ଅନୁସାରେ, ୨୦ କୋଟି ଟଙ୍କାର କାରବାର ହୋଇଛି । ତେଣୁ ତୁରନ୍ତ ସେହି ଲୋକ ମାନଙ୍କ ବିରୋଧରେ ଅନୁସନ୍ଧାନ ହେବା କଥା ।

ବିରୋଧୀଦଳ ମୁଖ୍ୟ ସଚେତକ ମୋହନ ମାଝୀ କହିଛନ୍ତି "ଆଗାମୀ ଅଧିବେଶନରେ ଏହି ପ୍ରସଙ୍ଗକୁ ବିଧାନସଭାରେ ଉଠାଇବ ବିଜେପି। ବିଜେଡି କିନ୍ତୁ ଏ ପ୍ରସଙ୍ଗରେ ପ୍ରତିକ୍ରିୟା ଦେବାକୁ ମନା କରି ଦେଇଛି।
Published by:Soumya Das
First published: