Naba Das Murder Case: ନାର୍କୋ ଟେଷ୍ଟ ଖୋଲିଲା ମନ୍ତ୍ରୀ ନବ ଦାସଙ୍କ ହତ୍ୟା ଗୁମର

Naba Das Murder Case: ନାର୍କୋ ଟେଷ୍ଟ ଖୋଲିଲା ମନ୍ତ୍ରୀ ନବ ଦାସଙ୍କ ହତ୍ୟା ଗୁମର। କ୍ରାଇମବ୍ରାଞ୍ଚକୁ ମିଳିଲା ହତ୍ୟାକାଣ୍ଡ ପଛର ବଡ଼ ସୁରାକ।

ନାର୍କୋ ଟେଷ୍ଟ ଖୋଲିଲା ମନ୍ତ୍ରୀ ନବ ଦାସଙ୍କ ହତ୍ୟା ଗୁମର

ନାର୍କୋ ଟେଷ୍ଟ ଖୋଲିଲା ମନ୍ତ୍ରୀ ନବ ଦାସଙ୍କ ହତ୍ୟା ଗୁମର

  • News18 Odia
  • Last Updated :
  • Cuttack, India
  • Share this:
News18 Odia Digital

Naba Das Murder Case: ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ ଘଟଣାରେ କ୍ରାଇମବ୍ରାଞ୍ଚକୁ ମିଳିଲା ହତ୍ୟାକାଣ୍ଡ ପଛର ବଡ଼ ସୁରାକ। ନାର୍କୋ ଟେଷ୍ଟ ବେଳେ ଅଭିଯୁକ୍ତ ଗୋପାଳ ଦାସ ଖୋଲିଲା ହତ୍ୟାକାଣ୍ଡ ପଛର କାରଣ।

କାହିଁକି ମନ୍ତ୍ରୀଙ୍କୁ ଗୁଳି କରି ହତ୍ୟା କଲା ତା'ର ଗୁମର କହିଛି ଗୋପାଳ। ଆଉ ସପ୍ତାହେ ମଧ୍ୟରେ ଏହି ରିପୋର୍ଟ ଆସିବା ପରେ ହତ୍ୟାକାଣ୍ଡର ପର୍ଦ୍ଦା ଫାସ ଖୋଲିବ କ୍ରାଇମବ୍ରାଞ୍ଚ।

ନାର୍କୋ ଟେଷ୍ଟ ଖୋଲିଲା ମନ୍ତ୍ରୀ ନବ ଦାସଙ୍କ ହତ୍ୟା ଗୁମର। ନବ ଦାସଙ୍କୁ ଗୁଳିକାଣ୍ଡ ପଛର କାରଣ କଣ? କେବେଠାରୁ ଯୋଜନା କରିଥିଲା ଅଭିଯୁକ୍ତ? ଘଟଣା ଦିନ ମାନସିକ ଅବସ୍ଥା କଣ ଥିଲା। ସବୁକିଛି ନାର୍କୋ ଟେଷ୍ଟ ବେଳେ ସତ ବଖାଣିଲା ଅଭିଯୁକ୍ତ ଗୋପାଳ।

ମନ୍ତ୍ରୀ ନବ ଦାସଙ୍କୁ ହତ୍ୟାକାଣ୍ଡ ଘଟଣାକୁ ଦୁଇ ସପ୍ତାହ ପୁରିଲା। ଆଉ ହତ୍ୟାକାଣ୍ଡ ଖିଅ ଜାଣିବା ପାଇଁ ଅଭିଯୁକ୍ତ ଗୋପାଳକୁ ନେଇ ନାର୍କୋ ଟେଷ୍ଟ କରିଥିଲା କ୍ରାଇମବ୍ରାଞ୍ଚ। ଆଉ କ୍ରାଇମବ୍ରାଞ୍ଚ ପକ୍ଷରୁ ମୁଲିଥିବା ତଥ୍ୟ ଅନୁସାରେ, ପୂର୍ବରୁ ତଦନ୍ତ ବେଳେ ଯେଉଁ ତଥ୍ୟ ପାଇଥିଲା କ୍ରାଇମବ୍ରାଞ୍ଚ, ନାର୍କୋ ଟେଷ୍ଟ ବେଳେ ସମାନ କଥା କହିଛି ଗୋପାଳ। ଆଉ ଏହି ରିପୋର୍ଟ ସପ୍ତାହେ ମଧ୍ୟରେ ଝାରସୁଗୁଡା କୋର୍ଟରେ ଦାଖଲ କରାଯିବ।

ସେପଟେ ତୃତୀୟ ପର୍ଯ୍ୟାୟ ରିମାଣ୍ଡ ସରିବା ପରେ ଅଭିଯୁକ୍ତ ଗୋପାଳଙ୍କୁ ଝାରସୁଗୁଡା ଜେଲକୁ ପଠାଇ ଦିଆଯାଇଛି। ଆଉ ଗୋପାଳ ଜେଲକୁ ଆସିବା ପରେ, ସେଫଟି ଆଉ ସିକ୍ୟୁରିଟି ନେଇ ଚିନ୍ତାରେ ଜେଲ ବିଭାଗ। ଗୋପାଳକୁ ଝାରସୁଗୁଡା ଜେଲରୁ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ପ୍ରସ୍ତାବ ଦେଲା ଜେଲ ବିଭାଗ। ଗୋପାଳକୁ ଚୌଦ୍ୱାର ଜେଲକୁ ପଠାଇବାକୁ ଜେଲ ବିଭାଗ ପକ୍ଷରୁ ପ୍ରସ୍ତାବ ଦିଆଯାଇଛି। ଏନେଇ ଝାରସୁଗୁଡା ଜେଲ ସୁପରରିଟେଣ୍ଡ ଜରିଆରେ କୋର୍ଟଙ୍କୁ ଅବଗତ କରିଛି ଜେଲ ବିଭାଗ।

ମନ୍ତ୍ରୀ ନବ ଦାସଙ୍କୁ ହତ୍ୟା କରିଥିବା ଅଭିଯୁକ୍ତ ଗୋପାଳ ଦାସ ବିରୁଦ୍ଧରେ ଖୁବ ଶୀଘ୍ର ଚାର୍ଜସିଟ ଦାଖଲ କରିବାକୁ ଯୋଜନା କରିଛି କ୍ରାଇମବ୍ରାଞ୍ଚ । ଏଥିପାଇଁ ଗୋପାଳ ବିରୁଦ୍ଧରେ ସମସ୍ତ ତଥ୍ୟ ଓ ଡିଜିଟାଲ ପ୍ରମାଣକୁ ଏକାଠି କରୁଥିବା ସୂଚନା ମିଳିଛି।
Published by:Lipina Das
First published: