ଦ୍ରୌପଦୀ ମୁର୍ମୁଙ୍କ ରାଷ୍ଟ୍ରପତି ହେବା ନେଇ ମୁହଁ ଖୋଲିଲେ କଂଗ୍ରେସ ବିଧାୟକ ନରସିଂହ ମିଶ୍ର

ଆଜି ମୁହଁ ଖୋଲିଛନ୍ତି କଂଗ୍ରେସ ଦଳ ବିଧାୟକ ନରସିଂହ ମିଶ୍ର । ସେ ସ୍ପଷ୍ଟ କରିଛନ୍ତି ଯେ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ୍ ଦେବେନାହିଁ କିମ୍ୱା ସମର୍ଥନ କରିବେ ନାହିଁ।

ଦ୍ରୌପଦୀଙ୍କୁ ନେଇ ଏମିତି କହିଲେ ବରିଷ୍ଠ କଂଗ୍ରେସ ବିଧାୟକ ନରସିଂହ ମିଶ୍ର

ଦ୍ରୌପଦୀଙ୍କୁ ନେଇ ଏମିତି କହିଲେ ବରିଷ୍ଠ କଂଗ୍ରେସ ବିଧାୟକ ନରସିଂହ ମିଶ୍ର

  • Share this:
News18 Odia Digital

ଭୁବନେଶ୍ୱର: ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ପ୍ରାର୍ଥୀନୀ ହେବାକଥା ସହଜରେ ହଜମ କରିପାରୁନି ରାଜ୍ୟ କଂଗ୍ରେସ । ଗତକାଲି ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ 'ଆଗ ପାର୍ଟି ତାପରେ ମାଟି' ବୟାନ ଦେଇଥିବାବେଳେ ଆଜି ମୁହଁ ଖୋଲିଛନ୍ତି କଂଗ୍ରେସ ଦଳ ବିଧାୟକ ନରସିଂହ ମିଶ୍ର । ସେ ସ୍ପଷ୍ଟ କରିଛନ୍ତି ଯେ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ୍ ଦେବେନାହିଁ କିମ୍ୱା ସମର୍ଥନ କରିବେ ନାହିଁ । ପ୍ରାର୍ଥୀ ଯେତେ ଭଲ ହୋଇଥାନ୍ତୁ ନା କାହିଁକି ସେ ଯଦି ବିଜେପି କିମ୍ୱା ଆରଏସଏସ୍ ଚିନ୍ତାଧାରାର ହୋଇଥିବେ ତେବେ କଂଗ୍ରେସ ତାଙ୍କୁ କେବେହେଲେ ସମର୍ଥନ ଦେବନାହିଁ ।

ନରସିଂହ ଏକଥା ମଧ୍ୟ କହିଛନ୍ତି, ଦ୍ରୌପଦୀ ମୁର୍ମୁ ଜଣେ ଭଲ ବ୍ୟକ୍ତି ଓ ରାଜନୀତିରେ ସେ ଜନସାଧାରଣଙ୍କ ଦ୍ୱାରା ଆଦୃତଲାଭ କରିଛନ୍ତି । ହେଲେ ବିଜେପି ଚିନ୍ତାଧାରାରେ ସେ ରାଜନୀତି କରନ୍ତି । ତେଣୁ କଂଗ୍ରେସ ଏହାକୁ ଆଦୌ ସମର୍ଥନ କରିବ ନାହିଁ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେବଳ ଆଖି ଦୃଶିଆ କାମ କରୁଛନ୍ତି । ଏହାସହ ବିଜେଡି ଓ ବିଜେପି ଉପରେ ଅଲଗା ଭିତରେ ଏକ ବୋଲି ନରସିଂହ ମତବ୍ୟକ୍ତ କରିଛନ୍ତି । କଂଗ୍ରେସ ନିଜର ପାର୍ଥୀ ଦେଇଛି ଏବଂ ଦଳର ସମସ୍ତ ନେତା ତାଙ୍କୁ ପୁର୍ଣ୍ଣ ସମର୍ଥନ ଦେବେ । ଏହାସହ ପୂର୍ବରୁ ନବୀନ ପଟ୍ଟନାୟକ ଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କୁ ଭେଟି ଭିତିରିଆ କଥା ହୋଇସାରିଥିବା ମଧ୍ୟ ନରସିଂହ ଅଭିଯୋଗ କରିଛନ୍ତି ।
Published by:Soubhagya Mishra
First published: