ଅସନ୍ତୋଷ ଝାଡିଲେ ନରସିଂହ ମିଶ୍ର; କହିଲେ ଧାମନଗର ଫଳାଫଳ ଦଳ ପାଇଁ ନୈରାଶ୍ୟଜନକ

ଧାମନଗରରେ କଂଗ୍ରେସ ଦଳର ପ୍ରାର୍ଥୀ ଚୟନ ବେଳେ ବିଧାୟକ ଦଳ ନେତାଙ୍କ ସହ ଆଲୋଚନା ହୋଇନି। କିନ୍ତୁ ପଦ୍ମପୁରରେ କଂଗ୍ରେସ ଜିତିବ ବୋଲି ଆକଳନ କରିଛନ୍ତି ନରସିଂହ ମିଶ୍ର।

ଅସନ୍ତୋଷ ଝାଡିଲେ ନରସିଂହ ମିଶ୍ର

ଅସନ୍ତୋଷ ଝାଡିଲେ ନରସିଂହ ମିଶ୍ର

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ଭୁବନେଶ୍ୱର: ଧାମନଗରରେ କଂଗ୍ରେସ ଅମାନତ ହରେଇବାକୁ ନେଇ ଦଳୀୟ ନେତୃତ୍ବଙ୍କ ବିରୁଦ୍ଧରେ ଅସନ୍ତୋଷ ଝାଡିଲେ ବିଧାୟକ ଦଳ ନେତା ନରସିଂହ ମିଶ୍ର । ଉପନିର୍ବାଚନର ଫଳାଫଳ କଂଗ୍ରେସ ପାଇଁ ଅତି ନୈରାଶ୍ୟ ଜନକ। ମୁଁ ସେଥି ପାଇଁ ମର୍ମାହତ। ଗଲା ଥର ଯେତିକି ପାଇଥିଲୁ ତାର ଅଧାରୁ ବି କମ ଭୋଟ ମିଳିଛି

ଧାମନଗରରେ କଂଗ୍ରେସ ଦଳର ପ୍ରାର୍ଥୀ ଥିଲା କି ନାହିଁ ମୁଁ ଜାଣିନି। ପ୍ରାର୍ଥୀ ଚୟନ ବାବଦରେ ମୋ ସହ କେହି ଆଲୋଚନା କରି ନାହାନ୍ତି। ମୁଁ ଭାବୁଛି ଆଉ କେହି ସେଠି ପ୍ରାର୍ଥୀ ବୋଧେ ନଥିଲେ ବୋଲି କହିଛନ୍ତି ନରସିଂହ। କଂଗ୍ରେସ ତା ଡ଼ିପୋଟିଜ ରଖିବ କଣ ଓଲଟା ୩ ହଜାରକୁ ଖସିଲା।

ଧାମନଗର ନିର୍ବାଚନକୁ କଂଗ୍ରେସ ଦଳର ନେତୃବୃନ୍ଦ ଓ ହାଇକମାଣ୍ଡ ସମସ୍ତେ ଏହାକୁ ଗୁରୁତର ସହ ନେବା କଥା। କେଉଁଠି ଭୁଲ ରହିଲା, ଦଳର ନୀତି ଆଦର୍ଶ ଭୁଲ ରହିଲା କି ନେତୃତ୍ୱରେ ଭୁଲ ରହିଲା କିମ୍ବା କାହାର ଅବହେଳା ହୋଇଛି ତୁରନ୍ତ ବୈଠକ ଡାକି ସମୀକ୍ଷା କରିବାର ଆବଶ୍ୟକତା ରହିଛି । ନଚେତ ଆଗାମୀ ଦିନରେ କଂଗ୍ରେସ ନିଶ୍ଚିନ୍ହ ହୋଇ ଯାଇପାରେ ବୋଲି ବିଧାୟକ ଦଳ ନେତା କହିଛନ୍ତି।

ବିଜେଡି ଭିତରେ ଫାଟ ହେଲା ବିଜେପି ତାର ସୁଯୋଗ ନେଲା। ଏହା ଛଡ଼ା ଯିଏ ବିଧାୟକ ଥିଲେ ସେଠି ଲୋକେ ତାଙ୍କୁ ଭଲ ପାଉଥିଲେ। ତାଙ୍କ ପୁଅ ମଧ୍ୟ ମିଷ୍ଟ ଭାଷୀ। ସରଳ ପ୍ରକୃତିର। ତାହା ବି ଭୋଟରଙ୍କ ଉପରେ ପ୍ରଭାବ ପକାଇଛି।

ବିଜେଡି ବାରମ୍ବାର ଜିତିବା ପରେ ଅହଂ ଭାବ ବଢି ଯାଇଛି। ସେ ଧରି ନେଇଛନ୍ତି ଲୋକେ ଆମକୁ ଭୋଟ ଦେବା ପାଇଁ ବାଧ୍ୟ। ନବୀନ ବାବୁ ଯାହାକୁ କହିବେ ସେ ଲାଇଟ ପୋଷ୍ଟ ହେଲେ ବି ଲୋକେ ଭୋଟ ଦେବା ପାଇଁ ବାଧ୍ୟ। ମହିଳା ମାନେ ବିଜେଡି ସହ ଅଛନ୍ତି ଏ ସବୁ ଭୁଲ ବୋଲି ପ୍ରମାଣିତ ହୋଇଛି । ଅତ୍ୟଧିକ ଔଧତ୍ୟ କି ଗର୍ବ ରହି ନାହିଁ କି ରହିବ ନାହିଁ। ସ୍ୱାଧୀନ ପ୍ରାର୍ଥୀ ବି ବଡ଼ ଫ୍ୟାକ୍ଟର। ନବୀନ ବାବୁ ଙ୍କ ନାଁ ରେ ଭୋଟ ଜିତିଛନ୍ତି ଆଉ ଯଦି ହାରୁଛନ୍ତି ନବୀନ ବାବୁ ବି ଦାୟୀ। ଏଥିରୁ ସ୍ପଷ୍ଟ ଲୋକେ ନବୀନ ପଟ୍ଟନାୟକଙ୍କୁ ନା ପସନ୍ଦ କରିବା ଆରମ୍ଭ କଲେଣି। ହାରିବା ପରେ ଲାଗୁଛି କିଛି ପରିମାଣରେ ଅହଂ ଭାବ ଟିକିଏ କମିଲା ଭଳି ଲାଗୁଛି।

ପଦ୍ମପୁରରେ କଂଗ୍ରେସର ବେଶ ଭୋଟ ରହିଛି। ଯେତେ ନିର୍ବାଚନ ହୋଇଛି ଭଲ ଫାଇଟ ଦେଇଛି ଦଳ। ଆଶା କଂଗ୍ରେସ ସେଠି ବହୁତ ଭଲ କରିବ ।
Published by:Soumya Das
First published: