ଶଙ୍ଖ ବଜାଇ ଖନା ହୋଇଗଲେ ନରହରି

ପୂଜା ପର୍ବରେ ଖୋଜା ପଡେ କୁଆଡ଼େ ଗଲେ ନରହରି ଶଙ୍ଖୁଆ । ହେଲେ ଆଜି ଶଙ୍ଖ ବଜାଇ ସେ ହୋଇଯାଇଛନ୍ତି ଖନା ।

ଖନା ହୋଇଗଲେ ନରହରି

ଖନା ହୋଇଗଲେ ନରହରି

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ଭୁବନେଶ୍ୱର: କେବେ ଶଙ୍ଖ ବଜାଇ କିଏ ଖନା ହୋଇପାରେ? ଶଙ୍ଖ କଣ କାହାକୁ ଖନା କରି ପାରେ । ଶଙ୍ଖ ବଜାଇଲେ କାହିଁକି ଜଣେ ଖନା ହେବ। ଶଙ୍ଖରେ ଏମିତି କଣ ଅଛି କି ଜଣେ ଖନା ହୋଇଯିବ। ସତରେ କଣ ଏଭଳି କିଛି ଘଟିଛି। ବଡମ୍ବା ଭଚ୍ଚାରିକା ଗାଁ ର ଜଣେ ୬୬ ବର୍ଷୀୟ ବୃଦ୍ଧ ସହ ଏପରି ଘଟିଛି I ଛୋଟ ବେଳଠୁ ଶଙ୍ଖ ଫୁଙ୍କିଵା ପ୍ରତି ବେଶ ଆଗ୍ରହ ରହିଥିଲା । ଏବେ ଏତେ ବୟସ ହେବା ପରେ ବି ଶଙ୍ଖକୁ ଛାଡ଼ି ପାରୁ ନାହାନ୍ତି I

ଏହି ବୃଦ୍ଧଙ୍କ ନାଁ ହେଉଛି ନରହରି ଦାସ I ଘରେ ସ୍ତ୍ରୀ ପାଞ୍ଚଟି ପୁଅ ଓ ଗୋଟେ ଝିଅ ଅଛନ୍ତି I ଚାଷ ବାସ କରିବା ସହ ଶଙ୍ଖ ବଜେଇବାରେ ବେଶ ପାରଙ୍ଗମତା ରହିଛି I  ପ୍ରଥମେ ବାପା ଙ୍କଠୁ ଶଙ୍ଖ ବଜେଇଵା ଶିଖିଥିଲେ । ଏବେ ୭ ପ୍ରକାର ସ୍ୱରରେ ଶଙ୍ଖ ବଜାଉଛନ୍ତି I ଖାଲି ଏତିକି ନୁହେଁ ପ୍ରଥମେ ଜଗନ୍ନାଥଙ୍କ ଛେରା ପହଁରାଠୁ ଆରମ୍ଭ କରି ରାଜ୍ୟ ର ବିଭିନ୍ନ ସ୍ଥାନରେ ଶଙ୍ଖ ବଜାଇ ବେଶ ନାମ କମାଇଛନ୍ତି I ଏହା ସହ ବିଭିନ୍ନ ଅନୁଷ୍ଠାନ ତରଫରୁ ୮୭ ଟି ସଫଳତା ମାନପତ୍ର ମଧ୍ୟ ପାଇଛନ୍ତି I ଶଙ୍ଖ ବଜେଇବା ଛଡା ଚାଷ କାମ ମଧ୍ୟ କରିଥାନ୍ତି I ହେଲେ ଶଙ୍ଖ ବଜେଇବା ବାବଦକୁ ସେ ବେଶୀ କିଛି ପଇସା ଡିମାଣ୍ଡ କରି ନ ଥାନ୍ତି I ଯିଏ ଯାହା ଦିଏ ଖୁସିରେ ସ୍ୱୀକାର କରି ନେବା ସହ ଯେତେବେଳେ ଯିଏ ଡାକେ ସେ ଖରା ବର୍ଷା ଶୀତ କିଛି ଖାତିର ନ କରି ଖୁସିରେ ଆସି ଶଙ୍ଖ ବଜାଇଥାନ୍ତି I

ମହଙ୍ଗା ହେଲା ମହାପ୍ରଭୁଙ୍କ ପତିତପାବନ ବାନା; ୧୧ ବର୍ଷ ପରେ ବଦଳିଲା ଦର

ପ୍ରାୟ ୬୦ ବର୍ଷ ହେଲାଣି ନରହରି ଶଙ୍ଖ ବଜାଉଛନ୍ତି କିନ୍ତୁ କିଛି ଦିନ ହେବ ଶଙ୍ଖ ବଜାଇଵା ହେତୁ ତାଙ୍କ ପାଟି ଟିକେ ଖନା ଲାଗୁଛି I ତଥାପି ତାଙ୍କର ଶଙ୍ଖ ବଜେଇବା ପ୍ରତି ଆଗ୍ରହ ଯାଇ ନାହିଁ । ଜୀଵନ ଥିବା ଯାଏ ସେ ଶଙ୍ଖ ବଜାଉଥିବେ ବୋଲି କୁହନ୍ତି ନରହରି I ତାଙ୍କର ଏଭଳି ଶଙ୍ଖ ପ୍ରତି ଆଗ୍ରହ ଓ ଭଲ ପାଇବା ଏକ ପ୍ରେରଣାର ମାର୍ଗ ପାଲଟିଛି ।
Published by:Soumya Das
First published: