ନନ୍ଦନକାନନର ହେବ ନବକଳେବର; ଜାନୁଆରୀରୁ ଚାଲିବ ରୋପ ୱେ

ନନ୍ଦନକାନନ ପରିସରରେ ଉଦ୍ଘାଟିତ ହୋଇଛି ଶିଶୁ ଉଦ୍ୟାନ, ଶିଶୁ ଶାବକଙ୍କ ପାଇଁ ତାଲିମ୍ କକ୍ଷ। ଖୁବଶୀଘ୍ର ପର୍ଯ୍ୟଟକଙ୍କ ପାଇଁ ମିଳିବ ରୋପ୍ ୱେ ସୁବିଧା । ଜିରାଫ ପାଇଁ ଆସିବ ସାଥି ଜିରାଫ ।

ନନ୍ଦନକାନନର ହେବ ନବ କଳେବର; ଜାନୁଆରୀରୁ ଚାଲିବ ରୋପ ୱେ

ନନ୍ଦନକାନନର ହେବ ନବ କଳେବର; ଜାନୁଆରୀରୁ ଚାଲିବ ରୋପ ୱେ

  • News18 Odia
  • Last Updated :
  • Bhubaneswar, India
  • Share this:
News 18 Odia Digital

ଭୁବନେଶ୍ୱର; ନନ୍ଦନକାନନ ପାଳୁଛି ୬୩ ତମ ପ୍ରତିଷ୍ଠା ଦିବସ । ଏହି ଅବସରରେ ନନ୍ଦନକାନନ ପରିସରରେ ଉଦ୍ଘାଟିତ ହୋଇଛି ଶିଶୁ ଉଦ୍ୟାନ, ଶିଶୁ ଶାବକଙ୍କ ପାଇଁ ତାଲିମ୍ କକ୍ଷ। ଖୁବ୍ ଶୀଘ୍ର ପର୍ଯ୍ୟଟକଙ୍କ ପାଇଁ ମିଳିବ ରୋପ୍ ୱେ ସୁବିଧା ।

ଜାନୁଆରୀରୁ ନନ୍ଦନକାନନର ହେବ ନବକଳେବର । ଚିଡ଼ିଆଖାନାର ରୂପରେଖ ବଦଳିବ । ମାଷ୍ଟର ପ୍ଲାନରେ ନଜର ଆସିବ ଓଡ଼ିଶାର ସର୍ବବୃହତ ଚିଡିଆଖାନା ନନ୍ଦନକାନନ । ନନ୍ଦନକାନନର ୬୩ ତମ ପ୍ରତିଷ୍ଠା ଦିବସ ଅବସରରେ ଏଭଳି ସୂଚନା ଦେଇଛନ୍ତି ନନ୍ଦନକାନନ ନିର୍ଦ୍ଦେଶକ। ଏହି ଅବସରରେ ଶିଶୁ ଉଦ୍ୟାନ, ଶିଶୁ ଶାବକଙ୍କ ପାଇଁ ତାଲିମ୍ କକ୍ଷ, ସ୍ୱତନ୍ତ୍ର ଅସ୍ତ୍ରୋପଚାର କକ୍ଷର ମଧ୍ୟ ଉଦ୍ଘାଟନ କରିଛନ୍ତି ମନ୍ତ୍ରୀ । ତେବେ ପର୍ଯ୍ୟଟକମାନେ ନୂଆ ବର୍ଷରେ ନିର୍ମଳ ଜଳରାଶି ଉପରେ ରୋପ ୱେର ମଜା ନେବେ ବୋଲି କହିଛନ୍ତି  ନନ୍ଦନକାନନ ନିର୍ଦ୍ଦେଶକ ।

ଚିଡିଆଖାନାକୁ ଅନେକ ଜୀବଜନ୍ତୁ ଅଣାଜିବ । ସେହିପରି ଟଏ ଟ୍ରେନ ବାରମ୍ବାର ଖରାପ ହେଉଥିବା ବେଳେ ଏହାର ସ୍ଥାୟୀ ସମାଧାନ ନେଇ ପ୍ରସ୍ତୁତି ଟାଲିଛି । ବୋଟିଂ ସୁବିଧା ମଧ୍ୟ ନୂଆ ବର୍ଷରୁ ଆରମ୍ଭ ହେବା ନେଇ ନନ୍ଦନକାନନ ନିର୍ଦ୍ଦେଶକ କହିଛନ୍ତି । ଜିରାଫ ଖୁସି ଏକା ଥିବା ବେଳେ ଆଲିପୁରରୁ ଆଇ ଏକ ଏକ ଜିରାଫ ଆଣିବା ପାଇଁ ପ୍ରଚେଷ୍ଟା ଚାଲିଥିବା କହିଛନ୍ତି ନିର୍ଦ୍ଦେଶକ । ନନ୍ଦନକାନନ ପ୍ରାଣୀ ଉଦ୍ୟାନ ପରିସରରେ ଆୟୋଜିତ ସମ୍ମୀଳନୀରେ ବିଧାୟକ ସୁରେଶ ରାଉତ୍ତରାୟ , ଜଙ୍ଗଲ ଓ ପରିବେଶ ବିଭାଗ ମନ୍ତ୍ରୀ ପ୍ରଦୀପ କୁମାର ଅମାତ , ନନ୍ଦନକାନନ ନିର୍ଦେଶକ ମନୋଜ ଭି ନାୟାର ଉପସ୍ଥିତ ଥିଲେ । ଏହି ଅବସରରେ ବିଭିନ୍ନ ପର୍ଯ୍ୟାୟରେ ଭଲ କାର୍ଯ୍ୟ କରିଥିବା କର୍ମକର୍ତ୍ତାଙ୍କୁ ପୁରସ୍କୃତ କରିଥିଲେ ।

ସେପଟେ ସକାଳୁ ନନ୍ଦନକାନନ ପ୍ରାଣୀ ଉଦ୍ୟାନର ଟିକେଟ ଘରଠାରୁ ଆରମ୍ଭ କରି ପରିସର ହୋଇ ଉଠିଥିଲା ଲୋକାରଣ୍ୟ। ରାଜ୍ୟ ତଥା ରାଜ୍ୟ ବାହାରୁ ଆସିଥିବା ପର୍ଯ୍ୟଟକମାନେ ୨୨୦ ଖୁଆଡ଼ ମଧ୍ୟରେ ଥିବା ୧୬୧ ପ୍ରଜାତିର ୪୦୫୪ ଜୀବଜନ୍ତୁଙ୍କୁ ବୁଲି ଦେଖିଥିଲେ। ଏହାଛଡ଼ା ବାଘ ସଫାରି, ସିଂହ, ଭାଲୁ ଓ ତୃଣଭୋଜି ସଫାରି ମଧ୍ୟ ବୁଲି ଦେଖିବା ସହ ବ୍ୟାଟେରି ଚାଳିତ ରେଳ ଯାତ୍ରାର ମଜା ନେଇଥିଲେ । ନୂତନ ବର୍ଷରେ ଶିଶୁମାନଙ୍କ ପାଇଁ ଖେଳକୁଦ ପାଇଁ ଉଦ୍ୟାନ ଖୋଲିଥିବା ବେଳେ ପିଲାମାନଙ୍କ ମଧ୍ୟରେ ବେଶ୍ ଖୁସି ଦେଖିବାକୁ ମିଳିଛି । ଅନ୍ୟପଟେ ବାରମ୍ବାର ଟଏ ଟ୍ରେନ ଖରାପ ହେଉଥିବା ବେଳେ ରୋପ ୱେ କେବେ ଠାରୁ ନନ୍ଦନକାନନରେ ଆରମ୍ଭ ହେବ ସେନେଇ ପର୍ଯ୍ୟଟକଙ୍କ ଅପେକ୍ଷା ରହିଛି ।ଖ୍ରୀଷ୍ଟମାସରେ ପର୍ଯ୍ୟଟକଙ୍କ ପ୍ରବଳ ଭିଡ ହୋଇଥିବା ବେଳେ ନୂଆ ବର୍ଷରେ ସବୁଠୁ ଅଧିକ ଲୋକଙ୍କ ଗହଳି ଛୁଟିବ ବୋଲି ଆଶା ରଖିଛନ୍ତି ନନ୍ଦନକାନନ ନିର୍ଦ୍ଦେଶକ ।
Published by:Soubhagya Mishra
First published: