ନାଲକୋ ୭ ବର୍ଷରେ ୩୦,୦୦୦ କୋଟି ଟଙ୍କା ବିନିଯୋଗ କରିବ; ଆସୁଛି ନୂଆ ଖଣି ନୀତି: ଯୋଶୀ

କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଛନ୍ତି ଯେ ଓଡ଼ିଶା ସରକାର ଯେଉଁ ତିନୋଟି ଖଣିର ନିଲାମ ମାଲିକାନା ପାଇବା ପାଇଁ ଅନୁରୋଧ କରିଥିଲେ ତା’ ପାଇଁ କେନ୍ଦ୍ର ସ୍ୱୀକୃତି ଦେଇସାରିଛି । ମାର୍ଚ୍ଚ ସୁଦ୍ଧା ସେହି ଖଣିଗୁଡ଼ିକରୁ ଉତ୍ପାଦନ ଆରମ୍ଭ ହେବ ।

ନାଲକୋ ୭ ବର୍ଷରେ ୩୦,୦୦୦ କୋଟି ଟଙ୍କା ବିନିଯୋଗ କରିବ; ଆସୁଛି ନୂଆ ଖଣି ନୀତି: ଯୋଶୀ
କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ
  • News18 Odia
  • Last Updated: January 7, 2021, 9:47 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଖୁବ୍‌ ଶୀଘ୍ର ଦେଶରେ ବଦଳିବ ଖଣି ନୀତି। ଏହା ସହିତ ଖଣି ନିଲାମ ପଲିସି ବି ବଦଳିବ । ଏହି ନୀତି ଲାଗୁ ହେବା ଦ୍ୱାରା ଉଚ୍ଚ ଗୁଣବତ୍ତା ସମ୍ପନ୍ନ ଖଣିଜ ସାମଗ୍ରୀର ଗୁରୁତ୍ୱ ବଢ଼ିବ ଓ ବ୍ୟାପକ ବଜାର ସୁଯୋଗ ସୃଷ୍ଠି ହେବ। ଏହି ନୀତି ଦ୍ବାରା ଖଣି ନିଲାମ ପ୍ରକ୍ରିୟାରେ ସ୍ୱଚ୍ଛତା ଆସିବ ବୋଲି କହିଛନ୍ତି କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ।

ଭୁବନେଶ୍ୱରରେ ଆୟୋଜିତ ନାଲକୋର ୪୧ତମ ପ୍ରତିଷ୍ଠା ଦିବସରେ ଯୋଗ ଦେଇ କେନ୍ଦ୍ର ମନ୍ତ୍ରୀ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ଓଡ଼ିଶା ସରକାର ଯେଉଁ ତିନୋଟି ଖଣିର ନିଲାମ ମାଲିକାନା ପାଇବା ପାଇଁ ଅନୁରୋଧ କରିଥିଲେ ସେଥି ପାଇଁ ସ୍ୱୀକୃତି ଦେଇସାରିଛି କେନ୍ଦ୍ର ।

ଏହା ବି ପଢ଼ନ୍ତୁ | ଇଏ ଏମିତି ଦେଶ! ଏଠାକାର ରାଜା ପ୍ରତି ବର୍ଷ ଏକ କୁଆଁରୀ ଝିଅକୁ ବାହା ହୁଅନ୍ତି; ତାଙ୍କର ୧୫ ପତ୍ନୀ

‘‘ଏହି (ରାଜ୍ୟର ଅନୁରୋଧ) ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଅଧିକାରୀଙ୍କ ସହ ବୈଠକରେ ବିସ୍ତୃତ ଆଲୋଚନା ହୋଇଥିଲା। ସହମତି ଭିତ୍ତିରେ ତୁରନ୍ତ ଉତ୍ପାଦନ ପାଇଁ ମଞ୍ଜୁରୀ ଦିଆଯାଇଛି । ମାର୍ଚ୍ଚ ସୁଦ୍ଧା ଏହି ଖଣିରୁ ଉତ୍ପାଦନ ଆରମ୍ଭ ହେବ। ଖୁବ୍‌ ଶୀଘ୍ର କେନ୍ଦ୍ର ସରକାର ଯେଉଁ ନୂଆ ନୀତି ଲାଗୁ କରିବାକୁ ଯାଉଛନ୍ତି ତାହା ଲାଗୁ ହେବା ପରେ ଖଣି ନିଲାମ ପ୍ରକ୍ରିୟାରେ ସ୍ବଚ୍ଛତା ଆସିବ,’’ କହିଛନ୍ତି ଯୋଶୀ ।

କେନ୍ଦ୍ର ମନ୍ତ୍ରୀ ଆହୁରି କହିଛନ୍ତି ଯେ ଖୁବ୍‌ ଶୀଘ୍ର ଓଡ଼ିଶାର ୧୨ଟି ଖଣି ନିଲାମକୁ ଯିବ । ‘‘ଏଥି ପାଇଁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି । ଏହା ପର୍ଯାୟ କ୍ରମେ ସରିବ । କେନ୍ଦ୍ର ସରକାରଙ୍କର ଏହା ଉପରେ ଅଧିକ ଗୁରୁତ୍ୱ ରହିଛି । ରାଜ୍ୟ ଓ କେନ୍ଦ୍ର ଭିତରେ ଉତ୍ତମ ବୁଝାମଣା ଓ ସହଭାଗୀତା ରହିବା ଉପରେ ଗୁରୁତ୍ୱ ଦିଆଯାଇଛି,’’ ସେ କହିଛନ୍ତି ।

ଏହା ବି ପଢ଼ନ୍ତୁ | ‘‘ମା ଦେଖ୍, ମୁଁ ଶିକାର କରିଛି!’’ ହରିଣର ବେକକୁ ଧରିଥିବା ଚିତା ବାଘ ଛୁଆର VIDEO ଭାଇରାଲ୍ ହେଲା

କୋଇଲା ରୟାଲଟି ପ୍ରସଙ୍ଗରେ କେନ୍ଦ୍ର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଛନ୍ତି ଯେ ରାଜ୍ୟଗୁଡ଼ିକ ଅଧିକ ଖଣିଜ ଉତ୍ପାଦନ କରିବା ଦରକାର । ତାହେଲେ ଯାଇ ସେମାନଙ୍କର ରାଜସ୍ବ ବଢ଼ିବ ଓ ସେମାନେ ରୟାଲଟିରେ ଅଧିକ ଭାଗ ପାଇବେ । ନୂତନ ଖଣି ନୀତିରେ କୋଇଲା ରୟାଲିଟି ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି ବୋଲି ସେ କହିଛନ୍ତି ।

‘‘ଏହି ଖଣିଗୁଡ଼ିକରୁ (ଓଡ଼ିଶା ନିଲାମ ମାଲିକାନା ପାଇଥିବା ତିନୋଟି ଖଣିରୁ) ମାର୍ଚ୍ଚ ପ୍ରଥମ ସପ୍ତାହରୁ ଉତ୍ପାଦନ ଆରମ୍ଭ ହେବାକୁ ଯାଉଛି । ଏଥି ପାଇଁ ଓ.ଏମ୍‌.ସି. ଓ  ଓ.ଏମ୍‌.ଇ.ସି. ଭିତରେ ଏମଓୟୁ ହୋଇଛି । ଏହା ଦ୍ୱାରା ଖଣିଜ ସମ୍ପଦର ବିନିଯୋଗ ବଢ଼ିବ। ରାଜ୍ୟଗୁଡ଼ିକର ସ୍ବାର୍ଥକୁ ଗୁରୁତ୍ୱ ଦେଉଛନ୍ତି କେନ୍ଦ୍ର ସରକାର,’’ କହିଛନ୍ତି ଯୋଶୀ ।

ଏହା ବି ପଢ଼ନ୍ତୁ | ଭାରତରେ ତିଆରି ଅକ୍ସଫୋର୍ଡ-ଆଷ୍ଟ୍ରାଜେନେକା କରୋନା ଟିକାର ୨ଟି ଡୋଜ୍ ୯୦% ପ୍ରଭାବଶାଳୀ

ନାଲକୋ ପ୍ରସଙ୍ଗରେ ସୂଚନା ଦେଇ କେନ୍ଦ୍ର ମନ୍ତ୍ରୀ କହିଛନ୍ତି ଯେ ନାଲକୋ ସମ୍ପ୍ରସାରଣ ଓ ବାଣିଜ୍ୟିକ ବିବିଧିକରଣ ପାଇଁ ୩୦ ହଜାର କୋଟି ଟଙ୍କା ବିନିଯୋଗ କରିବ । ‘‘ଆସନ୍ତା ସାତରୁ ଆଠ ବର୍ଷ ଭିତରେ ଏହି ଅର୍ଥ ବିନିଯୋଗ କରାଯିବ । ଆଲୁମିନା ବିଶୋଧନାଗାରର କ୍ଷମତା ୧ ମିଲିୟନ ଟନକୁ ବୃଦ୍ଧି କରାଯିବ । ୩.୫ ମିଲିୟନ ଟନ କ୍ଷମତା ବିଶିଷ୍ଟ ପଟାଙ୍ଗି ବକ୍ସାଇଟ ଖଣି ଓ ଉତ୍କଳ-ଡି ଓ ଉତ୍କଳ-ଇର କୋଇଲା ବ୍ଲକ ବି କାର୍ଯ୍ୟକ୍ଷମ ହେବ। ଏଥି ସହିତ ଅନୁଗୁଳ ସ୍ଥିତ ଆଲୁମିନିୟମ ସ୍ମେଲଟରର କ୍ଷମତା ବି ବୃଦ୍ଧି କରାଯିବ,’’ ସେ କହିଛନ୍ତି ।



ଓଡ଼ିଶାରେ କୋଲ୍‌ ଇଣ୍ଡିଆ ବୃହତ ପରିମାଣର ପୁଞ୍ଜି ନିବେଶ କରିବାକୁ ଯାଉଛି ବୋଲି ସୂଚନା ଦେଇ ଯୋଶୀ କହିଛନ୍ତି ଯେ ଏହି ପୁଞ୍ଜି ନିବେଶ ଓଡ଼ିଶାର ଅର୍ଥନୀତିକୁ ବୃଦ୍ଧି କରିବା । ‘‘ଆମ ଖଣିଜ ଦ୍ରବ୍ୟ ସବୁ ଠାରୁ ଉନ୍ନତ ମାନର । ଏହାକୁ ଉପଯୋଗ କରିବା ହିଁ ଆମର ପ୍ରାଥମିକତା ହେବ’’ କହିଛନ୍ତି କେନ୍ଦ୍ର ମନ୍ତ୍ରୀ ।
Published by: Anand Shankar Thankur Das
First published: January 7, 2021, 9:47 PM IST
corona virus btn
corona virus btn
Loading