ପାଟ୍ରୋଲିଂ ପାଇଁ ୬ଟି ଅତ୍ୟାଧୁନିକ PCR ଭ୍ୟାନ ପ୍ରଦାନ କଲା ନାଲକୋ

ରାଜଧାନୀରେ ପୂଜା ପୂର୍ବରୁ ଗଡ଼ିଲା ୬ଟି ନୂଆ ପିସିଆର। ପାଟ୍ରୋଲିଂ ପାଇଁ ୬ଟି ଅତ୍ୟାଧୁନିକ ପିସିଆର ଭ୍ୟାନ ପ୍ରଦାନ କରିଛି ନାଲକୋ।

ପାଟ୍ରୋଲିଂ ପାଇଁ ୬ଟି ଅତ୍ୟାଧୁନିକ PCR ଭ୍ୟାନ ପ୍ରଦାନ କଲା ନାଲକୋ (ପ୍ରତୀକାତ୍ମକ ଛବି)

ପାଟ୍ରୋଲିଂ ପାଇଁ ୬ଟି ଅତ୍ୟାଧୁନିକ PCR ଭ୍ୟାନ ପ୍ରଦାନ କଲା ନାଲକୋ (ପ୍ରତୀକାତ୍ମକ ଛବି)

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ଭୁବନେଶ୍ୱର: ରାଜଧାନୀରେ ପୂଜା ପୂର୍ବରୁ ଗଡ଼ିଲା ୬ଟି ନୂଆ ପିସିଆର। ପାଟ୍ରୋଲିଂ ପାଇଁ ୬ଟି ଅତ୍ୟାଧୁନିକ ପିସିଆର ଭ୍ୟାନ ପ୍ରଦାନ କରିଛି ନାଲକୋ।

ପୂର୍ବରୁ ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି କମିଶନରେଟ ପୋଲିସକୁ ସାହାଯ୍ୟ କରୁଥିବା ନାଲକୋ, ଏଥର ପାର୍ବଣ ପୂର୍ବରୁ କମିଶନରେଟ ପୋଲିସକୁ ୬ଟି ପିସିଆର ପ୍ରଦାନ କରିଛନ୍ତି । ଏଥିରୁ ୫ଟି ପିସିଆରକୁ କମିଶନରେଟ ପୋଲିସ ରାଜଧାନୀରେ ପେଟ୍ରୋଲିଂ ପାଇଁ ବ୍ୟବହାର କରିବା ସହ ଗୋଟିଏ ପିସିଆର ଭ୍ୟାନକୁ ନୟାପଲ୍ଲୀ ଥାନାକୁ ପ୍ରଦାନ କରାଯାଇଛି ।

ଏବେ ସୁଦ୍ଧା ନାଲକୋ ତରଫରୁ କମିଶନରେଟ ପୋଲିସକୁ ୫୩ରୁ ଅଧିକ ପିସିଆର ଭ୍ୟାନ ଯୋଗାଇ ଦିଆଯାଇଛି ।  ଲୋକଙ୍କ ସୁରକ୍ଷା ପାଇଁ ଏହି ପିସିଆର ଗୁଡିକ ବେଶ ଉପଯୋଗୀ ହେବବୋଲି ନାଲକୋ ପକ୍ଷରୁ କୁହାଯାଇଛି । ଏହା ସହ ଆଗକୁ ନାଲକୋ ଅନୁଷ୍ଠନ ପକ୍ଷରୁ CSR ଫଣ୍ଡ ରୁ ଅନେକ ସାହାଯ୍ୟ ସହଯୋଗ ଯୋଗାଇ ଦିଆଯିବ ନେଇ ଲକ୍ଷ୍ୟ ରଖା ଯାଇଥିବା କହିଛନ୍ତି ନାଲକୋର ବରିଷ୍ଠ ଅଧିକାରୀ ।

ପାର୍ବଣ ଋତୁରେ ରାଜଧାନୀରେ ଭିଡ଼ ଦେଖିବାକୁ ମିଳିବ। ତେଣୁ ଭିଡ଼କୁ ନିୟନ୍ତ୍ରଣ କରିବାରେ ସହ ଲୋକଙ୍କୁ କିଭଳି ସାହାଯ୍ୟ ଓ ସହଯୋଗ ଯୋଗାଇ ଦିଆଯାଇ ପାରିବ ସେନେଇ ଗୁରୁତ୍ୱ ଦିଆଯାଉଥିବା କହିଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ।
Published by:Soumya Das
First published: